bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 28
Exodus 28
Odia Bible ERV 2004 (ପବିତ୍ର ବାଇବଲ)
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 29 →
1
ଯାଜକମାନଙ୍କର ବସ୍ତ୍ର ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀହୂ, ଇଲିୟାଜର ଓ ଈଥାମରକୁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ଆଣ। ସେମାନେ ମୋର ଯାଜକଗଣ ହେବେ।
2
“ତୁମ୍ଭର ଭାଇ ହାରୋଣଙ୍କ ପାଇଁ ପବିତ୍ର ବସ୍ତ୍ର ତିଆରି କର। ସେହି ବସ୍ତ୍ର ପିନ୍ଧିଲେ ସେ ସମ୍ମାନ ପାଇବେ ଓ ସୁନ୍ଦର ଦିଶିବେ।
3
ସେହି ନିପୁଣ ଲୋକମାନଙ୍କୁ ପଗ୍ଭର, ଯେଉଁମାନଙ୍କୁ ମୁଁ ହାରୋଣକୁ ଯାଜକ ରୂପେ ଉତ୍ସର୍ଗୀକୃତ କରିବା ପାଇଁ ବସ୍ତ୍ର ତିଆରି କରିବା ପାଇଁ ଜ୍ଞାନ ପ୍ରଦାନ କଲି।
4
ବୁକୁପଟା, ଏଫୋଦ, ଗୋଟିଏ ଗ୍ଭେଗା, ଶୁକ୍ଳ ସୁତାରେ ବୁଣା ଯାଇଥିବା ଗ୍ଭେଗା, ପଗଡ଼ି ଓ କଟି ବନ୍ଧନ ସେମାନେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବେ, ଯେଉଁଥିପାଇଁ ସେମାନେ ମୋର ଯାଜକ ରୂପେ ସେବା କରିବେ।
5
ସେମାନେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ର ହେବ।
6
ଏଫୋଦ ଓ କଟିବନ୍ଧନ “ସେମାନେ ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ସେହି ଏଫୋଦ ବସ୍ତ୍ର ପ୍ରସ୍ତୁତ କରନ୍ତୁ।
7
ଏହାର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ। ଏହିପରି ଭାବରେ ତାହା ଯୁକ୍ତ ହେବ।
8
“ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ର ଅନୁସାରେ ହେବ। ଅର୍ଥାତ୍ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ହେବ।
9
“ଦୁଇଟି ଗୋମେଦକମଣି ନେଇ ତହିଁ ଉପରେ ଇସ୍ରାଏଲ ପୁତ୍ରମାନଙ୍କ ନାମ ଖୋଦିତ କରିବ।
10
ଛଅଟି ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅଟି ନାମ ମଣି ଉପରେ ରହିବ। ଏହିସବୁ ନାମଗୁଡ଼ିକ ସେମାନଙ୍କର ଜନ୍ମ ଅନୁସାରେ ତାଲିକାଭୁକ୍ତ କରାଯିବା ଉଚିତ୍।
11
ଶିଳ୍ପ କର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା ଦୁଇ ସ୍ୱର୍ଣ୍ଣ ଧାରରେ ବନ୍ଦ କରିବ।
12
ଏହା ପରେ ଇସ୍ରାଏଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇସ୍କନ୍ଧ ପଟିରେ ଦେବ। ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।
13
ଶୁଦ୍ଧ ସୁବର୍ଣ୍ଣରେ ଏହି ପଥର ଏଫୋଦର ରହିବ।
14
ଦୁଇ ମୋଡ଼ା ହୋଇଥିବା ସୁବର୍ଣ୍ଣ ଜଞ୍ଜିର କରି ସେହି ଏଫୋଦରେ ଲଗାଇବ।
15
ବିଗ୍ଭରାର୍ଥକ ବୁକୁପଟା “ନିପୁଣ କାରିଗର ଦ୍ୱାରା ନିପୁଣ ଭାବରେ ବୁକୁପଟା ପ୍ରସ୍ତୁତ କର। ବୁକୁପଟା ଏଫୋଦ ପରି ସୂକ୍ଷ୍ମ ମଲ୍ମଲ୍ ଏବଂ ସୁବର୍ଣ୍ଣ, ନୀଳ, ବାଇଗଣି ଏବଂ ଲାଲ୍ ମଲ୍ମଲ୍ ନିପୁଣ କଳାକୃତିରେ ନିର୍ମାଣ ହେବା ଉଚିତ୍।
16
ଚତୁଷ୍କୋଣ ଓ ଦୋହରା ହେବ। ତହିଁର ଦୀର୍ଘତା ଏକ ଗ୍ଭଖଣ୍ଡ ଓ ପ୍ରସ୍ଥ ଏକ ଗ୍ଭଖଣ୍ଡ ହେବ।
17
ତାହାକୁ ଗ୍ଭରି ମଣି ପଂକ୍ତିରେ ଖଚିତ କରିବ। ତହିଁରେ ପ୍ରଥମ ପଂକ୍ତିରେ ଚୂଣୀ ଓ ପୀତମଣି ମର୍କତ,
18
ଦ୍ୱିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକାନ୍ତ ହୀରକ,
19
ତୃତୀୟ ପଂକ୍ତିରେ ପେରୋଜ, ଯିସ୍ମ ଓ କଟାହେଳା।
20
ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ। ଏହିସବୁ ସ୍ୱର୍ଣ୍ଣରେ ନିଜ ନିଜ ପଂକ୍ତିରେ ବସାଯିବ।
21
ଏହି ମଣି ଇସ୍ରାଏଲ ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବ। ମୁଦ୍ରା ନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।
22
“ବୁକୁପଟା ନିମନ୍ତେ ହାରଗୁଡ଼ିକ ତିଆରି କର। ଏହି ହାର ଶୁଦ୍ଧ ସୁବର୍ଣ୍ଣରେ ମୋଡ଼ା ଯାଇଥିବ।
23
ବୁକୁପଟା ଉପରେ ସ୍ୱର୍ଣ୍ଣର ଦୁଇ କଡ଼ା ରହିବ। ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ।
24
ବୁକୁପଟା ସ୍ଥିତ ଦୁଇ ସୁବର୍ଣ୍ଣ କଡ଼ା ମଧ୍ୟରେ ସେହି ଦୁଇଟି ସୁବର୍ଣ୍ଣ ହାର ଲଗାଇବ।
25
ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟିରେ ବାନ୍ଧ।
26
ଆଉ ଦୁଇଟି ସୁବର୍ଣ୍ଣର କଡ଼ା ନିର୍ମାଣ କର ଏବଂ ବୁକୁପଟାର ଏଫୋଦ ଭିତର ଭାଗସ୍ଥ ଦୁଇ କୋଣରେ ତାକୁ ଲଗାଅ।
27
ଆହୁରି ଦୁଇଟି ସ୍ୱର୍ଣ୍ଣ କଡ଼ା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଦପଟି ତଳେ ତହିଁର ସମ୍ମୁଖ ଭାଗରେ ଯୋଡ଼ ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ।
28
ବୁକୁପଟା ଯେମନ୍ତ ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ନ ଯିବ ଏଥିପାଇଁ ସେମାନେ ବୁକୁପଟାରକୁ ନିଜ କଡ଼ାରେ ନୀଳସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ ରଖିବେ।
29
“ଯେତେବେଳେ ହାରୋଣ ପବିତ୍ର ସ୍ଥାନକୁ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଗ୍ଭରାର୍ଥକ ବୁକୁପଟାରେ ଇସ୍ରାଏଲ ପୁତ୍ରଗଣର ନାମ ସକଳ ଆପଣା ହୃଦୟ ଉପରେ ବହନ କରିବ।
30
ସେହି ବିଗ୍ଭରାର୍ଥକ ବୁକୁପଟାରେ ତୁମ୍ଭେ ଊରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ। ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ। ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି ହାରୋଣ ସଦାପ୍ରଭୁଙ୍କ ଛାମୁରେ ପ୍ରତ୍ୟେକ ଦିନ ଇସ୍ରାଏଲ ସନ୍ତାନଗଣର ବିଗ୍ଭର ଆପଣା ହୃଦୟ ଉପରେ ବହିବ।
31
ଯାଜକମାନଙ୍କ ପାଇଁ ଅନ୍ୟାନ୍ୟ ସମସ୍ତ ବସ୍ତ୍ର “ଏଫୋଦ ନିମନ୍ତେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣରେ ଗ୍ଭେଗା ତିଆରି କର।
32
ଏହାର ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣା କର୍ମ ହେବ। ତହିଁରେ ତାହା ଛିଣ୍ଡି ଯିବ ନାହିଁ।
33
ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣର ଡାଳିମ୍ବ କରିବ। ଆଉ ଗ୍ଭରି ଦିଗରେ ତହିଁ ମଧ୍ୟରେ ସ୍ୱର୍ଣ୍ଣଘଣ୍ଟି ରହିବ।
34
ସେହି ଗ୍ଭେଗାର ଅଞ୍ଚଳର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।
35
ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ। ଯେଉଁଥିରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ପ୍ରସ୍ଥାନ କରିବ, ସେତେବେଳେ ଘଣ୍ଟି ଶବ୍ଦ ଶୁଣାଯିବ। ଏହି ପ୍ରକାରେ ହାରୋଣ ମରିବ ନାହିଁ।
36
“ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ ଛୋଟ ମୋହରରେ ଖୋଦିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।
37
ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୁତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ।
38
ଏହା ହାରୋଣର କପାଳ ଉପରେ ରହିବ। ଇସ୍ରାଏଲୀୟମାନେ ଉତ୍ସର୍ଗ କରୁଥିବା ପବିତ୍ର ଉପହାର ପାଇଁ ହାରୋଣ ଦାୟୀ ହେବ। ଏହା ସର୍ବଦା ତା’ର କପାଳରେ ରହିବ, ଯାହା ଫଳରେ ସେହି ଉପହାରଟି ସଦାପ୍ରଭୁଙ୍କର ଗ୍ରହଣୀୟ ହେବ।
39
“ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚୀକର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।
40
ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଗ୍ଭେଗା, କଟିବନ୍ଧନ ଓ ପଗଡ଼ି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡ଼ିକ ସେମାନଙ୍କୁ ଗୌରବ ଓ ସୌନ୍ଦର୍ଯ୍ୟ ଦେବ।
41
ପୁଣି ତୁମ୍ଭର ଭ୍ରାତା ହାରୋଣକୁ ଓ ତା’ର ପୁତ୍ରଗଣକୁ ସେହିସବୁ ବସ୍ତ୍ର ପରିଧାନ କରାଅ। ତା’ପରେ ସେମାନଙ୍କୁ ଅଭିଷିକ୍ତ କର ଓ ଧର୍ମ ସମ୍ପ୍ରଦାୟଭୁକ୍ତ କର, ତା’ପରେ ସେମାନଙ୍କୁ ଯାଜକ ରୂପେ ମୋର ସେବା କରିବା ପାଇଁ ଛାଡ଼ିଦିଅ।
42
“ସେମାନଙ୍କର ଉଲଗ୍ନତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ତିଆରି କର।
43
ଏବଂ ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ କିମ୍ବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ଯଜ୍ଞବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଏହି ବସ୍ତ୍ର ପରିଧାନ କରିବା ଉଚିତ୍, ତାହାହେଲେ ସେମାନେ ଦୋଷୀ ହେବେ ନାହିଁ ଓ ମୃତ୍ୟୁବରଣ କରିବେ ନାହିଁ। ସବୁ ସମୟରେ ସେମାନେ ଯାଜକ ରୂପେ କାର୍ଯ୍ୟ କରନ୍ତୁ ଏହା ହାରୋଣର ଓ ତାହାର ଭବିଷ୍ୟଦ୍ ବଂଶଧର ପାଇଁ ଅନନ୍ତକାଳୀନ ବିଧି ଅଟେ।
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 29 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40