bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 24
Proverbs 24
Odia Bible ERV 2004 (ପବିତ୍ର ବାଇବଲ)
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 25 →
1
— 19 — ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ। ସେମାନଙ୍କର ମଧ୍ୟ ସାଙ୍ଗ ହୁଅ ନାହିଁ।
2
ସେମାନେ ମନରେ ଦୌରାତ୍ମ୍ୟ କଳ୍ପନା କରନ୍ତି। ସେମାନେ ଅନିଷ୍ଟ କରିବା ପାଇଁ କହନ୍ତି।
3
— 20 — ବୁଦ୍ଧି ଓ ଜ୍ଞାନଦ୍ୱାରା ଉତ୍ତମ ଗୃହ ନିର୍ମିତ ହୁଏ।
4
ଜ୍ଞାନରେ ତାହାର କୋଠରୀ ସବୁ ବହୁମୂଲ୍ୟ ଓ ମନୋରମ ବସ୍ତ୍ରରେ ପରିପୂର୍ଣ୍ଣ ହୁଏ।
5
— 21 — ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ୱାନ୍ ଲୋକମାନେ ବଳ ବଢ଼ାନ୍ତି।
6
ଯୁଦ୍ଧ କରିବା ପୂର୍ବରୁ ଯତ୍ନରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ଯୁଦ୍ଧରେ ଜୟ କରିବାକୁ ଗ୍ଭହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ୍।
7
— 22 — ଅଜ୍ଞାନ ଲୋକମାନେ ଜ୍ଞାନକୁ ବୁଝିପାରନ୍ତି ନାହିଁ। ଯେତେବେଳେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କରନ୍ତି ବୋକାମାନେ ନୀରବ ରୁହନ୍ତି।
8
— 23 — ଯେଉଁ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି, ଲୋକମାନେ ସେମାନଙ୍କୁ କୁସନ୍ଧାନୀ ବୋଲି କହିବେ। ଏବଂ ସେମାନେ ତୁମ୍ଭମାନଙ୍କର କଥା ଶୁଣିବେ ନାହିଁ।
9
ନିର୍ବୋଧଲୋକମାନେ ଯାହାସବୁ ଯୋଜନା କରନ୍ତି, ତାହା ପାପ। ଲୋକମାନେ ସେହି ଲୋକକୁ ଘୃଣା କରନ୍ତି ଯିଏ ଅନ୍ୟମାନଙ୍କଠାରୁ ନିଜକୁ ଉତ୍ତମ ବୋଲି ବିବେଚନା କରେ।
10
— 24 — ବିପଦ ଦିନରେ ତୁମ୍ଭେ ଯଦି ଭୀରୁ ଦେଖାଇବ, ତେବେ ତୁମ୍ଭର ଶକ୍ତି କ୍ଷୀଣ ହେବ।
11
— 25 — ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ୟା କରିବାକୁ, ତେବେ ତୁମ୍ଭେ ତାଙ୍କୁ ରକ୍ଷା କର।
12
ତୁମ୍ଭେ ଏପରି କୁହ ନାହିଁ, “ଏହା ମୋର କର୍ତ୍ତବ୍ୟ ନୁହେଁ।” ଯେହେତୁ ସଦାପ୍ରଭୁ ସମସ୍ତ ବିଷୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭର ପ୍ରତ୍ୟେକ କର୍ମକୁ ଦେଖୁଛନ୍ତି। ତୁମ୍ଭେ କ’ଣ ସବୁ କରୁଅଛ। ତେଣୁ ସଦାପ୍ରଭୁ ତୁମ୍ଭର ଉତ୍ତମ କାର୍ଯ୍ୟ ପାଇଁ ତୁମ୍ଭକୁ ପୁରସ୍କୃତ କରିବେ।
13
— 26 — ହେ ମୋର ପୁତ୍ର, ତୁମ୍ଭେ ମହୁ ଖାଅ। ଯେହେତୁ ତାହା ଭଲ। ତୁମ୍ଭେ ମଧୁ ଗ୍ଭଖି ଖାଅ, ଯେହେତୁ ତାହା ତୁମ୍ଭକୁ ସୁସ୍ୱାଦୁ ଲାଗିବ।
14
ଠିକ୍ ସେହିପରି ଭାବରେ ଜ୍ଞାନ ତୁମ୍ଭମାନଙ୍କର ପ୍ରାଣ ପାଇଁ ମହୁପରି ଅଟେ। ଯଦି ତୁମ୍ଭେ ଜ୍ଞାନ ଆହରଣ କର, ତେବେ ତୁମ୍ଭର ଭବିଷ୍ୟତ ରହିବ ଏବଂ ତୁମ୍ଭର ଆଶା କେବେ ଶେଷ ହେବ ନାହିଁ।
15
— 27 — ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ।
16
ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦରେ ପରାସ୍ତ ହୁଅନ୍ତି।
17
— 28 — ଯେତେବେଳେ ତୁମ୍ଭର ଶତ୍ରୁ ସମସ୍ୟାରେ ଅଛି, ତୁମ୍ଭେ ହସ ନାହିଁ, ଯେତେବେଳେ ସେ ପଡ଼ିଯାଏ, ସେହି ସମୟରେ ମଧ୍ୟ ତୁମ୍ଭେ ଖୁସୀ ହୁଅ ନାହିଁ।
18
ଯଦି ତୁମ୍ଭେ ଏପରି କର, ତାହା ମଧ୍ୟ ସଦାପ୍ରଭୁ ଦେଖିବେ। ସଦାପ୍ରଭୁ ଏପରି କର୍ମରେ ତୁମ୍ଭମାନଙ୍କ ପ୍ରତି ଖୁସୀ ହେବେ ନାହିଁ। ଏହା ପରେ ସଦାପ୍ରଭୁ ତୁମ୍ଭର ଶତ୍ରୁକୁ ସାହାଯ୍ୟ କରି ପାରନ୍ତି।
19
— 29 — ମନ୍ଦକର୍ମକାରୀମାନଙ୍କ ସକାଶେ ଚିନ୍ତିତ ହୁଅ ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ।
20
ମନ୍ଦ ଲୋକମାନଙ୍କର କୌଣସି ଭବିଷ୍ୟତ ନାହିଁ ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।
21
— 30 — ହେ ମୋର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସେହି ଲୋକମାନଙ୍କ ସହିତ ଜଡ଼ିତ ହୁଅ ନାହିଁ। ଯେଉଁମାନେ ସେମାନଙ୍କର ବିପକ୍ଷରେ ଅଛନ୍ତି।
22
କାରଣ ସେମାନଙ୍କର ହଠାତ୍ ବିପଦ ଘଟିବ। ତୁମ୍ଭେ ଜାଣ ନାହିଁ ସଦାପ୍ରଭୁ ଏବଂ ରାଜା ସେମାନଙ୍କର ଶତ୍ରୁମାନଙ୍କ ପାଇଁ କି ବିପଦ ଆଣନ୍ତି।
23
ଅଧିକ ଜ୍ଞାନର କଥା ଏହିସବୁ ମଧ୍ୟ ଜ୍ଞାନୀମାନଙ୍କର କଥା ଅଟେ; ବିଗ୍ଭର ସର୍ବଦା ଯଥାର୍ଥ ହେବା ଉଚିତ୍, ଏଥିରେ ପକ୍ଷପାତିତା ହେବା ଉଚିତ୍ ନୁହେଁ।
24
ସେହି ଧାର୍ମିକ ଯିଏ ଏକ ଦୋଷୀ ମନୁଷ୍ୟକୁ କହେ, ‘ତୁମ୍ଭେ ନିରୀହ ଅଟ,’ ଲୋକମାନେ ତାଙ୍କୁ ଅଭିଶାପ ଦେବେ। ଏପରିକି ଅନ୍ୟ ଗୋଷ୍ଠୀୟମାନେ ନିନ୍ଦା କରିବେ।
25
ଯେଉଁମାନେ ନିଜର ଦୋଷକୁ ସାବ୍ୟସ୍ତ କରନ୍ତି, ସେମାନେ ଧନବାନ୍ ହୁଅନ୍ତି। ସେମାନେ ଭଲ ଆଶୀର୍ବାଦ ଲାଭ କରନ୍ତି।
26
ଯିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠରେ ଚୁମ୍ବନ ତୁଲ୍ୟ।
27
ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର। ଆପଣା ନିମନ୍ତେ ସେହି କ୍ଷେତ୍ର ପ୍ରସ୍ତୁତ କର। ଏହା ପରେ ଆପଣା ଗୃହ ନିର୍ମାଣ କର।
28
ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବାସୀର ବିପକ୍ଷରେ ସାକ୍ଷୀ ହୁଅ ନାହିଁ। ମିଥ୍ୟା କୁହ ନାହିଁ।
29
“ସେ ମୋ’ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏପରି କୁହ ନାହିଁ।”
30
ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧଲୋକର ଦ୍ରାକ୍ଷାକ୍ଷେତ୍ର ଦେଇ ଗଲି।
31
ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି।
32
ତେଣୁ ମୁଁ ଅନାଇଲି, ପୁଣି ମନୋଯୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି।
33
ଦିନ ବେଳେ ଗଡ଼ିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦେଇ ତୁମ୍ଭେ ଯଦି ଶୋଇ ରୁହ,
34
ତେବେ ଦରିଦ୍ରତା ତୁମ୍ଭ ଉପରକୁ ଖଳବ୍ୟକ୍ତି ତୁଲ୍ୟ ଏବଂ ତୁମ୍ଭର ଅଭାବ ସସଜ୍ଜ ଲୋକ ପରି ଆସିବ। ଯେଉଁଗୁଡ଼ିକୁ ତୁମ୍ଭେ ପରାସ୍ତ କରିବାକୁ ଅସମର୍ଥ ହେବ।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31