bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 6
2 Corinthians 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 7 →
1
ଈଶ୍ୱରଙ୍କ ପାଇଁ ଏକତ୍ର କାର୍ଯ୍ୟ କରୁଥିବାରୁ ଆମେ ତୁମ୍ଭମାନଙ୍କୁ ମିନତି କରୁଛୁ, ତୁମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହ ବିଫୁଳ କର ନାହିଁ। ୨ କାରଣ ସେ କହିଛନ୍ତି: “ତୁମ୍ଭମାନଙ୍କ ପ୍ରତି ଦୟା ସମୟ ଆସିବାରୁ ମୁଁ ତୁମ୍ଭମାନଙ୍କର ଆବେଦନ ଶୁଣିଲି, ପରିତ୍ରାଣ ଦିନାର ତୁମର ସହୟ ହେଲି।” ଦେଖ! ଏହା ହେଉଛି, ଈଶ୍ୱରଙ୍କ ଅନୁଗ୍ରହ ଗ୍ରହଣ କରିବା ସମୟ। ଆଜି ହେଉଛି ପରିତ୍ରାଣର ଦିନ।
3
ଯେଉଁ ସେବକତ୍ୱ ଆମେ ଗ୍ରହଣ କରିଛୁ, ତା’ର ଅପବାଦ ଯେପରି ନ ହୁଏ, ସେଥିପାଇଁ ଆମେ କାହାରି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନ କରିବାକୁ ଚେଷ୍ଟା କରୁଛୁ।
4
ବରଂ, ଆମେ ସବୁ ଅବସ୍ଥାରେ ନିଜକୁ ଈଶ୍ୱରଙ୍କ ସେବକ ରୂପେ ପରିଚିତ କରାଉଛୁ। ଅସୀମ ଧୈର୍ଯ୍ୟ ସହକାରେ ଆମେ ସବୁ ପ୍ରକାର କ୍ଳେଶ, ଅନାଟନ ଓ କଷ୍ଟ ସହ୍ୟ କରିଛୁ;
5
ଆମେ ପ୍ରହାରିତ ହୋଇଛୁ, କାରାଦଣ୍ଡ ଭୋଗ କରିଛୁ, ଗଣବିକ୍ଷୋଭର ସମ୍ମୁଖୀନ ହୋଇଛୁ; କଠୋର ପରିଶ୍ରମ କରିଛୁ, ଅନିଦ୍ରା ହୋଇ ରହୁଛୁ ଓ ଅନାହାରରେ ଦିନ କାଟିଛୁ।
6
ଆମର ପବିଭ୍ରତା, ଜ୍ଞାନ, ଧୈର୍ଯ୍ୟ, ଦୟା, ଅକପଟ ପ୍ରେମ ଓ ସତ୍ୟର ସମ୍ବାଦ ଯୋଗୁଁ ପବିତ୍ର ଈଶ୍ୱରଙ୍କର ପରାକ୍ରମ ଦ୍ୱାରା ଆମେ ଈଶ୍ୱରଙ୍କ ସେବକ ବୋଲି ପରିଚୟ ଦେଇଛୁ,
7
ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର।
8
ଆମେ ସମ୍ମାନିତ ଓ ଅପମାନିତ ହେଉଛୁ, ପ୍ରଶଂସିତ ଓ ଲାଞ୍ôଚତ ହେଉଛୁ।
9
ଆମକୁ ମିଥ୍ୟାବାଦୀ ବୋଲି ଅପବାଦ ଦିଆଯାଇଛି, ଅଥଚ ଆମେ ନିରାଟ ସତ୍ୟ କହିଥାଉ। ଆମେ ସୁପରିଚିତ ହୋଇ ସୁଦ୍ଧା ଅପରିଚିତ ଜୀବତ ଥାଇ ସୁଦ୍ଧା, ମୃତ ବୋଲି ବିବେଚିତ। ଆମେ ଦଣ୍ଟିତ ହୋଇଛୁ, କିନ୍ତୁ ନିହତ ହୋଇ ନାହୁଁ।
10
ଆମେ ଶୋକାର୍ତ୍ତ ହୋଇ ସୁଦ୍ଧା ସର୍ବଦା ଉଲ୍ଲସିତ। ଆମେ ଦରିଦ୍ର ପରି ମନେହୁଏ, କିନ୍ତୁ ବାସ୍ତବରେ ଆମେ ସବୁ କରିଛିର ଅଧିକାରୀ।
11
କରିନ୍ଥର ପ୍ରିୟ ବନ୍ଧୁଗଣ, ଆମେ ନିଷ୍କପଟଭାବେ ତୁମ୍ଭମାନଙ୍କୁ ସବୁ କହିଅଛୁ। ତୁମ୍ଭମାନଙ୍କ ନିକଟରେ ଆମର ହୃଦୟ ଖୋଲି ଦେଇଛି।
12
ଆମେ ତୁମ ପ୍ରତି ରୁଦ୍ଧ-ହୃଦୟ ହୋଇ ନାହୁଁ, ବରଂ ତୁମମାନଙ୍କ ହୃଦୟ ଆମ ପଅତି ରୁଦ୍ଧ ହେେଇଛି।
13
ତୁମ୍ଭମାନଙ୍କ ମୋର ସନ୍ତାନ ମନେକରି,ସବୁ କହୁଅଛି। ଆମ ଉଦାରତାର ପଅତିବାଦ ସ୍ୱରୂପ ତୁମମାନଙ୍କ ହୃଦୟ ଉନ୍ମୁକ୍ତ ହେଉ।
14
ତୁମ୍ଭେମାନେ ଅବିଶ୍ୱାସୀ ସଙ୍ଗେ ସମଭାବେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କର ନାହିଁ। ଏହା କଦାପି ହୋଇପାରିବ ନାହିଁ ଧର୍ମ ଓ ଅଧର୍ମର ମେଳ କେଉଁଠି? ଆଲୋକ ଓ ଅନ୍ଧାକାର କିପରି ଏକତ୍ର ରହିବେ?
15
ଖ୍ରୀଷ୍ଟ ଓ ଶୟତାନ କରିପରି ଏକମତ ହେବେ? ବିଶ୍ୱାସୀ ସହିତ ଅବିଶ୍ୱାସୀ କେଉଁ ବିଷୟରେ ଏକମତ ହୋଇପାରିବ?
16
ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି, “ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି; ମୁଁ ସେମାନଙ୍କ ଈଶ୍ୱର ହେବି ଓ ସେମାନେ ମୋର ନିଚ ଲୋକ ହେବେ।”
17
ତେଣୁ ପ୍ରଭୁ କହନ୍ତି, ସେମାନଙ୍କ ମଧ୍ୟରୁ ତୁମେ ବାହାର ଆସ, ସେମାନଙ୍କଠାରୁ ନିଚକୁ ଗ୍ରହଣ କରିବି,
18
ମୁଁ ତୁମ୍ଭମାନଙ୍କର ପିତା ହେବି, ଆଉ ତୁମ୍ଭମାନନେ ହେବ ମୋର ପୁତ୍ରକନ୍ୟା, ସର୍ବଶକ୍ତିମାନ ପ୍ରଭୁ ଏହି କଥା କହନ୍ତି।”
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 7 →
All chapters:
1
2
3
4
5
6
7
8
9
10
11
12
13