bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 10
Proverbs 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 11 →
1
ଶଲୋମନଙ୍କର ହିତୋପଦେଶ ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତୋପଦେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା’ର ମାତାର ଦୁଃଖ ବଢ଼ାଏ।
2
ଯଦି ଜଣେ କୁକର୍ମ କରି ଧନ ଅର୍ଜ୍ଜନ କରେ, ତେବେ ତାହା କାର୍ଯ୍ୟରେ ଲାଗେ ନାହିଁ। ଧାର୍ମିକତା ମୃତ୍ୟୁରୁ ରକ୍ଷା କରେ।
3
ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ୟକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି।
4
ଅଳସୁଆ ଦରିଦ୍ର ହେବ; ପରିଶ୍ରମୀ ଲୋକ ଧନୀ ହେବ।
5
ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ୟ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ୟକ୍ତି ଏହି ସମୟରେ ଶୋଇପଡ଼େ, ତାହା ଲଜ୍ଜାଜନକ।
6
ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ଷେ, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୁଏ।
7
ଧାର୍ମିକ ଲୋକମାନେ ଆଦର ସହକାରେ ମନେ ରଖନ୍ତି କିନ୍ତୁ ଦୁଷ୍ଟ ବ୍ୟକ୍ତିର ନାମ ଦୁର୍ଗନ୍ଧ ବାସନା ପରି ହୁଏ।
8
ଜ୍ଞାନୀ ଲୋକ ଆଜ୍ଞାସବୁ ମାନେ କିନ୍ତୁ ମୂର୍ଖ ଲୋକ ଯୁକ୍ତି କରେ ଓ ନିଜକୁ ବିପର୍ଯ୍ୟୟ ଆଡ଼କୁ ଟାଣିନିଏ।
9
ଜଣେ ସଚ୍ଚୋଟ ବ୍ୟକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିଯାଏ।
10
ଜଣେ ଯିଏ ସତ୍ୟକୁ ଲୁଗ୍ଭଏ, ସେ ଅସୁବିଧାର କାରଣ ଅଟେ। ଜଣେ ଯିଏ ଖୋଲାଖୋଲି ଭାବରେ କଥା କୁହେ, ଶାନ୍ତି ବିରାଜିତ କରେ।
11
ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର, କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ୟ ବଢ଼ାଏ।
12
ହିଂସା କଳି ଆଣେ, କିନ୍ତୁ ପ୍ରେମ ସବୁ ଅଧର୍ମକୁ କ୍ଷମା କରେ।
13
ବୁଦ୍ଧିମାନ୍ ଲୋକମାନଙ୍କର ଓଷ୍ଠରେ ଜ୍ଞାନ ଥାଏ, ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି।
14
ଜ୍ଞାନୀମାନେ ଜ୍ଞାନ ସଞ୍ଚୟ କରନ୍ତି, କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ।
15
ଧନୀ ଲୋକର ଧନ ତା’ର ଦୃଢ଼ ନଗର ସଦୃଶ, କିନ୍ତୁ ଦରିଦ୍ର ଲୋକମାନଙ୍କର ଦରିଦ୍ରତା ସେମାନଙ୍କର ବିନାଶ ଆଣେ।
16
ଧାର୍ମିକର ପରିଶ୍ରମ ପୁଣ୍ୟଜନକ, ପୁଣି ଅଧାର୍ମିକର ଆୟ ପାପଜନକ।
17
ଯେଉଁ ବ୍ୟକ୍ତି ଉପଦେଶ ଶୁଣେ, ସେ ଜୀବନ ପଥରେ ଆଗେଇ ଗ୍ଭଲେ, କିନ୍ତୁ ଯେଉଁ ବ୍ୟକ୍ତି ଅନୁଯୋଗ ତ୍ୟାଗ କରେ, ସେ ଲୋକମାନଙ୍କୁ କୁପଥରେ ନିଏ।
18
ଯେ ହିଂସା ଆଚରଣ କରେ, ତା’ର ଓଷ୍ଠାଧର ମିଥ୍ୟାବାଦୀ, ପୁଣି ଯେ ଅପବାଦ ରଚନା କରେ ସେ ଅଜ୍ଞାନ।
19
ବହୁ ବାକ୍ୟରେ ଅଧର୍ମର ଅଭାବ ନ ଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ, ସେ ବୁଦ୍ଧିମାନ୍।
20
ଧାର୍ମିକ ପୁରୁଷମାନଙ୍କର ବାକ୍ୟଗୁଡ଼ିକ ମନୋନୀତ ରୂପାତୁଲ୍ୟ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ୟ ନ ଥାଏ।
21
ଧାର୍ମିକର ଓଷ୍ଠାଧର, ଅନେକଙ୍କୁ ପ୍ରତିପାଳନ କରେ। ମାତ୍ର ଅଜ୍ଞାନୀମାନେ ନିର୍ବୋଧତା କାରଣରୁ ମୃତ୍ୟୁବରଣ କରନ୍ତି।
22
ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।
23
କୁକର୍ମ କରିବା ନିର୍ବୋଧର ଆନନ୍ଦ, ସେହିପରି ଜ୍ଞାନ ବୁଦ୍ଧିମାନ୍ ପୁରୁଷର।
24
ଦୁଷ୍ଟ ଲୋକ ଯାହା ଭୟ କରେ, ତାହା ହିଁ ତାକୁ ଘଟେ। ମାତ୍ର ଧାର୍ମିକର ମନୋବାଞ୍ଛା ତାକୁ ଦିଆଯାଇଥାଏ।
25
ଯେତେବେଳେ ଘୂର୍ଣ୍ଣିବାୟୁ ବହେ, ଦୁଷ୍ଟ ଲୋକ ଅନ୍ତର୍ଦ୍ଧାନ ହୋଇଯିବ। କିନ୍ତୁ ଧାର୍ମିକ ପୁରୁଷ ଅନନ୍ତକାଳସ୍ଥାୟୀ ସ୍ୱରୂପ ରହେ।
26
ଯେପରି ଦନ୍ତକୁ କଟୁରସ ଓ ଚକ୍ଷୁକୁ ଧୂଆଁ ସେହିପରି ଆପଣା ପ୍ରେରକମାନଙ୍କ ପ୍ରତି ଅଳସୁଆ,
27
ସଦାପ୍ରଭୁଙ୍କ ବିଷୟକ ଭୟର ଦିନ ବଢ଼ାଏ! ମାତ୍ର ଦୁଷ୍ଟର ବର୍ଷ ଶେଷ କରାଯିବ।
28
ଧାର୍ମିକ ଲୋକମାନେ ଆଶା କରୁଥିବା ଆନନ୍ଦ ଆଣିଦିଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଆଶା ଧ୍ୱଂସ ପାଇବ।
29
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସୁରକ୍ଷା କରନ୍ତି, ମାତ୍ର କୁକର୍ମକାରୀମାନଙ୍କୁ ସେ ବିନାଶ କରନ୍ତି।
30
ଧାର୍ମିକ ଲୋକମାନେ ନିରାପଦରେ ରହିବେ, କିନ୍ତୁ ଦୁଷ୍ଟ ଲୋକମାନଙ୍କୁ ଦେଶରୁ ବାହାର କରି ଦିଆଯିବ।
31
ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀର ଜିହ୍ୱା ଉଚ୍ଛିନ୍ନ ହେବ।
32
ଧାର୍ମିକ ଲୋକମାନେ କ’ଣ କହିବାକୁ ହେବ ଜାଣନ୍ତି, କିନ୍ତୁ ଦୁଷ୍ଟଗଣ କହନ୍ତି ଯାହା ଅସୁବିଧାରେ ପକାଏ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31