bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 13
2 Corinthians 13
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
1
ଏଥରକୁ ମିଶାଇ ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଛି। ଧର୍ମଶାସ୍ତ୍ର ଅନୁସାରେ, ଦୁଇ ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣ ଦ୍ୱାରା ପ୍ରତ୍ୟେକଟି ଅଭିଯୋଗ ନିଷ୍ଠିତ୍ତି ହୁଏ।
2
ଅତୀତରେ ପାପ କରିଥିବା ଲୋକମାନଙ୍କୁ ଓ ଅନ୍ୟ ସମସ୍ତଙ୍କୁ ମୁଁ ଦ୍ୱତୀୟ ଥର ସେଠାକୁ ଯାଇ କହିଥିଲି ଏବଂ ଏବେ ଦୂରରେ ଥାଇ ମଧ୍ୟ କହୁଛି ଯେ, ମୁଁ ଏଥର ଗଲେ, କେହି ଦଣ୍ଡରୁ ଛାଡ଼ ପାଇବେ ନାହିଁ।
3
ଖ୍ରୀଷ୍ଟ ଯେ ମୋ’ ଦେଇ କଥା କହୁଛନ୍ତି, ଏ ବିଷୟରେ ତୁମ୍ଭେମାନେ ଚାହିଁଥିବା ସମସ୍ତ ପ୍ରମାଣ ପାଇବ। ତୁମ୍ଭମାନଙ୍କ ପ୍ରତି ସେ କଦାପି ଦୁର୍ବଳ ନୁହଁନ୍ତି। ବରଂ ତୁମ୍ଭମାନଙ୍କ ନିକଟରେ ସେ ତାଙ୍କ ଶକ୍ତିର ପରିଚୟ ଦେଇଛନ୍ତି।
4
ସେ ଦୁର୍ବଳ ହୋଇ କ୍ରୁଶରେ ନିହତ ହେଲେ ମଧ୍ୟ ଈଶ୍ୱରଙ୍କ ପରାକ୍ରମରେ ଏବେ ଜୀବିତ ଅଛନ୍ତି। ତାଙ୍କ ସହିତ ମିଳିତ ହୋଇ ଆମେ ମଧ୍ୟ ଦୁର୍ବଳ ହୋଇଛୁ, କିନ୍ତୁ ତୁମ ସହିତ ଆମ ସର୍ମ୍ପକରେ ଈଶ୍ୱରଙ୍କ ପରାକ୍ରମର ଅଂଶୀ ହୋଇ ଖ୍ରୀଷ୍ଟଙ୍କ ସହିତ ଆମେ ଜୀବତ ହେବା।
5
ତୁମେ ବିଶ୍ୱାସରେ ଦୃଢ଼ ଅଛ କି ନାହିଁ ଆତ୍ମପରୀକ୍ଷା କରି ଦେଖ। ତୁମ ଅନ୍ତରରେ ଖ୍ରୀଷ୍ଟ ବାସ କରୁଛନ୍ତି, ଏ କଥା କ’ଣ ଜାଣ ନାହିଁ-ନା, ଏଥିରେ ତୁମ୍ଭେମାନେ ଏକାବେଳକେ ବିଫଳ ହୋଇଛ?
6
ଆଶା କରେ, ତୁମ୍ଭେମାନେ ବୁଝିପାରିବ ଯେ, ଆମେ ବିଫଳ ହୋଇ ନାହୁଁ।
7
ତୁମ୍ଭେମାନେ କୌଣସି ଅନ୍ୟାୟ କାର୍ଯ୍ୟରେ ଲିପ୍ତ ରୁହ ନାହିଁ, ଏଥିପାଇଁ ଆମେ ଈଶ୍ୱରଙ୍କ ନିକଟରେ ପ୍ରାର୍ଖନା କରୁଛୁ। ଆମେ ଯେ ଏଥିରେ ସାଫଲ୍ୟ ଲାଭ କରିଛୁ, ଏହା ଆମେ ଦେଖାଇବାକୁ ଯାଉ ନାହୁଁ, କିନ୍ତୁ ଆମେ ବ୍ୟର୍ଥ ହୋଇଥିଲେ ସୁଦ୍ଧା ତୁମ୍ଭମାନେ ଯେପରି ସତ୍କାର୍ଯ୍ୟ କରିବ, ଏଥିପାଇଁ ପ୍ରାର୍ଥନା କରୁଛୁ।
8
ସତ୍ୟର ବିରୁଦ୍ଧାଚରଣ କରିବାର କ୍ଷମତା ଆମର ନାହଁ, ଆମେ କେବଳ ସତ୍ୟର ସପକ୍ଷରେ କାର୍ଯ୍ୟ କରିପାରୁ।
9
ଆମେ ଦୁର୍ବଳ ଥିଲାବେଳେ ତୁମ୍ଭେମାନେ ସବଳ ଥିବାରୁ।ମେ ଆନନ୍ଦିତ। ତେଣୁ ତୁମ୍ଭମାନଙ୍କ ଉନ୍ନତି ନିମନ୍ତେ ଆମେ ପ୍ରାର୍ଥନା କରୁଛୁ।
10
ସେଥିପାଇଁ ଦୂରରେ ରହି ମୁଁ ତୁମ୍ଭମାନଙ୍କ ନିକଟକୁ ଏ ଚିଠି ଲେଖୁଛି, ଫଳରେ ତୁମ୍ଭମାନଙ୍କ ନିକଟରେ ଉସ୍ଥିତ ହେବା ସମୟରେ ଯେପରି କଠୋର ଭାବରେ ମୋତେ କ୍ଷମତା ପ୍ରୟୋଗ କରିବାକୁ ପଡ଼ିବ ନାହିଁ। କାରଣ ତୁମ୍ଭମାନଙ୍କୁ ଭାଙ୍ଗିବାକୁ ନୁହେଁ, ମାତ୍ର ଗଢ଼ିବାକୁ ପ୍ରଭୁ ମୋତେ କ୍ଷମତା ଦେଇଛନ୍ତି।
11
ଭାଇମାନେ, ମୋର ଶେଷ କଥା ଏହି- ନିଜ ନିଜକୁ ସଂଶୋଧନ କର, ମୋର ପରାମର୍ଶ ଗ୍ରହଣ କର, ସମସ୍ତେ ଏକମତ ହୁଅ ଓ ଶାନ୍ତିରେ ବାସ କର। ପ୍ରେମ ଓ ଶାନ୍ତିରେ ଈଶ୍ୱର ତୁମ୍ଭମାନଙ୍କ ସହିତ ରହନ୍ତୁ।
12
ପବିତ୍ର ଚୁମ୍ବନରେ ପରସ୍ପରକୁ ଅଭିନନ୍ଦନ ଜଣାଅ। ପୁଣ୍ୟାତ୍ମାମାନେ ତୁମ୍ଭମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
13
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ଓ ପବିତ୍ରଆତ୍ମାଙ୍କ ସାହଚର୍ଯ୍ୟ ତୁମ ସମସ୍ତଙ୍କ ସହିତ ରହନ୍ତୁ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
All chapters:
1
2
3
4
5
6
7
8
9
10
11
12
13