bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Corinthians 5
2 Corinthians 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 6 →
1
ଆମେ ଜାଣୁ, ଯେଉଁ ପାର୍ଥିବ ଶରୀରରୂପ ତମ୍ବୁରେ ଆମେ ଏବେ ବାସ କରୁଛୁ, ତାହା ଧ୍ୱଂସ ପାଇଗଲେ, ଆମକୁ ଈଶ୍ୱର ସ୍ୱର୍ଗରେ ଏକ ଚିରସ୍ଥାୟୀ ଗୃହ ଯୋଗାଇ ଦେବେ। ତାହା ମନୁଷ୍ୟ ହସ୍ତନିମତ ନୁହେଁ- ସ୍ୱୟଂ ଈଶ୍ୱର ତାହାରନିର୍ମାତା।
2
ଏହି ପାର୍ଥିବ ଆବାସରେ ରହି ଆମେ ସେହି ସ୍ୱର୍ଗୀୟ ଗୃହରୂପ ବସ୍ତ୍ର ପରିଧାନ କରିବାକୁ ଆର୍ତ୍ତାନାଦ କରୁଛୁ।
3
କିନ୍ତୁ ସେହି ସ୍ୱର୍ଗୀୟ ଆବାସରେ ପ୍ରବେଶ କଲେ, ଆମେ ଶରୀରବିହୀନ ହେବା ନାହିଁ।
4
ଆମେ ଏହି ପାର୍ଥିବ ତମ୍ବୁରେ ରହିଥିଲାବେଳେ ଭାରାକ୍ରାନ୍ତ ହୃଦୟରେ ଅର୍ତ୍ତାନାଦ କରୁଛୁଁ। ପାର୍ଥିବ ଶରୀର ପରିତ୍ୟାଗ କରିବା ଆମର ଅଭିପ୍ରାୟ ନୁହେଁ, ମାତ୍ର ଆମେ ଚାହୁଁ, ସ୍ୱର୍ଗୀୟ ବସ୍ତ୍ର ପରିଧାନ କରିବା ସ୍ୱରା ଆମର ଏହି ମର ଶରୀର ଯେପରି ଅମରତ୍ୱରେ ଆଚ୍ଛାଦିତ ହେବ।
5
ଈଶ୍ୱର ଆମକୁ ଏହି ପ୍ରତିଭୂ ସ୍ୱରୂପ ତାଙ୍କର ପବିତ୍ରଆତ୍ମାଙ୍କୁ ସେ ଆମକୁ ଦାନ କରିଛନ୍ତି।
6
ସେଥିପାଇଁ ଆମେ ସବୁବେଳେ ସାହସ ଧରିଛୁ। ଆମେ ଜାଣୁ, ଯେତେ ଦିନ ଆମେ ଏହି ଦେହରେ ବାସ କରିଛୁ, ସେତେ ଦିନ ପ୍ରଭୁଙ୍କଠାରୁ ଦୂରରେ ବାସ କରିଛୁ, ସେତେ ଦିନ ପ୍ରଭୂଙ୍କଠାରୁ ଦୂରରେ ରହି ଜୀବନ ଦୃଶ୍ୟ ବିଷୟ ଛପରେ ନୁହେଁ- ମାତ୍ର ବିଶ୍ୱାସ ଛପରେ ପ୍ରତିଷ୍ଠିତ।
8
ତେଣୁ ଆମେ ସାହସିକ, ପୁଣି ଏହି ଶରୀର ପରିତ୍ୟାଗ କରି ପ୍ରଭୁଙ୍କ ସହିତ ବାସ କରିବା ପାଇଁ ଆମେ ଅଧିକ ଉତ୍ସୁକ।
9
ସେଥିପାଇଁ ଏଠରେ ସ୍ୱଗୃହରେ ଥଉ କିମ୍ବା ପ୍ରବାସରେ ଥାଉ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ହିଁ ଆମର ଏକାନ୍ତ ଇଚ୍ଛା,
10
କାରଣ ଆମ ସମସ୍ତଙ୍କୁ ତାଙ୍କ ଦ୍ୱାର ବିଚାରିତ ହେବା ପାଇଁ ନିଶ୍ଚୟ ଖ୍ରୀଷ୍ଟଙ୍କ ସମ୍ମଖରେ ଉପସ୍ଥିତ ହେବାକୁ ପଡ଼ିବ। ସେତେବେଳେ ମର ଶରୀରରେ ଆମେ କରିଥିବା ଭଲ ବା ମନ୍ଦ, ସକଳ କର୍ମ ଅନୁସାରେ ଆମେ ଫଳ ପାଇବା।
11
ପ୍ରଭୁଙ୍କୁ କରିବା ଅର୍ଥ କଅଣ, ଆମେ ଜାଣିଛୁ ଏବଂ କରିବା ପାଇଁ ଆମେ ସମସ୍ତଙ୍କୁ ପ୍ରବର୍ତ୍ତାଉଛୁ। ଈଶ୍ୱର ଆମ ସମସ୍ତଙ୍କୁ ଭଲ ଭାବରେ ଜାଣନ୍ତି। ମୁଁ ଆଶା କରୁଛି, ତୁମ୍ଭମାନେ ମୋତେ ଭଲ ଭାବରେ ଜାଣ।
12
ଆମେ ଆଉ ଥରେ ତୁମ୍ଭମାନଙ୍କ ନିକଟରେ ଆମୂବଡ଼ିମା କରିବାରୁ ଚାହୁଁ ନାହୁଁ। ବରଂ ଆମ ସମ୍ପର୍କରେ ଯଥାର୍ଥରେ ଦର୍ପ କରିବା ପାଇଁ ତୁମ୍ଭମାନଙ୍କୁ ସୁଯୋଗ ଦେବା ଆମର ଉଦ୍ଦେଶ୍ୟ। ତା’ହେଲେ, ଅନ୍ତରର ଗୁଣ ନ ଦେଖି କେବଳ ବାହ୍ୟିକ ଆଡ଼ମ୍ବର ଲକ୍ଷ୍ୟ କରି ଯେଉଁମାନେ ଦର୍ପ କରନ୍ତି, ସେମାନଙ୍କୁ ତୁମ୍ଭେମାନେ ଉପଯୁକ୍ତ ଉତ୍ତର ଦେଇ ପାରିବ।
13
ଆମର କ’ଣ ମତିଭ୍ରମ ହୋଇଛି? ଆମର ଯଦି ମତିଭ୍ରମ ହୋଇଥାଏ, ତାହା ଈଶ୍ୱରଙ୍କ ପାଇଁ ହୋଇଛି। ଆମେ କ’ଣ ପ୍ରକୃତିସ୍ଥ? ଆମେ ଯଦି ପ୍ରକୃତିସ୍ଥ, ତେବେ ତୁମ୍ଭମାନଙ୍କ ପାଇଁ ସେପରି ରହିଛୁ।
14
ଖ୍ରୀଷ୍ଟଙ୍କ ପ୍ରେମ ଦ୍ୱାରା ଆମେ ପରିଚାଳିତ। ଆମେ ବୁଝିଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁବରଣ କରି ଥିବାରୁ ସମସ୍ତେ ସେହି ମୃତ୍ୟୁର ଅଂଶୀ ହୋଇଛନ୍ତି।
15
ସେ ସମସ୍ତଙ୍କ ପାଇଁ ମୃତ୍ୟବରଣ କରି ଥିବାରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ଆଉ ନିଜ ପାଇଁ ଜୀବନଧାରଣ ନ କରି ତାଙ୍କ ପାଇଁ ବଞ୍ôଚବେ, କାରଣ କେବଳ ସେମାନଙ୍କ ପାଇଁ ସେ ମରି ପୁନର୍ଜୀବିତ ହୋଇ ଅଛନ୍ତି।
16
ସୁତଗଂ ଆମେ ଆଉ କାହାରିକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରୁ ନାହୁଁ। ସମୟ ଥିଲା, ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ମଧ୍ୟ ମାନବିକ ଦୃଷ୍ଟିକୋଣରୁ ବିଚାର କରୁଥିଲୁ। କିନ୍ତୁ ଏବେ ଆମେ ଆଉ ସେପରି କରୁ ନାହିୁଁ।
17
ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।
18
ଏସବୁ ଈଶ୍ୱରଙ୍କ କାର୍ଯ୍ୟ। ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆମକୁ ତାଙ୍କ ସହିତ ପୁନର୍ମିଳିତ କରିଛନ୍ତି ଏବଂ ତାଙ୍କ ସହିତ ଅନ୍ୟମାନଙ୍କର ପୁନର୍ମିଳନ କରାଇବା ପାଇଁ ସେ ଆମକୁ ଦାୟିତ୍ୱ ଦେଇଛନ୍ତି।
19
ତେଣୁ ଆମର ବାର୍ତ୍ତା ହେଉଛି, ଈଶ୍ୱର ଖ୍ରୀଷ୍ଟଙ୍କ ଦ୍ୱାରା ସମଗ୍ର ମାନବ ଜାତିକୁ ତାଙ୍କ ସହିତ ପୂନର୍ମିଳିତ କରିବାକୁ ବ୍ୟବସ୍ଥା କରି ଅଛନ୍ତି। ତାଙ୍କ ବିରୁଦ୍ଧରେ ସେମାନଙ୍କ ଅପରାଧସବୁକୁ ସେ ଆଉ ତାଙ୍କ ହିସାବରେ ରଖି ନାହାନ୍ତି। ପୁଣି, ଏହି ପୂନର୍ମିଳନରେ ବାର୍ତ୍ତା ଘୋଷଣା କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ ଅଛି।
20
ସୁତରାଂ ଆମେ ଖ୍ରୀଷ୍ଟଙ୍କ ସପକ୍ଷରେ ଏ କଥା କହୁଛୁ। ସ୍ୱୟଂ ଈଶ୍ୱର ଆମ ସ୍ୱାରା ଏହି ଆହ୍ନାନ ଦେଇଛନ୍ତି ବୋଲି ମନେ କରିବାକୁ ହେବ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମେ ବିନତି କରୁଛୁଳ ଈଶ୍ୱରଙ୍କ ସହିତ ପୁନର୍ମିଳିତ ହୁଅ,
21
କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 6 →
All chapters:
1
2
3
4
5
6
7
8
9
10
11
12
13