bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 6
Proverbs 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 7 →
1
ଋଣରେ ମଧ୍ୟସ୍ଥି ହୁଅ ନାହିଁ ହେ ମୋର ପୁତ୍ର, ଅନ୍ୟ ଲୋକର ଋଣରେ ତୁମ୍ଭେ ମଧ୍ୟସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶୋଧ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ?
2
ଯଦି ତୁମ୍ଭେ କର, ତେବେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ୱାରା ଫାନ୍ଦରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାଯାଇ ଅଛ।
3
ତୁମ୍ଭେ ଆପଣାକୁ ଏଥିରୁ ଉଦ୍ଧାର କର। ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ। ଯାଅ ଆପଣାକୁ ନମ୍ରକରି ତୁମ୍ଭ ପ୍ରତିବାସୀକି ବାରମ୍ବାର ବିନତି କର। ସେ ଋଣରୁ ତୁମ୍ଭକୁ ମୁକ୍ତ କରୁ।
4
ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ଯାଅ ନାହିଁ।
5
ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ୟାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ଉଡ଼ିଯାଆନ୍ତି।
6
ଅଳସୁଆ ପଣିଆର ବିପଦଗୁଡ଼ିକ ହେ ଅଳସୁଆଲୋକମାନେ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ଯାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସେମାନଙ୍କଠାରୁ ଶିଖ ଓ ସେମାନଙ୍କର ଉଦାହରଣରୂପେ କାର୍ଯ୍ୟ କର।
7
ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କେହି ନ ଥା’ନ୍ତି।
8
ସେମାନେ ଗ୍ରୀଷ୍ମକାଳରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳରେ ପ୍ରଚୁର ପରିମାଣରେ ସେମାନେ ଖାଦ୍ୟ ସଂଗୃହୀତ କରିଥା’ନ୍ତି।
9
ହେ ଅଳସୁଆଲୋକମାନେ, କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରେ ପଡ଼ି ରହିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ?
10
ଅଳସୁଆମାନେ କହନ୍ତି, “ଆଉ ଟିକିଏ ଶୋଇବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ଯିବା ପାଇଁ ଭିଡ଼ିମୋଡ଼ି ହୁଏ।”
11
କିନ୍ତୁ ସେ ଶୋଇ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହୋଇଯାଏ। ଖୁବ୍ ଶୀଘ୍ର ତା’ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନେବ।
12
ପାପାଧମ ବ୍ୟକ୍ତି ପାପାଧମ ବ୍ୟକ୍ତି, ଅପରାଧୀ ମନୁଷ୍ୟ ସର୍ବଦା ମିଥ୍ୟା କଥା କହନ୍ତି।
13
ସେ ଆଖିରେ ଠାରେ, ସେ ଗୋଡ଼ରେ ଓ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ।
14
ତା’ର ହୃଦୟରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ଯୁକ୍ତିତର୍କ ଓ କଳି ଆରମ୍ଭ କରେ।
15
କିନ୍ତୁ ତା’ର ବିପଦ ଶୀଘ୍ର ଉପସ୍ଥିତ ହେବ। ସେ ଆକସ୍ମିକ ଶୀଘ୍ର ବିନାଶ ହେବ। ଏବଂ ତାଙ୍କୁ କିଛି ଉପାୟ ମିଳିବ ନାହିଁ।
16
ସାତୋଟି କଥା ସଦାପ୍ରଭୁ ସର୍ବଦା ଘୃଣା କରନ୍ତି ସଦାପ୍ରଭୁ ଏହି ଛଅ ଗୋଟି ବିଷୟକୁ ଘୃଣା କରନ୍ତି। ସପ୍ତବସ୍ତୁ ମଧ୍ୟ ତାଙ୍କର ଘୃଣାଯୋଗ୍ୟ।
17
ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଜିହ୍ୱା, ନିର୍ଦ୍ଦୋଷର ରକ୍ତପାତକାରୀ ହସ୍ତ।
18
ହୃଦୟ କୁକର୍ମ କରିବା ପାଇଁ ଯୋଜନା କରେ, କୁକର୍ମ କରିବାକୁ ବେଗଗାମୀ ଚରଣ।
19
ମିଥ୍ୟା ସାକ୍ଷୀ, ଯେ ମିଥ୍ୟା କହି ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
20
Warning Against Adultery ହେ ମୋର ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ।
21
ସେମାନଙ୍କର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେରଖ। ତାହାକୁ ତୁମ୍ଭ ହୃଦୟରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ।
22
ଯେତେବେଳେ ତୁମ୍ଭେ ଗ୍ଭଲିବ, ସେମାନଙ୍କର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦେଖାଇବେ। ଯେତେବେଳେ ତୁମ୍ଭେ ଶୟନ କରିବାକୁ ଯିବ ସେମାନେ ତୁମ୍ଭର ପ୍ରହରୀ ହେବେ। ଯେତେବେଳେ ତୁମ୍ଭେ ଜାଗ୍ରତ ହେବ, ସେମାନେ ତୁମ୍ଭ ସହ ଆଳାପ କରିବେ।
23
ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଳାଇ ନେବ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଳାଇ ନେବ।
24
ସେମାନଙ୍କର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଗ୍ଭଟୁବାକ୍ୟଠାରୁ ଦୂରେଇ ରଖୁ।
25
ତୁମ୍ଭ ହୃଦୟରେ ସେହି ସୁନ୍ଦର ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ। ତା’ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ।
26
ବ୍ୟଭିଗ୍ଭରିଣୀକୁ ପାଉଁରୋଟୀର ଦାମ ଦେବାକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦେବାକୁ ପଡ଼ିବ।
27
ଯଦି କେହି ଲୋକ ତା’ର ବକ୍ଷ ଦେଶରେ ନିଆଁ ରଖିବ, ତେବେ ତାହା ପୋଡ଼ି ଯିବ।
28
ଯଦି କେହି ଲୋକ ଜ୍ୱଳନ୍ତା ଅଙ୍ଗାର ଉପରେ ଗ୍ଭଲେ, ତେବେ ତା’ର ପାଦ ପୋଡ଼ିଯିବ।
29
ଏହା ଠିକ୍ ସେହିପରି ହେବ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶୟନ କରିବ। ଯେକେହି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ଯାଇପାରିବ ନାହିଁ।
30
ଭୋକିଲା ଯୋଗୁଁ ଯଦି ଗ୍ଭେରି କରେ। ତେବେ ଲୋକେ ତାକୁ ଘୃଣା କରିବେ।
31
ମାତ୍ର ଯଦି ଧରାପଡ଼େ, ତେବେ ତାକୁ ସାତଗୁଣ ଫେରାଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ହେବ।
32
ଜଣେ ବ୍ୟଭିଗ୍ଭରୀ ଲୋକ ନିର୍ବୋଧ ଅଟେ। ସେ ତା’ର ନିଜର ବିନାଶ ଆଣିବ।
33
ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା’ର କଳଙ୍କ ମାର୍ଜିତ ହେବ ନାହିଁ।
34
ସେହି ସ୍ତ୍ରୀର ସ୍ୱାମୀ ନିତାନ୍ତ ଈର୍ଷାପରାୟଣ ହେବ। ତା’ର ସ୍ୱାମୀ ନିତାନ୍ତ କ୍ରୋଧତ ହେବ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ।
35
ଯେକୌଣସି ମୂଲ୍ୟ ତା’ର କ୍ରୋଧକୁ ଶାନ୍ତ କରି ପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା’ର କ୍ରୋଧ ଶାନ୍ତ ହେବ ନାହିଁ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31