bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 11
2 Corinthians 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
1
ମୁଁ ଚାହେଁ, କୌଣସି ବିଷୟେ ଟିକିଏ ନିର୍ବୋଧ ହେଲେ ମଧ୍ୟ ତୁମ୍ଭେମାନେ ମୋତେ ସହ୍ୟ କରିବ।
2
ତୁମ୍ଭମାନଙ୍କ ସମ୍ବନ୍ଧରେ ଏକ ଐଶ୍ୱରିକ ଈର୍ଷାଭାବ ମୋ’ ଅନ୍ତରରେ ଅଛି। କାରଣ ତୁମ୍ଭେମାନେ ପବିତ୍ୟ କୁମାରୀ ପରି। ଏକମାତ୍ର ବର ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ମିଳନ କରାଉ ଦେବା ନିମନ୍ତେ ମୁଁ ପ୍ରତିଜ୍ଞା କରିଅଛି।
3
ମୋତେ ଭୟ ଲାଗୁଛି, ସପର ଧୂର୍ତ୍ତତା ଦ୍ୱାରା ହବା ପ୍ରତାରିତ ହେଲା ପରି ତୁମ୍ଭେମାନେ କାଳେ ଖ୍ରୀଷ୍ଟଙ୍କ ପ୍ରତି ତୁମର ପୂର୍ଣ୍ଣ ଓ ସରଳ ବିଶ୍ୱସ୍ତତାରୁ ବିବ୍ୟୁତ ହେବ।
4
କାରଣ କେହି ଯଦି ଆସି ଆମେ ପ୍ରଚାର କରିଥିବା ଯୀଶୁଙ୍କୁ ଛାଡ଼ି ଅନ୍ୟ କୌଣସି ଯୀଶୁଙ୍କ କଥା ପ୍ରଚାର କରନ୍ତି କିମ୍ବା କେଉଁ ଆତ୍ମାର କଥା କୁହନ୍ତି ଅଥବା ତୁମ୍ଭେମାନେ ଗ୍ରହଣ କରିଥିବା ସୁସମାଚାର ଛଡ଼ା ଅନ୍ୟ କେଔଣସି ସୁସମାଚାର ପ୍ରଚାର କରନ୍ତି, ତୁମ୍ଭେମାନେ ଅନାୟାସରେ ତାହା ଗ୍ରହଣ କରିଥାଅ।
5
ତୁମ୍ଭମାନଙ୍କର ସେହି ବିଶିଷ୍ଟ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ କୌଣସି ଗୁଣରେ ନିକୃଷ୍ଟ ବୋଲି ଭାବୁ ନାହିଁ।
6
ମୁଁ ସେମାନଙ୍କ ପରି ବାକ୍ପଟୁ ହୋଇ ନ ପାରେ, କିନ୍ତୁ ଜ୍ଞାନରେ ନିକୃଷ୍ଟ ନୁହେଁ। ତୁମମାନଙ୍କୁ ଏ କଥା ଆମେ ସବୁବେଳେ ଓ ସବୁ ପରିସ୍ଥିତିରେ କହି ଆସିଛୁ।
7
ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲାବେଳେ ମୁଁ ତୁମ୍ଭମାନଙ୍କଠାରୁ ଏହାର ମୂଲ୍ୟ ଦାବୀ କରି ନାହିଁ। ତୁମ୍ଭମାନଙ୍କର ଉନ୍ନତି ପାଇଁ ମୁଁ ନିଜକୁ ଅବନତ କରିଛି। ଏହା କ’ଣ ମୋର ଭୁଲ?
8
ତୁମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କଲାବେଳେ ମୁଁ ଅନ୍ୟ ମଣ୍ଡଳୀମାନଙ୍କରୁ ଆର୍ଥିକ ସାହାଯ୍ୟ ପାଇଛି। କହିବାକୁ ଗଲେ, ତୁମ୍ଭମାନଙ୍କର ଉପକାର ପାଇଁ ମୁଁ ସେମାନଙ୍କୁ ଲୁଣ୍ଠନ କରିଛି।
9
ତୁମ୍ଭମାନଙ୍କ ସହିତ ଥିଲାବେଳେ ମୋର ଅଭାବ ପୂରଣ ପାଇଁ ମୁଁ କାହାକୁ ଭାରଗ୍ରସ୍ତ କରି ନାହିଁ। କାରଣ ମାସିଦୋନିଆରୁ ଆସିଥିବା ଭାଇମାନେ ମୋର ସମସ୍ତ ଅଭାବ ମେଣ୍ଟାଇ ଦେଇଥିଲେ। ଅତୀତ ପରି ଭବିଷ୍ୟତରେ ମଧ୍ୟ ମୁଁ କେବେହେଳେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କରିବି ନାହିଁ।
10
ମୋ’ ଅନ୍ତରରେ ଥିବା ଖ୍ରୀଷ୍ଟଙ୍କ ସତ୍ୟର ଦୁହାଇ ଦେଇ ମୁଁ ପ୍ରତିଜ୍ଞା କରି କହୁଛି ଯେ, ଆଖାୟା ଦେଶର କୌଣସି ଅଞ୍ଚଳରେ ମୋର ଏହି ଦର୍ପକୁ କେହି ଖଣ୍ଡନ କରି ପାରିବେ ନାହିଁ।
11
ମୁଁ କାହିଁକି ଏପରି କହୁଛି? ମୁଁ କ’ଣ ତୁମ୍ଭମାନଙ୍କୁ ପ୍ରେମ କରେ ନାହିଁ? ଈଶ୍ୱର ଜାଣନ୍ତି, ତୁମ୍ଭମାନଙ୍କୁ ମୁଁ କେତେ ପ୍ରେମ କରେ।
12
କିନ୍ତୁ ବର୍ତ୍ତମାନ ମୁଁ ଯାହା କରୁଛି, ତାହା କରି ଚାଲିଥିବି। ତାହାହେଲେ, ଆମ ପରି କାର୍ଯ୍ୟ କରୁଛନ୍ତି ବୋଲି ଯେଉଁମାନେ ଦର୍ପ କରନ୍ତି, ସେମାନେ ଆଉ ତାହା କରି ପାରିବେ ନାହିଁ।
13
ସେମାନେ ପ୍ରକୃତ ଶିଷ୍ୟ ନୁହଁନ୍ତି, ସେମାନେ ସମସ୍ତେ ଶଠ। ସେମାନେ ନିଚ କାର୍ଯ୍ୟ ବିଷୟରେ ମିଥ୍ୟା କହନ୍ତି ଏବଂ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପରି ଦେଖାଯିବା ନିମନ୍ତେ ଛଦ୍ମବେଶ ପରିଧାନ କରନ୍ତି।
14
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଶୟତାନ ମଧ୍ୟ ଚ୍ୟୋତିର୍ମୟ ସ୍ୱର୍ଗଦୂତଙ୍କ ପରି ଦେଖାଯିବା ନିମନ୍ତେ ଛଦ୍ମବେଶ ଧାରଣ କରିଥାଏ।
15
ତେଣୁ ତା’ର ଅନୁଚରମାନେ ଧାର୍ମିକ ସେବକର ଉଦ୍ମବେଶ ଧାରଣ କଲେ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କିନ୍ତୁ ଶେଷରେ ସେମାନଙ୍କ କାର୍ଯ୍ୟକଳାପର ଯୋଗ୍ୟ ଦଣ୍ଡ ସେମାନେ ଭୋଗିବେ।
16
ମୁଁ ପୁନର୍ବାର କହୁଛି, କେହି ଯେପରି ମୋତେ ନିର୍ବୋଧ ବୋଲି ମନେ ନ କରେ। ଯଦି ସେପରି ମନେକର, ତେବେ ମୋତେ ନିର୍ବୋଧ ଭାବରେ ଗ୍ରହଣ କର, ତା’ହେଲେ ମୁଁ ଦର୍ପ କରିବାକୁ ସାମାନ୍ୟ ସୁଯୋଗ ପାଇବି।
17
ଅବଶ୍ୟ ବର୍ତ୍ତମାନ ମୁଁ ଯାହା କହୁଛି, ସେଥପାଇଁ ଈଶ୍ୱର ମୋତେ ନିର୍ଦ୍ଦେଶ ଦେଇ ନାହାଁନ୍ତି। କାରଣ ଦର୍ପ କରିବା ବିଷୟରେ ମୁଁ ପ୍ରକୃତରେ ନିର୍ବୋଧ ପରି କଥା କହୁଛି।
18
କିନ୍ତୁ ଜାଗତିକ ବିଷୟରେ ଅନେକେ ଯେପରି ଦର୍ପ କରନ୍ତି, ମୁଁ ମଧ୍ୟ ସେପରି କରି ପାରିବି।
19
ତୁମ୍ଭେମାନେ ଜ୍ଞାନୀ ହୋଇ ମଧ୍ୟ ଆନନ୍ଦରେ ନିର୍ବୋଧମାନଙ୍କୁ ମହ୍ୟ କରୁଛ।
20
କେହି ତୁମ୍ଭମାନଙ୍କ ଉପରେ ପ୍ରଭୁତ୍ୱ ପିସ୍ତାର କଲେ, ତୁମ୍ଭମାନଙ୍କର ସର୍ବସ୍ୱ ଗ୍ରାସ କଲେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇଲେ, ତୁମ୍ଭମାନଙ୍କୁ ଙୃଣା କଲେ, ଏପରି କି ତୁମ୍ଭ ଗାଲରେ ଚାପୁଡ଼ା କରିଥାଅ।
21
ମୁଁ ଲଜ୍ଜାର ସହ ସ୍ୱୀକାର କରୁଛି ଯେ, ଏସବୁ ବିଷୟରେ ମୁଁ ଅତି ଦୁର୍ବଳ। କିନ୍ତୁ ଅନ୍ୟ କୌଣସି ବିଷୟରେ କେହି ଯଦି ଦର୍ପ କରିବାକୁ ସାହସ କରେ, ତେବେ ନିର୍ବୋଧ ପରି ମୁଁ କହୁଛି-ମୋର ସେପରି ସାହସ ଅଛି।
22
ସେମାନେ କ’ଣ ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କ’ଣ ଇଶ୍ରାଏଲୀୟ? ମୁଁ ମଧ୍ୟ ଇଶ୍ରାଏଲୀୟ। ସେମାନେ କ’ଣ ଅବ୍ରାହାମଙ୍କ ବଂଶଧର? ମୁଁ ମଧ୍ୟ ଅବ୍ରାହମଙ୍କ ବଂଶଧର।
23
ସେମାନେ କ’ଣ ଖ୍ରୀଷ୍ଟଙ୍କ ସେବକ? ମୁଁ ପାଗଳ ପରି କହୁଛି, ମୁଁ ସେମାଦଙ୍କଠାରୁ ଶ୍ରେଷ୍ଠରେ ସେବକ। ମୁଁ ସେମାନଙ୍କଠାରୁ ଅଧିକ ପରିଶ୍ରମ କରିଛି, ଅଧିକ କାରାବରଣ କରିଛି ଓ ବେତମାଡ଼ ସହିଛି ଏବଂ ଅଧିକ ଥର ପ୍ରାଣ ବିପନ୍ନ କରିଛି।
24
ପାଞ୍ଚ ଥର ମୁଁ ଯିହୁଦୀମାନଙ୍କଠାରୁ ଊଣଚାଳିଶଟଇ ବେତମାଡ଼ ଖାଇଛି।
25
ରୋମୀୟମାନଙ୍କଠାରୁ ତିନି ଥର ଚାବୁକ ପ୍ରହାର ପାଇଛି। ଥରେ ପଥର ମାଡ଼ ଖାଇଛି। ତିନି ଥର ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏବଂ ଥରେ ସମୁଦ୍ର ପାଣିରେ ଚବିଶ ଘଣ୍ଟା କଟାଇଛି।
26
ଅନେକ ଥର ଯାତ୍ରା ସମୟରେ ନଦୀ ବକ୍ଷରେ, ଦସ୍ୟୁମାନଙ୍କ ହାତରେ, ସ୍ୱଜାତି-ଇହୁଦୀ ଓ ପ୍ରାନ୍ତରରେ, ସମୁଦ୍ରରେ, ଶଠ ବନ୍ଧୁମାନଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହୋଇଛି।
27
ଅତ୍ୟଧିକ ପରିଶ୍ରମ କରିଛି ଓ ଦୁଃଖକଷ୍ଟ ଭୋଗ କରିଛି, ଅନଦ୍ରା ଓ କ୍ଷୁଧା ତୃଷାରେ ଅନେକ ଦିନ କଟାଇଛି, ଉପଯୁକ୍ତ ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନର ଅଭାବରେ ଅନେକ କଷ୍ଟ ସହିଛି।
28
ଏ ସବୁ ସତ୍ତ୍ୱେ ସମସ୍ତ ମଣ୍ଡଳୀ ପ୍ରତି ମୋର ଦାୟିତ୍ୱ ପ୍ରତିଦିନ ବହନ କରି ଚାଲିଛି।
29
କେହି ଯଦି ଦୁର୍ବଳ ହୋଇପଡ଼େ, ମୁଁ ମଧ୍ୟ ତା’ ସହିତ ଦୁର୍ବଳତା ଅନୁଭବ କରେ। କେହି ପାପ କଲେ, ମୁଁ ଅନ୍ତରରେ ବ୍ୟଥା ଅନୁଭବ କରିଥାଏ।
30
ଯଦି ଦର୍ପ କରିବାକୁ ହୁଏ, ତେବେ ମୋର ଏହି ସବୁ ଦୁର୍ବଳତା ପାଇଁ ମୋତେ ଦର୍ପ କରିବାକୁ ହେବ।
31
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନାମ ଚିରକାଳ ଧନ୍ୟ ହେଉ। ସେ ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ।
32
ମୁଁ ଦାମାସ୍କସ୍ରେ ଥଲାବେଳେ ରାଜା ଆରେଟସ୍ଙ୍କ ଅଧୀନସ୍ଥ ଶାସନକର୍ତ୍ତା ମୋତେ ଗିରଫ କରିବା ପାଇଁ ନଗରର ଚାରିଆଡ଼େ ପ୍ରହରୀ ନିଯୁକ୍ତ କରିଥିଲେ।
33
କିନ୍ତୁ ମୋତେ ଝୁଡ଼ି ସାହାଯ୍ୟରେ ଝରକା ବାଟେ ପ୍ରଚୀରର ବାହାରେ ଓହ୍ଲାଇ ଦିଆଯାଇଥିଲା। ଏହିପରି ଭାବରେ ମୁଁ ସେହି ଶାସନକର୍ତ୍ତାଙ୍କ କବଳରୁ ରକ୍ଷା ପାଇଥିଲି।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
All chapters:
1
2
3
4
5
6
7
8
9
10
11
12
13