bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 25
Proverbs 25
Odia Bible ERV 2004 (ପବିତ୍ର ବାଇବଲ)
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 26 →
1
ଶଲୋମନଙ୍କ ହିତୋପଦେଶ ଏଗୁଡ଼ିକ ହେଉଛି ଶଲୋମନଙ୍କ ରଚିତ ହିତୋପଦେଶ। ଏହି ହିତୋପଦେଶ ଗୁଡ଼ିକ ଯିହୁଦାର ରାଜା ହିଷ୍କୀୟର ଲୋକମାନେ ଲେଖି ଥିଲେ।
2
ବିଷୟ ଗୋପନ କରିବା ପରମେଶ୍ୱରଙ୍କ ଗୌରବ। ଏହି ବିଷୟ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ।
3
ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନରେ କ’ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।
4
ରୂପାର ଖାଦ କାଢ଼ି ପକାଅ, ତେବେ ସୁନାରି ଏକ ପାତ୍ର ତିଆରି କରି ପାରିବ।
5
ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତାହାହେଲେ ତାଙ୍କର ସିଂହାସନ ଧାର୍ମିକତାରେ ସ୍ଥାପିତ ହେବ।
6
ରାଜାର ଛାମୁରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ।
7
ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।
8
ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ। ଯଦି କେହି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତେବେ ତୁମ୍ଭେ ଲଜ୍ଜିତ ହେବ।
9
ଯଦି ପ୍ରତିବାସୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀୟତାକୁ ପ୍ରକଟ କର ନାହିଁ।
10
ଯଦି ତୁମ୍ଭେ କୌଣସି ଲୋକର ଗୋପନୀୟତାକୁ ପ୍ରକାଶ କର, ତେବେ ତୁମ୍ଭେ ଦୁର୍ନାମ ଅର୍ଜ୍ଜନ କରିବ। ତୁମ୍ଭର ଏହି ଦୁର୍ନାମ କେବେ ଦୂର ହେବ ନାହିଁ।
11
ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସେହି ରୂପାର ରଗ୍ଭଇ ରଖିବା ପରି।
12
ଯଦି ଜଣେ ଜ୍ଞାନୀ ଲୋକର ଗାଳି ପରି ଧ୍ୟାନ ଦିଅ, ଏହା ଖାଣ୍ଟି ସୁବର୍ଣ୍ଣର ମୁଦିଠାରୁ କିମ୍ବା ସବୁଠୁ ଖାଣ୍ଟି ସୁବର୍ଣ୍ଣର ଅନ୍ୟାନ୍ୟ ଅଳଙ୍କାରଠାରୁ ମୂଲ୍ୟବାନ ଅଟେ।
13
ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ।
14
ବୃଷ୍ଟିହୀନ ମେଘ ଓ ବାୟୁ ଯେପରି ଅଟେ, ଦାନ ଦେବା ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦେବା ହେଉଛି ଠିକ୍ ସେହିପରି।
15
ଧୈର୍ଯ୍ୟ କଥାବାର୍ତ୍ତା ମାଧ୍ୟମରେ ଜଣେ ଶାସକ ଶାନ୍ତି ଦେବ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।
16
ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ୟକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତେବେ ତୁମ୍ଭେ ଅସୁସ୍ଥ ହେବ।
17
ଠିକ୍ ସେହିପରି, ତୁମ୍ଭର ପ୍ରତିବାସୀ ଗୃହକୁ ଅଧିକ ଯାଅ ନାହିଁ। ଯଦି ତୁମ୍ଭେ ଏପରି କର ତେବେ ସେ ତୁମ୍ଭକୁ ଘୃଣା କରିବ।
18
ଜଣେ ଯିଏ ତା’ର ପଡ଼ୋଶୀ ବିପକ୍ଷରେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ଼୍ଗ ଓ ତୀକ୍ଷ୍ଣ ବାଣ ସ୍ୱରୂପ ଭୟଙ୍କର ଅଟେ।
19
ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ପ୍ରତ୍ୟୟ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।
20
ଦୁଃଖପୂର୍ଣ୍ଣ ଲୋକ ନିକଟରେ ଖୁସୀ ଗୀତ ଗାଇବା ଶୀତକାଳରେ ବସ୍ତ୍ର କାଢ଼ିନେବା ଓ ସୋଢ଼ା ଉପରେ ଅମ୍ଳରସ ମିଶାଇବା ପରି ଅଟେ।
21
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯେବେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।
22
ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ୱଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।
23
ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେହିପରି ଖଚୁଆର ଜିହ୍ୱା କ୍ରୋଧ ଦୃଷ୍ଟିର ଉତ୍ପାଦକ।
24
କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।
25
ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଗ୍ଭର ସେହିପରି ଅଟେ।
26
ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗରେ ବିଚଳିତ ଧାର୍ମିକ ଠିକ୍ ସେହିପରି ଅଟେ।
27
ବହୁତ ମହୁ ଖାଇବା ଯେପରି ଉତ୍ତମ ନୁହେଁ। ସେହିପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବା ଭଲ ନୁହେଁ।
28
ଜଣେ ଯିଏ ନିଜକୁ ଆୟତ୍ତ କରିବାକୁ ଅସମର୍ଥ, ସେ ବିନା ପ୍ରାଚୀରର ନଗର ତୁଲ୍ୟ ଅଟେ।
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 26 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31