bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 2
2 Corinthians 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
1
ଯଦି ମୋର ତୁମ୍ଭମାନଙ୍କ ନିକଟକୁ ଯିବା ତୁମ ପକ୍ଷରେ ସୁଃଖଦାୟକ, ତୁମ ନିକଟକୁ ଆଉ କେବେ ନ ଯିବାକୁ ମୁଁ ସ୍ଥିର କରିଛି।
2
ତୁମ୍ଭମାନଙ୍କୁ ସୁଃଖ ଦେଲେ, ମୋତେ କିଏ ଆନନ୍ଦ ଦେବ? ତୁମ୍ଭମାନଙ୍କ ବ୍ୟତୀତ ଆଉ ସେପରି କେହି ନାହାନ୍ତି।
3
ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି, ମୁଁ ସେଠାକୁ ଗଲେ; ଯେଉଁମାନଙ୍କ ଏାଗି ମୋର ଆନନ୍ଦ ହୁଅନ୍ତା, ସେମାନଙ୍କ ଦ୍ୱାରା ଯେପରି ମୁଁ ଦୁଃଖ ନ ପାଏ। ବାସ୍ତବିକ ମୋର ଦୁଢ଼ ବିଶ୍ୱାସ ଯେ, ମୋର ଆନନ୍ଦରେ ତୁମ୍ଭମାନଙ୍କ ଆନନ୍ଦ।
4
ଗଭୀର ଦୁଃଖ ଓ ବେଦନାଭରା ହୃଦୟରେ କାନ୍ଦି କାନ୍ଦି ମୁଁ ଯେଛଁ ଚିଠି ଲେଖିଥିଲି, ତୁମ୍ଭମାନଙ୍କୁ ମୁଁ କେତେ ସ୍ନେହ କରେ, ଏହା ଜଣାଇବା ଥିଲା ସେହି ଚିଠିର ଉଦ୍ଦେଶ୍ୟ।
5
ଯଦି କେହି କାହାକୁ ଦୁଃଖ ଦେଇଥାଏ, ସେ କେବଳ ମୋ’ ମନରେ ଦୁଃଖ ଦେଇ ନାହିଁ, ଅଳ୍ପ ବହୁତ ତୁମ୍ଭମାନଙ୍କୁ ମଧ୍ୟ ଦୁଃଖ ଦେଇଛି। ଏ ବିଷୟରେ ମୁଁ ଅଧିକ କଟୁ ମନ୍ତବ୍ୟ ଦେବା ପାଇଁ ଇଚ୍ଛା କରୁ ନାହିଁ।
6
ତୁମ୍ଭମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମତ ଅନୁଯାୟୀ ସେହି ବ୍ୟକ୍ତିକୁ ଯେଉଁ ଦଣ୍ଡ ଦିଆଯାଇଛି, ତାହା ତା’ ପାଇଁ ଯଥେଷ୍ଟ।
7
ସେ ଯେପରି ଅଧିକ ଦୁଃଖରେ ଅଭିଭୂତ ନ ହୁଏ, ସେଥିପାଇଁ ବର୍ତ୍ତମାନ ତାକୁ କ୍ଷମା ଓ ସାନ୍ତ୍ୱନାଦେବା ତୁମ୍ଭମାନଙ୍କର କର୍ତ୍ତବ୍ୟ।
8
ତୁମମାନଙ୍କୁ ମୋର ଅନୁରୋଧ, ତୁମ୍ଭମାନେ ତାକୁ ସ୍ନେହ ଓ ଶ୍ରଦ୍ଧା କରୁଛ ବୋଲି ଜଣାଇ ଦିଅ।
9
ତୁମ୍ଭେମାନେ ସବୁବେଳେ ମୋର ନିର୍ଦ୍ଧେଶ ପାଳନ କରିବାକୁ ପ୍ରସ୍ତୁତ କି ନୁହଁ, ଜଣିବା ପାଇଁ ମୁଁ ଉପରୋକ୍ତ ସେହି ପତ୍ର ଲେଖିଥିଲି।
10
ଯଦି ତୁମ୍ଭେମାନେ କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରିବି। ମୁଁ ଯଦି କୌଣସି ବିଷୟରେ କାହାକୁ କ୍ଷମା କରିଥାଏ, ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ଯୋଗୁଁ କରିଥାଏ।
11
ତେଣୁ ଶୟତାନ ଆମ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବାକୁ ସୁଯୋଗ ପାଏ ନାହିଁ; ତା’ର ସମସ୍ତ ଦୁରଭିସନ୍ଧି ଆମେ ଜାଣୁ।
12
ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବାକୁ ତ୍ରୋୟା ଦ୍ୱୀପରେ ପହଞ୍ଚି ମୁଁ ଦେଖିଲି, ଏ କାର୍ଯ୍ୟ ପାଇଁ ପ୍ରଭୁ ବାଟ ଖୋଲି ଦେଇଛନ୍ତି।
13
କିନ୍ତୁ ଭାଇ ତୀତସଙ୍କୁ ସେଠାରେ ନ ଦେଖି ମୁଁ ବ୍ୟସ୍ତ ହୋଇ ପଡ଼ିଲି। ତେଣୁ ସେଠାରେ ଲୋକମାନଙ୍କଠାରୁ ବିଦାୟ ନେଇମୁଁ ମାସିଦୋନିଆକୁ ଚାଲିଗଲି।
14
ଈଶ୍ୱରଙ୍କର ଧନ୍ୟବାଦ ହେଉ। କାରଣ ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଦା ଆମ୍ଭମାନଙ୍କୁ ବିଜୟ ପଥର ଆଗେଇ ନିଅନ୍ତୁ। ପୁଣି ସୁଗନ୍ଧ ଜ୍ଞାନ ଅନ୍ୟମାନଙ୍କୁ ଦେବା ପାଇଁ ଈଶ୍ୱର ଆମକୁ ବ୍ୟବହାର କରିଥାନ୍ତି।
15
କାରଣ ଯେଉଁମାନେ ପରିତ୍ରାଣ ପାଇଛନ୍ତି ଓ ଯେଉଁମାନେ ଧ୍ୱଂସ ପଥକ, ଉଭୟଙ୍କ ନିକଟରେ ଆମେ ହେଉଛୁ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନିବେଦିତ ଖ୍ରୀଷ୍ଟଙ୍କ ସୁଗନ୍ଧ ଧୂପ ସ୍ୱରୂପ।
16
ମୃତତ୍ୟୁଦାୟକ, ଅଥଚ ଯେଉଁମାନେ ପରିତ୍ରାଣ ପାଇଛନ୍ତି, ସେମାନଙ୍କ ନିକଟରେ ଏହା ଜୀବନଦାୟକ। କିନ୍ତୁ ଏହି କାର୍ଯ୍ୟ କରିବା ପାଇଁ କିଏ ସକ୍ଷମ?
17
ଅନେକେ ନିଜେ ଲାଭବାନ ହେବା ପାଇଁ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିଥାନ୍ତୁ। ଆମେ କିନ୍ତୁ ସେପରି ନୋହୁଁ। ଆମକୁ ଈଶ୍ୱର ପ୍ରେରଣ କରି ଥିବାରୁ ଆମେ ବିଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ଦାସ ରୂପେ ପ୍ରଚାର କରୁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
All chapters:
1
2
3
4
5
6
7
8
9
10
11
12
13