bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 29
Exodus 29
Odia Bible ERV 2004 (ପବିତ୍ର ବାଇବଲ)
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 30 →
1
ଯାଜକମାନଙ୍କର ନିଯୁକ୍ତି ପର୍ବ “ବର୍ତ୍ତମାନ ମୁଁ ତୁମ୍ଭକୁ କହିବି, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କିପରି ଯାଜକ ଭାବେ ନିଯୁକ୍ତି କରିବା ପାଇଁ ହେବ। ଏକ ନିଖୁଣ ବାଛୁରି ଓ ଦୁଇଟି ନିଖୁଣ ଅଣ୍ଡିରା ମେଷ ନିଅ।
2
ଏହା ପରେ ତାଡ଼ିଶୂନ୍ୟ ରୋଟୀ ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳୀ, ଏବଂ ତୈଳଯୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡ଼ିଶୂନ୍ୟ ଅଟାରୁ ପ୍ରସ୍ତୁତ କରିବ।
3
ଏହି ପିଠା ଓ ରୋଟୀତକ ଡାଲାରେ ରଖ। ଏହା ପରେ ସେହି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମେଷ ସମାଗମ-ତମ୍ବୁ ନିକଟକୁ ଆଣ।
4
“ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ-ତମ୍ବୁ ସ୍ଥାନର ଦ୍ୱାର ଦେଶକୁ ଆଣ। ସେମାନଙ୍କୁ ଗାଧୋଇ ଦିଅ।
5
ହାରୋଣକୁ ସେହି ସ୍ୱତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଳ ସୂତ୍ରରେ ବୁଣା ଯାଇଥିବା ଗ୍ଭେଗା ଏବଂ ଏଫୋଦର ଗ୍ଭେଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟିବନ୍ଧନ ତାହାର କଟିରେ ବାନ୍ଧ।
6
ତାହାର ମସ୍ତକରେ ପାଗ ବାନ୍ଧି ତା’ ଉପରେ ଏକ ପବିତ୍ର ମୁକୁଟ ଦେବ।
7
ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତାହାର ମସ୍ତକ ଉପରେ ଢାଳି ତାକୁ ଅଭିଷେକ କରିବ।
8
“ଏହା ପରେ ହାରୋଣର ପୁତ୍ରମାନଙ୍କୁ ସେହି ସ୍ଥାନକୁ ଆଣ। ସେମାନଙ୍କୁ ଧଳା ଜାମା ପରିଧାନ କରାଇବ।
9
ହାରୋଣର ଓ ତା’ର ପୁତ୍ରମାନଙ୍କର କଟିରେ କଟିବନ୍ଧନ ବାନ୍ଧିଦିଅ ଓ ସେମାନଙ୍କ ମସ୍ତକରେ ପଗଡ଼ି ବାନ୍ଧ। ତହିଁରେ ସେମାନେ ବିଶେଷ ବ୍ୟବସ୍ଥା ଅନୁସାରେ ସର୍ବଦା ଯାଜକ ହେବେ।
10
“ତା’ପରେ ସେହି ବାଛୁରିକୁ ସମାଗମ-ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା’ର ପୁତ୍ରମାନେ ସେହି ଗୋବତ୍ସ ମସ୍ତକରେ ହାତ ରଖିବେ।
11
ଏହା ପରେ ସେହି ବାଛୁରିକୁ ସେହିଠାରେ ଅର୍ଥାତ୍ ସେହି ପ୍ରବେଶ ଦ୍ୱାର ନିକଟରେ ହତ୍ୟା କର। ଏହା ସଦାପ୍ରଭୁଙ୍କ ସମ୍ମୁଖରେ ହେବ।
12
ଏହା ପରେ ସେହି ବାଛୁରିର କିଛି ରକ୍ତ ଯଜ୍ଞବେଦି ନିକଟକୁ ନିଅ। ତୁମ୍ଭର ଅଙ୍ଗୁଳିରେ ରକ୍ତ ନେଇ ଯଜ୍ଞବେଦିର ଶିଙ୍ଗ ଉପରେ ଦିଅ ଓ ଅବଶିଷ୍ଟ ରକ୍ତ ବେଦି ମୂଳରେ ଢାଳ।
13
ତା’ପରେ ତା’ର ଭିତରର ମେଦ, କଲିଜାର ମେଦ ଅଂଶ, ଯକୃତ ଏବଂ ଗ୍ଭରିପଟେ ଥିବା ମେଦକୁ ଯଜ୍ଞବେଦିରେ ଦଗ୍ଧ କର।
14
ଏହା ପରେ ବାଛୁରିର ମାଂସ, ଚର୍ମ ଏବଂ ତା’ର ଗୋବର ନେଇ ଛାଉଣି ବାହାରେ ଦଗ୍ଧ କର। ଏହା ଯାଜକମାନଙ୍କ ପାଇଁ ନୈବେଦ୍ୟ ହେବ।
15
“ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କୁହ ସେମାନେ ତାଙ୍କର ହସ୍ତ ଏକ ଅଣ୍ଡିରା ମେଷର ମସ୍ତକ ଉପରେ ରଖିବେ।
16
ସେହି ଅଣ୍ଡିରା ମେଷକୁ ହତ୍ୟା କର ଓ ତା’ର ରକ୍ତ ସଂଗ୍ରହ କର। ସେହି ରକ୍ତକୁ ଯଜ୍ଞବେଦିର ଗ୍ଭରିକାନ୍ଥରେ ଛିଞ୍ଚି ଦିଅ।
17
ଏହା ପରେ ଅଣ୍ଡିରା ମେଷକୁ ଖଣ୍ଡ ଖଣ୍ଡ କରି କାଟ। ତାହାର ଅନ୍ତ ଓ ଗୋଡ଼ ଧୌତ କରି ତାହା ସବୁ ସେହି ଖଣ୍ଡ ସକଳ ଓ ତା’ର ମସ୍ତକ ସହିତ ରଖ।
18
ଏହା ପରେ ଗୋଟା ମେଷକୁ ଯଜ୍ଞବେଦି ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ହୋମବଳି। ଏହା ସଦାପ୍ରଭୁଙ୍କ ପାଇଁ ସୁବାସିତ ଉପହାର।
19
“ହାରୋଣକୁ ଏବଂ ତାଙ୍କର ପୁତ୍ରମାନଙ୍କୁ ଅନ୍ୟ ଅଣ୍ଡିରା ମେଷ ମୁଣ୍ଡ ଉପରେ ହାତ ରଖିବାକୁ କୁହ।
20
ସେହି ଅଣ୍ଡିରା ମେଷକୁ ହତ୍ୟା କର ଏବଂ ତା’ର କିଛି ରକ୍ତ ସଂଗ୍ରହ କର। ସେହି ରକ୍ତକୁ ହାରୋଣର ଦକ୍ଷିଣକର୍ଣ୍ଣ ପ୍ରାନ୍ତରେ ଓ ତା’ର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ ଲଗାଅ। ସେମାନଙ୍କର ଦକ୍ଷିଣହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଠି ଉପରେ ଏହା ଲଗାଅ। ପୁଣି ଯଜ୍ଞବେଦିର ଗ୍ଭହିଆଡ଼େ ରକ୍ତ ଛିଞ୍ଚ।
21
ଏହା ପରେ ଯଜ୍ଞବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ। ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ।
22
“ଆହୁରି ତୁମ୍ଭେ ସେହି ଉତ୍ସର୍ଗୀତ ମେଷର ମେଦ ଓ ମେଦମୟ ଲାଙ୍ଗୁଳ ଓ ଅନ୍ତ ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନିଅ। ଯେହେତୁ ତାହା ଏକ ଉତ୍ସର୍ଗୀକୃତ ଅଣ୍ଡିରା ମେଷ।
23
ଏହା ପରେ ତାଡ଼ିଶୂନ୍ୟ ରୋଟୀ ଡାଲା ନେଇ ସେହି ଡାଲାକୁ ସଦାପ୍ରଭୁଙ୍କ ସମ୍ମୁଖରେ ଥୋଇବ। ସେହି ଡାଲାରୁ ଏକ ରୋଟୀ, ତୈଳମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେବ।
24
ଏହିସବୁ ନେଇ ହାରୋଣ ଏବଂ ତା’ର ପୁତ୍ରମାନଙ୍କ ହାତରେ ଦେବ। ତାଙ୍କୁ କୁହ ସେମାନେ ଏହିସବୁ ସଦାପ୍ରଭୁଙ୍କ ସମ୍ମୁଖରେ ହାତରେ ଧରିବେ ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶିଷ୍ଟ ନୈବେଦ୍ୟ ହେବ।
25
ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରଙ୍କ ହସ୍ତରୁ ଏହି ନୈବେଦ୍ୟ ନେଇ ଯଜ୍ଞବେଦିର ହୋମବଳି ଉପରେ ଦଗ୍ଧ କର। ଏହା ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର।
26
“ହାରୋଣଙ୍କର ଉତ୍ସର୍ଗୀକୃତ ଅଣ୍ଡିରା ମେଷର ଛାତି ନିଅ ଏବଂ ଏହାକୁ ବିଶେଷ ନୈବେଦ୍ୟରୂପେ ସଦାପ୍ରଭୁଙ୍କ ସମ୍ମୁଖରେ ଧର। ଏହା ତୁମ୍ଭର ଅଂଶ ହେବ।
27
ଉତ୍ସର୍ଗୀକୃତ ମେଷର ଛାତି ଓ ଗୋଡ଼କୁ ନିଅ ଏବଂ ଏହାକୁ ପବିତ୍ର ରୂପେ ପୃଥକ କର। ଏହି ଅଂଶସବୁ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଅ।
28
ଇସ୍ରାଏଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦେବେ। ଯେତେବେଳେ ଇସ୍ରାଏଲର ଲୋକମାନେ ସେହିସବୁ ନୈବେଦ୍ୟ ଦେବେ ସେହି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସେମାନେ ଯାଜକକୁ ଯେତେବେଳେ ଏହିସବୁ ଅଂଶ ଦେବେ, ଏହା ଯାଜକମାନଙ୍କ ଦ୍ୱାରା ଗ୍ରହଣ କରାଯିବ।
29
“ହାରୋଣଙ୍କ ପାଇଁ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ବସ୍ତ୍ରକୁ ସାଇତି ରଖ। ତାଙ୍କର ମୃତ୍ୟୁ ପରେ ଏହି ପୋଷାକ ତାଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ଦ୍ୱାରା ବ୍ୟବହାର ହେବ। ସେ ଏହାକୁ ପିନ୍ଧିବେ ଯେତେବେଳେ ସେ ଅଭିଷିକ୍ତ ଓ ଯାଜକ ପଦରେ ସମ୍ପ୍ରଦାୟଭୁକ୍ତ ହେବେ।
30
ହାରୋଣଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ମହାଯାଜକ ହେବେ। ତାଙ୍କର ପୁତ୍ର ଏହି ବିଶେଷ ପୋଷାକକୁ ସାତ ଦିନ ଧରି ପରିଧାନ କରିବେ। ଯେତେବେଳେ ସେମାନେ ସମାଗମ-ତମ୍ବୁକୁ ଆସିବେ, ସେହି ପବିତ୍ର ସ୍ଥାନରେ ସେବା କରିବେ।
31
“ଏହା ପରେ ସେହି ପଦନିଯୋଗାର୍ଥକ ଅଣ୍ଡିରା ମେଷର ମାଂସ ନେଇ ଗୋଟିଏ ପବିତ୍ର ସ୍ଥାନରେ ରୋଷେଇ କର।
32
ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାଗମ-ତମ୍ବୁ ଦ୍ୱାର ଦେଶରେ ଏହାକୁ ଖାଇବେ। ଡାଲାରେ ଥିବା ରୋଟୀକୁ ମଧ୍ୟ ସେମାନେ ଖାଇବେ।
33
ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା, ତାହା ସେମାନେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ କାରଣ ତାହା ସବୁ ପବିତ୍ର ବସ୍ତୁ।
34
“ଯଦି ପଦନିଯୋଗାର୍ଥକ ମାଂସର କିଛି ଅଂଶ କିମ୍ବା ରୋଟୀ ସକାଳ ପର୍ଯ୍ୟନ୍ତ ରହିଯାଏ, ତେବେ ତାକୁ ଅଗ୍ନିରେ ଦଗ୍ଧ କର। ତୁମ୍ଭେମାନେ କେହି ଏହାକୁ ଖାଇବା ଉଚିତ୍ ନୁହଁ, କରଣ ଏହା ପବିତ୍ର ଅଟେ।
35
“ତୁମ୍ଭେମାନେ ଏହିସବୁ ନିଶ୍ଚିତ କରିବ, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ପାଇଁ ଆମ୍ଭେ ତୁମ୍ଭକୁ ଦେଇଥିବା ଆଜ୍ଞାନୁସାରେ ନିଶ୍ଚୟ କରିବ। ତାଙ୍କର ପଦନିଯୋଗ ପାଇଁ ନିଶ୍ଚିତ ଭାବରେ ସାତ ଦିନ ପାଇଁ ଲାଗିବ।
36
ପ୍ରସ୍ତୁତ କରିବା ପାଇଁ ଏବଂ ଯଜ୍ଞବେଦିକୁ ପବିତ୍ର କରିବା ପାଇଁ ତୁମ୍ଭେମାନେ ସାତ ଦିନ ପାଇଁ ପ୍ରତ୍ୟେକ ଦିନ ଏକ ବାଛୁରି ବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଉତ୍ସର୍ଗୀତ କରିବା ପାଇଁ ଏହା ଉପରେ ଅଲିଭ ତୈଳ ଢାଳ।
37
ସାତ ଦିନ ଯାଏ ଯଜ୍ଞବେଦିକୁ ପ୍ରସ୍ତୁତ କର। ଏହିପରି ଯଜ୍ଞବେଦିଟି ଅତି ପବିତ୍ର ହେବ। ଯାହାକିଛି ଯଜ୍ଞବେଦିକୁ ସ୍ପର୍ଶ କରେ ନିଶ୍ଚୟ ସେସବୁ ପବିତ୍ର ହେବ।
38
“ପ୍ରତ୍ୟେକ ଦିନ ସେହି ଯଜ୍ଞବେଦି ଉପରେ ତୁମ୍ଭେ ନୈବେଦ୍ୟ ଉତ୍ସର୍ଗ କରିବ। ଏହି ବଳି ପାଇଁ ମେଷଶାବକ ଏକ ବର୍ଷୀୟ ହେବ ଏବଂ ପ୍ରତ୍ୟେକ ଦିନ ଏହା ଦୁଇଟି ବଳି ହେବ।
39
ପ୍ରଥମ ମେଷଶାବକ ପ୍ରଭାତରେ ଓ ଅନ୍ୟଟି ସନ୍ଧ୍ୟା ସମୟରେ ଉତ୍ସର୍ଗ କରିବ।
40
ଯେତେବେଳେ ତୁମ୍ଭେ ପ୍ରଥମ ମେଷଶାବକ ସହିତ ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟନୈବେଦ୍ୟ ନିମନ୍ତେ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ଉତ୍ସର୍ଗ କର।
41
ସନ୍ଧ୍ୟା ସମୟରେ ଯେତେବେଳେ ଦ୍ୱିତୀୟ ମେଷ ଶାବକକୁ ଉତ୍ସର୍ଗ କରିବ, ପ୍ରଭାତରେ ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନି ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ।
42
“ଏହା ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ ହୋମବଳି ହେବ। ସେହି ସ୍ଥାନରେ ମୁଁ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବି।
43
ସେହି ସ୍ଥାନରେ ମୁଁ ଇସ୍ରାଏଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମୋର ମହିମାରେ ତମ୍ବୁଟି ପବିତ୍ର ହେବ।
44
“ମୁଁ ସମାଗମ-ତମ୍ବୁ ଓ ଯଜ୍ଞବେଦି ପବିତ୍ର କରିବି ଏବଂ ହାରୋଣ ଓ ତା’ର ପୁତ୍ରଗଣକୁ ଯାଜକ ରୂପେ ମୋର ସେବା କରିବା ପାଇଁ ଉତ୍ସର୍ଗ କରିବି।
45
ମୁଁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରିବି ଏବଂ ସେମାନଙ୍କର ପରମେଶ୍ୱର ହେବି।
46
ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ତାହା ସେମାନେ ଜାଣିବେ। ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ଆମ୍ଭେ ମିଶର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର।
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 30 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40