bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 11
Proverbs 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 12 →
1
ସଦାପ୍ରଭୁ ମିଥ୍ୟାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ୍ ଓଜନକୁ ଭଲ ପାଆନ୍ତି।
2
ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।
3
ସତ୍ୟପ୍ରିୟ ଲୋକମାନଙ୍କର ସରଳତା ସେମାନଙ୍କୁ ପଥ ଦେଖାଇବ, କିନ୍ତୁ ବିଶ୍ୱାସଘାତ ଲୋକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ।
4
ପ୍ରଭୁଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା ପାଇବ।
5
ସତ୍ୟପ୍ରିୟ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହେବ। କିନ୍ତୁ ଦୁଷ୍ଟର ଦରଜା ସେମାନଙ୍କ ଦୁଷ୍ଟତା ଦ୍ୱାରା ଧ୍ୱଂସ ହେବ।
6
ସତ୍ୟପ୍ରିୟ ଲୋକମାନଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ। କିନ୍ତୁ ବିଶ୍ୱାସଘାତକ ଲୋକ ସେମାନଙ୍କ ଅଭିଳାଷ ଦ୍ୱାରା ଧରା ପଡ଼ିବେ।
7
ଯେତେବେଳେ ଦୁଷ୍ଟ ମରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ୱଂସ ହୁଏ।
8
ଜଣେ ଧାର୍ମିକ ମନୁଷ୍ୟ ସମସ୍ୟାରୁ ରକ୍ଷା ପାଏ ଏବଂ ତା ବଦଳରେ ଏହା ଦୁଷ୍ଟ ମନୁଷ୍ୟ ଉପରକୁ ଆସେ।
9
ଜଣେ ଦୁଷ୍ଟ ମନୁଷ୍ୟ ତା’ର କୁବାକ୍ୟଗୁଡ଼ିକରେ ତା’ର କୁମୁଖରେ ପ୍ରତିବାସୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ଜ୍ଞାନର ସହିତ ସେମାନଙ୍କୁ ରକ୍ଷା କରନ୍ତି।
10
ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜୟଧ୍ୱନି ହୁଏ।
11
ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତେବେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ।
12
ଯିଏ ଆପଣାର ପ୍ରତିବାସୀକୁ ତାଛଲ୍ୟ ମନୋଭାବ ଦେଖାଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହୋଇ ରହେ।
13
କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ଯାଏ ବିଶ୍ୱାସରେ ବିଶ୍ୱାସଘାତକତା କରେ। କିନ୍ତୁ ଜଣେ ବିଶ୍ୱସନୀୟ ଲୋକ ଗୁପ୍ତକଥା ଲୁଗ୍ଭଇ ରଖେ।
14
ଗୋଟିଏ ଜାତି ଠିକ୍ ଦେଖାଶୁଣା ଅଭାବ ଯୋଗୁଁ ଧ୍ୱଂସ ହୋଇଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ୱାରା ସଫଳତା ଆସିଥାଏ।
15
ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ୟ କ୍ଳେଶ ପାଏ। ମାତ୍ର ଲଗା ହେବାକୁ ଯେ ଘୃଣା କରେ ସେ ନିରାପଦ ଥାଏ।
16
ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରଖେ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି।
17
ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦୟ ସେ ଆପଣା ଶରୀରକୁ ଦୁଃଖ ଦିଏ।
18
ଦୁଷ୍ଟଲୋକ ମିଥ୍ୟା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।
19
ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ଯିଏ କୁକର୍ମର ପଛରେ ଯାଏ, ସେ ଆପଣାର ମୃତ୍ୟୁ ଘଟାଇବ।
20
ଜଣେ ପ୍ରବଞ୍ଚକ ମନୁଷ୍ୟ ସଦାପ୍ରଭୁଙ୍କ ଦ୍ୱାରା ଘୃଣିତ ହୁଏ, କିନ୍ତୁ ଯିଏ ନିଷ୍ଠାପର ଜୀବନଯାପନ କରେ, ପ୍ରଭୁ ତାକୁ ଭଲ ପାଆନ୍ତି।
21
ଏହା ନିଶ୍ଚିତ ସତ୍ୟ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।
22
ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସେହିପରି ଯେପରି ଘୁଷୁରିର ଥୋମଣିରେ ସୁବର୍ଣ୍ଣ ଥାଏ।
23
ଧାର୍ମିକମାନଙ୍କର ବାଞ୍ଛାର ଫଳ କେବଳ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କ୍ରୋଧ ଅଟେ।
24
କେହି କେହି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କେହି କେହି ଉଚିତ୍ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ।
25
ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସେମାନେ ଉନ୍ନତି କରିବେ ଏବଂ ସେ ଯିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା’ର ଶୋଷ ମେଣ୍ଟା ହେବ।
26
ଜଣେ ବ୍ୟକ୍ତି ଯିଏ ତା’ର ଶସ୍ୟ ବିକ୍ରୀ କରିବାକୁ ମନ କରେ, ତାହାକୁ ଲୋକମାନେ ଅଭିଶାପ ଦେବେ। କିନ୍ତୁ ଯେକେହି ଶସ୍ୟ ବିକ୍ରୟ କରେ ଇଚ୍ଛା ଏବଂ ନ୍ୟାୟ ସହିତ ତା’ର ମସ୍ତକକୁ ଆଶୀର୍ବାଦ ମିଳେ।
27
ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ। ପୁଣି ଯେ ଅନ୍ୟର ମନ୍ଦ କରିବାକୁ ଗ୍ଭହେଁ, ତା’ ପ୍ରତି ସେହିପରି ଘଟେ।
28
ଆପଣା ଧନରେ ଯେ ନିର୍ଭର ରଖେ, ସେ ସତେଜ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତେଜ ପତ୍ରପରି ପ୍ରଫୁଲ୍ଲ ହେବ।
29
ଜଣେ ଯିଏ ଆପଣା ପରିବାରକୁ ସମସ୍ୟାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ୟକ୍ତିର ଦାସ ହେବ।
30
ଧାର୍ମିକ ବ୍ୟକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ଯିଏ ଜ୍ଞାନୀ ଲୋକମାନଙ୍କର ଜୀବନ ଲାଭ କରେ।
31
ଭଲ ଲୋକମାନେ ପୃଥିବୀରେ ପୁରସ୍କୃତ ହେବେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31