bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 9
2 Corinthians 9
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 10 →
1
ଯିହୁଦାରେ ଥିବା ଈଶ୍ୱରଙ୍କ ଲୋକମାନଙ୍କ ନିକଟକୁ ସାହାୟ୍ୟ ପଠାଇବା ପାଇଁ ତୁମ୍ଭମାନଙ୍କୁ ଲ୍ବୋର କିଛି ଆବଶ୍ୟକତା ନାହଁ।
2
ମୁଁ ଜାଣେ, ତୁମ୍ଭେମାନେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଏବଂ ମାସିଦୋନିଆର ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଦର୍ପ କରିଛି। ମୁଁ କହିଥିଲି, “ଆଖାୟାର ଭାଇମାନେ ସାହାଯ୍ୟ କରିବା ପାଇଁ ଗତବର୍ଷରୁ ପ୍ରସ୍ତୁତ ହୋଇ ରହିଛନ୍ତି।” ତୁମ୍ଭମାନଙ୍କର ଆଗ୍ରହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଜାଗ୍ରତ କରିଛି।
3
ବର୍ତ୍ତମାନ ମୁଁ ଏହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛି। ଦେଖ, ଏହି ସମୟରେ ଯେପରି ତୁମ୍ଭମାନଙ୍କ ସମ୍ପର୍କରେ ଆମର ଦର୍ପ ବୃଥା ନ ହୁଏ। ମୋ’ କହିବା ଅନପୁସାରେ ତୁମ୍ଭମାନଙ୍କ ଦାନ ସହ ପ୍ରସ୍ତୁତ ହୋଇ ରୁହ।
4
ମାସିଦୋନିଆର ଲୋକମାନେ ମୋ’ ଯାଇ ଯଦି ତୁମ୍ଭମାନଙ୍କୁ ଅପ୍ରସ୍ଥୁତ ଦେଖିବେ; ତେବେ ତୁମ୍ଭମାନଙ୍କ ଉପରେ ଦୃଢ଼ ଆସ୍ଥା ଥିବା ହେତୁ ଆମେ ଲଜ୍ଜାଜନକ ହେବ।
5
ତୁମେ ପ୍ରତିଶ୍ରୁତି ଦେଇଥିବା ଦାନ ସଂଗ୍ରହ କରିବା ପାଇଁ ଏହି ଭାଇମାନଙ୍କୁ ମୋ’ ଯିବା ଆଗରୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ମନେକଲଇ। ତାହାହେଲେ, ମୁଁ ତୁମ୍ଭମାନଙ୍କ ନିକଟରେ ପହଞ୍ଚିବା ବେଳକୁ ଏହି ଦାନ ସଂଗ୍ରହ ହୋଇ ରଖାଯାଇଥିବା। ଏହାଦ୍ୱାରା ତୁମ୍ଭେମାନେ ନିପକଟରେ ପହଞ୍ଚିବା ବେଳକୁ ଏହି ଦାନ ସଂଗ୍ରହ ହୋଇ ରଖାଯାଇଥିବ। ଏହାଦ୍ୱାରା ତୁମ୍ଭେମାନେ ବାଧ୍ୟତାମୂଳକଭାବେ ନ ଦେଇ ସ୍ୱତଃପ୍ରବୃତ୍ତ ହୋଇ ଦେଉଛ ବୋଲଇ ପ୍ରକାଶ ପାଇବ।
6
ମନେରଖ, ଯେ ଅଳ୍ପ ବିହନ ବୁଣେ, ସେ ଅଳ୍ପ ଫଦଲ ଅମଳ କରିବ; ଯେ ବେଶୀ ବିହନ ବୁଣେ, ସେ ବେଶୀ ଫସଲ ଅମଳ କରିବ।
7
ଅତଏବ, ଯେ ଯେପରି ସଙ୍କଳ୍ପ କରିଛି, ସେ ସେହିପରି ଦାନ କରୁ ଏବଂ ସେହି ଦାନ କୁଣ୍ଠିତ ହୋଇ କିମ୍ବା କେବଳ କର୍ତ୍ତବ୍ୟ ବୋଧରୁ ନ ହେଉ। କାରଣ ପ୍ରଫୁଲ୍ଲଚିତ୍ତ ଦାତାକୁ ଈଶ୍ୱର ପସନ୍ଦ କରିନ୍ତି।
8
ସବୁ ପ୍ରକାର ଦାନରେ ତୁମ୍ଭମାନଙ୍କୁ ସମୃଦ୍ଧ କରିବା ପାଇଁ ଈଶ୍ୱର ସକ୍ଷମ; ଫଳରେ ତୁମ୍ଭମାନଙ୍କୁ ସର୍ବଦା ପ୍ରଚାର୍ଯ୍ୟ ମଧ୍ୟରେ ବାସ କରିପାରିବ ଏବଂ ସବୁ ପ୍ରକାର ସତ୍କର୍ମ ନିମନ୍ତେ ଯଥେଷ୍ଟ ଦାନ ଦେଇ ପାରିବ।
9
ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ଅଭାବଗ୍ରସ୍ତ ଲୋକମାନଙ୍କୁ ସେ ଉଦାର ଭାବରେ ଦାନ କରନ୍ତି; ତାଙ୍କ କୃପା ଚିରସ୍ଥାୟୀ।”
10
ଯେଉଁ ବୀଜବପନକାରୀମାନଙ୍କୁ ଈଶ୍ୱର ବୁଣିବା ପାଇଁ ବିହନ ଓ ଆହାର ପାଇଁ ଖାଦ୍ୟ ଯୋଗାନ୍ତି, ସେ ତୁମ୍ଭମାନଙ୍କର ପ୍ରୟୋଜନ ଅନୁସାରେ ବିହନ ଯୋଗାଇବେ ଓ ତୁମ୍ଭମାନଙ୍କ ଉଦାରତାର ଫଳ ସ୍ୱରୂପ ତୁମେ ମଧ୍ୟ ପ୍ରଚୁର ଫସଲ ଅମଳ କରିବ।
11
ତୁମ୍ଭେମାନେ ସର୍ବଦା ଯେପରି ଉଦାର ଭାବରେ ଦାନ କରିପାର, ଏଥିପାଇଁ ଈଶ୍ୱର ତୁମ୍ଭମାନଙ୍କୁ ସବୁ ବିଷୟରେ ସମୃଦ୍ଧ କରିବେ ଏବଂ ଆମ୍ଭମାନଙ୍କ ସ୍ୱାରା ତୁମେ ପଠାଇଥିବା ଦାନ ପାଇଁ ଅନେକେ ଈଶ୍ୱରଙ୍କନିକଟରେ କୃତଜ୍ଞ ହୋଇ ଧନ୍ୟବାଦ ଦେବେ।
12
ତୁମ୍ଭମାନଙ୍କର ଦାନଶୀଳତା ଦ୍ୱାରା କେବଳ ଯେ ଈଶ୍ୱରଙ୍କ ଲୋକମାନଙ୍କର ଅଭାବ ଦୂର ହେବ, ତା’ ନୁହେଁ, କିନ୍ତୁ ଏହା ଦ୍ୱାରା ଈଶ୍ୱରଙ୍କ ପ୍ରତି ଅନେକଙ୍କ ହୃଦୟର କୃତଜ୍ଞତା ଉଛୁଳି ଉଠିବ।
13
ଏହି ସେବା କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ତୁମ୍ଭମାନଙ୍କ ବିଶ୍ୱସ୍ତତା ଲାଗି ଓ ସମସ୍ତଙ୍କ ସହିତ ଅଂଶୀ ହୋଇ ତୁମ୍ଭେମାନେ ଯେଉଁ ବଦାନ୍ୟତା ପ୍ରକାଶ କରିବେ।
14
ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ପ୍ରଚୁର ଅନୁଗ୍ରହ ପାଇଁ ସେମାନେ ଗଭୀର ଶ୍ରଦ୍ଧା ସହ ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରିବେ।
15
ଆସନ୍ତୁ, ଈଶ୍ୱରଙ୍କ ବର୍ଣ୍ଣନାତୀତ ଦାନ ନିମନ୍ତେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା!
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 10 →
All chapters:
1
2
3
4
5
6
7
8
9
10
11
12
13