bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 8
2 Corinthians 8
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 9 →
1
ଭାଇମାନେ, ମାସିଦୋନିଆର ମଣ୍ଡଳୀଗୁଡ଼ିକ କିପରି ଈଶ୍ପରଙ୍କ ଅନୁଗ୍ରହ ଲାଭ କରିଛନ୍ତି, ତାହା ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛି।
2
ସେମାନେ ଉତ୍କଟ କ୍ଳେଶ ମଧ୍ୟଦେଇ ପରୀକ୍ଷିତ ହୋଇଛନ୍ତି ଏବଂ ସେମାନେ ଅତିଶୟ ଦରିଦ୍ର ହେଲେ ସୁଦ୍ଧା, ଚରମ ବଦାନ୍ୟତା ଦ୍ୱାରା ନିଜ ମନର ଉଚ୍ଛ୍ୱସିତ ଆନନ୍ଦ ପ୍ରକାଶ କରିଛନ୍ତି।
3
ମୁଁ ନିଶ୍ଚିତଭାବେ କହୁଛି ଯେ, ସେମାନେ ସ୍ୱେଚ୍ଛାରେ ନିଜର ସାଧ୍ୟ ଅନୁସାରେ- ଏପରି କି ସାଧ୍ୟାତୀତ ଭାବରେ ମଧ୍ୟ- ଦାନ କରିଛନ୍ତି।
4
ଯିହୁଦାରେ ଥିବା ଈଶ୍ବରଙ୍କ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉ ବୋଲି ସେମାନେ ଆମକୁ ଅନୁନୟ ନିବେଦନ କରିଥିଲେ।
5
ସେମାନଙ୍କଠାରୁ ଆମେ ଏତେ ଆଶା କରି ନ ଥିଲୁ। ପ୍ରଥମେ ସେମାନେ ନିଜ ନିଜକୁ ଆମ୍ଭମାନଙ୍କ ଉଦ୍ଦେଶରେ ଉତ୍ସର୍ଗ କଲେ।
6
ତିତସଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ଚଳେଇ ରଖିବା ପାଇଁ ଓ ଏହି ପ୍ରେମାପ୍ଳୁତ ସେବା କାର୍ଯ୍ୟରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ତିତସଙ୍କୁ ଅନୁରୋଧ କରିଛୁ।
7
ତୁମ୍ଭେମାନେ ବିଶ୍ୱାସ, ବାକ୍ପଟୁତା, ଜ୍ଞାନ, ସାହାଯ୍ୟ କରିବାରେ ଆଗ୍ରହ ଓ ଆମ ପ୍ରତି ପ୍ରେମ ପ୍ରଦର୍ଶନରେ ପ୍ରାଚୁର୍ଯ୍ୟରେ ପରିଚୟ ଦେଇଛି। ତେଣୁ ଏହି ସେବା କାର୍ଯ୍ୟରେ ମଧ୍ୟ ଦାନଶୀଳ ହୋଇ ପ୍ରେମର ପରିଚୟ ଦିଅ, ଏହା ମୋର ଇଚ୍ଛା।
8
ଏ ସମ୍ପର୍କରେ ତୁମ୍ଭମାନେ ପ୍ରତି ମୁ କୌଣସି ନୀତି ନିର୍ଦ୍ଧାରଣ କରୁ ନାହିଁ। କେବଳ ସେବା କାର୍ଯ୍ୟରେ ଅନ୍ୟମାନଙ୍କ ଆଗ୍ରହର ଦୃଷ୍ଟାନ୍ତ ଦେଇ ତୁମ ପ୍ରେମରେ ବାସ୍ତବତା ଜାଣିବାଂ ପାଇଁ ମୁଁ ଚେଷ୍ଟା କରୁଛି।
9
ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିଷଞ ଜାଣ। ସେ ଧନୀ ହୋଇ ମଧ୍ୟ ତୁମ୍ଭମାନଙ୍କ ପାଇଁ ଦାରିଦ୍ର୍ୟ ବରଣ କଲେ- ତାଙ୍କ ଦାରିଦ୍ର୍ୟ ଦ୍ୱାରା ତୁମ୍ଭେମାନେ ମଧ୍ୟ ଯେପରି ଧନୀ ହୋଇ ପାରିବ।
10
ଏ ବିଷୟରେ ତୁମ୍ଭମାନଙ୍କୁ ମୋର ଏହି ପରାମର୍ଶ- ଗତବର୍ଷ ତୁମ୍ଭେମାନେ ଯାହା ଆରମ୍ଭ କରିଥିଲ,ତାହା ବର୍ତ୍ତମାନ ଶେଷ କରିବା ତୁମ୍ଭମାନଙ୍କର ଉଚିତ୍। କେବଳ କାର୍ଯ୍ୟ କରିବାରେ ନୁହେଁ, କାତ୍ର କାର୍ଯ୍ୟ କରିବାକୁ ସଙ୍କଳ୍ପ ପ୍ରକାଶ କରିବାରେ ତୁମ୍ଭେମାନେ ହେଉଛ ପ୍ରଥମ।
11
ତେଣୁ କାର୍ଯ୍ୟ କରିଯାଅ ଓ ତୁମ ସୁଯୋଗ ଅନୁଯାୟୀ ତାହା ସମାପ୍ତ କର। ସଙ୍କଳ୍ପ ଗ୍ରହଣ କରିବା ସମୟରେ ତୁମର ଯେଉଁ ଆଗ୍ରହ ଥିଲା, କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ତାହାକୁ ବଚାୟ ରଖ।
12
କାରଣ ଦାନ କରିବାର ଆଗ୍ରହ ଥିହେଲ, ମନୁଷ୍ୟ ତା’ର ସାମର୍ଥ୍ୟ ଅନୁଯାୟୀ ଯାହା ଦାନ କରେ, ଈଶ୍ୱର ଗ୍ରହଣ କରିନ୍ତି। ତା’ର ସମ୍ବଳର ସୀମା ବାହାରେ ସେ କିଛି ଦେଉ ବୋଲି ଈଶ୍ୱର ଚାହାନ୍ତି ନାହିଁ।
13
ତୁମ୍ଭମାନଙ୍କ ଉପରେ ଏହି ବୋଝକୁ ଲଦି ଦେଇ ଅନ୍ୟମାନଙ୍କୁ ଅବ୍ୟାହତି ଦେବା ପାଇଁ ମୁଁ ଚେଷ୍ଟା କରୁ ନାହିଁ,
14
କିନ୍ତୁ ଏବେ ତୁମ୍ଭମାନଙ୍କର ପ୍ରଚୁର ଥିବାରୁ ଅଭାବରେ ରହିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ସମୟ ଆସିବ, ତୁମ୍ଭେମାନେ ଅଭାବରେ ଥିଲାବେେଳ, ସେମାନଙ୍କର ପ୍ରଚୁାର୍ଯ୍ୟ ତୁମ୍ଭାନଙ୍କର ଅଭାବର ପୂରଣ କରିବା ପାଇଁ ସାହାଯ୍ୟ କରିବ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ୟରେ ସମତା ରକ୍ଷା କରାଯାଇ ପାରିବ।
15
ଧର୍ମଶାସ୍ତ୍ରରେ ଉଲ୍ଲଖ ଅଛି: “ଯେ ବେଶୀ ସଂଗ୍ରହ କଲା, ତା’ର କିଛି ବଳିଲା ନାହିଁ। ଅଳ୍ପ ସଂଗ୍ରହ କଲା, ତା’ର ଅଭାବ ହେଲା ନାହିଁ।
16
ଈଶ୍ୱରଙ୍କ ଧନ୍ୟବାଦ ହେଉ। କାରଣ ଆମ୍ଭମାନଙ୍କ ପରି ତିତସ ମଧ୍ୟ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହାନ୍ୱିତ।
17
ସେ କେବଳ ଆମର ଅନୁରୋଧକୁ ସ୍ୱାଗତ ଜଣାଇ ନାହାନ୍ତି, ମାତ୍ର ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଏତେ ଆଗ୍ରହାନ୍ୱିତ ଯେ, ନିଜ ଇଚ୍ଛାରେ ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ସେ ମନସ୍ଥ କରିଛନ୍ତି।
18
ତାଙ୍କ ସହିତ ଆଉ ଜଣେ ଭାଇଙ୍କୁ ଆମେ ପଠାଉଛୁ। ଶୁଭ ବାର୍ତ୍ତା ପ୍ରଚାର କରିବାରେ ସମସ୍ତଦ ମଣ୍ତଳୀରେ ସେ ବିଶେଷ ଖ୍ୟାତିଲାଭ କରିଛନ୍ତି।
19
କେବଳ ସେତିକି ନୁହେଁ, ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଶୁଭେଚ୍ଛା ପ୍ରକାଶ କରିବା ପାଇଁ ଯେଉଁ ଅନୁଗ୍ରହର କାର୍ଯ୍ୟ ଆମେ ଗ୍ରହଣ କରିଛୁ, ସେଥିରେ ଆମର ସହଯାତ୍ରୀ ହେବା ପାଇଁ ବିଭିନ୍ନ ମଣ୍ଡଳୀ ତାଙ୍କୁ ମନୋନୀତ କରିଛି।
20
ଉଦାର ଭାବରେ ଦିଆଯାଉଥିବା ଏହି ଦାନକୁ ଅତି ସତର୍କତାର ସହ ଆମେ ବ୍ୟବହାର କରୁଛୁ, ଯେପରି ଆମ ଉପରେ କେହି ଦୋଷାରୋପ କରି ନ ପାରେ।
21
କାରଣ କେବଳ ପ୍ରଭୁଙ୍କ ସାକ୍ଷାତରେ ନୁହେଁ, ମାତ୍ର ମନୁଷ୍ୟ ସାକ୍ଷାତରେ ମଧ୍ୟ ସତ୍ ରହିବା ଆମର ଲକ୍ଷ୍ୟ।
22
ତେଣୁ ସେମାନଙ୍କ ସହିତ ଏହି ଭାଇଙ୍କୁ ଆମେ ପଠାଇଛୁ। ତାଙ୍କୁ ବହୁବାର ପରୀକ୍ଷା କରି ତାଙ୍କ ବିଶ୍ୱସ୍ତତାର ପରିଚୟ ପାଇଛୁ। ତୁମ୍ଭମାନଙ୍କ ଉପରେ ତାଙ୍କର ଦୃଢ଼ ଆସ୍ଥା ଥିବାରୁ ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ଉତ୍କଣ୍ଠିତ ହୋଇଛନ୍ତି।
23
ତିତସଙ୍କ ପରିଚୟ ଏହି: ସେ ମୋର ସହଯୋଗୀ ଓ ତୁମ୍ଭମାନଙ୍କୁ ସାହାଯ୍ୟ କରିବାରେ ମୋର ସହକର୍ମୀ। ପୁଣି ତାଙ୍କ ସହିତ ଯାଉଥିବା ଅନ୍ୟ ବିଶ୍ୱାସୀ ଭାଇମାନଙ୍କର ପରିଚୟ: ସେମାନେ ମଣ୍ଡଳୀ ସମୂହର ପ୍ରତିନିଧି ଓ ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ।
24
ସେମାନଙ୍କୁ ତୁମ୍ଭମାନଙ୍କର ପ୍ରେମ ଦେଖାଅ। ତା’ହେଲେ ସମସ୍ତ ମଣ୍ଡଳୀ ଏ ବିଷୟରେ ନିଶ୍ଚିତ ହେବ ଏବଂ ତୁମ୍ଭମାନଙ୍କ ପାଇଁ ଆମେ କରୁଥିବା ଦର୍ପ ଯଥାର୍ଥ ବୋଲି ଉପଲବ୍ଧି କରିପାରିବେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 9 →
All chapters:
1
2
3
4
5
6
7
8
9
10
11
12
13