bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 3
2 Corinthians 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 4 →
1
ଆମେ କ’ଣ ପୁଣି ଆତ୍ମବଡ଼ିମା କରିବା ପରି ମନେ ହେଉଛି? କିମ୍ବା ଅନ୍ୟମାନଙ୍କ ପରି ଆମେ କଅଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ପରିଚୟ ପତ୍ରର ପ୍ରୟୋଜନ କରୁଛି?
2
ତୁମ୍ଭେମାନେ ହିଁ ଆମର ପରିଚୟ ପତ୍ରର, ଆମ ହୃଦୟ ଫଳକରେ ଲିଖିତ ଲିପି, ଯାହାକୁ ସମସ୍ତ ଜାଣନ୍ତୁ ଓ ପଢ଼ିପାରନ୍ତି।
3
ଏହି ପରିଚୟ ପତ୍ର ଖ୍ରୀଷ୍ଟଙ୍କ ଦ୍ୱାରା ଲିଖିତ ଓ ଆମ୍ଭମାନଙ୍କ ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ପଥର ଫଳକରେ ଲେଖାଯାଇ ନାହିଁ, କିନ୍ତୁ ଜୀବନ୍ତ ଈଶ୍ୱରଙ୍କ ଆତ୍ମା ଦ୍ୱାରା ମଣିଷ ହୃଦୟରେ ଲେଖାଯାଇଛି।
4
ଖ୍ରୀଷ୍ଟଙ୍କ ଦେଇ ଈଶ୍ୱରଙ୍କ ଉପରେ ଆସ୍ଥା ଥିବାରୁ ଆମେ ଏସବୁ କହୁଛୁ,
5
କାରଣ ଆମର କୃତିତ୍ୱ ଦାବୀ କରିବା ପାଇଁ କୌଣସି ଯୋଗ୍ୟତା ମଧ୍ୟ ନାହିଁ। ଆମର ଯୋଗ୍ୟତା ମଧ୍ୟ ନାହିଁ। ଆମର ଯୋଗ୍ୟତା ଈଶ୍ୱରଙ୍କଠାରୁ ଆସେ।
6
ନୂତନ ନିୟମକୁ ପାଳକ କରିବା ନିମନ୍ତେ ଈଶ୍ୱର ଅମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି। ଏହି ନିୟମ ଲିଖିତ ନୁହେଁ, ମାତ୍ର ଆତ୍ମାଙ୍କ ନିୟମ ଜୀବନ ସଞ୍ଚାର କରେ।
7
ପାଷାଣ ଫଳକରେ ଖୋଦିତ ବ୍ୟବସ୍ଥାର ପ୍ରତିଷ୍ଠା ସମୟରେ ଈଶ୍ୱରଙ୍କ ଗୌରବ ପ୍ରକାଶିତ ହୋଇଥିଲେ ମଧ୍ୟ ମୋଶାଙ୍କ ଉଜ୍ଜ୍ୱଳ ମୁଖ ଆଡ଼କୁ ଇଶ୍ରାୟେଲ ଲୋକମାନେ ଚାହିଁପାରି ନ ଥିଲେ। ମୃତ୍ୟୁ ଘଟାଉଥିବା ବ୍ୟବସ୍ଥା ଯଦି ଏପରି ଗୌରବର ସହିତପ୍ରକାଶ ପାଇଲା,
8
ତେବେ ପବିତ୍ରାତ୍ମାଙ୍କ କାର୍ଯ୍ୟସମୂହ ତା’ଠାରୁ କେତେ ଅଧିକ ଗୌରବରେ ପ୍ରତିଷ୍ଠିତ ନ ହେବ!
9
ଦଣ୍ଡ ବିଧାୟକ ବ୍ୟବସ୍ଥାର ପ୍ରତିଷ୍ଠା ଯଦି ଏତେ ଗୌରବଯୁକ୍ତ, ତା’ହେଲ ପରିତ୍ରାଣକାରୀ ନିୟମର ପ୍ରତିଷ୍ଠା ଆହୁରି କେତେ ଅଧିକ ଗୌରବମଣ୍ଡିତ ନ ହେବ!
10
ଆମେ କହିପାରୁ, ଅତୀତରେ ଯାହା ଗୌରବଯୁକ୍ତ ଥିଲା, ଉଜ୍ଜ୍ୱଳତର ଏକ ମହିମାର ଆବିର୍ଭାବ ହେତୁ ଏବେ ତାହା ମଳିନ ପଡ଼ି ଯାଇଛି।
11
ଯଦି ଅସ୍ଥାୟୀ ବିଷୟ ଏତେ ଗୌରବଯୁକ୍ତ ହୁଏ, ଚିରସ୍ଥାୟୀ ବିଷୟ ଏହାଠାରୁ କେତେ ଅଧିକ ଗୁଣରେ ଗୌରବଯୁକ୍ତ ନ ହେବ!
12
ସେହି ଭରସା ଥିବାରୁ ଆମେ ଅଧିକ ସାହାସୀ।
13
ଆମେ ମୋଶାଙ୍କ ପରି ନୋହୁଁ। ସେ ଆପଣା ମୁହଁ ଘୋଡ଼ାଇ ପକାଇଥିଲେ, ଯେପରି ମଳିନ ପଡ଼ି ଯାଇଥିବା ସେ ଦୀପ୍ତିର ଅବସାନ ଇଶ୍ରାୟେଲ ଲୋକମାନେ ଦେଖି ନ ପାରନ୍ତି।
14
ପ୍ରକୃତରେ ସେମାନଙ୍କର ବୋଧଶକ୍ତି ଲୋପ ପାଇଥିଲା। ଏବେ ମଧ୍ୟ ପୁରାତନ ନିୟମ ପାଠ କରିବର ସମୟରେ ସେମାନଙ୍କର ସମ୍ମୁଖରେ ସେହି ଆବରଣ ରହୁଛି। ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା କେବଳ ସେହି ଆବରଣ ଉନ୍ମୋଚିତ ହୁଏ।
15
ଆଜି ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପଢ଼ୁଥିବାବେଳେ ସେମାନଙ୍କ ମନ ଉପରେ ରହିଥାଏ ଏକ ଆବରଣ।
16
କିନ୍ତୁ ସେହି ଆବରଣ ଘୁଞ୍ଚା ଯାଇପାରେ। କାରଣ ଧର୍ମଶାସ୍ତ୍ରରେ ମୋଶାଙ୍କ ବିଷୟରେ ଉଲ୍ଲଖ ଅଛି, “ପ୍ରଭୁଙ୍କ ଆଫକୁ ମୁଖ ଫେରାଇବାକୁ ସେହି ଆବରଣ ଘଞ୍ଚାଗଲା।”
17
ଏହି ଶାସ୍ତ୍ରାଂଶରେ ଉଲ୍ଲିଖିତ “ପ୍ରଭୁ” ହେଉଛନ୍ତି “ଆତ୍ମା”। ଯେଉଁଠି ପ୍ରଭୁଙ୍କ ଆତ୍ମା, ସେଇଠି ଥାଏ ସ୍ୱାଧୀନତା।
18
ଆମ ସମସ୍ତଙ୍କ ଅନାବୃତ ମୁଖରେ ଏବେ ପଅଭୁଙ୍କ ମହିମା ପଅତିଫଳିତ ହେଉଛି ଏବଂ ପ୍ରଭୁଙ୍କଠାରୁ ନିସୃତ ସେହି ମହିମାର ପ୍ରଭାବରେ ଆମେ ଅଧିକ ତେଜୋମୟ ଭାବରେ ତାଙ୍କ ସାଦୃଶ୍ୟରେ ରୂପାନ୍ତରିତ ହେଉଛୁ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 4 →
All chapters:
1
2
3
4
5
6
7
8
9
10
11
12
13