bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 3
Proverbs 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 4 →
1
ସତ୍ମାର୍ଗ ଅନୁସରଣକାରୀମାନଙ୍କର ଜୀବନ ସୁଦୀର୍ଘ ହେବ ହେ ମୋର ପୁତ୍ର, ମୋର ଶିକ୍ଷା ପାଶୋର ନାହିଁ। ମୋର ଆଜ୍ଞାମାନ ମନେପକାଅ।
2
ମୋର ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମୟ ଓ ଶାନ୍ତି ପ୍ରଦାୟକ ହେବ।
3
ପ୍ରେମ, ବିଶ୍ୱାସ ଏବଂ ସତ୍ୟତା ତୁମ୍ଭକୁ କେବେ ପରିତ୍ୟାଗ କରିବା ଉଚିତ୍ ନୁହଁ। ଆପଣା ଗଳାରେ ସେଗୁଡ଼ିକ ବାନ୍ଧି ରଖ। ଆପଣା ହୃଦୟରେ ସେଗୁଡ଼ିକ ଲେଖିରଖ।
4
ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହେବ, ପରମେଶ୍ୱର ଓ ମନୁଷ୍ୟମାନଙ୍କଠାରୁ ସୁବିବେଚନା ଲାଭ କରିବ।
5
ତୁମ୍ଭେ ସର୍ବାନ୍ତଃ ହୃଦୟରେ ସଦାପ୍ରଭୁଙ୍କୁ ବିଶ୍ୱାସ କର ଏବଂ ନିଜର ଚତୁରତା ଉପରେ ନିର୍ଭର କର ନାହିଁ।
6
ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।
7
ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ମନ୍ଦଠାରୁ ଦୂରେଇ ରୁହ।
8
ଯଦି ତୁମ୍ଭେ ଏପରି କର, ତେବେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାହା ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହୋଇ ତୁମ୍ଭକୁ ଶକ୍ତିଶାଳୀ କରିବ।
9
ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।
10
ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।
11
ହେ ମୋର ପୁତ୍ର, ବେଳେବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦେଖାଇ ଶାସ୍ତିବିଧାନ କରନ୍ତି। ସେଥିରେ ତୁମ୍ଭେ କ୍ରୋଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର।
12
କାରଣ ସଦାପ୍ରଭୁ ଯେଉଁମାନଙ୍କୁ ଭଲପା’ନ୍ତି, ସେମାନଙ୍କୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସେହିପରି ଶାସ୍ତିବିଧାନ କରନ୍ତି।
13
ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ୟ।
14
ରୂପାର ବାଣିଜ୍ୟଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ୟବସାୟଠାରୁ ବିଦ୍ୟା ମଧ୍ୟ ଅଧିକ ଲାଭଦାୟକ।
15
ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।
16
ସେହିଲୋକ ଡାହାଣ ହସ୍ତରେ ଦୀର୍ଘାୟୁ ଏବଂ ବାମ ହସ୍ତରେ ଧନ ଓ ସମ୍ମାନ ଧାରଣ କରିଛି।
17
ଜ୍ଞାନୀ ଲୋକମାନେ ସୁଖ ଶାନ୍ତିରେ ବାସ କରନ୍ତି।
18
ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ୱରୂପ। ଯେଉଁମାନେ ତା’ର ଆଶ୍ରୟ ନିଅନ୍ତି ସେମାନେ ଜୀବନ ପାଆନ୍ତି। ସେହିମାନେ ବାସ୍ତବରେ ଧନ୍ୟ।
19
ସଦାପ୍ରଭୁ ଜ୍ଞାନରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନରେ ଆକାଶ ମଣ୍ଡଳ ସୃଷ୍ଟି କଲେ।
20
ସଦାପ୍ରଭୁ ତାଙ୍କ ଜ୍ଞାନରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।
21
ହେ ମୋର ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର।
22
ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ।
23
ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଗ୍ଭଲିବ। ତୁମ୍ଭେ କେଉଁଠାରେ ଝୁଣ୍ଟିବ ନାହିଁ।
24
ଶୟନ ସମୟରେ ତୁମ୍ଭର ଭୟ ହେବ ନାହିଁ। ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ।
25
ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ।
26
କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ।
27
ଯେତେବେଳେ ତୁମ୍ଭେ ପାରିବ, ସେତେବେଳେ ତୁମ୍ଭେ ଅନ୍ୟମାନଙ୍କର ଉପକାର କର।
28
ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭକୁ କିଛି ପଦାର୍ଥ ମାଗେ ଏବଂ ତାହା ଯଦି ତୁମ୍ଭ ନିକଟରେ ଥାଏ ତେବେ ତାକୁ ସାଙ୍ଗେ ସାଙ୍ଗେ ଦିଅ। “କାଲି ଆସ, ଏପରି କୁହ ନାହିଁ।”
29
ଯେତେବେଳେ ତୁମ୍ଭର ପଡ଼ୋଶୀ ସେ ବିଶ୍ୱାସ କରି ତୁମ୍ଭ ପାଖରେ ବାସ କରେ। ତୁମ୍ଭେ ପଡ଼ୋଶୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କର ନାହିଁ।
30
ବିନା କାରଣରେ ତୁମ୍ଭର ପଡ଼ୋଶୀକୁ ବିଗ୍ଭରାଳୟକୁ ନିଅ ନାହିଁ। ସେ ଯଦି ନିର୍ଦ୍ଦୋଷ ହୋଇଥାଏ, ତେବେ ତାଙ୍କ ପ୍ରତି ଏପରି କର ନାହିଁ।
31
କିଛି ଲୋକ ଅଛନ୍ତି ଯେଉଁମାନେ ସହଜରେ ରାଗିଯା’ନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସେପରି ହୁଅ ନାହିଁ।
32
କାରଣ ସଦାପ୍ରଭୁ ଉତ୍ତମ ସରଳ ଧାର୍ମିକ ଲୋକମାନଙ୍କୁ ପ୍ରେମ କରନ୍ତି, କିନ୍ତୁ କୁକର୍ମ ଲୋକମାନଙ୍କୁ ଘୃଣା କରନ୍ତି।
33
ସଦାପ୍ରଭୁ କୁକର୍ମ ଲୋକମାନଙ୍କ ଗୃହ ବିରୁଦ୍ଧରେ ଥା’ନ୍ତି। କିନ୍ତୁ ଧାର୍ମିକ ଲୋକମାନଙ୍କର ଗୃହକୁ ଆଶୀର୍ବାଦ କରନ୍ତି।
34
ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।
35
ଜ୍ଞାନବାନଙ୍କର ଜୀବନ ସେମାନଙ୍କୁ ସମ୍ମାନ ଦିଏ। ମାତ୍ର ଅଜ୍ଞାନମାନଙ୍କର ଜୀବନ ସେମାନଙ୍କୁ ଲଜ୍ଜା ଦିଏ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31