bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 1
2 Corinthians 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 2 →
1
ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ନିଯୁକ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଇଲ ମଣ୍ଡଳୀ ଏବଂ ଆଖାୟା ଦେଶର ସମସ୍ତ ବିଶ୍ୱାସୀ ନିକଟକୁ ଏହି ପତ୍ର ଲେଖୁ ଅଛନ୍ତି।
2
ଆମ ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଠ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
3
ଆସନ୍ତୁ, ଆମ୍ଭମାନେଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା, କରୁଣାସାଗର ଓ ସମସ୍ତ ସାହାଯ୍ୟରେ ଉତ୍ସ, ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବା।
4
ଆମ କ୍ଳେଶ ଭୋଗ ସମୟରେ ସେ ଆମକୁ ଯେଉଁ ସାନ୍ୱନା ଦ୍ୱାରା ଆମେ ଯେଉଁ ସାନ୍ତ୍ୱନା ଦେଇ ପାରିବା।
5
ଆମେ ଖ୍ରୀଶ୍ଟଙ୍କ ବହୁ ଦୁଃଖ ଭୋଗରେ ଅଂଶୀଦାର ହୋଇ ଥିବାରୁ ଖ୍ରୀଶ୍ଟଙ୍କ ସାହାୟତାରେ ଈଶ୍ୱରଙ୍କ ମହାସାନ୍ତ୍ୱନାର ମଧ୍ୟ ଅଂଶୀ ହୋଇ ପାରିବା।
6
ଆମେ ଯଦି କ୍ଳେଶ ଭୋଗ କରୁ, ତାହା ତୁମ୍ଭମାନଙ୍କର ଉପକାର ଓ ପରିତ୍ରାଣ ନିମନ୍ତେ। ଆମେ ସାନ୍ତ୍ୱନା ପାଇଲେ, ତୁମେ ମଧ୍ୟ ସେହିପାରି ଧୈର୍ଯ୍ୟ ସହକାରେ କ୍ଳେଶ ଭୋଗ କରିବା ପାଇଁ ସାନ୍ତ୍ୱନା ଓ ଶକ୍ତି ପାଇବା।
7
ତୁମ୍ଭମାନଙ୍କଠାରେ ଆମର ଭରସା ଅଟଳ। ଆମେ ଜାଣୁ, ତୁମ୍ଭମାନେ ଆମ ସୁଃଖ କଶ୍ଟରେ ଯେପରି ଅଂଶୀ ହୋଇଛ, ସେହିପରି ଆମ୍ଭମାନଙ୍କ ସଂନ୍ତ୍ୱନର ମଧ୍ୟ ଅଂଶୀ ହୋଇଛ, ସେହିପରି ଆମ୍ଭମନଙ୍କ ସାନ୍ତ୍ୱନାର ମଧ୍ୟ ଅଂଶୀ ହେବ।
8
ଭାଇମାନେ, ଆମେ ଏସିଆ ପ୍ରଦେଶରେ ଭୋଗିଥିବା ନିର୍ଯ୍ୟତନା ବିଷୟ ତମାନଙ୍କୁ ଜଣାଇବାକୁ ଚାହୁଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ ଚାହିଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ।
9
ଆମକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ବୋଲଇ ଭାବିଥଲୁ। କିନ୍ତୁ ନିଜ ଉପରେ ନିର୍ଭର ନ କରି ମୃତକୁ ଜୀବନ ଦେଇଥିବା ଈଶ୍ୱରଙ୍କ ଉପରେ ନିର୍ଭର ରଖିବା ପାଇଁ ଏସବୁ ଘଟିଥିଲା।
10
ଏହିପରି ଭୟାନକ ମରଣାନ୍ତକ ବିପଦରୁ ସେ ଆମକଚ ଉଦ୍ଧାର କରିଛନ୍ତି ଓ କରୁଥିବେ। ସେ ପୁନଶ୍ଚ ଆମ୍ଭମାନଙ୍କୁ ସୁରକ୍ଷା କରିବେ- ଏ ଭରସା ଆମର ତାଙ୍କଠାରେ ଅଛି।
11
ତୁମ୍ଭେମାନେ ପ୍ରାର୍ଥନା ଦ୍ୱାରା ଆମକୁ ସାହାର୍ଯ୍ୟ କର। ତାହେଲେ, ଆମ ପାଇଁ ଅନେକେ ଈଶ୍ୱରଙ୍କଠାରେ କୃତଜ୍ଞତା ଜ୍ଞାପନ କରିବେ।
12
ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।
13
ଯାହା ପଢ଼ି ତୁମେ ବୁଝି ପାରିବ, ତୁମମାନଙ୍କ ନିକଟକୁ ଆମେ କେବଳ ସେତିକି ଲେଖୁଛୁ।
14
ମୁଁ ଆଶା କରୁଛି, ବର୍ତ୍ତମାନ ଯାହା ଆଂଶିକଭାବେ ବୁଝୁଛ, ତାହା ଯଥା ସମୟରେ ପ୍ରଭୁ ଯୀଶୁଙ୍କୁ ପୁନରାଗମନ ଦିନରେ ସମ୍ପୂର୍ଣ୍ଣରୁପେ ବୁଝି ପାରିବ। ତାହାହେଲେ, ତୁମ୍ଭମାନେ ଆମ ପାଇଁ ଗର୍ବ ଅନୁଭବ କରିବ ଓ ଆମେ ମଧ୍ୟ ତୁମ ପାଇଁ ଗର୍ବ କରିବୁ।
15
ଏ ବିଶୟ ମୁଁ ନିଶ୍ଚିତ ଭାବରେ ଜାଣି ଥିବାରୁ ପ୍ରଥମେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୋର ଇଚ୍ଛା ଥିଲା। ତାହେଲେ ତୁମ୍ଭମାନେ ଦୁଇ ଥର ଆନନ୍ଦ ଲାଭ କରି ପାରିଥାଆନ୍ତ।
16
ମାସିଦୋନିଆ ଯିବାବେଳେ ଓ ସେଠାରୁ ଫେରିବାବେଳେ ତୁମ୍ଭମନଙ୍କ ନିକଟରେ କିଛି ଦିନ ରହିବାକୁ ମୋର କାର୍ଯ୍ୟକ୍ରମ ଥିଲା, କାରଣ ଯିହୁଦା ପ୍ରଦେଶକୁ ଯାତ୍ରା କରିବା ପାଇଁ ମୁଁ ତୁମ୍ଭମାନଙ୍କର ସାହାର୍ଯ୍ୟ ଦରକାର କୁଥିଲି।
17
ମୁଁକଣ ଅନିଶ୍ଚିତ ଭାବରେ ଏହି କାର୍ଯ୍ୟସୂଚୀ ପ୍ରସ୍ଥତ କରିଥିଲି? ଯେଉଁମାନେ ଏକ ସଙ୍ଗରେ “ହଁ, ହଁ” ଓ “ନା, ନା” କରନ୍ତି, ସେମାନଙ୍କ ପରି କଅଣ ମୁଁ ନିଜର ସ୍ୱାର୍ଥସିଦ୍ଧି ପାଇଁ ମୋର କାର୍ଯ୍ୟକ୍ରମ କରିଥ।।ଏ?
18
ସତ୍ୟ ଈଶ୍ୱର ଜାଣନ୍ତି, ତୁମ୍ଭମାନଙ୍କୁ କଥା ଦେବାବେଳେ ଆମେ କଦାପି ଅସ୍ଥିରମନା ନ ଥିଲୁ।
19
ଶୀଲା, ତୀମଥି ଓ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରୁଥିବା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଶ୍ଟ, କେବେ ଏକ ସଙ୍ଗରେ “ହଁ” ଓ “ନା” କହନ୍ତି ନାହିଁ। ଅପର ପକ୍ଷରେ, ସେ ସର୍ବଦା ଈଶ୍ୱରଙ୍କ ସମ୍ମତିସୂଚକ “ହଁ”।
20
ଈଶ୍ୱରଙ୍କ ସମସ୍ତ ପ୍ରତିଶ୍ରୁତି ତାଙ୍କଠାରେ ସଫଳ ହୋଇଛି। ସେଥପାଇଁ ଯୀଶୁ ଖ୍ରୀଶ୍ଟଙ୍କ ହେତୁ ଆମର “ଆମେନ୍” ଈଶ୍ୱରଙ୍କ ଗୌରବ ନିମନ୍ତେ ଉଦ୍ଦିଷ୍ଟ।
21
ସ୍ୱୟଂ ଈଶ୍ୱର ଯୀଶୁ ଖ୍ରୀଷ୍ଟଠାରେ ତୁମ୍ଭମାନଙ୍କର ଓ ଆମ ଜୀବନକୁ ଏକୀଭୂତ କରି ସୁରକ୍ଷା କରିଛନ୍ତି।
22
ସେ ଆମକୁ ପୃଥକ୍ କରିଛନ୍ତି। ଆମ ହୃଦୟରେ ତାଙ୍କ ପବିତ୍ରଆତ୍ମା ହେଉଛନ୍ତି, ଆମ ଉପରେ ଈଶ୍ୱରଙ୍କ ଅଧିକାରର ଚିହ୍ନ ଓ ଭବିଷ୍ୟତରେ ଆମେ ଯାହା ନାଇବୁ, ତାର ପ୍ରତିଭୂ ସ୍ୱରୂପ।
23
ଈଶ୍ୱର ମୋର ସାକ୍ଷୀ। ସେ ମୋ’ ହୃଦୟ ଜାଣନ୍ତି। ତୁମ୍ଭମାନଙ୍କୁ ମୁଁ ଯେପରି ଆଉ ଆଘାତ ନ ଦିଏ, ସେଥିପାଇଁ ମୋର କରିନ୍ଥ ଯାତ୍ରା ସ୍ଥଗିତ ରଖିଲି।
24
ତୁମ୍ଭେମାନେ କେଉଁ କଥା ବିଶ୍ୱାସ କରିବ, ଏବିଷୟରେ ତୁମ ଉପରେ କତ୍ତୃତ୍ୱ କରିବାକୁ ଆମେ ଚେଷ୍ଠା କରୁ ନାହୁଁ, କାରଣ ତୁମ୍ଭେମାନେ ବିଶ୍ୱାସରେ ସୁପ୍ରତିଷ୍ଠିତ। ବରଂ ତୁମ୍ଭମାନଙ୍କୁ କେବଳ ସୁଖୀ କରିବା ପାଇଁ ତୁମ୍ଭମାନଙ୍କ ସହିତ ମିଳିମିଶି ଆମେ କାର୍ଯ୍ୟ କରୁଛୁ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 2 →
All chapters:
1
2
3
4
5
6
7
8
9
10
11
12
13