bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 14
Exodus 14
Odia Bible ERV 2004 (ପବିତ୍ର ବାଇବଲ)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 15 →
1
ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ଇସ୍ରାଏଲର ଲୋକମାନଙ୍କୁ କୁହ, ସେମାନେ ପୀହହୀରୋତକୁ ଫେରି ଯାଆନ୍ତୁ ଏବଂ ସାମନାରେ ଛାଉଣି ପକାନ୍ତୁ। ସେମାନଙ୍କୁ କୁହ, ସେମାନେ ମିଗ୍ଦୋଲ ଓ ସମୁଦ୍ର ମଧ୍ୟରେ ଏବଂ ବାଲ୍ସଫୋନ୍ ଆଗରେ ଛାଉଣି ସ୍ଥାପନ କରନ୍ତୁ।
3
ତହିଁରେ ଫାରୋ ଭାବିବେ ଯେ, ଇସ୍ରାଏଲର ଲୋକମାନେ ମରୁଭୂମି ମଧ୍ୟରେ ବାଟବଣା ହୋଇଅଛନ୍ତି।
4
ମୁଁ ଫାରୋଙ୍କୁ ପୁଣି କଠୋର କରିବି ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ୟମାନଙ୍କୁ ପରାସ୍ତ କରିବି। ଏହା ମୋର ସମ୍ମାନ ବଢ଼ାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ।” ସେମାନେ ତାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।
5
ଫାରୋ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ ମିଶରର ରାଜା ଖବର ପାଇଲେ ଯେ ଇସ୍ରାଏଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତେବେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମତି ପରିବର୍ତ୍ତନ କଲେ। ସେମାନେ କହିଲେ, “କାହିଁକି ଆମ୍ଭେମାନେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।”
6
ତେଣୁ ଫାରୋ ତାଙ୍କର ରଥ ଓ ଲୋକମାନଙ୍କୁ ସାଙ୍ଗରେ ନେଲେ।
7
ଫାରୋ ମିଶରର ଅନ୍ୟାନ୍ୟ ସୈନ୍ୟ ଓ ରଥ ସହିତ 600 ଜଣ ନିପୁଣ ସୈନ୍ୟ ଏବଂ ସେମାନଙ୍କର ରଥଗୁଡ଼ିକ ନେଲେ ଏବଂ ପ୍ରତ୍ୟେକ ରଥରେ ଜଣେ ଅଧିକାରୀ ରହିଲେ।
8
ଇସ୍ରାଏଲୀୟ ଲୋକମାନେ ବିଜୟୀ ଭାବରେ ବାସ କରୁଥିଲେ। କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ସେ ଇସ୍ରାଏଲୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।
9
ମିଶରୀୟମାନେ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ତାଙ୍କର ରଥାରୋହୀ ଏବଂ ତାଙ୍କର ସୈନ୍ୟ ସେମାନଙ୍କୁ ଗୋଡ଼ାଇଲେ ଏବଂ ସମୁଦ୍ର ପାଖରେ ବାଲ-ସଫୋନ ଆଡ଼କୁ ମୁଖ କରିଥିବା ପୀହହୀରୋତ ଛାଉଣି ନିକଟରେ ଭେଟିଲେ।
10
ଇସ୍ରାଏଲୀୟମାନେ ଦେଖିଲେ, ଫାରୋ ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ ଆଡ଼କୁ ଆସୁଛନ୍ତି। ସେମାନେ ତାଙ୍କୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇଗଲେ। ସେମାନେ ସଦାପ୍ରଭୁଙ୍କୁ ଡାକିଲେ।
11
ସେମାନେ ମୋଶାଙ୍କୁ କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ? ଆମ୍ଭକୁ ଏହି ମରୁଭୂମିକୁ କ’ଣ ମରିବାକୁ ଆଣିଲ? ଆମ୍ଭେମାନେ ମିଶରରେ ଶାନ୍ତିରେ ମରି ପାରିଥା’ନ୍ତୁ। ଯେହେତୁ ମିଶରରେ ବହୁ ପରିମାଣର କବର ଅଛି।
12
ଆମ୍ଭେମାନେ କ’ଣ ମିଶରରେ କହି ନ ଥିଲୁ ଏହିପରି ଘଟିବ ବୋଲି? ମିଶରରେ ଆମ୍ଭେମାନେ ତୁମ୍ଭକୁ କହିଲୁ, ‘ଆମ୍ଭକୁ ବିବ୍ରତ କର ନାହିଁ। ଆମ୍ଭକୁ ଏହିଠାରେ ରହି ମିଶରୀୟମାନଙ୍କର ଦାସ ହେବାକୁ ଦିଅ।’ ମରୁଭୂମିରେ ମୃତ୍ୟୁବରଣ କରିବା ଅପେକ୍ଷା ମିଶରବାସୀଙ୍କର ଦାସକର୍ମ କରିବା ଭଲ ହେବ।”
13
କିନ୍ତୁ ମୋଶା ସେମାନଙ୍କୁ କହିଲେ, “ଭୟ କର ନାହିଁ। ଦୌଡ଼ି ପଳାଇବାର ଆବଶ୍ୟକ ନାହିଁ। ଏହିଠାରେ ଧିରସ୍ଥିର ହୋଇ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭେମାନେ ମିଶରବାସୀମାନଙ୍କୁ ଆଉ ପୁନରାୟ ଦେଖିବ ନାହିଁ।
14
ଏବଂ ତୁମ୍ଭମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ତୁମ୍ଭେମାନେ ଏଠାରେ ଶାନ୍ତିରେ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।”
15
ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ମୋ’ ପାଖରେ କ୍ରନ୍ଦନ କରୁଛ? ଇସ୍ରାଏଲୀୟମାନଙ୍କୁ କୁହ ସେମାନେ ଆଗକୁ ମାଡ଼ି ଗ୍ଭଲନ୍ତୁ।
16
ତୁମ୍ଭର ଆଶାବାଡ଼ିକୁ ସୂଫସାଗର ଉପରେ ବୁଲାଅ, ତାହା ବିଭକ୍ତ ହେବ, ଯାହା ଫଳରେ ଇସ୍ରାଏଲର ଲୋକମାନେ ସମୁଦ୍ର ମଧ୍ୟରେ ଶୁଖିଲା ପଥରେ ଯାଇ ପାରିବେ।
17
ମୁଁ ମିଶରୀୟମାନଙ୍କୁ କଠିନ କରିବି, ଯେଉଁଥିରେ ସେମାନେ ତୁମ୍ଭମାନଙ୍କ ପଛରେ ଗୋଡ଼ାଇବେ। ମୁଁ ତୁମ୍ଭକୁ ଦେଖାଇବି, କିପରି ମୁଁ ଫାରୋ, ତାଙ୍କର ଅଶ୍ୱାରୋହୀ ସୈନ୍ୟ, ରଥାରୋହୀ ସୈନ୍ୟମାନଙ୍କଠାରୁ ଶକ୍ତିଶାଳୀ।
18
ଏହା ପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ୱର। ସେମାନେ ମୋତେ ସମ୍ମାନ କରିବେ ଯେତେବେଳେ ମୁଁ ଫାରୋ ଏବଂ ତା’ର ରଥାରୋହୀମାନଙ୍କୁ ଏବଂ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ପରାସ୍ତ କରିବି।”
19
ସଦାପ୍ରଭୁ ମିଶରର ସୈନ୍ୟମାନଙ୍କୁ ପରାସ୍ତ କଲେ ଏହା ପରେ ସଦାପ୍ରଭୁଙ୍କର ଦୂତ ଯିଏକି ଇସ୍ରାଏଲୀୟ ସୈନ୍ୟମାନଙ୍କ ଆଗରେ ଥିଲେ, ସେମାନଙ୍କ ପଛକୁ ଗଲେ। ତେଣୁ ଘନମେଘ ସେହି ଲୋକମାନଙ୍କ ସମ୍ମୁଖରେ ଗତିକରି ପଛ ପଟକୁ ଗଲା।
20
ଏହି ପ୍ରକାରେ ଘନମେଘ ଇସ୍ରାଏଲୀୟ ସୈନ୍ୟ ଓ ମିଶରୀୟ ସୈନ୍ୟମାନଙ୍କ ମଧ୍ୟରେ ରହିଲା। ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରେ ଆଲୋକବର୍ତ୍ତିକା ଓ ମିଶର ଲୋକମାନଙ୍କ ସମ୍ମୁଖରେ ଅନ୍ଧକାରଚ୍ଛନ୍ନ ହୋଇ ରହିଲା। ଯେଉଁଥିପାଇଁ ସେହି ରାତ୍ରରେ ମିଶରବାସୀ ଇସ୍ରାଏଲୀୟମାନଙ୍କ ପାଖକୁ ଆସି ପାରିଲେ ନାହିଁ।
21
ମୋଶା ତାଙ୍କର ଆଶାବାଡ଼ି ସୂଫସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବେଗରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହୋଇଗଲା ଏବଂ ସମୁଦ୍ର ମଧ୍ୟ ଶୁଷ୍କ ଭୂମିରେ ପରିଣତ ହୋଇଗଲା।
22
ଇସ୍ରାଏଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ୟଦେଇ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସେମାନଙ୍କର ବାମପଟେ ଓ ଦକ୍ଷିଣ ପଟେ ରହିଲା।
23
ମିଶରୀୟମାନେ ସେମାନଙ୍କ ପଛରେ ଗୋଡ଼ାଇଲେ। ଏହା ପରେ ଫାରୋଙ୍କର ସମସ୍ତ ଅଶ୍ୱ ଓ ରଥ ସେମାନଙ୍କୁ ସମୁଦ୍ର ପର୍ଯ୍ୟନ୍ତ ଅନୁସରଣ କଲେ।
24
ପ୍ରଭାତରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦେଇ ମିସ୍ରୀୟ ସୈନ୍ୟମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀୟ ସୈନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଲେ।
25
ରଥର ଚକଗୁଡ଼ିକ ରଥରୁ ବାହାରିଯିବାରୁ, ସେମାନଙ୍କୁ ରଥଗୁଡ଼ିକ ଆଗେଇ ନେବାକୁ ବହୁତ କଷ୍ଟ ହେଲା। ମିଶରୀୟ ଲୋକମାନେ ଚିତ୍କାର କଲେ, “ଗ୍ଭଲ ଏଠାରୁ ପଳାଇ ଯିବା! ସଦାପ୍ରଭୁ ଇସ୍ରାଏଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି।”
26
ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସମୁଦ୍ର ଉପରେ ତୁମ୍ଭର ହସ୍ତ ବିସ୍ତାର କର। ଏଥିରେ ସମୁଦ୍ର ଜଳ ମାଡ଼ିଯାଇ ମିଶରର ରଥାରୋହୀ ଓ ଅଶ୍ୱାରୋହୀମାନଙ୍କୁ ବୁଡ଼ାଇ ଦେବ।”
27
ତେଣୁ ମୋଶା ତାଙ୍କର ହସ୍ତ ସମୁଦ୍ର ଉପରେ ବିସ୍ତାର କଲେ। ଏହା ପରେ ଠିକ୍ ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ର ପୂର୍ବପରି ସମାନ ହୋଇଗଲା। ମିଶରୀୟମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତେ ସଦାପ୍ରଭୁ ସେମାନଙ୍କୁ ସମୁଦ୍ରରେ ନିକ୍ଷେପ କଲେ।
28
ସମୁଦ୍ର ତା’ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡ଼ିକ, ଅଶ୍ୱାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଉଥିବା ଫାରୋଙ୍କର ସମଗ୍ର ସୈନ୍ୟବାହିନୀ ସମୁଦ୍ରରେ ବୁଡ଼ିଗଲେ। କେହି ଜଣେ ହେଲେବି ସୈନ୍ୟ ବଞ୍ଚିଲେ ନାହିଁ।
29
ମାତ୍ର ଇସ୍ରାଏଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସେମାନଙ୍କର ବାମ ଓ ଡାହାଣ ପାର୍ଶ୍ୱରେ କାନ୍ଥପରି ଛିଡ଼ା ହୋଇ ରହିଲା।
30
ତେଣୁ ସେହି ଦିନ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲେ। ଏବଂ ସେଥିପାଇଁ ଇସ୍ରାଏଲର ଲୋକମାନେ ମିଶରୀୟମାନଙ୍କର ମୃତ ଦେହକୁ ସୂଫସାଗର କୂଳରେ ଥିବାର ଦେଖିଲେ।
31
ସେହି ଦିନ ଇସ୍ରାଏଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସେହି ମହାନ୍ ଶକ୍ତି ଯେତେବେଳେ ସେ ମିଶରୀୟମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସେମାନେ ସଦାପ୍ରଭୁ ଓ ତାଙ୍କର ଦାସ ମୋଶାଙ୍କଠାରେ ବିଶ୍ୱାସ ରଖିଲେ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40