bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 19
Exodus 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 20 →
1
ଇସ୍ରାଏଲ ସହିତ ପରମେଶ୍ୱରଙ୍କ ଚୁକ୍ତି ମିଶର ଦେଶରୁ ଇସ୍ରାଏଲୀୟମାନେ ବାହାରି ତୃତୀୟ ମାସର ପ୍ରଥମ ଦିନରେ ଆସି ସୀନୟ ମରୁଭୂମିରେ ପହଞ୍ଚିଲେ।
2
ସେମାନେ ରଫୀଦୀମଠାରୁ ଯାଇ ସୀନୟ ମରୁଭୂମିରେ ପହଞ୍ଚିଲେ ଓ ସେମାନେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣି ସ୍ଥାପନ କଲେ।
3
ଏହା ପରେ ମୋଶା ଉପରକୁ ଚଢ଼ି ପରମେଶ୍ୱରଙ୍କ ନିକଟକୁ ଗଲେ। ପରମେଶ୍ୱର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ କହିଲେ, “ଏହି ସୂଚନା ଯାକୁବର ପରିବାର ଇସ୍ରାଏଲୀୟମାନଙ୍କୁ ଦିଅ।
4
ତୁମ୍ଭେମାନେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭେମାନେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ଉତ୍କ୍ରୋଶପକ୍ଷୀ ସଦୃଶ ଉଠାଇ ମୋ’ ପାଖକୁ ଆଣିଲି।
5
ତେଣୁ ସେମାନଙ୍କୁ ମୋର ଆଜ୍ଞା ମାନିବା ପାଇଁ କୁହ। ସେମାନଙ୍କୁ ମୋର ନିୟମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ମୋର ଆପଣାର ରତ୍ନଭଣ୍ଡାର ହୋଇ ରହିବ ଯେହେତୁ ସମଗ୍ର ପୃଥିବୀ ମୋର।
6
ମୋ’ ପାଇଁ ତୁମ୍ଭେମାନେ ଯାଜକମାନଙ୍କର ଏକ ରାଜ୍ୟ ଏବଂ ପବିତ୍ର ରାଷ୍ଟ୍ର ହେବ।’ ମୋଶା, ଏହି ସମସ୍ତ କଥା ତୁମ୍ଭେ ଇସ୍ରାଏଲୀୟମାନଙ୍କୁ କୁହ।”
7
ତେଣୁ ମୋଶା ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମୋଶା ସେମାନଙ୍କୁ ପରମେଶ୍ୱରଙ୍କର ଆଜ୍ଞା ସମସ୍ତ କହିଲେ।
8
ସମସ୍ତ ଲୋକେ ଏକ ସମୟରେ କହିଲେ, “ଆମ୍ଭେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମାନିବୁ।” ଏହା ପରେ ମୋଶା ପୁନରାୟ ପର୍ବତ ଉପରକୁ ପରମେଶ୍ୱରଙ୍କର ନିକଟକୁ ଗଲେ। ମୋଶା ପରମେଶ୍ୱରଙ୍କୁ କହିଲେ, ଲୋକମାନେ ଆପଣଙ୍କର ସମସ୍ତ ଆଜ୍ଞା ମାନିବେ।
9
ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣି ପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ୱାସ ରଖିବେ। ତୁମ୍ଭେ ସେମାନଙ୍କୁ ଯାହା କହିବ ସେମାନେ ତାହା ବିଶ୍ୱାସ କରିବେ।” ଏହା ପରେ ମୋଶା ପରମେଶ୍ୱରଙ୍କୁ ଲୋକମାନଙ୍କର ସମସ୍ତ କଥା କହିଲେ।
10
ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶେଷ ସଭାର ଆୟୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ।
11
ଏବଂ ତୃତୀୟ ଦିନ ପାଇଁ ପ୍ରସ୍ତୁତ ହୋଇ ରହିବେ କାରଣ ଏହି ଦିନ ଆମ୍ଭେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବୁ। ଏବଂ ସମସ୍ତ ଲୋକେ ମୋତେ ଦେଖି ପାରିବେ।
12
କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂରେଇ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସେହି ସୀମାକୁ ଯେପରି କେହି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ୟ ହେଉ ଯିଏ ପର୍ବତ ସ୍ପର୍ଶ କରିବ ସେ ମରିବ।
13
କିଏ ପଥର ଛେଗ୍ଭରେ ମରିବ ତ କିଏ ବାଣ ଦ୍ୱାରା ମରିବ। କିନ୍ତୁ କେହି ଏହି ବ୍ୟକ୍ତିକୁ ହତ୍ୟା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ସେମାନେ ପର୍ବତ ଉପରକୁ ଯାଇ ପାରିବେ।”
14
ତେଣୁ ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସେମାନଙ୍କର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।
15
ଏହା ପରେ ମୋଶା ଲୋକମାନଙ୍କୁ କହିଲେ, “ତୃତୀୟ ଦିନରେ ପ୍ରସ୍ତୁତ ହୁଅ। ତୁମ୍ଭେମାନେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିବ ନାହିଁ।”
16
ତୃତୀୟ ଦିନ ପ୍ରଭାତରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡ଼ଘଡ଼ି, ବିଜୁଳି ଏବଂ ଏକ ଗମ୍ଭୀର ତୂରୀ ଧ୍ୱନି ଶୁଣାଗଲା। ଛାଉଣିର ଲୋକମାନେ ଭୟଭୀତ ହୋଇଗଲେ।
17
ଏହା ପରେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ପରମେଶ୍ୱରଙ୍କର ସାକ୍ଷାତ ପାଇଁ ପର୍ବତର ପାଦଦେଶକୁ ଆଣିଲେ।
18
ସୀନୟ ପର୍ବତ ଧୂଆଁରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୂଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହାରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନରେ ପର୍ବତରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।
19
ତୂରୀ ଧ୍ୱନି ଅଧିକରୁ ଅଧିକ ଶବ୍ଦରେ ଶୁଭିଲା। ମୋଶା ପରମେଶ୍ୱରଙ୍କୁ ଯେକୌଣସି ପ୍ରଶ୍ନ କଲେ ପରମେଶ୍ୱର ପ୍ରତ୍ୟେକ ଥର ବଜ୍ର ସ୍ୱରରେ ଉତ୍ତର ଦେଲେ।
20
ଏହା ପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମୋଶାଙ୍କୁ ପର୍ବତ ଉପରକୁ ଡାକିଲେ। ତେଣୁ ମୋଶା ପର୍ବତ ଉପରକୁ ଚଢ଼ିଲେ।
21
ସଦାପ୍ରଭୁ ମୋଶାଙ୍କୁ କହିଲେ, “ତଳକୁ ଯାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସେମାନେ ମୋ’ ଆଡ଼କୁ ଗ୍ଭହିଁବେ ନାହିଁ କି ମୋ’ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ୟ କରେ ତେବେ ସେ ମରିବ।
22
ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥା’ନ୍ତି, ସେମାନେ ହିଁ ନିଜ ନିଜକୁ ପବିତ୍ର କରନ୍ତୁ। ନ ହେଲେ ସେମାନେ ଦଣ୍ଡ ଭୋଗ କରିବେ।”
23
ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଲୋକମାନେ ସୀନୟ ପର୍ବତକୁ ଆସି ପାରିବେ ନାହିଁ। କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଛ ଯେ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।”
24
ସଦାପ୍ରଭୁ ମୋଶାଙ୍କୁ କହିଲେ, “ଓହ୍ଲାଇ ଯାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନ କରନ୍ତି, ନ ହେଲେ ମୁଁ ସେମାନଙ୍କୁ ଦଣ୍ଡ ଦେବି।”
25
ତେଣୁ ମୋଶା ଓହ୍ଲାଇ ଗଲେ ଓ ଲୋକମାନଙ୍କୁ କହିଲେ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40