bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 18
Exodus 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 19 →
1
ମୋଶାଙ୍କ ଶ୍ୱଶୁରଙ୍କଠାରୁ ଉପଦେଶ ମିଦିୟନୀୟମାନଙ୍କର ଯାଜକ ଯିଥ୍ରୋ, ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକାରେ ମୋଶା ଏବଂ ତାଙ୍କର ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି। ଏବଂ ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇସ୍ରାଏଲୀୟମାନଙ୍କୁ ବାହାର କରି ଆଣିଛନ୍ତି।
2
ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ ଗଲେ। ଯେତେବେଳେ ମୋଶା ପରମେଶ୍ୱରଙ୍କ ପର୍ବତ ସୀନୟରେ ଥିଲେ। ଯିଥ୍ରୋ ମୋଶାଙ୍କର ସ୍ତ୍ରୀ ସିପ୍ପୋରାକୁ ସାଙ୍ଗରେ ନେଇଗଲେ। ସିପ୍ପୋରା ମୋଶାଙ୍କ ପାଖରେ ନ ଥିଲେ କାରଣ ମୋଶା ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଇଥିଲେ।
3
ଯିଥ୍ରୋ ମଧ୍ୟ ମୋଶାଙ୍କର ଦୁଇପୁତ୍ରଙ୍କୁ ସାଙ୍ଗରେ ନେଇଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାଯାଇଥିଲା କାରଣ ମୋଶା କହିଲେ, “ମୁଁ ବିଦେଶରେ ପ୍ରବାସୀ ହେଲି।”
4
ଅନ୍ୟ ପୁତ୍ରଟିର ନାମ ଦେଇଥିଲେ ଇଲୀୟେଷର, କାରଣ ତା’ର ଜନ୍ମ ସମୟରେ ମୋଶା କହିଲେ, “ମୋର ପିତାଙ୍କର ପରମେଶ୍ୱର ମୋତେ ସାହାଯ୍ୟ କଲେ ଏବଂ ଫାରୋଙ୍କର ଖଡ଼୍ଗରୁ ରକ୍ଷା କଲେ।”
5
ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ, ମୋଶାଙ୍କର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସେହି ସମୟରେ ମୋଶା ପରମେଶ୍ୱରଙ୍କର ପର୍ବତ ନିକଟରେ ଛାଉଣି ପକାଇଥିଲେ।
6
ଯିଥ୍ରୋ ମୋଶାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋ କହିଲେ, “ମୁଁ ତୁମ୍ଭର ଶ୍ୱଶୁର ଯିଥ୍ରୋ ଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।”
7
ତେଣୁ ମୋଶା ତାଙ୍କ ଶ୍ୱଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମୋଶା ତାଙ୍କ ଶ୍ୱଶୁରଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଏବଂ ସେମାନେ ପରମେଶ୍ୱରଙ୍କର ଉତ୍ତମ ଖବର ବୁଝିଲେ। ଏହା ପରେ ସେମାନେ ମୋଶାଙ୍କ ତମ୍ବୁକୁ ଗଲେ ଓ ସେଠାରେ କଥା ହେଲେ।
8
ସଦାପ୍ରଭୁ ତାଙ୍କର ଇସ୍ରାଏଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସେହି ସମସ୍ତ ବିଷୟ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ। ମୋଶା ମଧ୍ୟ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧରେ ଇସ୍ରାଏଲ ନିମନ୍ତେ ଯାହା କରିଥିଲେ, ସେମାନେ ରାସ୍ତାରେ ସମ୍ମୁଖୀନ ହୋଇଥିବା କଠିନତା ବିଷୟ କହିଲେ। ଏବଂ କିପରି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିଛନ୍ତି ତାହା ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ।
9
ଯିଥ୍ରୋ ବହୁତ ଖୁସୀହେଲେ, ଯେତେବେଳେ ଜାଣିଲେ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ପାଇଁ ଉତ୍ତମ କର୍ମମାନ କରିଛନ୍ତି ଏବଂ ସେ ବହୁତ ଖୁସୀହେଲେ ଯେ ସଦାପ୍ରଭୁ ମିଶରଠାରୁ ଇସ୍ରାଏଲକୁ ମୁକ୍ତ କରିଛନ୍ତି।
10
ଯିଥ୍ରୋ କହିଲେ, “ସଦାପ୍ରଭୁଙ୍କର ପ୍ରଶଂସା କର! ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି।
11
ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦେବତାଗଣଠାରୁ ମହାନ୍। ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ୱର କ’ଣ କଲେ!”
12
ଯିଥ୍ରୋ ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କଲେ। ହାରୋଣ, ମୋଶା ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗେ ଭୋଜନ କଲେ।
13
ତା’ ପରଦିନ ମୋଶା ଲୋକଙ୍କର ବିଗ୍ଭର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହୋଇ ରହିଲେ।
14
ମୋଶା ଲୋକମାନଙ୍କର ବିଗ୍ଭର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଗ୍ଭରିଲେ, “ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଗ୍ଭର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହେବେ?”
15
ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ, “ସେମାନେ ପରମେଶ୍ୱରଙ୍କର ବିଗ୍ଭର ବୁଝିବା ପାଇଁ ମୋ’ ନିକଟକୁ ଆସନ୍ତି।
16
ସେମାନଙ୍କର କୌଣସି ବିବାଦ ହେଲେ, ମୋ’ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଗ୍ଭର କରେ। ସେମାନଙ୍କୁ ପରମେଶ୍ୱରଙ୍କର ବିଧି ଓ ବ୍ୟବସ୍ଥା ସବୁ ଶିକ୍ଷା ଦିଏ।”
17
କିନ୍ତୁ ମୋଶାଙ୍କ ଶ୍ୱଶୁର ତାଙ୍କୁ କହିଲେ, “ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ।
18
ଏହିସବୁ କାର୍ଯ୍ୟ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ଯ୍ୟ କରି ପାରିବ ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦେବ ଏବଂ ଏହା ଲୋକମାନଙ୍କୁ କ୍ଳାନ୍ତ କରିବ।
19
ବର୍ତ୍ତମାନ ମୋ’ କଥା ଶୁଣ। ମୋର କେତେକ ଉପଦେଶ ଗ୍ରହଣ କର। ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ।
20
ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କ ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ।
21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍ “ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କର।
22
ସେମାନେ ସର୍ବଦା ଲୋକମାନଙ୍କର ବିଗ୍ଭର କରନ୍ତୁ। ପୁଣି ଜଟିଳ ବିଷୟରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର ବିଷୟସବୁ ସେମାନେ ଆପେ ବିଗ୍ଭର କରିବେ। ତାହାହେଲେ, ତୁମ୍ଭ ନିଜ କର୍ମରୁ ଉଶ୍ୱାସ ହେବ। ପୁଣି ସେମାନେ ତୁମ୍ଭ ସହିତ ଭାର ବହିବେ।
23
ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହି ପାରିବ। ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱସ୍ଥାନକୁ ଯିବେ।”
24
ଏହା ପରେ ମୋଶା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ।
25
ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କଲେ।
26
ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଗ୍ଭର କଲେ ଓ କଠିନ ବିଗ୍ଭରସବୁ ମୋଶାଙ୍କ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର ବିଷୟସବୁ ନିଜେ ନିଜେ ବିଗ୍ଭର କଲେ।
27
ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ ବିଦାୟ ଦେଲେ ଏବଂ ଯିଥ୍ରୋ ସ୍ୱଦେଶକୁ ଗଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40