bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 9
Exodus 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 10 →
1
କୃଷିକ୍ଷେତ୍ରର ପଶୁମାନଙ୍କୁ ରୋଗ ଏହା ପରେ ସଦାପ୍ରଭୁ ମୋଶାଙ୍କୁ ଫାରୋଙ୍କ ନିକଟକୁ ଯାଇ କହିବାକୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରି ପାରିବେ।
2
ଯଦି ତୁମ୍ଭେ ଏପରି କର ଓ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ।
3
ତେବେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରୟୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡ଼ାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠାରେ ମାହାମାରୀ ସୃଷ୍ଟି କରିବେ।
4
ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କର ପଶୁମାନଙ୍କ ପାଇଁ ଯେପରି ବ୍ୟବହାର କରିବେ, ସେପରି ମିଶରୀୟମାନଙ୍କର ପଶୁମାନଙ୍କୁ ବ୍ୟବହାର କରିବେ ନାହିଁ। ଇସ୍ରାଏଲୀୟମାନଙ୍କର କୌଣସି ପଶୁ ମରିବେ ନାହିଁ।
5
ସଦାପ୍ରଭୁ ଏହା କରିବା ପାଇଁ ସମୟ ସ୍ଥିର କରିଛନ୍ତି। ଆସନ୍ତାକାଲି ସଦାପ୍ରଭୁ ତୁମ୍ଭର ଦେଶରେ ଏପରି କରିବାକୁ ଯାଉଛନ୍ତି।”’
6
ତା’ ପରଦିନ ସଦାପ୍ରଭୁ ଠିକ୍ ତାହା କଲେ। ମିଶରୀୟମାନଙ୍କର କୃଷି କ୍ଷେତ୍ରରେ ପଶୁମାନଙ୍କର ମୃତ୍ୟୁ ହେଲା। କିନ୍ତୁ ଇସ୍ରାଏଲୀୟମାନଙ୍କର ଗୋଟିଏ ବି ପଶୁ ମଲେ ନାହିଁ।
7
ଫାରୋ ଲୋକମାନଙ୍କୁ ପଠାଇଲେ ଦେଖିବା ପାଇଁ ଯେ ଇସ୍ରାଏଲର କୌଣସି ପଶୁ ମରିଛନ୍ତି କି ନାହିଁ? ମାତ୍ର ଇସ୍ରାଏଲର କୌଣସି ପଶୁ ମରି ନ ଥିଲେ। ତଥାପି ଫାରୋ ଜିଦ୍ଖୋର ହୋଇ ରହିଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।
8
ଦାହଯୁକ୍ତ ବଥ ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ହାତ ମୁଠାକୁ ଭାଟିର ଭସ୍ମରେ ପୂର୍ଣ୍ଣ କର। ମୋଶା ତୁମ୍ଭେ ଫାରୋ ଦେଖୁଥିବା ସମୟରେ ଭସ୍ମ ପବନରେ ନିଶ୍ଚୟ ଉଡ଼ାଇ ଦେବ।
9
ତାହା ମିଶରର ଧୂଳି ହୋଇ ଗ୍ଭରିଆଡ଼େ ବ୍ୟାପିଯିବ। ଯେତେବେଳେ ସେହି ଧୂଳି ମିଶରର ଯେଉଁଠାରେ ଲୋକମାନଙ୍କୁ ବା ପଶୁମାନଙ୍କୁ ଛୁଇଁବ, ତା’ର ଚମଡ଼ାରେ ଦାହଯୁକ୍ତ ବଥମାନ ବ୍ୟାପିଯିବ।”
10
ତେଣୁ ମୋଶା ଓ ହାରୋଣ ଏକ ଭାଟିରୁ ଭସ୍ମ ନେଲେ। ଏବଂ ସେମାନେ ଫାରୋଙ୍କ ସମ୍ମୁଖରେ ଛିଡ଼ା ହୋଇ ଆକାଶକୁ ଉଡ଼ାଇ ଦେଲେ। ଏହା ପରେ ଯନ୍ତ୍ରଣାଦାୟକ ଦାହଯୁକ୍ତ ବଥମାନ ମନୁଷ୍ୟ ଓ ପଶୁମାନଙ୍କଠାରେ ଦେଖା ଦେଲା।
11
ସେହି ବଥ ସକାଶେ ମନ୍ତ୍ରଜ୍ଞମାନେ ମୋଶାଙ୍କ ସମ୍ମୁଖୀନ ହୋଇ ପାରିଲେ ନାହିଁ। ପ୍ରତ୍ୟେକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ୟାପିଗଲା।
12
କିନ୍ତୁ ସଦାପ୍ରଭୁ ଫାରୋଙ୍କ ହୃଦୟକୁ ଆହୁରି କଠୋର କଲେ ଯେ, ସେ ମୋଶା ଓ ହାରୋଣଙ୍କର କୌଣସି କଥା ଶୁଣିଲେ ନାହିଁ। ଏହିପରି ଘଟିଲା ଯେପରି ସଦାପ୍ରଭୁ କହିଥିଲେ।
13
ଶିଳାବୃଷ୍ଟି ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଭାତରେ ଉଠ ଏବଂ ଫାରୋଙ୍କ ନିକଟକୁ ଯାଅ। ତାଙ୍କୁ କୁହ ଏବ୍ରୀୟ ଲୋକମାନଙ୍କର ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ମୋର ଉପାସନା ପାଇଁ ଛାଡ଼।
14
ଏହି ସମୟରେ ମୋର ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧରେ, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ଏହା ପରେ ତୁମ୍ଭେ ଜାଣିବ ଯେ, ମୋ’ ପରି ଆଉ କୌଣସି ପରମେଶ୍ୱର ପୃଥିବୀରେ ନାହାନ୍ତିା
15
ବର୍ତ୍ତମାନ ସୁଦ୍ଧା, ମୋର ପରାକ୍ରମ ଦ୍ୱାରା ଏକ ରୋଗଦ୍ୱାରା ତୁମ୍ଭଙ୍କୁ ଏବଂ ତୁମ୍ଭର ଲୋକମାନଙ୍କୁ ଶେଷ କରି ସାରନ୍ତିଣି।
16
କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମୋର ପରାକ୍ରମ ଜାଣିବ। ସମଗ୍ର ପୃଥିବୀରେ ମୋର ନାମ ବିଖ୍ୟାତ କରିବ।
17
ତଥାପି ମଧ୍ୟ ତୁମ୍ଭେ ମୋର ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମୋର ଲୋକମାନଙ୍କୁ ମୁକ୍ତ କରୁ ନାହଁ।
18
ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳାବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶରରେ କେବେବି ହୋଇ ନ ଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହୋଇ ନ ଥିବ।
19
ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନରେ ରଖ। ତୁମ୍ଭର ସମସ୍ତ ପଶୁଗୁଡ଼ିକ କ୍ଷେତରୁ ନିରାପଦ ସ୍ଥାନକୁ ନେଇ ଆସ। କାରଣ ଯେଉଁମାନେ କ୍ଷେତରେ ରହିବେ ମନୁଷ୍ୟ ହେଉ କି ପଶୁ ହେଉ ସେମାନେ ମରିବେ। ଘର ବାହାରେ ଥିବା ସମସ୍ତ ବସ୍ତୁ ଉପରେ ଶିଳାବୃଷ୍ଟି ହେବ।’”
20
କେତେକ କର୍ମଗ୍ଭରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞାରେ ଧ୍ୟାନ ଦେଲେ। ସେହି ଲୋକମାନେ ସେମାନଙ୍କର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦରେ ରଖିଲେ।
21
କିନ୍ତୁ କେତେକ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହେୟଜ୍ଞାନ ମଣିଲେ, ସେହି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷେତରେ ଛାଡ଼ି ଦେଲେ.
22
ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତ ଆକାଶ ଆଡ଼େ ବିସ୍ତାର କର ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ଆରମ୍ଭ ହୋଇଯିବ। ଏହି ଶିଳାବୃଷ୍ଟି ମିଶରର ଗ୍ଭରିଆଡ଼େ ମନୁଷ୍ୟ, ପଶୁ ଓ ତୃଣାଦି ଉପରେ ପଡ଼ିବ।”
23
ତେଣୁ ମୋଶା ତାଙ୍କର ଆଶାବାଡ଼ିକୁ ଆକାଶ ଆଡ଼େ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ହେଲା।
24
ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କେବେବି ହୋଇ ନ ଥିଲା।
25
ଏହି ଶିଳାବୃଷ୍ଟି ମିଶରର କ୍ଷେତ ମଧ୍ୟସ୍ଥ ସବୁକିଛି ନଷ୍ଟ କଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦିମାନକୁ ଧ୍ୱଂସ କଲା। ଏହି ଶିଳାବୃଷ୍ଟି ମଧ୍ୟ କ୍ଷେତ ମଧ୍ୟସ୍ଥ ବୃକ୍ଷମାନକୁ ନଷ୍ଟ କରି ପକାଇଲା।
26
କେବଳ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ ଶିଳାବୃଷ୍ଟି ହେଉ ନ ଥିଲା। ତାହା ଥିଲା ଗୋଶନ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ।
27
ଫାରୋ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ୟ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମୋର ଲୋକମାନେ ପାପ କରିଅଛୁ।
28
ଏହି ଶିଳାବୃଷ୍ଟି ଯଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡ଼ି ଦେବି। ତୁମ୍ଭମାନଙ୍କର ଆଉ ଏଠାରେ ରହିବା ଦରକାର ନାହିଁ।”
29
ମୋଶା ଫାରୋଙ୍କୁ କିହିଲେ, “ଯେତେବେଳେ ମୁଁ ଏ ନଗର ଛାଡ଼ିବି, ମୁଁ ସେତେବେଳେ ସଦାପ୍ରଭୁଙ୍କୁ ହାତଟେକି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଯିବ। ସେତେବେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି।
30
କିନ୍ତୁ ମୁଁ ଜାଣେ ତୁମ୍ଭେ ଏବଂ ତୁମ୍ଭର କର୍ମଗ୍ଭରୀମାନେ ବାସ୍ତବରେ ଏପର୍ଯ୍ୟନ୍ତ ସଦାପ୍ରଭୁଙ୍କୁ ଭୟ କରୁ ନାହଁ।”
31
ଯବ ଶିଷାଯୁକ୍ତ ହୋଇଥିଲା ଏବଂ ଫେସି ପୁଷ୍ପିତ ହୋଇଥିଲା। ତେଣୁ ସେହି ଶସ୍ୟଗୁଡ଼ିକ ନଷ୍ଟ ହୋଇଗଲା।
32
ମାତ୍ର ଗହମ ଓ ଯହ୍ନା ବଡ଼ ହୋଇ ନ ଥିବାରୁ ନଷ୍ଟ ହେଲା ନାହିଁ।
33
ମୋଶା ଫାରୋଙ୍କ ନିକଟରୁ ନଗର ବାହାରକୁ ଯାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଗଲା।
34
ଯେତେବେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହୋଇଗଲା ସେ ପୁନରାୟ ଅନ୍ୟାୟ କଲେ। ସେ ଏବଂ ତାଙ୍କର କର୍ମଗ୍ଭରୀମାନେ ପୁଣି କଠୋର ହୃଦୟ ହେଲେ।
35
ଫାରୋ ପୁଣି ଥରେ ଦୃଢ଼ ହେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ। ମୋଶାଙ୍କୁ ସଦାପ୍ରଭୁ ଯେପରି କହିଥିଲେ ସେହିପରି ହେଲା।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40