bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 32
Exodus 32
Odia Bible ERV 2004 (ପବିତ୍ର ବାଇବଲ)
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 33 →
1
ସୁବର୍ଣ୍ଣ ବାଛୁରି ଲୋକମାନେ ଅନୁଭବ କଲେ ଯେ, ମୋଶା ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡେରି କଲେ। ତେଣୁ ସେମାନେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସେମାନେ ତାଙ୍କୁ କହିଲେ, “ଦେଖ, ମୋଶା ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣି ପାରିଲୁ ନାହିଁ ତାଙ୍କର କ’ଣ ହୋଇଛି। ଆମ୍ଭମାନଙ୍କୁ ଆଗେଇ ନେବା ପାଇଁ କେତେକ ଦେବତାଗଣ ନିର୍ମାଣ କର।”
2
ହାରୋଣ ସେହି ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ୟାମାନଙ୍କର କର୍ଣ୍ଣ କୁଣ୍ଡଳ ମୋ’ ପାଖକୁ ଆଣ।”
3
ତେଣୁ ଲୋକମାନେ ସେହି କର୍ଣ୍ଣକୁଣ୍ଡଳ ଗୁଡ଼ିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ।
4
ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା’ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ସେଥିରେ ଢଳା ବାଛୁରି ନିର୍ମାଣ କଲେ। ଏହା ପରେ ସେ କହିଲେ, “ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଥିଲେ, ସେଗୁଡ଼ିକ ଏହି।”
5
ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖରେ ଏକ ବେଦି ତିଆରି କଲେ। ଏହା ପରେ ହାରୋଣ ସେଠାରେ ଏକ ଘୋଷଣା କଲେ। ସେ କହିଲେ “ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହେବ।”
6
ତା’ ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସେମାନେ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ଏହା ପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହା ପରେ ଲୀଳା କରିବାକୁ ଉଠିଲେ।”
7
ସେହି ସମୟରେ, ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ଯାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସେମାନେ ଘୋର ପାପ କରିଛନ୍ତି।
8
ସେମାନେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦେଇଥିବା ପଥରୁ ବିମୁଖ ହେଲେ। ସେମାନେ ସୁବର୍ଣ୍ଣର ଏକ ବାଛୁରି ନିର୍ମାଣ କଲେ। ସେମାନେ ସେହି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା’ର ସମ୍ମୁଖରେ ବଳିଦାନ କରୁଛନ୍ତି। ସେମାନେ କହନ୍ତି, ‘ଇସ୍ରାଏଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦେବତା ବାହାର କରି ଆଣିଲେ, ସେଗୁଡ଼ିକ ଏହି।’”
9
ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜିଦ୍ଖୋର
10
ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”
11
କିନ୍ତୁ ମୋଶା ସଦାପ୍ରଭୁ ପରମେଶ୍ୱରଙ୍କୁ ଭିକ୍ଷା ମାଗିଲେ, “ହେ ସଦାପ୍ରଭୁ, ତୁମ୍ଭର କ୍ରୋଧରେ ତୁମ୍ଭର ଲୋକମାନଙ୍କୁ ଧ୍ୱଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲ।
12
କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ।
13
ମନେରଖ, ଅବ୍ରହାମ, ଇସ୍ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’
14
ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ୱଂସ କରିବାରୁ ମନ ପରିବର୍ତ୍ତନ କଲେ।
15
ଏହା ପରେ ମୋଶା ବୁଲି ପଡ଼ିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମୋଶାଙ୍କ ହାତରେ ଚୁକ୍ତି ଲେଖା ଯାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲେଖା ହୋଇଥିଲା।
16
ପରମେଶ୍ୱରଙ୍କ ଦ୍ୱାରା ସେହି ପ୍ରସ୍ତର ଫଳକ ନିର୍ମିତ ହୋଇଥିଲା ଏବଂ ପରମେଶ୍ୱର ସ୍ୱହସ୍ତରେ ଲେଖିଥିଲେ।
17
ଯିହୋଶୂୟ ସେହି ଭୋଜିର କୋଳାହଳ ଶୁଣିଲେ। ଯିହୋଶୂୟ ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧର ଶବ୍ଦପରି ଏହା ଶୁଭୁଛି।”
18
ମୋଶା ଉତ୍ତର ଦେଲେ, “ଏହା ସୈନ୍ୟମାନଙ୍କର ଜୟଧ୍ୱନିର ଶବ୍ଦ ନୁହେଁ। କିମ୍ବା ପରାଜୟର ଶବ୍ଦ ମଧ୍ୟ ନୁହେଁ। ମୁଁ ଗାୟନର ଶବ୍ଦ ଶୁଣି ପାରୁଛି।”
19
ମୋଶା ଛାଉଣିର ନିକଟକୁ ଆସିଲେ। ସେ ସେହି ସୁବର୍ଣ୍ଣର ବାଛୁରି ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମୋଶା ରାଗିଗଲେ। ସେ ରାଗରେ ସେହି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୂନା କରି ଦେଲେ।
20
ଏହା ପରେ ମୋଶା ସେମାନେ ତିଆରି କରିଥିବା ବାଛୁରିକୁ ନେଇଗଲେ ଏବଂ ସେ ଏହାକୁ ନିଆଁରେ ତରଳାଇ ଦେଲେ। ଏହା ପରେ ସେ ପେଷି ଦେଲେ ଏବଂ ତାକୁ ପାଣିରେ ମିଶାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ସେହି ପାଣି ପିଆଇଲେ।
21
ମୋଶା ହାରୋଣଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ପାଇଁ କ’ଣ କଲେ? କାହିଁକି ତୁମ୍ଭେ ସେମାନଙ୍କୁ ଏପରି ପାପ କରିବାକୁ ଆଗେଇ ନେଲ?”
22
ହାରୋଣ ଉତ୍ତର ଦେଲେ, “କ୍ରୋଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୁଲ୍ କରନ୍ତି।
23
ଲୋକମାନେ ମୋତେ କହିଲେ, ‘ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। କିନ୍ତୁ ତାଙ୍କର କ’ଣ ହେଲା ତାହା ଆମ୍ଭେ ଜାଣୁ ନାହୁଁ। ତେଣୁ କିଛି ଦେବଗଣ ତିଆରି କର ଓ ଆମ୍ଭମାନଙ୍କୁ ଆଗେଇ ନିଅ।’
24
ତେଣୁ ମୁଁ ଲୋକମାନଙ୍କୁ କହିଲି, ‘ଯଦି ତୁମ୍ଭମାନଙ୍କ ପାଖରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତେବେ ମୋ’ ପାଖକୁ ଆଣ, ତେଣୁ ସେମାନେ ମୋତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।’ ମୁଁ ସୁବର୍ଣ୍ଣକୁ ନିଆଁରେ ଫୋପାଡ଼ି ଦେଲି ଓ ଏହି ବାଛୁରି ତିଆରି କଲି।”
25
ମୋଶା ହୃଦ୍ବୋଧ କଲେ ଯେ, ହାରୋଣ ଲୋକମାନଙ୍କୁ ନିୟନ୍ତ୍ରଣ ବାହାର କରି ଦେଇଛନ୍ତି। ତେଣୁ ଶତ୍ରୁମାନଙ୍କ ଦ୍ୱାରା ହାସ୍ୟାସ୍ପଦ ହେବାକୁ ହେବ।
26
ତେଣୁ ମୋଶା ଛାଉଣି ଦ୍ୱାର ଦେଶରେ ଛିଡ଼ା ହୋଇ କହିଲେ, “ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଗ୍ଭହଁ ସେମାନେ ମୋ’ ପାଖକୁ ଆସ।” ଏବଂ ଏଥିରେ ଲେବୀ ବଂଶର ସମସ୍ତ ଲୋକ ମୋଶାଙ୍କ ନିକଟକୁ ଦୌଡ଼ିଲେ।
27
ମୋଶା ସେମାନଙ୍କୁ କହିଲେ, “ମୁଁ ତୁମ୍ଭକୁ କହିବି ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଯାହା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ଜଙ୍ଘରେ ଖଡ଼୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଗୋଟିଏ ଦ୍ୱାରରୁ ଅନ୍ୟଦ୍ୱାର ନିକଟକୁ ଯିବା ଆସିବା କର ଏବଂ ପ୍ରତ୍ୟେକ ଆପଣା ଭ୍ରାତା, ମିତ୍ର ଓ ପ୍ରତିବାସୀକୁ ବଧ କର।’”
28
ତେଣୁ ମୋଶା ଯେପରି କହିଲେ, ଲେବୀୟମାନେ ସେହିପରି କଲେ ଏବଂ ସେହି ଦିନ ଇସ୍ରାଏଲରେ 3000 ଲୋକଙ୍କୁ ହତ୍ୟା କରାଗଲା।
29
ଏହା ପରେ ମୋଶା କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପୁତ୍ର ଓ ଭାତୃଗଣର ବିପକ୍ଷ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜକୁ ନିଯୁକ୍ତି କର ତହିଁରେ ସଦାପ୍ରଭୁ ଆଜି ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।”
30
ପରଦିନ ସକାଳେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଭୟଙ୍କର ପାପ କରିଛ। କିନ୍ତୁ ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କ ନିକଟକୁ ଯିବି ଏବଂ ହୁଏତ ତୁମ୍ଭର ପାପ ପାଇଁ ମୁଁ ପ୍ରାୟଶ୍ଚିତ କରିବାକୁ ସକ୍ଷମ ହେବି।”
31
ତେଣୁ ମୋଶା ପରମେଶ୍ୱରଙ୍କ ନିକଟକୁ ଫେରିଗଲେ ଏବଂ କହିଲେ, “ହେ ସଦାପ୍ରଭୁ, ମୋର ଗୁହାରି ଶୁଣ। ଏହି ଲୋକମାନେ ସୁବର୍ଣ୍ଣରେ ଦେବତାଗଣ କରି ଭୟଙ୍କର ପାପ କରିଛନ୍ତି।
32
ବର୍ତ୍ତମାନ ସେମାନଙ୍କର ପାପକୁ କ୍ଷମା କରିଦିଅ, ଯଦି ତୁମ୍ଭେ ସେମାନଙ୍କୁ କ୍ଷମା ନ କର ତେବେ ତୁମ୍ଭେ ଲେଖିଥିବା ଜୀବନ୍ତ ପୁସ୍ତକରୁ ମୋର ନାମକୁ କାଟି ଦିଅ।”
33
କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେଉଁମାନେ ମୋ’ ବିରୁଦ୍ଧରେ ପାପ କରିଅଛନ୍ତି, ମୁଁ ମୋର ଜୀବନ୍ତ ପୁସ୍ତକରୁ ସେମାନଙ୍କର ନାମ କାଟି ଦେବି।
34
ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହୁଅଛି ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ। ଦେଖ, ମୋର ସ୍ୱର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହେବେ।”
35
ତେଣୁ ସଦାପ୍ରଭୁ ଲୋକମାନଙ୍କ ଉପରେ ଭୟଙ୍କର ଅସୁସ୍ଥତା ଆଣିଲେ, ସେ ଏପରି କଲେ କାରଣ ଲୋକମାନେ ହାରୋଣଙ୍କୁ ଏହି ସୁବର୍ଣ୍ଣ ବାଛୁରି ତିଆରି କରିବାକୁ କହିଥିଲେ।
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 33 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40