bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 10
2 Corinthians 10
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 11 →
1
ମୁଁ ପାଉଲ- ତୁମ୍ଭମାନଙ୍କୁ ମୋର ଏହି ବ୍ୟକ୍ତିଗତ ନିବେଦନ- କେହି କେହି କହନ୍ତି, “ମୁଁ ତୁମ୍ଭମାନଙ୍କ ନିକଟରେ ଥଲାବେଳେ ଅତି ନମ୍ର ଓ ଶାନ୍ତି, କିନ୍ତୁ ଦୂରକୁ ଚାଲିଗଲେ ଅତି କଠୋର।” ଖ୍ରୀଷ୍ଟଙ୍କ ନମ୍ରତା ଓ ସୌଜନ୍ୟର ଦୁହାଇ ଦେଇ ମୁଁ ତୁମ୍ଭମାନଙ୍କୁ ଅନୁନୟ କରି କହୁଛି,
2
ତୁମ୍ଭମାନଙ୍କ ସହ ସାକ୍ଷାତ ହେଲାବେଳେ ମୋତେ ଯେପରି ରୁକ୍ଷ ବ୍ୟବହାର କରିବାକୁ କରିବାକୁ ନ ପଡ଼େ। କାରଣ ଯେଉଁମାନେ ମନେ କରନ୍ତି ଯେ, ଆମେ ଜାଗତିକ ରୀତିନୀତି ଅନୁସାରେ ଚାଲୁ, ସେମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାର ଯଥେଷ୍ଟ ସାହାସ ମୋର ଅଛି।
3
ଆମେ ଏହି ଜଗତରେ ବାସ କରୁ ସତ, କିନ୍ତୁ କୌଣସି ଜାଗତିକ ଉଦ୍ଦେଶ୍ୟ ରଖି ସଂଗ୍ରାମ କରି ନ ଥାଉ
4
ବରଂ ଐଶୀଶକ୍ତିସମ୍ପନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦୃଢ଼ ଦୁର୍ଗସବୁ ଧ୍ୱଂସ କରିଥାଉ, ଭ୍ରାନ୍ତ ଯୁକ୍ତିସମୂହକୁ ଖଣ୍ଡନ କରୁ।
5
ଈଶ୍ୱରଙ୍କ ଜ୍ଞାନର ପ୍ରତିରୋଧ କରୁଥିବା ସମସ୍ତ ପ୍ରତିବନ୍ଧକକୁ ଆମେ ଉତ୍ପାଟିତ କରୁ ଏବଂ ମନୁଷୃର ପ୍ରତ୍ୟକ ଚିନ୍ତା ଆୟର କରି ଖ୍ରୀଷ୍ଟଙ୍କ ବଶୀଭୂତ କରୁ।
6
ତୁମ୍ଭେମାନେ ସମ୍ପୂଣ୍ଣଭାବେ ଖ୍ରୀଷ୍ଟଙ୍କର ଆନୁଗତ୍ୟ ସ୍ୱୀକାର କରିବା ପରେ ତୁମ ମଧ୍ୟରେ ଆଉ କୌଣସି ଅବାଧ୍ୟତା ଦେଖାଗଲେ, ତା’ର ପ୍ରତିକାର କରିବା ପାଇଁ ଆମେ ପ୍ରଦ୍ତୁତ।
7
ତୁମ ଚତୁର୍ପାଶ୍ୱରେ କ’ଣ ସବୁ ଘଟଛି, ଦେଖ। ତୁମ୍ଭମାନଙ୍କ ମଧ୍ୟରେ କେହି ଖ୍ରୀଷ୍ଟଙ୍କର ଅନୁଗାମୀ ଅଛନ୍ତି କି? ଯଦି ଅଛନ୍ତି, ତେବେ ସେ ଆଉ ଥରେ ଏହା ଚିନ୍ତା କରି ଦେଖନ୍ତୁ। କାରଣ ତାଙ୍କ ପରି ଆମେ ମଧ୍ୟ ଖ୍ରୀଷ୍ଟଙ୍କର ଅନୁଗାମୀ।
8
ତୁମ୍ଭାମାନଙ୍କୁ ଧ୍ୱଂସ କରିବା ପାଇଁ ନୁହେଁ, ମାତ୍ର ଗଠନ କରିବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ଯେଉଁ କ୍ଷମତା ଦେଇଛନ୍ତି, ସେଥିପାଇଁ ଯଦି ମୁଁ ଅତି ବେଶୀ ଦର୍ପ କରିଥାଏ, ତେବେ ଲଗ୍ଗିତ ହେବି ନାହିଁ।
9
ମୋର ଚିଠି ଦ୍ୱାରା ତୁମ୍ଭମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରିବା ମୋର ଅଭିପ୍ରୟ ନୁହେଁ।
10
କେହି କେହି କହନ୍ତି, “ପାଉଲଙ୍କ ଚିଠିଗୁଡ଼ିକ ବଡ଼ କଟଉ ଓ ତୀବ୍ର କିନ୍ତୁ ଆମ ସଙ୍ଗେ ଥିଲାବେଳେ ସେ ଦୁର୍ବଳ ଦେଖାଯାନ୍ତି ଓ ତାଙ୍କର କଥା ମୂଲ୍ୟହୀନ ମନେହୁଏ।
11
ସେହି ଲୋକମାନଙ୍କର ବୁଝିବା ଉଚିତ୍ ଯେ, ଆମେ ଦୁରରୁ ଚିଠିରେ ଯାହା ଲେଖୁ, ସାକ୍ଷାତରେ ତାକୁ କାର୍ଯ୍ୟରେ ପରିଣତ କରୁ।
12
ଅବଶ୍ୟ ନିଜକୁ ଏପରି ବଫ ମନେ କରୁଥିବା ଲୋକମାନଙ୍କର ଶ୍ରେଣୀଭୂକ୍ତ ହେବା ପାଇଁ କିମ୍ବା ସେମାନଙ୍କ ସହିତ ନିଜକୁ ତୁଳନା କରିବାର ସାହସ ଆମର ନାହିଁ। ସେମାନେ କେଡ଼େ ନିର୍ବୋଧ, କାରଣ ସେମାନେ ନିଜକୁ ନିଜ ସହିତ ମାପନ୍ତି, ନିଜ ମାନଦଣ୍ଡ ପରସ୍ପରର ବିଚାର କରନ୍ତି।
13
କିନ୍ତୁ ଆମର ଦର୍ପ ସୀମିତ। ଈଶ୍ୱର ଆମ ପାଇଁ ଯେଉଁ କର୍ମକ୍ଷେତ୍ର ନିର୍ଦ୍ଧିଷ୍ଟ କରିଛନ୍ତି, ତା’ର ମଧ୍ୟରେ ଆମେ ଦର୍ପ କରିଥାଉ। ସେହି କାର୍ଯ୍ୟକ୍ଷତ୍ରରେ ପରିସର ଭିତରେ ତୁମ୍ଭେମାନେ ଅନ୍ତର୍ଭୂକ୍ତ।
14
ସେଥିପାଇଁ ଆମେ ପ୍ରଥମେ ଖ୍ରୀଷ୍ଟଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟକୁ ନେଇ ଯାଇଥିବା ସମୟରେ କୌଣସି ସୀମାବହିର୍ଭୁତ କାର୍ଯ୍ୟ କରି ନାହୁଁ।
15
ଈଶ୍ୱର ନିରୂପିତ ଆମ କାର୍ଯ୍ୟକ୍ଷେତ୍ରର ପରିସର ବାହାରେ ଅନ୍ୟମାନଙ୍କ କାର୍ଯ୍ୟର ସୁଯୋଗ ନେଇ ଦର୍ପ କରି ନାହୁଁ। ବରଂ ଆମେ ଆଶା କରୁଛୁ ଯେ, ତୁମ୍ଭେମାନେ ବିଶ୍ୱାସରେ ବୃଦ୍ଧିଲାଭ କରିବା ସଙ୍ଗେ ସଙ୍ଗେ ତୁମ୍ଭମାନଙ୍କ ମଧ୍ୟରେ ଆମର କର୍ମକ୍ଷେତ୍ର ଆହୁରି ପ୍ରସାରିତ ହେବ। କିନ୍ତୁ ଏହା ଈଶ୍ୱର ସ୍ଥିର କରିଥିବା ସୀମା ଲଘଂନ କରିବ ନାହିଁ।
16
ତା’ହେଲେ, ଅନ୍ୟର କାର୍ଯ୍ୟ କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ପାଇଁ ଦର୍ପ ନ କରି ତୁମମାନଙ୍କ ସୀମା ବାହାରେ ଅନ୍ୟ ଦେଶରେ ମଧ୍ୟ ଆମେ ସୁସମାଚାର ପ୍ରଚାର କରି ପାରିବା।
17
ଧର୍ମଶାସ୍ତ୍ର ଉଲ୍ଲେଖ ଅଛି, “ଯେ ଦର୍ପ କରିବାକୁ ଚାହେଁ, ସେ ପ୍ରଭୁଙ୍କୁ କାର୍ଯ୍ୟ ପାଇଁ ଦର୍ପ କରୁ।”
18
ଆତ୍ମପ୍ରଶଂସା ଦ୍ୱାରା କେହି ସ୍ୱୀକୃତି ପାଏ ନାହିଁ, ଯେ ପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ, ଯେହି କେବଳ ତାଙ୍କର ଗ୍ରହଣଯୋଗ୍ୟ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 11 →
All chapters:
1
2
3
4
5
6
7
8
9
10
11
12
13