bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 4
2 Corinthians 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 5 →
1
ଈଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇ ଥିପବାରୁ ଆମେ ହତୋସାହ ହେବା ନାହିଁ।
2
ଲଜ୍ଜାଜନକ ଓ ଗୋପନୀୟ କାର୍ଯ୍ୟକଳାପ ସବୁ ଆମେ ପରିତ୍ୟାଗ କରିଛୁ। ଆମେ ଛଳନା କରୁ ନାହୁଁ କିମ୍ବା ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରୁ ନାହିୁଁ। କିନ୍ତୁ ପ୍ରକାଶ୍ୟ ଭାବରେ ଈଶ୍ୱରଙ୍କ ସାକ୍ଷାତରେ ମନୁଷ୍ୟର ବିବେକ ନିକଟରେ ଆମେ ନିଜ ନିଜର ଯୋଗ୍ୟତାପ୍ରମାଣ କରିବା ପାଇଁ ଚେଷ୍ଟା କରୁଛୁ;
3
କାରଣ ଆମ ଦ୍ୱାରା ପ୍ରଚାରିତ ସୁସମାଚାର ଯଦି ରହସ୍ୟାବୃତ, ତେବେ କେବଳ ବିପଥଗାମୀମାନଙ୍କ ପାଇଁ ତାହା ରହସ୍ୟାବୃତ।
4
ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।
5
ଆମେ ନିଗକୁ ପ୍ରଚାର କରୁ ନାହୁଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଏବଂ ଯୀଶୁଙ୍କୁ ପାଇଁ ନିଜ ନିଜକୁ ତୁମର ସେବକ ବୋଲି ପ୍ରଚାର କର,
6
କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।
7
କିନ୍ତୁ ଆମେ କେବଳ ଆମର ସାଧାରଣ ମାଟି ପାତ୍ରରେ ଏହି ସ୍ୱର୍ଗୀୟ ସମ୍ପଦ ପାଇଛୁ। ଏଥିରୁ ପ୍ରମାଣତ ହୋଇଛି ଯେ, ଏପରି ଅଳୌକିକ ଶକ୍ତି ଆମର ନୁହେଁ, ମାତ୍ର ଈଶ୍ୱରଙ୍କର।
8
ଆମେ ସବୁ ପ୍ରକାର କ୍ଳେଶ ଭୋଗ କରିଛୁ, କିନ୍ତୁ ଭାଙ୍ଗିପଡ଼ି ନାହୁଁ। ସମୟେ ସମୟେ ବିଚଳିତ ହୋଇ ପଡ଼ିଛୁ କିନ୍ତୁ ହତାଶ ହୋଇ ନାହୁଁ।
9
ଆମେ ନିର୍ଯ୍ୟତାତିତ ହୋଇଛୁ, କିନ୍ତୁ ଈଶ୍ୱର ଆମକୁ କେବେ ପରିତ୍ୟାଗ କରି ନାହାନ୍ତି। ଅନେକ ସମୟରେ ଆମେ ଆଘାତ ପାଇଛୁ, କିନ୍ତୁ ଧ୍ୱଂସ ହୋଇଯାଇ ନାହୁଁ।
10
ଯୀଶୁଙ୍କ ଜୀବନ ଯେପରି ଆମଠାରେ ପ୍ରକାଶିତ ହୁଏ, ସେଥିପାଇଁ ଆମେ ସର୍ବଦା ଆମ ଶରୀରରେ ଯୀଶୁଙ୍କ ମୃତ୍ୟୁ ବହନ କରୁଛୁ।
11
ତାଙ୍କ ଜୀବନକୁ ଏହି ମର ଶରୀରରେ ପ୍ରକାଶ କରିବା ନିମନ୍ତେ ଖ୍ରଷ୍ଟଙ୍କ ପାଇଁ ସାରା ଜୀବନ ଆମେ ମୃତ୍ୟ ମୁଖରେ ପତିତ ହେଉଛୁ।
12
ଅତଏବ, ଏହିପରି ଭାବରେ ଆମ ମଧ୍ୟରେ ମୃତ୍ୟ ଓ ତୁମ ମଧ୍ୟରେ ଜୀବନ କାର୍ଯ୍ୟ କରି ଚାଲିଛି।
13
ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୁଁ ବିଶ୍ୱାସ କରିବା ହେତୁ କଥା କହିଲି।” ଆମେ ସେହି ବିଶ୍ୱାସର ଆତ୍ମା ପାଇଛୁ। ଆମେ ବିଶ୍ୱାସ କରୁଛୁ, ତେଣୁ ଘୋଷଣା ମଧ୍ୟ କରୁଛୁ।
14
ଆମେ ଜାଣୁ, ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ଜୀବତ କରି ଅଛନ୍ତି। ସେହି ଈଶ୍ୱର, ଯୀଶୁଙ୍କ ସହିତ ଆମକୁ ମଧ୍ୟ ଜୀବିତ କରିବେ ଓ ତୁମ୍ଭମାନଙ୍କ ସହିତ ଆମକୁ ତାଙ୍କ ସମୀପକୁ ନେଇ ଯିବେ।
15
ତୁମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଏସବୁ ଘଟୁଛି। ଈଶ୍ୱରଙ୍କ ଅନୁଗ୍ରହ ଆହୁରି ଅଧିକରୁ ଅଧିକ ବୃଦ୍ଧି ପାଇ ଲୋକଙ୍କୁ ସ୍ପର୍ଶ କଲେ, ଆହୁରି ଅନେକେ କୃତଜ୍ଞ ଚ୍ତ୍ତରେ ଈଶ୍ୱରଙ୍କର ଗୌରବ କରିବେ।
16
ଏଥିପାଇଁ ଆମେ କେବେ ହତୋତ୍ସାହ ହୋଇ ନାହୁଁ। ଆମ ଶରୀର କ୍ରମେ କ୍ଷୀଣ ହେଉଛି। କିନ୍ତୁ ଆମର ଅନ୍ତରାତ୍ମା ଦିନୁଦିନ ସତେଜ ହେଉଛି।
17
ଏହି ସାମାନ୍ୟ ଓ କ୍ଷଣିକ ଦୁଃଖ ଦୁର୍ଦ୍ଦଶା ଆମ ପାଇଁ ଆଣି ଦେଉଛି ଅତୁଳନୀୟ ଚିରସ୍ଥାୟୀ ଗୌରବର ସମ୍ପଦ।
18
ଆମର ଦୃଷ୍ଟି ଦୃଶ୍ୟମାନ କୌଣସି ବସ୍ତୁ ଉପରେ ନୁହେଁ, ମାତ୍ର ଅଦୃଶ୍ୟ ବସ୍ତୁ ଉପରେ ନିବନ୍ଧ, କାରଣ ଦୃଶ୍ୟମାନ ସବୁ କିଛି କ୍ଷଣସ୍ଥାୟୀ, କିନ୍ତୁ ଯାହା ଅଦୃଶ୍ୟ, ତାହା ଚିରସ୍ଥାୟୀ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 5 →
All chapters:
1
2
3
4
5
6
7
8
9
10
11
12
13