bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 26
Proverbs 26
Odia Bible ERV 2004 (ପବିତ୍ର ବାଇବଲ)
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 27 →
1
ମୂର୍ଖମାନଙ୍କ ସମ୍ବନ୍ଧରେ ହିତୋପଦେଶ ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି, ସେହିପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ ଅଟେ।
2
ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡାଳ ଚଟିଆ ଉଡ଼ୁଥିବା ବେଳେ ସେହିପରି ଅକାରଣରେ ଦତ୍ତ ଶାପ ନିକଟକୁ ଆସେ ନାହିଁ।
3
ଅଶ୍ୱ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର।
4
ମୂର୍ଖକୁ ତା’ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତେବେ ତୁମ୍ଭେ ମଧ୍ୟ ତାହାର ତୁଲ୍ୟ ହେବ।
5
ମୂର୍ଖକୁ ତା’ର ଅଜ୍ଞାନତାନୁସାରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟିରେ ଆପଣାକୁ ଜ୍ଞାନୀ ବୋଧ କରିବ।
6
ମୂର୍ଖ ମାଧ୍ୟମରେ ଯେ ସମାଗ୍ଭର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ।
7
ଲେଙ୍ଗେଡ଼ାର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖରେ ହିତୋପଦେଶ ବାକ୍ୟ ଠିକ୍ ସେହିପରି।
8
ପ୍ରସ୍ତରକୁ ବାଟୁଳିରେ ବାନ୍ଧିବା ପାଇଁ ଚେଷ୍ଟା କରିବା ଯେପରି ବ୍ୟବହାର୍ଯ୍ୟହୀନ, ସେହିପରି ନିର୍ବୋଧକୁ ସମ୍ମାନ ଦେବା ଅଟେ।
9
ମତ୍ତଲୋକର ହସ୍ତରେ କଣ୍ଟକ ଉଠାଯିବା ଯେପରି, ମୂର୍ଖମାନଙ୍କ ମୁଖରେ ହିତୋପଦେଶ ବାକ୍ୟ ଠିକ୍ ସେହିପରି ଅଟେ।
10
ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସେପରି ସେହି ଲୋକ ଯେ ମୂର୍ଖ ପଥିକକୁ ବେତନ ଦିଏ ଓ ଯେ ମଦୁଆକୁ ବେତନ ଦିଏ।
11
ଆପଣା ବାନ୍ତି ପ୍ରତି ଫେରିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତାରେ କର୍ମ କରିବା ମୂର୍ଖ ସେପରି।
12
ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ଯିଏ ଭାବେ ସେ ଜ୍ଞାନୀ, ସେତେବେଳେ ସେ ଜ୍ଞାନୀ ନ ଥାଏ।
13
ଅଳସୁଆ କହେ, “ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।”
14
କବଜାରେ ଯେପରି କବାଟ ଝୁଲେ, ଠିକ୍ ସେହିପରି ଅଳସୁଆ ଆପଣା ଶଯ୍ୟାରେ ଥାଇ ଝୁଲୁଥାଏ।
15
ଅଳସୁଆ ଥାଳିରେ ହାତ ବୁଡ଼ାଇ ଆଉଥରେ ତାହା ମୁଖକୁ ନେବାକୁ ଥକିଯାଏ।
16
ସାତ ଜଣ ସୁବିଗ୍ଭରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ୍।
17
ଜଣେ ପଥିକ ଯିଏ ଯୁକ୍ତିତର୍କରେ ଜଡ଼ିତ ହୁଏ, ଯାହା ତା’ର ସମ୍ପର୍କରେ ନ ଥାଏ। ସେ କୁକୁରର କାନ ଧରିବା ଲୋକତୁଲ୍ୟ ଅଟୋ
18
ଆପଣା ପ୍ରତିବାସୀକି ଯେଉଁ ଲୋକ ଭୁଲାଇ କହେ, “ମୁଁ କୌତୁକ କରୁଛି।” ସେ ଅଗ୍ନିବାଣ, ତୀର ଓ ମୃତ୍ୟୁ ନିକ୍ଷେପକାରୀ ବାତୁଳ ପରି ଅଟେ।
20
କାଠ ବିନା ଯେପରି ନିଆଁ ଲିଭିଯାଏ ଏବଂ କଳହକାରୀ ବିନା ବାଜେ କଥା ସ୍ଥଗିତ ହୋଇଯାଏ।
21
ଯେପରି ଭାବରେ ଜ୍ୱଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସେହିପରି ବିବାଦ ବଢ଼ାଇବାକୁ କଳିହୁଡ଼ା ଲୋକ ଆରମ୍ଭ କରିଥାଏ।
22
ଭର୍ତ୍ସନା ମନପସନ୍ଦ ଖାଦ୍ୟପରି ଅଟେ, ଏହା ଉଦରର ଅନ୍ତରାଳୟକୁ ଗ୍ଭଲିଯାଏ।
23
ଅନୁରାଗୀ କଥା ଓ ମନ୍ଦ ହୃଦୟ ରୂପା ଖାଦରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ୟ ଅଟେ।
24
ଘୃଣାକାରୀ ନିଜ କଥାରେ କପଟ କରେ, କିନ୍ତୁ ସେ ହୃଦୟରେ ପ୍ରବଞ୍ଚନା ରଖେ।
25
ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ। ଯେହେତୁ ତା’ର ହୃଦୟରେ ସାତୋଟା ଘୃଣ୍ୟ ବିଷୟ ଥାଏ।
26
ତାହାର ଘୃଣା କପଟରେ ଆପଣାକୁ ଆବୃତ୍ତ କଲେ ହେଁ, ତା’ର ମନ୍ଦତା ସଭାରେ ପ୍ରକାଶ ପାଏ।
27
ଯେ ଗାତ ଖୋଳେ, ସେ ଆପେ ହିଁ ସେହି ଗାତରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା’ ଉପରକୁ ଲେଉଟି ଥାଏ।
28
ମିଥ୍ୟାବାଦୀ ଜିହ୍ୱା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ। ପୁଣି ଗ୍ଭଟୁବାଦୀ କଥା ସର୍ବନାଶ କରେ।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31