bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Exodus 21
Exodus 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 22 →
1
ଅନ୍ୟାନ୍ୟ ବ୍ୟବସ୍ଥା ଓ ଆଜ୍ଞା ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଏଗୁଡ଼ିକ ହେଉଛି ଅନ୍ୟାନ୍ୟ ବ୍ୟବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।
2
“ଯଦି ତୁମ୍ଭେ ଜଣେ ଏବ୍ରୀୟ କ୍ରୀତଦାସ ନିଅ, ତେବେ ସେ ଛଅ ବର୍ଷ ତୁମ୍ଭର ସେବା କରିବ। ସପ୍ତମ ବର୍ଷରେ ସେ ମୁକ୍ତ ହୋଇଯିବ। ତାକୁ ଆଉ କିଛି ମୂଲ୍ୟ ଦେବାକୁ ପଡ଼ିବ ନାହିଁ।
3
ଯଦି ସେହି ଲୋକ ଜଣକ ବିବାହିତ ନ ହୋଇଥାଏ, ତେବେ ସେ ଏକାକୀ ଯିବ ଓ ଯଦି ସେ ବିବାହିତ ହୋଇଥାଏ ତେବେ ସେ ମୁକ୍ତ ହେବା ସମୟରେ ତା’ର ସ୍ତ୍ରୀକୁ ସାଙ୍ଗରେ ନେଇଯିବ।
4
ଯଦି ତା’ର ମୁନିବ ତାକୁ ବିବାହ କରି ଦେଇଥାଏ, ଯଦି ସେହି ସ୍ତ୍ରୀଠାରୁ ପୁତ୍ରକନ୍ୟା ଜନ୍ମ ହୋଇଥାଏ, ତେବେ ତା’ର ସ୍ତ୍ରୀ ଓ ପୁତ୍ରକନ୍ୟା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାଯିବ।
5
“ମାତ୍ର ଏପରି ହୋଇପାରେ ଯେ ସେ ଦାସ କହିପାରେ ମୁଁ ମୋର ମୁନିବ ନିକଟରେ ରହିବି। ଯଦି ସେ କହେ, ‘ମୁଁ ମୋର ମୁନିବକୁ ଭଲ ପାଏ, ମୁଁ ମୋର ସ୍ତ୍ରୀ, ପୁତ୍ରକନ୍ୟାକୁ ପ୍ରେମ କରେ, ମୁଁ ମୁକ୍ତ ହେବାକୁ ଗ୍ଭହୁଁ ନାହିଁ, ମୁଁ ଏଠାରେ ରହିବି।’
6
ଯଦି ଏପରି ଘଟେ, ତେବେ ତା’ର ମୁନିବ ତାଙ୍କୁ ପରମେଶ୍ୱରଙ୍କ ସମ୍ମୁଖକୁ ଆଣିବ, ତା’ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀରେ ତା’ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା’ର ସେବା କରିବ।
7
“ଜଣେ ଲୋକ ତା’ର କନ୍ୟାକୁ ଦାସୀଭାବେ ବିକ୍ରୟ କରି ପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହୋଇ ପାରିବ ନାହିଁ।
8
ଯଦି ତା’ର ମୁନିବ ତା’ ଉପରେ ସନ୍ତୁଷ୍ଟ ନୁହେଁ, ତେବେ ତା’ର ବିବାହ ଠିକ୍ କରି ନ ପାରେ, ତେବେ ତାକୁ ପୁନରାୟ ତା’ର ପିତାକୁ ବିକ୍ରୟ କରିଦେଇ ପାରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରୟ କରି ପାରିବ ନାହିଁ, କାରଣ ସେ ତାକୁ ଅବିଶ୍ୱସ୍ତ ଭାବରେ ବ୍ୟବହାର କରିଛି।
9
ଯଦି ତା’ର ମୁନିବ ତାକୁ ତା’ର ପୁତ୍ରବଧୁ କରିବାକୁ କହିଥାଏ, ତେବେ ତାକୁ ଦାସୀ ଭାବରେ ବିବେଚନା କରାଯାଇ ପାରିବ ନାହିଁ। ତାକୁ ତାଙ୍କର କନ୍ୟାପରି ବ୍ୟବହାର କରାଯିବ।
10
“ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତେବେ ସେ ପ୍ରଥମ ସ୍ତ୍ରୀକୁ କେବେ ଅସୁବିଧାରେ ପକାଇବ ନାହିଁ। ତା’ର ବିବାହୋଚିତ କର୍ତ୍ତବ୍ୟ ଯଥା: ଖାଦ୍ୟ, ବସ୍ତ୍ରରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ।
11
ସେହି ଲୋକ ଏହିସବୁ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ଯଦି ଏଥିରେ ସେ ତୃଟି କରେ ତେବେ ସେହି ସ୍ତ୍ରୀ ଜଣକ ନିଜେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
12
“ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଆଘାତ କରେ ଓ ହତ୍ୟାକରେ, ତେବେ ଆଘାତ କରିଥିବା ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।
13
ଯଦି ସେ ତାକୁ ହତ୍ୟା କରିବାକୁ ଗ୍ଭହୁଁ ନ ଥିଲା କିନ୍ତୁ ପରମେଶ୍ୱର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସେମାନେ ତାକୁ ଉପଯୁକ୍ତ ଜାଗା ଦେବେ।
14
କିନ୍ତୁ ଯଦି ଜଣେ ବ୍ୟକ୍ତି ଇଚ୍ଛା କରି କିମ୍ବା ରାଗରେ ଅନ୍ୟଜଣକୁ ହତ୍ୟା କରେ, ତେବେ ହତ୍ୟାକାରୀ ନିଶ୍ଚିତ ମୃତ୍ୟୁଦଣ୍ଡ ପାଇବ। ତାକୁ ମୋର ଯଜ୍ଞବେଦି ପାଖରୁ ନେଇଯାଅ ଓ ହତ୍ୟା କର।
15
“ଯଦି କୌଣସି ଲୋକ ତା’ର ପିତା କିମ୍ବା ମାତାକୁ ଆଘାତ କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।
16
“ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଅପହରଣ କରି ବିକ୍ରୟ କରେ କିମ୍ବା ଦାସ ଭାବରେ ରଖେ, ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।
17
“ଯଦି କେହି ତା’ର ପିତାମାତାଙ୍କୁ ଅଭିଶାପ ଦିଏ ତେବେ ତା’ର ମୃତ୍ୟୁଦଣ୍ଡ ହେବ।
18
“ଯଦି ଦୁଇ ଲୋକ ମଧ୍ୟରେ ବିବାଦ ଉପୁଜିବାରୁ କେହି ଅନ୍ୟକୁ ପଥରରେ ଆଘାତ କରେ ବା ହସ୍ତରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମରେ ତେବେ ମାରିଥିବା ଲୋକକୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ।
19
ଆଘାତପ୍ରାପ୍ତ ଲୋକ ଯଦି ଶଯ୍ୟାଶାୟୀ ହୁଏ ଏବଂ ବିଛଣାରୁ ଉଠିପାରେ ଏବଂ ସେ ଆଶାବାଡ଼ି ଧରି ଗ୍ଭଲିପାରେ। ତେବେ ଆଘାତ ଦେଇଥିବା ଲୋକ ତା’ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ତା’ର ସହାୟତା କରିବ।
20
“ବେଳେ ବେଳେ ମୁନିବ ତା’ର ଦାସୀକୁ କିମ୍ବା ଦାସକୁ ମାଡ଼ ମାରେ, ଯଦି ଆଘାତପ୍ରାପ୍ତ ହୋଇ ଦାସଟି ମରିଯାଏ, ତେବେ ତା’ର ମୁନିବକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।
21
ଯଦି ସେହି ଦାସ ମାଡ଼ ହେବା ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତେବେ ତାକୁ ଆଉ ଦଣ୍ଡ ଦିଆଯିବ ନାହିଁ। କାରଣ, ମୁନିବ ତାକୁ ପଇସା ବିନିମୟରେ କ୍ରୟ କରିଥାଏ ଏବଂ ଦାସଟି ତା’ର ସମ୍ପୁର୍ଣ୍ଣ ନିଜର ହୋଇଥାଏ।
22
“ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯେବେ ତା’ର ଗର୍ଭପାତ ହୁଏ ମାତ୍ର ପରେ ତା’ର ଯଦି କ୍ଷତି ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେଉଁରୂପେ ଦାବି କରିବ ସେହି ଅନୁସାରେ ତାକୁ ଅବଶ୍ୟ ଅର୍ଥଦଣ୍ଡ ହେବ। ପୁଣି ସେ ବିଗ୍ଭରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦେବ।
23
ଯଦି ଜଣେ ବ୍ୟକ୍ତି ଜୋର୍ରେ ଆଘାତ ପ୍ରାପ୍ତ ହୁଏ, ତେବେ ଆଘାତକାରୀ ଜୀବନ ବଦଳରେ ଜୀବନ ଦେବ।
24
ଚକ୍ଷୁ ପରିଶୋଧରେ ଚକ୍ଷୁ, ହାତ ପରିଶୋଧରେ ହାତ, ପାଦ ପରିଶୋଧରେ ପାଦ,
25
ବାହୁ ପରିଶୋଧରେ ବାହୁ, କ୍ଷତ ପରିଶୋଧରେ କ୍ଷତ, ଦାଗ ପରିଶୋଧରେ ଦାଗ ଦଣ୍ଡ ଦିଆଯିବ।
26
“ଯଦି କେହି ତା’ର ଦାସ କିମ୍ବା ଦାସୀକୁ ଆଘାତ କରିବା ସମୟରେ ତା’ର ଚକ୍ଷୁ ନଷ୍ଟ ହୋଇଯାଏ ତେବେ ତାକୁ ମୁକ୍ତ କରି ଦିଆଯିବ।
27
ଯଦି କେହି ମୁନିବ ତା’ର ଦାସର ମୁହଁରେ ଆଘାତ କରେ ଓ ସେ ଯଦି ତା’ର ଦାନ୍ତ ହରାଏ ତେବେ ତା’ର ଦାନ୍ତ ପାଇଁ ତାକୁ ମୁକ୍ତ କରି ଦିଆଯିବ।
28
“ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତେବେ ତା’ର ମୁନିବ ଦୋଷୀ ହେବ ନାହିଁ କିନ୍ତୁ ସେହି ବଳଦକୁ ପଥର ଦ୍ୱାରା ମରାଯିବ ଓ ତା’ର ମାଂସ ଖିଆଯିବ ନାହିଁ।
29
ଯଦି ଆଗରୁ ପ୍ରମାଣ ଥାଏ ଯେ ସେହି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା’ର ମୁନିବ ତାକୁ ବାନ୍ଧି ରଖି ନାହିଁ, ଯଦି ସେ କାହାରିକୁ ହତ୍ୟା କରେ ତେବେ ତା’ର ମୁନିବକୁ ମଧ୍ୟ ହତ୍ୟା କରାଯିବ।
30
ଯଦି ବିଗ୍ଭରକର୍ତ୍ତାଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କେହି ଆତ୍ମୀୟ ସେହି ଅର୍ଥକୁ ଗ୍ରହଣ କରେ ତେବେ ଆଉ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ ନାହିଁ।
31
“ଏହି ନିୟମ ମଧ୍ୟ ବଳଦ ମାରି ଦେଇଥିବା ପୁତ୍ର, କନ୍ୟା ଏବଂ ଲୋକଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ ହେବ।
32
କିନ୍ତୁ ଯଦି ବଳଦ ଯେବେ କାହାର ଦାସ କି ଦାସୀକୁ ଆଘାତ କରେ, ତେବେ ସେ ତା’ର ପ୍ରଭୁକୁ ତିରିଶ୍ ଶେକଲ ରୂପା ଦେବ। ଆଉ ବଳଦକୁ ପ୍ରସ୍ତର ଦ୍ୱାରା ହତ୍ୟା କରାଯିବ।
33
“ଯଦି ଜଣେ ବ୍ୟକ୍ତି ଖୋଳିଥିବା କୂଅ ବା ଗାତ ଖୋଲା ରଖିଥାଏ ଏବଂ ଯଦି ତା’ ଭିତରେ ଏକ ବଳଦ କିମ୍ବା ଏକ ଗଧ ପଡ଼ିଯାଏ ତେବେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାଯିବ।
34
ସେହି ଲୋକ ଜଣକ ସେହି ପଶୁ ପାଇଁ ଅର୍ଥ ଦେବାକୁ ପଡ଼ିବ। ଯଦି ସେ ଅର୍ଥ ପୈଠ କରେ, ସେହି ପଶୁ ପାଇଁ, ତେବେ ସେ ତା’ର ମୃତ ଦେହକୁ ରଖିବା ପାଇଁ ଅନୁମତି ଦେବ।
35
“ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ୟା କରେ, ତେବେ ସେମାନେ ସେହି ଜୀବିତ ଗୋରୁକୁ ବିକ୍ରୟ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ୟ ଦୁଇଭାଗ କରି ନେବେ।
36
ମାତ୍ର ତା’ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା’ର ମୁନିବ ତାକୁ ବାନ୍ଧି ନ ରଖେ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ନେବ ମାତ୍ର ମୃତ ଗୋରୁ ତା’ର ନିଜର ହେବ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40