bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Proverbs 16
Proverbs 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 17 →
1
ମନୁଷ୍ୟ କଳ୍ପନା କରେ। କିନ୍ତୁ ନିର୍ଣ୍ଣୟ ସଦାପ୍ରଭୁଙ୍କ ପାଖରୁ ଆସେ।
2
ଜଣେ ଲୋକ ଭାବେ ସେ ଯାହା କହୁଛି, ତାହା ଠିକ୍। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ପରୀକ୍ଷା କରନ୍ତି।
3
ସଦାପ୍ରଭୁଙ୍କଠାରେ ତୁମ୍ଭର ସମସ୍ତ କାର୍ଯ୍ୟ ସମର୍ପଣ କର। ତେବେ ତୁମ୍ଭେ ସବୁ କାର୍ଯ୍ୟରେ ଜୟଯୁକ୍ତ ହେବ।
4
ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଗ୍ଭରରେ ଦୁଷ୍ଟମାନେ ବିନାଶ ହେବେ।
5
ସଦାପ୍ରଭୁ ସେହିମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଭାବନ୍ତି ସେ ସମସ୍ତଙ୍କଠାରୁ ଶ୍ରେଷ୍ଠତର। ସଦାପ୍ରଭୁ ଏହିପରି ଗର୍ବୀ ଲୋକମାନଙ୍କୁ ନିଃସନ୍ଦେହରେ ଦଣ୍ଡିତ କରିବେ।
6
ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ ହୁଏ। ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି।
7
ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା’ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତିରେ ରହିବା ପାଇଁ ବାଧ୍ୟ କରନ୍ତି।
8
ଅନ୍ୟାୟରେ ପ୍ରଚୁର ରୋଜଗାର ଅପେକ୍ଷା, ଧାର୍ମିକତାରେ ଅଳ୍ପ ରୋଜଗାର ହିଁ ଭଲ ଅଟେ।
9
ମନୁଷ୍ୟର ମନ ଆପଣାର ପଥ ବିଷୟରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଗ୍ଭଲିବାକୁ ନିର୍ଦ୍ଦେଶ କରନ୍ତି।
10
ଯେତେବେଳେ ରାଜା ଯାହା କହନ୍ତି ତାହା ନିୟମ ହୋଇଯାଏ। ତେଣୁ ତା’ର ବିଗ୍ଭର ସ୍ୱଚ୍ଛ ହେବା ଉଚିତ୍।
11
ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ୟବହାର କରିବାକୁ ବଟଖରାସବୁ ତିଆରି କଲେ।
12
କୁକର୍ମ କରିବା ରାଜାଙ୍କ ନିମନ୍ତେ ଘୃଣାର ବିଷୟ, ଯେହେତୁ ଧାର୍ମିକତାରେ ସିଂହାସନ ସ୍ଥିରୀକୃତ ହୁଏ।
13
ଧର୍ମଯୁକ୍ତ କଥା ରାଜାଙ୍କ ପାଇଁ ତୁଷ୍ଟିକର। ସେମାନେ ଯଥାର୍ଥ କରନ୍ତି ଯେଉଁମାନେ ପ୍ରେମ କରନ୍ତି।
14
ରାଜାଙ୍କର କ୍ରୋଧ ମୃତ୍ୟୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।
15
ରାଜାର ପ୍ରସନ୍ନ ବଦନରେ ଜୀବନ ଥାଏ। ତାଙ୍କର ଅନୁଗ୍ରହ ଶେଷ ବର୍ଷାର ମେଘସ୍ୱରୂପ।
16
ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବେଚନା ପାଇବା ରୂପାଠାରୁ ଅଧିକ ମୂଲ୍ୟବାନ।
17
ଧାର୍ମିକ ଲୋକମାନଙ୍କର ଚଳଣି ଅଧର୍ମର ବହୁତ ଦୂରରେ। ଯେଉଁ ଲୋକ ଆପଣା ପଥ ଜଗି ଗ୍ଭଲେ, ସେ ଆପଣା ପ୍ରାଣ ରକ୍ଷା କରେ।
18
ଅହଙ୍କାର ସର୍ବନାଶର ସମ୍ମୁଖରେ ଆସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖରେ ଆସେ।
19
ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ୟ ଭାଗ କରିବା ଅପେକ୍ଷା ଦରିଦ୍ରତାର ସହିତ ନମ୍ର ହେବା ଭଲ।
20
ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରେ, ସେ ସାଫଲ୍ୟ ଅର୍ଜ୍ଜନ କରେ। ପୁଣି ସେହି ଲୋକ ଧନ୍ୟ ଯେ ସଦାପ୍ରଭୁଙ୍କଠାରେ ନିର୍ଭର କରେ।
21
କିଏ ଜ୍ଞାନୀ ବା ବୁଦ୍ଧିମାନ, ଲୋକମାନେ ଜାଣି ପାରିବେ। ବାକ୍ୟର ମିଷ୍ଟତା ପାଣ୍ଡିତ୍ୟ ବଢ଼ାଏ।
22
ସଦ୍ବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ୱରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।
23
ଜ୍ଞାନବାନର ହୃଦୟ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା’ର ବାକ୍ୟ ପାଣ୍ଡିତ୍ୟ ବଢ଼ାଏ।
24
ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ୱାସ୍ଥ୍ୟ ପାଇଁ ଉତ୍ତମ।
25
ମନୁଷ୍ୟର ଦୃଷ୍ଟିରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ୟୁରେ ହିଁ ଶେଷ ହୁଏ।
26
ପରିଶ୍ରମକାତର କ୍ଷୁଧା ତାକୁ ପରିଶ୍ରମ କରିବାକୁ ବାଧ୍ୟ କରେ। ତା’ର ଭୋକିଲା ପାଟି କଠିନ ପରିଶ୍ରମ ପାଇଁ ଅଭିଯାନ କରନ୍ତି।
27
ପାପାଧାମ ଲୋକ ଅନିଷ୍ଟ କଳ୍ପନା କରେ। ଏବଂ ତାହାର ବାକ୍ୟଗୁଡ଼ିକ ଅଗ୍ନିପରି ଜଳେ।
28
କୁଟିଳ ମନୁଷ୍ୟ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ୱ ନଷ୍ଟ କରନ୍ତି।
29
ଅତ୍ୟାଗ୍ଭରୀ ଆପଣା ମିତ୍ରଗଣକୁ ଭୁଲିଯାଏ। ଏବଂ ପ୍ରତିବାସୀକୁ କୁପଥରେ କଢ଼ାଇ ନିଏ।
30
ଯେଉଁ ଲୋକ ଆପଣା ଆଖି ମିଞ୍ଜି ମିଞ୍ଜି କରେ, ସେ କୁଟିଳ ବିଷୟ କଳ୍ପନା କରେ, ଏବଂ ଯେ ଆପଣା ଓଷ୍ଠ ଜାବୁଡ଼ି ଧରେ, ମନ୍ଦକର୍ମ ସିଦ୍ଧ କରୁଥାଏ।
31
ପାଚିଲା କେଶ ଶୋଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।
32
ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପରେ କର୍ତ୍ତୃତ୍ୱ କରେ, ସେ ନଗର ବିଜୟୀଠାରୁ ଭଲ।
33
ନିଷ୍ପତ୍ତି ପାଇଁ ଗୁଲିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆସେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31