bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 2
Proverbs 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 3 →
1
ଜ୍ଞାନ ବାକ୍ୟ ଗ୍ରହଣ କର ହେ ମୋର ପୁତ୍ର, ମୋର ବାକ୍ୟ ଗ୍ରହଣ କର। ମୋର ନିର୍ଦ୍ଦେଶ ମନେରଖ।
2
ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀକ୍ଷ୍ଣ ମନ ପ୍ରୟୋଗ କର।
3
ସୁବିବେଚନା ପ୍ରତି ଡାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର।
4
ନ୍ୟାୟ ରୂପା ତୁଲ୍ୟ ଅଟେ, ତାକୁ ଖୋଜ। ପୋତାଧନ ପରି ତା’ର ଅନ୍ୱେଷଣ କର।
5
ଯଦି ତୁମ୍ଭେ ଏପରି କର। ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।
6
ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
7
ସେ ସତ୍ଲୋକଙ୍କ ପାଇଁ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି। ସେ ନିରୀହ ଲୋକମାନଙ୍କର ଢାଲ ସ୍ୱରୂପ ଅଟନ୍ତି।
8
ସେ ଯେଉଁ ଲୋକମାନେ ନ୍ୟାୟ ପଥରେ ଗ୍ଭଲନ୍ତି, ସେମାନଙ୍କୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।
9
ତେଣୁ ତୁମ୍ଭେ ଧାର୍ମିକତା, ସୁବିଗ୍ଭର, ନ୍ୟାୟ, ଓ ମଙ୍ଗଳର ପ୍ରତ୍ୟେକ ସୁପଥ ଜାଣିବ।
10
ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ବିଦ୍ୟା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହେବ।
11
ଜ୍ଞାନ ତୁମ୍ଭକୁ ରକ୍ଷା କରିବ, ପରିଣାମଦର୍ଶୀତା ତୁମ୍ଭର ପ୍ରହରୀ ହେବ।
12
ସତର୍କତା ଓ ବୁଝାମଣା ଦୁଷ୍ଟ ଲୋକମାନଙ୍କ ପରି ଭୁଲ୍ ପଥରେ ଜୀବନଧାରଣରୁ ତୁମ୍ଭକୁ ରକ୍ଷା କରିବ, ଲୋକମାନଙ୍କଠାରୁ, ଯେଉଁମାନେ ମନ୍ଦ କଥା କହନ୍ତି।
13
ସେମାନେ ସତ୍ୟପଥ ପରିତ୍ୟାଗ କରି କୁପଥରେ ବାସ କରନ୍ତି।
14
ସେମାନେ ଆନନ୍ଦ ପାଆନ୍ତି, ଯେତେବେଳେ ସେମାନେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସେମାନେ ଉପଭୋଗ କରନ୍ତି।
15
ସେମାନଙ୍କର ରାସ୍ତା ମୋଡ଼ି ହେବା ଅବସ୍ଥା, ସେମାନଙ୍କର ରାସ୍ତା ବକ୍ର ଅଟେ।
16
ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ଯିଏ ବ୍ୟଭିଗ୍ଭରୀ ଗ୍ଭଟୁବାଦିନୀ ଲୋକଠାରୁ ମଧ୍ୟ ରକ୍ଷା କରିବ।
17
ସେ ଯୁବାବସ୍ଥାରେ ବିବାହ କରିଥିବ। କିନ୍ତୁ ସେ ତା’ର ସ୍ୱାମୀକୁ ଛାଡ଼ି ଥିବ। ପରମେଶ୍ୱରଙ୍କଠାରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ଯିବ।
18
ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ୟୁ ଆଡ଼କୁ ଗୋଡ଼େଇବ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗେଇ ନେବ।
19
ସେ ନିଜେ ଏକ କବରପରି, ଯେଉଁମାନେ ତା’ର ନିକଟକୁ ଯାଆନ୍ତି ସେମାନେ ସେମାନଙ୍କର ଜୀବନ ହରାଇବେ, ସେମାନେ ଫେରି ପାରିବେ ନାହିଁ।
20
ଜ୍ଞାନୀମାନଙ୍କୁ ଅନୁସରଣ କରିବା ପାଇଁ, ଜ୍ଞାନ ତୁମ୍ଭକୁ ସାହାଯ୍ୟ କରିବ। ଉତ୍ତମ ଲୋକର ମାର୍ଗ ଅନୁସରଣ ପାଇଁ, ଜ୍ଞାନ ତୁମ୍ଭର ସହାୟ ହେବ।
21
ସରଳ ଲୋକମାନେ ଦେଶରେ ବାସ କରିବେ। ନିର୍ଦ୍ଦୋଷୀମାନେ ତହିଁରେ ରହିବେ।
22
ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପୀଡ଼ନ ହେବେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31