bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 27
Proverbs 27
Odia Bible ERV 2004 (ପବିତ୍ର ବାଇବଲ)
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 28 →
1
କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ’ଣ ଘଟିବାକୁ ଯାଉଛି।
2
ନିଜକୁ ପ୍ରଶଂସା କର ନାହିଁ, ଅନ୍ୟମାନେ ତୁମ୍ଭକୁ ପ୍ରଶଂସା କରନ୍ତୁ।
3
ପଥର ଭାରୀ ଅଟେ ମାତ୍ର ବାଲି ପ୍ରବଳ ଅଟେ। ଅଜ୍ଞାନୀ ଦ୍ୱାରା ଯେଉଁ ସମସ୍ୟା ଆସେ ତାହା ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ଅଟେ।
4
କଠୋର ହୃଦୟ ଓ କ୍ରୋଧ ପ୍ରଳୟଙ୍କାରୀ, କେହି ଅନ୍ତର୍ଜ୍ୱାଳା ଆଗରେ ଠିଆ ହୋଇ ପାରିବ ନାହିଁ।
5
ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।
6
ଗୋଟିଏ ସାଙ୍ଗଠାରୁ କର୍କଷ ଶବ୍ଦସବୁ ତା’ର ବିଶ୍ୱସନୀୟତାଠାରୁ ଅଙ୍କୁରୀତ ହୁଏ। କିନ୍ତୁ ଶତ୍ରୁମାନଙ୍କର ଚୁମ୍ବନକୁ ଭରସା କରାଯାଇ ପାରିବ ନାହିଁ।
7
ତୃପ୍ତ ପ୍ରାଣୀ ମହୁକୁ ଘୃଣା କରେ। ମାତ୍ର କ୍ଷୁଧାର୍ତ୍ତ ମନୁଷ୍ୟକୁ କୌଣସି ତିକ୍ତ ଦ୍ରବ୍ୟସବୁ ମିଷ୍ଟ ଲାଗେ।
8
ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ୟ ଅଟେ।
9
ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୂପ କରେ।
10
ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ। ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।
11
ହେ ମୋର ପୁତ୍ର, ଜ୍ଞାନବାନ୍ ହୁଅ, ମୋର ମନକୁ ଆହ୍ଲାଦିତ କର, ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେଇ ପାରିବି।
12
ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଗ୍ଭଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
13
ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ। ପୁଣି ପରସ୍ତ୍ରୀ ପାଇଁ ଯେ ଜାମିନ ହୁଏ, ତାହାକୁ ବନ୍ଧକ ରଖ।
14
ଜଣେ ଯିଏ “ଅତି ପ୍ରଭାତରୁ” ଆପଣାର ପଡ଼ୋଶୀକୁ ଆଶୀର୍ବାଦ କରେ, ତାର ପଡ଼ୋଶୀ ଏହାକୁ ଆଶୀର୍ବାଦ ବଦଳରେ ଅଭିଶାପ ଭାବେ ଗ୍ରହଣ କରେ।
15
ଭାରୀ ବୃଷ୍ଟି ଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ ଏହି ଦୁଇଜଣ ଏକ ପ୍ରକାର ଅଟନ୍ତି।
16
ତାକୁ କଳି କରିବାରୁ କ୍ଷାନ୍ତ କରିବା ଅର୍ଥ ବାୟୁକୁ ବନ୍ଦ କରିବା ପାଇଁ ଚେଷ୍ଟା କରିବା ପରି ଅଟେ କିମ୍ବା କାହାରି ହାତରେ ତୈଳ ଧାରଣ କରିବା ପାଇଁ ଚେଷ୍ଟା କରିବା ପରି ଅଟେ।
17
ଯେପରି ଲୁହା ଲୁହାକୁ ଧାର କରେ, ସେପରି ବନ୍ଧୁ ତା’ର ବନ୍ଧୁତ୍ୱର ମନକୁ ତୀକ୍ଷ୍ଣ କରେ।
18
ଯିଏ କି ଡିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ। ପୁଣି ଯେ ଆପଣା ପ୍ରଭୁ ପ୍ରତି ଅନୁଯୋଗୀ ଥାଏ, ସେ ସମ୍ମାନ ପାଏ।
19
ପାଣି ଭିତରକୁ ଦେଖ ଏବଂ ତୁମ୍ଭେ ତୁମ୍ଭର ନିଜର ମୁହଁ ଦେଖିବ। ତୁମ୍ଭର ହୃଦୟକୁ ଦେଖ ଏବଂ ତୁମ୍ଭେ ପ୍ରକୃତ ନିଜକୁ ଦେଖିବ।
20
ଯେପରି କବର ଓ ବିନାଶସ୍ଥାନ କେବେ ହେଁ ତୃପ୍ତ ନୁହେଁ, ସେହିପରି ମଧ୍ୟ ମନୁଷ୍ୟର ଚକ୍ଷୁ କେତେବେଳେ ତୃପ୍ତ ନୁହେଁ।
21
କୋୟିରେ ରୂପା, ଉହ୍ମେଇରେ ସୁନା, ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ।
22
ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢିଙ୍କିରେ କୁଟିଲେ ହେଁ ତା’ର ଅଜ୍ଞାନତା ଛାଡ଼ିବ ନାହିଁ।
23
ତୁମ୍ଭେ ଆପଣା ମେଷପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ୍ ହୁଅ। ପୁଣି ଆପଣା ପଶୁପଲ ବିଷୟରେ ଉତ୍ତମରୂପେ ମନୋଯୋଗ କର।
24
ସମ୍ପତ୍ତି ସର୍ବଦା ସ୍ଥାୟୀ ନୁହେଁ। ମୁକୁଟ ମଧ୍ୟ ପୁରୁଷାନୁକ୍ରମେ ରହେ ନାହିଁ।
25
ଘାସ କଟା ହେଲେ କଅଁଳ ଘାସ ଜନ୍ମେ। ଆଉ ପର୍ବତମାନରୁ ତୃଣ ସଂଗୃହୀତ ହୁଏ।
26
ମେଷ ଛୁଆମାନେ ତୁମ୍ଭର ବସ୍ତ୍ର ଦେବେ। ମାତ୍ର ଛେଳି ତୁମ୍ଭ କ୍ଷେତ୍ରର ମୂଲ୍ୟ ସ୍ୱରୂପ ଅଟେ।
27
ଛେଳି ଦୁଧ ତୁମ୍ଭ ପାଇଁ ଓ ତୁମ୍ଭ ପରିବାର ପାଇଁ ଯଥେଷ୍ଟ ହେବ ଏବଂ ତୁମ୍ଭ ଦାସୀମାନଙ୍କ ଭକ୍ଷ୍ୟ ଉପଜୀବିକା ହେବ।
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 28 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31