bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 30
Exodus 30
Odia Bible ERV 2004 (ପବିତ୍ର ବାଇବଲ)
← Chapter 29
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 31 →
1
ଧୂପ ଜଳାଇବା ପାଇଁ ବେଦି “ଶିଟୀମ୍ କାଠରେ ଏକ ବେଦି ନିର୍ମାଣ କର। ତୁମ୍ଭେ ଏହି ବେଦିକୁ ଧୂପ ଜଳାଇବା ପାଇଁ ବ୍ୟବହାର କରିବା ଉଚିତ୍।
2
ଏହି ବେଦି ବର୍ଗାକାର ହେବ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହେବା ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବେଦିର ଅଂଶ ହେବ।
3
ଏହି ବେଦିର ଉପର ଏବଂ ଚତୁର୍ପାର୍ଶ୍ୱକୁ ନିର୍ମଳ ସୁନାରେ ଆଚ୍ଛାଦନ କର ଏବଂ ଗ୍ଭରିଆଡ଼େ ସୁନା କାନ୍ଥ ଦେବ।
4
ସୁବର୍ଣ୍ଣର ବଳୟ ତଳେ ଦୁଇଟି କଣା କର। ଏବଂ ସେଠାରେ ଦୁଇଟି ସୁବର୍ଣ୍ଣର ଆଙ୍କଡ଼ା ଲଗାଅ। ଯଜ୍ଞବେଦିକୁ ସାଙ୍ଗୀ ସାହାଯ୍ୟରେ ବହିନିଅ।
5
ଏହି ସାଙ୍ଗୀ ମଧ୍ୟ ଶିଟୀମ୍ କାଠରେ ତିଆରି କରିବ। ଏହି ସାଙ୍ଗୀଗୁଡ଼ିକ ସୁବର୍ଣ୍ଣରେ ଛାଉଣି କରାଯିବ।
6
ମୁଁ ତୁମ୍ଭକୁ ଯେଉଁ ସ୍ଥାନରେ ସାକ୍ଷାତ କରିବି ତାହା ନିୟମ-ସିନ୍ଦୁକର ସମ୍ମୁଖରେ ଅଛି। ଯେଉଁଟାକି ପରଦା ପାର୍ଶ୍ୱରେ ନିୟମ-ସିନ୍ଦୁକ ଆଚ୍ଛାଦକର ଆଗରେ ଅଛି।
7
“ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜଳାଇବ।
8
ପୁଣି ସନ୍ଧ୍ୟା ସମୟରେ ହାରୋଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ସେମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତ୍ୟେକ ଦିନ ଧୂପ ଜଳାଇବ।
9
ବିଦେଶୀ ଧୂପ କିମ୍ବା ହୋମବଳି କିମ୍ବା ଶସ୍ୟ ନୈବେଦ୍ୟ ବେଦି ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପେୟନୈବେଦ୍ୟ ଢାଳ ନାହିଁ।
10
“ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ଯଜ୍ଞବେଦିର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ୟବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରତ୍ୟେକ ବର୍ଷ ଏହା କରିବା ଉଚିତ୍। ଏହି ଯଜ୍ଞବେଦି ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।”
11
The Temple Tax ସଦାପ୍ରଭୁ ମୋଶାଙ୍କୁ କହିଲେ,
12
“ତୁମ୍ଭେ ଗଣିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନମାନଙ୍କୁ ଗଣନା କରିବ। ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ।
13
ଯେଉଁମାନଙ୍କୁ ଗଣନା କରାଯାଏ ସେମାନେ ଅର୍ଦ୍ଧ ଶେକଲ ଦେବା ଉଚିତ୍। କାର୍ଯ୍ୟାଳୟ ମାପ ଅନୁସାରେ ଅର୍ଦ୍ଧ ଶେକଲ, ଏହି ଶେକଲ କୋଡ଼ିଏ ଗେରାହ ଅଟେ। ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପାଇଁ ନୈବେଦ୍ୟ ହେବ।
14
କୋଡ଼ିଏ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେକେହି ଗଣିତ ମଧ୍ୟରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନୈବେଦ୍ୟ ଉତ୍ସର୍ଗ କରିବ।
15
ଧନୀ ବ୍ୟକ୍ତି ଅର୍ଦ୍ଧ ଶେକଲରୁ ଅଧିକ ଦେବା ଉଚିତ୍ ନୁହେଁ। ଗରିବ ଲୋକମାନେ ଅର୍ଦ୍ଧ ଶେକଲରୁ କମ୍ ଦେବା ଉଚିତ୍ ନୁହେଁ। ସମସ୍ତ ନୈବେଦ୍ୟ ସମାନ ହେବା ଉଚିତ୍। ତୁମ୍ଭ ଜୀବନର ପ୍ରାୟଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯିବ।
16
ସେହି ଅର୍ଥକୁ ଇସ୍ରାଏଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ବିନିଯୋଗ କର। ଏହି ଦେୟ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ୟମ ହେବ। ସେମାନେ ସେମାନଙ୍କର ଜୀବନ ପ୍ରାୟଶ୍ଚିତ ପାଇଁ ଏହା ଦାନ କରିବେ।”
17
ପ୍ରକ୍ଷାଳନ କୁଣ୍ଡ ସଦାପ୍ରଭୁ ମୋଶାଙ୍କୁ କହିଲେ,
18
“ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସାରେ ତିଆରି କର। ପୁଣି ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧ୍ୟରେ ଜଳ ପୂର୍ଣ୍ଣ କର।
19
ହାରୋଣ ଏବଂ ତାଙ୍କର ପୁତ୍ରମାନେ ସେମାନଙ୍କର ହାତ ପାଦ ଧୌତ କରିବେ।
20
ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲା ସମୟରେ ସେମାନେ ଧୋଇ ହେବା ଉଚିତ୍, ଯାହାଫଳରେ ସେମାନେ ମରିବେ ନାହିଁ। ଆଉ ମଧ୍ୟ ସେମାନେ ଯାଜକର କର୍ମ କରିବା ନିମନ୍ତେ ଯେତେବେଳେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ବେଦି ପାଖକୁ ଯିବେ,
21
ସେମାନେ ସେମାନଙ୍କର ହାତ ଏବଂ ପାଦ ଧୋଇବେ, ଯାହା ଫଳରେ ମୃତ୍ୟୁବରଣ କରିବେ ନାହିଁ। ହାରୋଣ ଏବଂ ତାଙ୍କ ବଂଶଧରମାନଙ୍କ ପାଇଁ ଏହି ବ୍ୟବସ୍ଥା ସବୁଦିନ ପାଇଁ ରହିବ।”
22
ଅଭିଷେକାର୍ଥକ ତୈଳ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
23
“ଏହି ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍ ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତା’ର ଅଧା ଅର୍ଥାତ୍ ଅଢ଼ାଇଶ ଶେକଲ ସୁଗନ୍ଧି ବାରୁଚିନୀ ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ ସଂଗ୍ରହ କର।
24
କାଶିଆର 500 ଶେକଲ ସଂଗ୍ରହ କର। ଯେତେବେଳେ ଏହିସବୁ ଓଜନ କରୁଛ, କାର୍ଯ୍ୟାଳୟ ମାପ ବ୍ୟବହାର କର। ଆଉ ମଧ୍ୟ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।
25
“ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ୟ ତିଆରି କରୁଥିବା ଯନ୍ତ୍ର ଆଣ। ତାହା ଅଭିଷେକାର୍ଥକ ପବିତ୍ର ତୈଳ ମିଶାଇବ।
26
ଏହା ନେଇ ତୁମ୍ଭେମାନେ ସମାଗମ-ତମ୍ବୁ ଓ ନିୟମ-ସିନ୍ଦୁକ ଉପରେ ସିଞ୍ଚନ କର।
27
ମେଜ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ଅଂଶ, ଧୂପ ବେଦି,
28
ହୋମବଳିର ବେଦି ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।
29
ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସେଗୁଡ଼ିକ ମହାପବିତ୍ର ହେବ ଏବଂ ଯାହାକିଛି ସେଗୁଡ଼ିକ ସ୍ପର୍ଶ କରେ ସେସବୁ ନିଶ୍ଚୟ ପବିତ୍ର ହେବ।
30
“ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥିରେ ସେମାନେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷେକ କରି ପବିତ୍ର କରିବେ।
31
ଇସ୍ରାଏଲର ଲୋକମାନଙ୍କୁ ଏହି ଅଭିଷେକାର୍ଥକ ତୈଳ ବିଷୟରେ କୁହ ଯେ ଏହା ପବିତ୍ର ଅଟେ। ଏହା ସର୍ବଦା ଆମ୍ଭ ପାଇଁ ବ୍ୟବହାର ହେବ।
32
କେହି ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ସାଧାରଣ ତୈଳ ପରି ବ୍ୟବହାର କରି ପାରିବେ ନାହିଁ। ବିଶେଷ ତୈଳ ପ୍ରସ୍ତୁତ କଲାପରି ଅନ୍ୟ ସୁଗନ୍ଧିକୁ ପ୍ରସ୍ତୁତ କର ନାହିଁ। ଏହି ତୈଳ ପବିତ୍ର ଏବଂ ତୁମ୍ଭ ପାଇଁ ପବିତ୍ର ହେବା ଉଚିତ୍।
33
ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”
34
ଧୂପ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାବରେ ସଂଗ୍ରହ କର।
35
ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥିରେ ଲବଣ ମଧ୍ୟ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ।
36
ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ନିୟମ-ସିନ୍ଦୁକ ମଧ୍ୟରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ।
37
ତୁମ୍ଭେମାନେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣ ଅନୁସାରେ ନିଜ ପାଇଁ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
38
ଯଦି କେହି ଆପଣା ଘ୍ରାଣାର୍ଥେ ସେହିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତେବେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ ହେବ।”
← Chapter 29
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 31 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40