bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 7
2 Corinthians 7
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 8 →
1
ବନ୍ଧୁଗଣ, ଏହିସବୁ ପ୍ରତିଶ୍ରୁତି ଆମ୍ଭେମାନେ ଈଶ୍ୱରଙ୍କଠାରୁ ପାିଛୁ। ତେଣୁ ଆସ, ଶରୀର ଆତ୍ମାକୁ ଅଶୁଚି କରୁଥିବା ସବୁ ବିଷୟରୁ ନିଜ ନିଜର ପରିଷ୍ମୃତି କରିବା। ପୁଣି ଈଶ୍ୱରଙ୍କୁ ଭୟ କରି ସମ୍ପୂର୍ଣ୍ଣ ପବିତ୍ରଭାବେ ବାସ କରିବା।
2
ତୁମ୍ଭମାନଙ୍କ ହୃଦୟରେ ଆମକୁ ସ୍ଥାନ ଦିଅ। ଆମେ କାହାରି ପ୍ରତି ଅନ୍ୟାୟ କରି ନାହୁଁ, କାହାରି କିଛି କ୍ଷତି କରି ନାହୁଁ କିମ୍ବା କାହାଠାରୁ କରିଛି ଫାଇଦା ଉଠାଇବାକୁ ଚେଷ୍ଟା କରିନାହୁଁ।
3
ତୁମ୍ଭମାନଙ୍କୁ ଦୋଷ ଦେବା ପାଇଁ ମୁଁ ଏ କଥା କହୁ ନାହିଁ। ମୁଁ ଆଗରୁ କହିଛି, ତୁମ୍ଭମାନେ ଆମର ଏତେ ପ୍ରୟି ଯେ, ଆମେ ବଞ୍ଚିବା ଓ ମଲେ ଏକାଠି ମରିବା।
4
ତୁମ୍ଭମାନଙ୍କ ଉପରେ ମୋର ଗର୍ବ ମଧ୍ୟ ଯଥେଷ୍ଟ। ଦୁଃଖ କଷ୍ଟ ସମୟରେ ମୁଁ ଅପୂର୍ବ ସାହାସ ଦେଖାଇଛି। ଆନନ୍ଦରେ ବିହ୍ୱଳ ହୋଇଛି।
5
ଏପରି କି ମାସିଦୋନିଆରେ ପହଞ୍ଚି ମଧ୍ୟ ଆମେ ବିଶ୍ରାମ ନେଇ ନାହୁଁ। ସବୁଠାରେ ଅଶନ୍ତି ଓ କଳହ ଲାଗି ରହିଥିଲା, ତେଣୁ ଆମ ହଅଦୟରେ ଶାନ୍ତି ନ ଥିଲା।
6
କିନ୍ତୁ ଅବହେଳିତମାନଙ୍କୁ ସାନ୍ତ୍ୱନା ଦେଇଥିବା ଈଶ୍ୱର ତିତମଙ୍କୁ ପଠାଇ ଆମକୁ ଉତ୍ସାହ ଦେଇଛନ୍ତି।
7
କେବଳ ତାଙ୍କ ଆଗମନ ଦ୍ୱାରା ନୁହେୁଁ, ମାତ୍ର ସେ ତୁମ୍ଭମାନଙ୍କ ନିକଟକୁ ଯାଇ ଯେଉଁ ଉତ୍ସାହ ପାଇଛନ୍ତି, ତଦ୍ଦ୍ୱାରା ଆମେ ଆନନ୍ଦିତ ହୋଇଛୁ। ମୋତେ ଦେଖିବାକୁ ତୁମ୍ଭମାନଙ୍କର କେତେ ଆଗ୍ରହ, ମୋ’ ପାଇଁ ତୁମର କେଡ଼େ ଉଦ୍ନଯୋଗୀ, ଏ ସମସ୍ତ ବିଷୟ ସେ ମୋତେ ଜଣାଇଛନ୍ତି। ଡଫଳରେ ମୁଁ ଅଧିକ ଉଲ୍ଲସିତ ହୋଇଛି।
8
ମୋର ଚିଠି ପଢ଼ି ତୁମ୍ଭେମାନେ ମର୍ମାହତ ହୋଇଥିଲ ସୁଦ୍ଧା, ସେହି ଚତଠି ଲେଖି ଥିବାରୁ ମୋ’ ମନରେ କିଛି ଦୁଃଖ ନାହିଁ। ଚିଠିଟି ତୁମ୍ଭମାନଙ୍କୁ କ୍ଷଣକ ପାଇଁ ଶେକାର୍ତ୍ତ କରି ଥିବାରୁ ମୁଁ ଦୁଃଖିତ ହୋଇ ଥାଆନ୍ତି।
9
କିନ୍ତୁ ତୁମ ମନରେ ଦୁଃଫଖ ଦେଇ ଥିବାରୁ ନୁହେଁ, ମାତ୍ର ଏହି ଦୁଃଖ ତୁମ୍ଭମାନଙ୍କ ଜୀବନରେ ଗତିପଥ ବଦଳାଇ ଦେଇ ଥିବାରୁ ଏବେ ମୁଁ ଆନନ୍ଦ ପାଉଛି। ଈଶ୍ୱରଙ୍କ ଅଭିପ୍ରାୟ ଅନୁସାରେ ତୁମ୍ଭମାନେ ଏହି ଦୁଃଖ ସହ୍ୟ କରିଛି। ତେଣୁ ଆମ ଦ୍ୱାରା ତୁମ୍ଭେମାନେ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇ ନାହିଁ।
10
କାରଣ ଏହି ଭଳି ଦୁଃଖ ଈଶ୍ବରଙ୍କ ଦ୍ୱାରା ବ୍ୟବହୃତ ହୋଇ ତଦ୍ଦ୍ୱାରା ହୃଦୟ ପରିବର୍ତ୍ତନ ହେଲେ ପରିତ୍ରାଣ ମିଳିଥାଏ। ଏଥିରେ ଅନୁଶୋଚନାର ଅପକାଶ ନାହିଁ। କିନ୍ତୁ କେବଳ ଜାଗତିକ ଦୁଃଖ ମୃତ୍ୟ ଘଟାଏ।
11
ଦେଖ, ଈଶ୍ୱରଙ୍କ ଅଭିପ୍ରେତ ଏହି ଦୁଃଖ ତୁମ୍ଭମାନଙ୍କ ମନରେ କେତେ ଆଗ୍ରହ, କେତେ ଭୟ, କେତେ ଉତ୍ତେଜନା, ଆତ୍ମସଂଶୋଧନ ପାଇଁ କେତେ ପ୍ରେରଣା, ଦୁଷ୍କର୍ମକାରୀମାନଙ୍କୁ ଶାସ୍ତି ଦେବାକୁ କେତେ ତତ୍ସରତା ସଂଚାରିତ କରିଛି। ଏସବୁ ବିଷୟରେ ତୁମ୍ଭେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛ।
12
ତୁମ୍ଭାନଙ୍କ ମଧ୍ୟରୁ ଯେ ଅନ୍ୟାୟ କରିଛି ବା ଯେ ଅନ୍ୟାୟ ସହିଛି, ତା’ ଉଦ୍ଦେଶ୍ୟରେ ମୁଁ ସେହି ଚିଠି ଲେଖି ନ ଥିଲି। ବରଂ ଈଶ୍ୱରଙ୍କ ଦୃଷ୍ଟିରେ ଆମ ପ୍ରତି ତୁମର ଭକ୍ତି କେତେ ଗଭୀର ଓ
13
ସେଥିପାଇଁ ଆମେ କେଡ଼େ ଉତ୍ସାହିତ, ତାହା ଜଣାଇ ଦେବାକୁ ମୁଁ ସେହି ଚିଠି ଲେଖିଛି। ଆମେ କେବଳ ଉତ୍ସାହିତ ହୋଇ ନାହୁଁ। ତୁମ୍ଭେମାନେ ତିତସଙ୍କୁ ସବୁ ପ୍ରକାରେ ସାହାଯ୍ୟ କରି ଯେପରି ଭାବରେ ଉତ୍ସାହିତ କରିଛ, ତାହା ଆମକୁ ବହୁତ ଆନନ୍ଦ ଦେଇଛି।
14
ତାଙ୍କ ନିକଟରେ ତୁମ୍ଭମାନଙ୍କ ପାଇଁ ମୁଁ ଦର୍ପ କରିଛି। ଆଉ ସେଥିପାଇଁ ମୋ’ ମୁଣ୍ଡ ତଳକୁ ହୋଇଯାଇ ନାହିଁ। ଯେପରି ତୁମ୍ଭମାନଙ୍କ ନିକଟରେ ଆମେ ସବୁବେଳେ ସତ କହି ଆସିଛୁ, ସେହିପରି ତିତସଙ୍କ ନିକଟରେ ଆମେ କରିଥିବା ଦର୍ପ, ମିଥ୍ୟା ବୋଲି ପ୍ରମାଣିତ ହୋଇ ନାହିଁ।
15
ତୁମ୍ଭେମାନେ ସମସ୍ତେ ଯେପରି ଭାବର ତାଙ୍କର ବାଧ୍ୟ ଥିଲ ଏବଂ ଭୟ ଓ କମ୍ପିତ ହୃଦୟରେ ତାଙ୍କୁ ସ୍ୱାଗତ ଜଣାଇଥିଲ, ଏ କଥା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାଙ୍କର ପ୍ରେମ ଆହୁରି ବୃଦ୍ଧି ପାଉଛି।
16
ତୁମ୍ଭମାନଙ୍କ ଉପରେ ଆସ୍ଥା ରଖି ପାରିବାରୁ ମୁଁ କେଡ଼େ ସୁଖୀ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 8 →
All chapters:
1
2
3
4
5
6
7
8
9
10
11
12
13