bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 4
Proverbs 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 5 →
1
A Father’s Advice About Wisdom ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର।
2
କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମୋର ଆଦେଶ ପରିତ୍ୟାଗ କର ନାହିଁ।
3
ଏକଦା ମୁଁ ମଧ୍ୟ ମୋର ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମୋ’ ମାଙ୍କର ସୁକୁମାର ଏବଂ ଏକ ମାତ୍ର ପୁତ୍ର ଥିଲି।
4
ମୋର ପିତା ମୋତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମୋତେ କହିଲେ, “ମୋର କଥାସବୁ ମନେରଖ, ମୋର ଆଜ୍ଞା ମାନ ତୁମ୍ଭେ ବଞ୍ଚିବ।
5
ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ ତହିଁରେ କର। ତାହା ଭୁଲ ନାହିଁ, ମୋ’ ମୁଖରୁ ନିର୍ଗତ ବାକ୍ୟକୁ ବିମୁଖ କର ନାହିଁ।
6
ଜ୍ଞାନଠାରୁ ଦୂରେଇ ଯାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହେବ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦରେ ରଖିବ।
7
“ଜ୍ଞାନ ହେଉଛି ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧ୍ୟରେ ସୁବିବେଚନା ଲାଭ କର।
8
ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତେବେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦେବ।
9
ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦେବ। ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”
10
ହେ ମୋର ପୁତ୍ର, ମୋର କଥା ଶୁଣ, ମୋର କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାୟୁ ହେବ।
11
ମୁଁ ତୁମ୍ଭକୁ ଜ୍ଞାନ ମାର୍ଗରେ ପରିଗ୍ଭଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି।
12
ତୁମ୍ଭେ ଗଲାବେଳେ ତୁମ୍ଭର ପାଦ ଫାନ୍ଦରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ।
13
ଉପଦେଶମାନ ଦୃଢ଼ତାରେ ଗ୍ରହଣ କର। ତାହାକୁ ପରିତ୍ୟାଗ କର ନାହିଁ। ଏହା ଉପରେ ନଜର ରଖ, କାରଣ ତାହା ତୁମ୍ଭର ଜୀବନ।
14
ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସେମାନଙ୍କ ପରି ବାସ କର ନାହିଁ। ସେମାନଙ୍କ ପରି ହେବାକୁ ଚେଷ୍ଟା କର ନାହିଁ।
15
ସେମାନଙ୍କ ପଥରୁ ଦୂରେଇ ରୁହ, ତହିଁର ନିକଟକୁ ଯାଅ ନାହିଁ। ତହିଁରୁ ବିମୁଖ ହୋଇ ଗ୍ଭଲିଯାଅ।
16
ମନ୍ଦ ଲୋକମାନେ ମନ୍ଦକାର୍ଯ୍ୟ ନ କଲା ପର୍ଯ୍ୟନ୍ତ ସେମାନଙ୍କୁ ନିଦ ହୁଏ ନାହିଁ। ଯଦି ସେମାନେ କାହାକୁ ଆଘାତ ନ କରନ୍ତି, ସେମାନେ ଶୟନ କରିବେ ନାହିଁ।
17
ମନ୍ଦ କି ଅସତ୍ୟ କାମ କରିବା ସେମାନଙ୍କର ଖାଦ୍ୟ ଓ ପାନୀୟ! ଏହା ବ୍ୟତୀତ ସେମାନେ ବଞ୍ଚିପାରିବେ ନାହିଁ।
18
ଧାର୍ମିକ ଲୋକମାନେ ପ୍ରଭାତର ସୂର୍ଯ୍ୟକିରଣ ପରି। ସୂର୍ଯ୍ୟୋଦୟ ପରେ ମଧ୍ୟାହ୍ନରେ ସୂର୍ଯ୍ୟ ଯେପରି ତେଜସ୍ୱୀ ହୋଇ ଉଠେ,
19
କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ୟ, ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ସେମାନେ ଜାଣନ୍ତି ନାହିଁ।
20
ହେ ମୋର ପୁତ୍ର, ତୁମ୍ଭେ ମୋର ବାକ୍ୟ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦେଇ ମୋ’ କଥା ଶୁଣ।
21
ମୋର ବାକ୍ୟ ପ୍ରତି ବିମୁଖ ହୁଅ ନାହିଁ। ମୋର ବାକ୍ୟସବୁ ସର୍ବଦା ସ୍ମରଣ କର।
22
ମୋର ବାକ୍ୟ ଯେଉଁମାନେ ଗ୍ରହଣ କରନ୍ତି, ସେମାନେ ଧନ୍ୟ। ସେମାନେ ସ୍ୱଚ୍ଛତା ଦ୍ୱାରା ଅଙ୍ଗକୁ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତି।
23
ତୁମ୍ଭର ହୃଦୟକୁ ଅତି ଯତ୍ନର ସହ ପରିଗ୍ଭଳିତ କର। ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ।
24
ତୁମ୍ଭର ମୁଖରୁ ଅସତ୍ୟ ବାକ୍ୟ ବାହାରି ନ ଆସୁ। ମିଥ୍ୟା କୁହ ନାହିଁ।
25
ଲକ୍ଷ୍ୟସ୍ଥଳ ପାଇଁ ତୁମ୍ଭର ଚକ୍ଷୁଦ୍ୱୟକୁ ଆଗକୁ ଦେଖିବା ପାଇଁ ରଖ, ସର୍ବଦା ସିଧା ଦେଖ।
26
ଧାର୍ମିକଠାରୁ ତୁମ୍ଭକୁ ଦୂରେଇ ନିଅ ନାହିଁ। ଜ୍ଞାନଠାରୁ ଦୂରେଇ ଯାଅ ନାହିଁ।
27
ସଳଖପଥ ପରିତ୍ୟାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂରରେ ରୁହ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31