bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 38
Exodus 38
Odia Bible ERV 2004 (ପବିତ୍ର ବାଇବଲ)
← Chapter 37
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 39 →
1
ହୋମବେଦି ଏହା ପରେ ନୈବେଦ୍ୟ ଦଗ୍ଧ କରିବା ପାଇଁ ବତ୍ସଲେଲ ଶିଟୀମ୍ କାଠରେ ଏକ ଯଜ୍ଞବେଦି ନିର୍ମାଣ କଲେ। ଏହି ହୋମବେଦିଟି ବର୍ଗାକାର ଥିଲା। ଏହାର ଦୈର୍ଘ୍ୟ ପାଞ୍ଚ ହାତ, ପ୍ରସ୍ଥ ପାଞ୍ଚ ହାତ ଏବଂ ଉଚ୍ଚତା ତିନି ହାତ ଥିଲା।
2
ସେ ଗ୍ଭରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଗ୍ଭରୋଟି ଶିଙ୍ଗକୁ ମିଶାଇ ଦେଲେ, ସେସବୁ ଯଜ୍ଞବେଦିର ଏକ ଅଂଶ ହେଲା ଏବଂ ତା’ଉପରେ କଂସା ମଡ଼ାଇଲେ।
3
ଏହା ପରେ ସେ ଯଜ୍ଞବେଦି ପାଇଁ ଦରକାରୀ ପିତ୍ତଳ ପାତ୍ର, ବେଲଗ୍ଭ, କରଚୁଲ୍ଲୀ, ଗରା, କଣ୍ଟା ଗ୍ଭମଚ ଓ ଅଙ୍ଗାରଧାନୀ ସବୁକୁ ପ୍ରସ୍ତୁତ କଲେ।
4
ଏହା ପରେ ସେ ଯଜ୍ଞବେଦି ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ଯଜ୍ଞବେଦିର ଧାରରେ ବାନ୍ଧିଲେ। ଯାହାକି ଯଜ୍ଞବେଦିର ମଝି ପର୍ଯ୍ୟନ୍ତ ଆସିଲା।
5
ଏହା ପରେ ସେ କଂସାର କଡ଼ା ତିଆରି କଲେ। ଏହି କଡ଼ା ମଧ୍ୟରେ ସାଙ୍ଗୀ ପୁରେଇ ବେଦି ବୁହାଗଲା। ସେ କଂସା ଜାଲିର ଗ୍ଭରି ପାଖରେ ଗ୍ଭରୋଟି କଡ଼ା ଲଗାଇଲେ।
6
ଏହା ପରେ ସେ ଶିଟୀମ୍ କାଠରେ ଏହାକୁ ବହିବା ପାଇଁ ସାଙ୍ଗୀ ପ୍ରସ୍ତୁତ କଲେ। ସେହି ସାଙ୍ଗୀ ଉପରେ ପିତ୍ତଳର ଆବରଣ ମଡ଼ାଇଲେ।
7
ବେଦିଟିକୁ ବହିବା ପାଇଁ ସେ ଯଜ୍ଞବେଦି ପାର୍ଶ୍ୱରେ ଥିବା କଡ଼ା ମଧ୍ୟରେ ସାଙ୍ଗୀକୁ ପୁରାଇଲେ। ସେ ଯଜ୍ଞବେଦିଟିକୁ ଖାଲି ସିନ୍ଦୁକ ପରି ପଟାରେ ନିର୍ମାଣ କଲେ।
8
ସ୍ତ୍ରୀ ଲୋକମାନେ ଦେଇଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୁଖା ତିଆରି କଲେ। ସେହି ସ୍ତ୍ରୀଲୋକମାନେ ସମାଗମ-ତମ୍ବୁର ଦ୍ୱାର ସମୀପରେ ସେବା କରୁଥିଲେ।
9
ପବିତ୍ର ତମ୍ବୁର ଗ୍ଭରିପାଖର ଅଗଣା ଏହା ପରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ। ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱରେ ବଳା ଶୁଭ୍ର କ୍ଷୋମସୂତ୍ରରେ ଏକଶତ ହାତ ନିର୍ମିତ ପରଦା ନିର୍ମାଣ କଲେ।
10
ଏହାର କୋଡ଼ିଏଟି ସ୍ତମ୍ଭ କୋଡ଼ିଏଟି ଚୁଙ୍ଗୀ ପିତ୍ତଳର ଏବଂ ସେହି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା।
11
ଉତ୍ତର ଦିଗର ପରଦା ଶହେ ହାତ ତାହାର କୋଡ଼ିଏଟି ସ୍ତମ୍ଭ କୋଡ଼ିଏଟି ପିତ୍ତଳର ଚୁଙ୍ଗୀ ଓ ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା।
12
ପଶ୍ଚିମ ପାର୍ଶ୍ୱରେ ପରଦା ପଗ୍ଭଶ୍ ହାତ ଲମ୍ବ ଥିଲା। ଏହାର ଦଶ ଗୋଟି ସ୍ତମ୍ଭ ଓ ଦଶ ଗୋଟି ଚୁଙ୍ଗୀ, ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ଥିଲା।
13
ପୂର୍ବ ଦିଗରେ ପୂର୍ବ ପାର୍ଶ୍ୱ ନିମନ୍ତେ ପଗ୍ଭଶ୍ ହାତଥିଲା।
14
ଦ୍ୱାରର ଏକ ପାର୍ଶ୍ୱ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
15
ଅନ୍ୟ ପାର୍ଶ୍ୱ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ୱାର ସନ୍ନିକଟ ଏକ ପାର୍ଶ୍ୱସ୍ଥ ଓ ଅନ୍ୟ ପାର୍ଶ୍ୱସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
16
ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ସକଳ ପରଦା ବଳାଶୁଭ୍ର କ୍ଷୋମସୂତ୍ରରେ ନିର୍ମିତ ଥିଲା।
17
ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡ଼ା ଛଡ଼ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପାରେ ଛାଉଣି ହୋଇଥିଲା। ଏବଂ ଅଗଣାର ଖମ୍ବର ଛଡ଼ସବୁ ରୂପାରେ ତିଆରି ହୋଇଥିଲା।
18
ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ଶିଳ୍ପ କର୍ମରେ ପରିପୂର୍ଣ୍ଣ ଥିଲା। ପ୍ରାଙ୍ଗଣର ପରଦା ପରି ତାହାର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ପାଞ୍ଚ ହାତ ଥିଲା।
19
ତହିଁରେ ପିତ୍ତଳର ଗ୍ଭରିଟି ସ୍ତମ୍ଭ, ଗ୍ଭରିଟି ଚୁଙ୍ଗୀ ରୂପାର ଆଙ୍କଡ଼ା ତା’ର ମୁଣ୍ଡାଳି ରୂପାରେ ଛାଉଣି ହୋଇଥିଲା। ଏବଂ ଛୁଞ୍ଚିଆ ରୂପା ନିର୍ମିତ ଥିଲା।
20
ପବିତ୍ର ତମ୍ବୁର ଓ ଅଗଣାର ଖିଲସବୁ କଂସାରେ ନିର୍ମିତ ହୋଇଥିଲା।
21
ମୋଶା ଲେବୀୟ ଲୋକମାନଙ୍କୁ ଆଜ୍ଞା ଦେଲେ, ପବିତ୍ର ତମ୍ବୁରେ ବ୍ୟବହାର ହେଉଥିବା ବସ୍ତୁମାନଙ୍କର ଗଣନା କରିବା ପାଇଁ ଏବଂ ଏହାର ଦାୟିତ୍ୱ ନେଇଥିଲେ ଯାଜକ ହାରୋଣର ପୁତ୍ର ଇଥାମ।
22
ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ସେହି ଅନୁଯାୟୀ ଯିହୁଦା ପରିବାରବର୍ଗର ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲେଲ ସେ ସବୁ ନିର୍ମାଣ କରିଥିଲେ।
23
ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀୟାବ ଖୋଦନ କାର୍ଯ୍ୟରେ, ରୂପାଙ୍କନ କରିବାରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବାରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।
24
ଅଣତିରିଶ୍ ତାଳନ୍ତ ଓ 730 ଶେକଲ ସୁବର୍ଣ୍ଣ ଅଧିକାରୀମାନଙ୍କ ଦ୍ୱାରା ମପାଯାଇ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ଦିଆଗଲା।
25
ଯେତେ ଲୋକ ଗଣିତ ହୋଇଥିଲେ, ସେମାନେ 100 ଶେକଲ ସୁବର୍ଣ୍ଣ ଓ 1775 ଶେକଲ ରୂପା କାର୍ଯ୍ୟାଳୟ ମାପ ଦ୍ୱାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।
26
ଯେତେ ଲୋକ ଗଣତି ହୋଇଥିଲେ, ସେମାନଙ୍କର ବୟସ ଥିଲା କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ। ସେମାନଙ୍କର ସଂଖ୍ୟା ଥିଲା 603,550। ସେମାନେ ପ୍ରତ୍ୟେକ ଏକ ଦୁଇ ବେକା ଅର୍ଥାତ୍ ପବିତ୍ର ସ୍ଥାନର କାର୍ଯ୍ୟାଳୟ ମାପ ଓଜନ ହୋଇଥିବା ଶେକଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେଇଥିଲେ।
27
ଏକ ତାଳନ୍ତ ଲେଖାଏଁ ରୂପାରେ ପବିତ୍ର ସ୍ଥାନର ଆଧାର ଓ ପରଦା ତିଆରି ହୋଇଥିଲା। 100 ଆଧାର ପାଇଁ 100 ତାଳନ୍ତ ବ୍ୟବହାର କରାଗଲା ଅର୍ଥାତ୍ ଗୋଟିଏ ଆଧାର ପାଇଁ ଏକ ତାଳନ୍ତ।
28
ସେମାନେ ଆଙ୍କଡ଼ା, ଛଡ଼ ଏବଂ ଖମ୍ବଗୁଡ଼ିକର ଅଗ୍ରଭାଗକୁ 1775 ଶେକଲ ରୂପାରେ ଆଚ୍ଛାଦନ କଲେ।
29
ପିତ୍ତଳର ନୈବେଦ୍ୟ ସତୁରି ତାଳନ୍ତ 2400 ଶେକଲ ଥିଲା।
30
ଏଣୁ ସେ ପିତ୍ତଳ ଦ୍ୱାର ସମାଗମ-ତମ୍ବୁ ଦ୍ୱାରର ଚୁଙ୍ଗୀ ପିତ୍ତଳ ଯଜ୍ଞବେଦି ଓ ତହିଁର ପିତ୍ତଳର ଝାଞ୍ଜରୀ ଏବଂ ଯଜ୍ଞବେଦିର ସମସ୍ତ ପାତ୍ର ନିର୍ମାଣ କଲେ।
31
ପ୍ରାଙ୍ଗଣର ଚତୁର୍ପାର୍ଶ୍ୱର ଆଧାର ପ୍ରାଙ୍ଗଣର ପ୍ରବେଶ ଦ୍ୱାରର ଆଧାର ଓ ତମ୍ବୁର ସମସ୍ତ ଖିଲ ଏବଂ ପ୍ରାଙ୍ଗଣର ଖିଲ ସବୁ ସେହି କଂସାରେ ନିର୍ମିତ କରାଗଲା।
← Chapter 37
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 39 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40