bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 10
Mark 10
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
1
ତା’ପରେ ଯୀଶୁ ଯର୍ଦ୍ଦନ ନଦୀ ପାର ହୋଇ ଇହୁଦୀୟା ପ୍ରଦେଶରେ ପହଞ୍ôଚଲେ। ସେଠାରେ ମଧ୍ୟ ଲୋକମାନେ ବହୁସଂଖ୍ୟାରେ ଆସି ତାଙ୍କ ପାଖରେ ଜମା ହେଲେ ଏବଂ ସେ ପୂର୍ବ ପରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।
2
କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ କହିଲେ, “ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇପାରିବ କି?”
3
ଯୀଶୁ ଉତ୍ତର ଦେଲେ, “ଏ ସମ୍ପର୍କରେ ମୋଶାଙ୍କ ନିୟମ କ’ଣ କୁହେ?”
4
ସେମାନେ ଉତ୍ତର ଦେଲେ, “ଛାଡ଼ପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବା ପାଇଁ ମୋଶା ଅନୁମତି ଦେଇଛନ୍ତି।”
5
ଯୀଶୁ କହିଲେ, “ତୁମ୍ଭମାନଙ୍କ ହୃଦୟର କଠିନତା ଲାଗି ମୋଶା ଏପରି ବ୍ୟବସ୍ଥା କରିଥିଲେ।
6
କିନ୍ତୁ ସୃଷ୍ଟି ସମୟରେ ଈଶ୍ୱର ମନୁଷ୍ୟକୁ ନର ଓ ନାରୀ ରୂପେ ଗଢ଼ିଥିଲେ ଏବଂ ଶାସ୍ତ୍ରରେ କୁହାଯାଇଛି ଯେ,
7
ସେଥିପାଇଁ ପୁରୁଷ ପିତାମାତାଙ୍କୁ ଛାଡ଼ି ତା’ର ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ
8
ସେମାନେ ମିଳିତ ହୋଇ ଏକ ହେବେ। ସେମାନେ ଆଉ ଦୁଇ ହୋଇ ରହିବେ ନାହିଁ, କିନ୍ତୁ ଏକ ହେବେ।
9
ଈଶ୍ୱର ଯେଉଁମାନଙ୍କୁ ସଂଯୁକ୍ତ କରିଛନ୍ତି, ମନୁଷ୍ୟ ସେମାନଙ୍କୁ ବିଚ୍ଛିନ୍ନ ନ କରୁ।”
10
ସେମାନେ ଘରକୁ ଫେରିବା ପରେ ଶିଷ୍ୟମାନେ ଯୀଶୁଙ୍କୁ ଏ ବିଷୟରେ ଆଉ ଥରେ ପଚାରିଲେ।
11
ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ପୁରୁଷ ପତ୍ନୀକୁ ଛାଡ଼ପତ୍ର ଦେଇ ଆଉ ଗୋଟିଏ ସ୍ତ୍ରୀକୁ ବିବାହ କରେ, ସେ ନିଜେ ବ୍ୟଭିଚାରୀ ହୁଏ ଏବଂ
12
ଯେଉଁ ସ୍ତ୍ରୀ ପତିକୁ ଛାଡ଼ପତ୍ର ଦେଇ ଆଉ ଗୋଟିଏ ପୁରୁଷକୁ ବିବାହ କରେ, ସେ ମଧ୍ୟ ବ୍ୟଭିଚାରୀ ହୁଏ।”
13
ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କରିବା ପାଇଁ କେତେକ ଲୋକ ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ।
14
ସେହି ଲୋକମାନଙ୍କୁ ଶିଷ୍ୟମାନେ ତିରସ୍କାର କରୁଥିବା ଦେଖି, ଯୀଶୁ ଶିଷ୍ୟମାନଙ୍କ ଉପରେ ବିରକ୍ତ ହୋଇ କହିଲେ, “ପିଲାମାନଙ୍କୁ ମୋ’ ନିକଟକୁ ଆସିବାକୁ ଦିଅ; ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଶିଶୁମାନଙ୍କ ପରି ଲୋକମାନେ ସ୍ୱର୍ଗରାଜ୍ୟ ଅଧିକାର କରିବେ।
15
ଏକଥା ମୁଁ ନିଶ୍ଚିତ ଭାବରେ କହୁଛି ଯେ, ଶିଶୁ ପରି ଜଣେ ଈଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନ ହେଲେ, ସେ ସେଥିରେ ପ୍ରବେଶ କରିପାରିବ ନାହିଁ।”
16
ତତ୍ପରେ ଯୀଶୁ ଶିଶୁମାନଙ୍କୁ କୋଳ କରି ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ।
17
ଯୀଶୁ ପୁନର୍ବାର ତାଙ୍କ ଯାତ୍ରା ଆରମ୍ଭ କଲାବେଳେ ଜଣେ ଲୋକ ଦୌଡ଼ି ଆସି ତାଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ି ପଚାରିଲା, “ସତ୍ଗୁରୁ, ଅନନ୍ତ ଜୀବନ ଲାଭ କରିବାକୁ ମୋତେ କଅଣ କରିବା ପାଇଁ ହେବ?”
18
ଯୀଶୁ ଉତ୍ତର ଦେଲେ, “ମୋତେ କାହିଁକି ସତ୍ ବୋଲି କହୁଛ? ଈଶ୍ୱରଙ୍କ ଛଡ଼ା ଅନ୍ୟ କେହି ସତ୍ ନୁହେଁ।
19
ତୁମେ ଶାସ୍ତ୍ରର ଆଜ୍ଞା ସବୁ ଜାଣିଛ - ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ ଚୋରି କର ନାହିଁ, ପ୍ରତାରଣା କର ନାହିଁ, ପିତାମାତାଙ୍କୁ ସମାଦର କର।”
20
ଲୋକଟି କହିଲା, “ପ୍ରଭୁ! ମୋ’ ବାଲ୍ୟକାଳରୁ ଏସବୁ ଆଜ୍ଞା ପାଳନ କରି ଆସିଛି।”
21
ଯୀଶୁ ତା’ ଆଡ଼କୁ ସ୍ନେହଭରା ଦୃଷ୍ଟିରେ ଚାହିଁ କହିଲେ, “ଗୋଟିଏ ବିଷୟ କେବଳ ତୁମର ଅଭାବ ରହିଛି। ଯାଅ, ତୁମର ସମସ୍ତ ସମ୍ପତ୍ତି ବିକ୍ରୟ କରି ସେହି ଧନ, ଗରିବମାନଙ୍କୁ ଦାନ କର, ତା’ହେଲେ ତୁମେ ସ୍ୱର୍ଗରେ ଧନ ପାଇବ। ଏହାପରେ ଆସି ମୋର ଅନୁଗମନ କର।”
22
ଏକଥା ଶୁଣିବାକ୍ଷଣି ସେହି ଲୋକର ମୁହଁରେ ବିଷାଦର ଛାୟା ଘୋଟିଗଲା ଏବଂ ସେ ଦୁଃଖରେ ଚାଲିଗଲା, କାରଣ ସେ ବଡ଼ ଧନୀ ଥିଲା।
23
ଯୀଶୁ ଶିଷ୍ୟମାନଙ୍କ ଆଡ଼କୁ ଅନାଇ କହିଲେ, “ଧନୀମାନଙ୍କର ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର।”
24
ଏହା ଶୁଣି ଶିଷ୍ୟମାନେ ବିସ୍ମିତ ହେଲେ। କିନ୍ତୁ ଯୀଶୁ ପୁଣି କହିଲେ, “ବତ୍ସଗଣ, ବାସ୍ତବିକ୍ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟସାଧ୍ୟ।
25
ଧନୀ ଲୋକର ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅପେକ୍ଷା ଓଟର ସୂଚୀରନ୍ଧ୍ର ବାଟେ ପ୍ରବେଶ କରିବା ଅଧିକ ସହଜ ହେବ।”
26
ଏ କଥାରେ ଶିଷ୍ୟମାନେ ଅତ୍ୟନ୍ତ ବିସ୍ମିତ ହୋଇ ପରସ୍ପରକୁ ପଚାରିଲେ, “ତାହାହେଲେ କିଏ ପରିତ୍ରାଣ ପାଇ ପାରିବ?”
27
ଯୀଶୁ ସେମାନଙ୍କୁ ସିଧା ସଳଖ ଚାହିଁ କହିଲେ, “ମନୁଷ୍ୟ ପକ୍ଷରେ ଏହା ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ପକ୍ଷରେ ନୁହେଁ; ଈଶ୍ୱର ସବୁ କରିପାରନ୍ତି।”
28
ଏ କଥା ଶୁଣି ପିତର କହିଲେ, “ଦେଖନ୍ତୁ, ଆମେ ସବୁ ଛାଡ଼ି ଆପଣଙ୍କ ପଛେ ପଛେ ଆସିଛୁ।”
29
ଯୀଶୁ କହିଲେ, “ତୁମ୍ଭମାନଙ୍କୁ ମୁଁ କହି ରଖୁଛି, ମୋ’ ପାଇଁ ଓ ‘ସୁସମାଚାର’ ପାଇଁ ଯେ କେହି ଗୃହ, ଭ୍ରାତା, ଭଗିନୀ, ପିତା, ମାତା, ସନ୍ତାନସନ୍ତତି କିମ୍ବା ତା’ର ଜମିବାଡ଼ି ସବୁ ଛାଡ଼େ, ଏ ଜୀବନରେ ସେ ଆହୁରି ଅଧିକ ପାଇବ।
30
ଏପରିକି ଗୃହ, ଭ୍ରାତା, ଭଗିନୀ, ମାତା, ସନ୍ତାନସନ୍ତତି, ଜମି ବାଡ଼ିର ଶହେଗୁଣ ପାଇବା ସହିତ ନିର୍ଯ୍ୟାତନା ମଧ୍ୟ ଭୋଗିବ; କିନ୍ତୁ ସେ ପରକାଳରେ ଅନନ୍ତ ଜୀବନ ଲାଭ କରିବ।
31
ଯେଉଁମାନେ ବର୍ତ୍ତମାନ ଆଗରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ପଛରେ ପଡ଼ିଯିବେ ଏବଂ ଯେଉଁମାନେ ଏବେ ପଛରେ ଅଛନ୍ତି; ସେମାନଙ୍କ ମଧ୍ୟରୁ ଅନେକେ ଆଗକୁ ଯିବେ।”
32
ଏହାପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯିରୂଶାଲମ ରାସ୍ତାରେ ଯାତ୍ରା କଲେ - ଯୀଶୁ ଶିଷ୍ୟମାନଙ୍କ ଆଗେ ଆଗେ ଯାଉଥିଲେ, ଶିଷ୍ୟମାନେ ଆତଙ୍କିତ ହୋଇ ପଡ଼ିଥିଲେ ଏବଂ ପଛରେ ଚାଲୁଥିବା ଅନ୍ୟ ଲୋକମାନେ ମଧ୍ୟ ଭୀତ ହୋଇଥିଲେ। ଯୀଶୁ ପୁନର୍ବାର ତାଙ୍କ ବାର ଜଣ ଶିଷ୍ୟଙ୍କୁ ଏକାନ୍ତରେ ଡ଼ାକି ଭବିଷ୍ୟତରେ ତାଙ୍କ ପ୍ରତି ଯାହା ସବୁ ଘଟିବ, ସେ ବିଷୟରେ ସୂଚନା ଦେଲେ। ସେ କହିଲେ,
33
“ଶୁଣ, ଆମେ ଯିରୂଶାଲମକୁ ଯାଉଛୁ। ସେଠାରେ ମନୁଷ୍ୟପୁତ୍ର ମୁଖ୍ୟ ଧର୍ମପୁରୋହିତ ଓ ଧର୍ମଗୁରୁମାନଙ୍କ ହାତରେ ସମର୍ପିତ ହେବେ। ସେମାନେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇ ଅଣଇହୁଦୀମାନଙ୍କ ହାତରେ ଛାଡ଼ି ଦେବେ।
34
ସେମାନେ ତାଙ୍କୁ ପରିହାସ କରିବେ। ତାଙ୍କ ଉପରେ ଛେପ ପକାଇବେ। ତାଙ୍କୁ କୋରଡ଼ାରେ ପ୍ରହାର କରିବେ ଏବଂ ହତ୍ୟା କରିବେ, କିନ୍ତୁ ତିନିଦିନ ପେ ରେ ମୃତ୍ୟୁଞ୍ଜୟୀ ହୋଇ ଉଠିବେ।”
35
ଦିନେ ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଆମ ପାଇଁ କିଛି କରନ୍ତୁ, ଏହା ଆମେ ଚାହୁଁଛୁ।”
36
ଯୀଶୁ ପଚାରିଲେ, “କଅଣ ଚାହୁଁଛ?”
37
ସେମାନେ ଉତ୍ତର ଦେଲେ, “ଗୌରବମୟ ରାଜସିଂହାସନରେ ଆପଣ ଯେତେବେଳେ ବସିବେ, ଆମ ଭିତରୁ ଜଣକୁ ଆପଣଙ୍କ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ ବସିବାକୁ ଦେବେ।”
38
ଯୀଶୁ ସେମାନଙ୍କୁ କହିଲେ, “ତୁମେ କଅଣ ମାଗୁଛ, ବୁଝିପାରୁ ନାହଁ। ମୁଁ ଯେଉଁ ଦୁଃଖ ଭୋଗର ପାନପାତ୍ରରୁ ପିଇବାକୁ ଯାଉଛି, ସେଥିରୁ ତୁମେ ପାନ କରିପାରିବ? ମୁଁ ଯେପରି ଦୀକ୍ଷିତ ହେବାକୁ ଯାଉଛି, ସେହି ଦୀକ୍ଷା ତୁମ୍ଭେମାନେ କ’ଣ ଗ୍ରହଣ କରିପାରିବ?”
39
ସେମାନେ ତା’ କରିପାରିବେ ବୋଲି କହିଲେ।
40
ଯୀଶୁ କହିଲେ, “ବାସ୍ତବିକ ତୁମ୍ଭେମାନେ ମୋ’ ପାନପାତ୍ରରୁ ପାନ କରିବ ଏବଂ ମୋ’ ପରି ଦୀକ୍ଷିତ ହେବ, କିନ୍ତୁ ମୋ’ ଦକ୍ଷିଣ ବା ବାମପାଶ୍ୱର୍ରେ କିଏ ବସିବ, ଏହା ସ୍ଥିର କରିବାକୁ ମୋର ଅଧିକାର ନାହିଁ। ଯେଉଁମାନଙ୍କ ପାଇଁ ଈଶ୍ୱର ସେ ସ୍ଥାନ ପ୍ରସ୍ତୁତ କରିଛନ୍ତି, ତାହା ସେ ସେମାନଙ୍କୁ ଦେବେ।”
41
ଏସବୁ କଥା ଶୁଣି ଅନ୍ୟ ଦଶ ଜଣ ଶିଷ୍ୟ ଯାକୁବ ଓ ଯୋହନଙ୍କ ଉପରେ ବିରକ୍ତ ହେଲେ।
42
ଯୀଶୁ ସେମାନଙ୍କୁ ଏକତ୍ର ଡ଼ାକି କିହଲେ, “ତୁମ୍ଭେମାନେ ଜାଣ, ଏ ଜଗତରେ ଶାସକମାନେ ଲୋକମାନଙ୍କ ଉପରେ ପ୍ରଭୁପଣ ବିସ୍ତାର କରନ୍ତି ଓ ନେତାମାନେ ଅନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି।
43
କିନ୍ତୁ ତୁମେ ଏହି ନୀତିରେ ଚଳିବ ନାହିଁ। ତୁମ ଭିତରୁ ଜଣେ ଯଦି ବଡ଼ ହେବାକୁ ଚାହେଁ, ସେ ଅନ୍ୟମାନଙ୍କର ସେବକ ହେଉ
44
ଏବଂ ତୁମ୍ଭ ମଧ୍ୟରୁ ଯଦି ଜଣେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ପରି ହେଉ।
45
ମନୁଷ୍ୟପୁତ୍ର ସୁଦ୍ଧା ସେବା ପାଇବାକୁ ଆସି ନାହାନ୍ତି, କିନ୍ତୁ ସେବା କରିବାକୁ ଏବଂ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପ ନିଜର ଜୀବନ ଉତ୍ସର୍ଗ କରିବାକୁ ଆସିଛନ୍ତି।”
46
ଯୀଶୁ ଆଉ ତାଙ୍କ ଶିଷ୍ୟମାନେ ଯିରିହୋକୁ ଆସିଲେ। ସେମାନେ ସେହି ସହର ଛାଡ଼ି ଯିବାବେଳେ ଅନେକ ଲୋକ ତାଙ୍କ ପଛେ ପଛେ ଗଲେ। ଟିମୟର ପୁତ୍ର ବାର୍ଟିମୟ ନାମକ ଗୋଟିଏ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା।
47
ନାଜରିତୀୟ ଯୀଶୁ ସେ ବାଟେ ଯାଉଛନ୍ତି ବୋଲି ଶୁଣି ସେ ଚିକ୍ରାର କରି କହିଲା, “ହେ ଦାଉଦ ବଂଶଧର ଯୀଶୁ, ମୋତେ ଦୟା କରନ୍ତୁ।”
48
ଲୋକେ ତାକୁ ତିରସ୍କାର କରି ନୀରବ ହେବାକୁ କହିଲେ, କିନ୍ତୁ ସେ ଆହୁରି ଉଚ୍ଚସ୍ୱରରେ ଡ଼ାକ ଛାଡ଼ିଲା: “ହେ ଦାଉଦଙ୍କ ବଂଶଧର, ମୋତେ ଦୟା କରନ୍ତୁ।”
49
ଯୀଶୁ ଅଟକି ଯାଇ କହିଲେ, ତାକୁ ଡ଼ାକ”। ଲୋକମାନେ ଅନ୍ଧକୁ ଡ଼ାକି କହିଲେ, “ବ୍ୟସ୍ତ ହୁଅ ନାହିଁ, ଉଠି ଆସ, ସେ ତୁମକୁ ଡ଼ାକୁଛନ୍ତି।”
50
ଅନ୍ଧ ତା’ର ଚାଦର ଫୋପାଡ଼ି ଦେଇ ଆନନ୍ଦରେ ଡ଼ିଆଁ ମାରି ଯୀଶୁଙ୍କ ନିକଟରେ ପହଞ୍ôଚଲା।
51
ଯୀଶୁ ତାକୁ ପଚାରିଲେ, “ତୁମ ପାଇଁ ମୁଁ କ’ଣ କରିବି ବୋଲି ଚାହୁଁଛ?”
52
ଅନ୍ଧ କହିଲା, “ଗୁରୁ! ମୁଁ ଦୃଷ୍ଟିଶକ୍ତି ଫେରି ପାଇବାକୁ ଚାହେଁ।” ଯୀଶୁ ତାକୁ କହିଲେ, “ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।” ସଙ୍ଗେ ସଙ୍ଗେ ଅନ୍ଧ ତା’ର ଦୃଷ୍ଟିଶକ୍ତି ଫେରି ପାଇଲା ଏବଂ ସେ ମଧ୍ୟ ଯୀଶୁଙ୍କ ପଛେ ପଛେ ଚାଲିଲା।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16