bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 5
Mark 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 6 →
1
ଯୀଶୁ ଓ ତାଙ୍କ ଶିଷ୍ୟମାନେ ଗାଲିଲୀ ହ୍ରଦର ଅପର ପାଶ୍ୱର୍ସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ôଚଲେ।
2
ଯୀଶୁ ନୌକାରୁ ଓହ୍ଲାଇବାକ୍ଷଣି ସେଠାରେ ଥିବା କବର ଗୁମ୍ଫା ଭିତରୁ ଜଣେ ଭୂତଗ୍ରସ୍ତ ଲୋକ ଆସି ତାଙ୍କୁ ଭେଟିଲା।
3
ସେ କବର ସ୍ଥାନମାନଙ୍କରେ ରହୁଥିଲା। କେହି ତାକୁ ଶିକୁଳିରେ ସୁଦ୍ଧା ବାନ୍ଧି ପାରୁ ନ ଥିଲେ।
4
ସେ ହାତର ଶିକୁଳି ଛିଣ୍ଡାଇ ଦେଉଥିଲା ଓ ଗୋଡ଼ର ବେଡ଼ି ଭାଙ୍ଗି ଦେଉଥିଲା। ତା’ର ହାତ ପାଦ ଜଞ୍ଜିରରେ ବନ୍ଧା ହେଉଥିଲା। କିନ୍ତୁ ପ୍ରତ୍ୟେକ ଥର ତାକୁ ଆୟତ୍ତ କରିବା ପାଇଁ କାହାର ସାଧ୍ୟ ନ ଥିଲା।
5
ସେ ଦିନରାତି ପାହାଡ଼ ଓ ସମାଧି ସ୍ଥାନରେ ଘୁରି ବୁଲୁଥିଲା, ଚିକ୍ରାର କରି ପଥରରେ ନିଜ ଦେହକୁ କ୍ଷତବିକ୍ଷତ କରୁଥିଲା।
6
କିଛି ଦୂରରେ ଯୀଶୁଙ୍କୁ ଦେଖି ସେ ଦୌଡ଼ି ଆସି ତାଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ି,
7
ଚିକ୍ରାର କରି କହିଲା, “ହେ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ଯୀଶୁ! ମୋ’ ନିକଟରେ ତୁମର କ’ଣ ପ୍ରୟୋଜନ? ଈଶ୍ୱରଙ୍କ ନାମରେ ମିନତି କରୁଛି, ମୋତେ ଯନ୍ତ୍ରଣା ଦିଅ ନାହିଁ।”
8
(ସେ ଏକଥା କହିଲା, କାରଣ ସେତେବେଳେ ତା’ଠାରେ ଥିବା ଭୂତମାନଙ୍କୁ ବାହାରି ଯିବା ପାଇଁ ଯୀଶୁ ଆଦେଶ ଦେଉଥିଲେ।)
9
ଯୀଶୁ ତାକୁ ପଚାରିଲେ, “ତୋ’ ନାଁ କଅଣ?” ଲୋକଟି ଉତ୍ତର ଦେଲା, “ମୋ’ ନାଁ ‘ବାହିନୀ’ -
10
“ଆମେ ଅନେକ।” ସେମାନଙ୍କୁ ସେ ଅଞ୍ଚଳରୁ ଦୂରକୁ ତଡ଼ି ନ ଦେବା ପାଇଁ ସେ ଯୀଶୁଙ୍କୁ ଅନୁନୟ ବିନୟ କରିବାକୁ ଲାଗିଲା।
11
ନିକଟବର୍ତ୍ତୀ ପାହାଡ଼ କରରେ ପଲେ ଘୁଷୁରି ଚରୁଥିଲେ।
12
ଭୂତମାନେ ଯୀଶୁଙ୍କୁ ଅନୁରୋଧ କରି କହିଲେ, “ସେହି ଘୁଷୁରି ପଲ ଭିତରେ ପ୍ରବେଶ କରିବା ପାଇଁ ଆମକୁ ଅନୁମତି ଦିଅନ୍ତୁ।”
13
ଯୀଶୁ ଅନୁମତି ଦେଲେ ଏବଂ ଭୂତମାନେ ସେହି ଲୋକ ଭିତରୁ ବାହାରି ଆସି ଘୁଷୁରି ପଲ ଭିତରେ ପ୍ରବେଶ କଲେ ଏବଂ ପ୍ରାୟ ଦୁଇ ହଜାର ଘୁଷୁରି ଖୁବ୍ ବେଗରେ ଦୌଡ଼ି ତୀଖ ସ୍ଥାନରୁ ଖସି ହ୍ରଦରେ ବୁଡ଼ି ମଲେ।
14
ଘୁଷୁରି ଜଗୁଆଳିମାନେ ଧାଇଁ ଯାଇ ଏ ଖବର ସହର ଓ ନିକଟବର୍ତ୍ତୀ ଗ୍ରାମମାନଙ୍କରେ ରାଷ୍ଟ୍ର କରିଦେଲେ। କ’ଣ ଘଟିଛି, ଦେଖିବାକୁ ଅନେକ ଲୋକ ଗଲେ।
15
ସେମାନେ ଦେଖିଲେ ଯେ ଭୂତଗ୍ରସ୍ତ ଲୋକଟି ଲୁଗା ପିନ୍ଧି ପ୍ରକୃତିସ୍ଥ ହୋଇ ଯୀଶୁଙ୍କୁ ପାଖରେ ବସିଛି। ଏହା ଦେଖି ସେମାନେ ଆତଙ୍କିତ ହେଲେ।
16
ଭୂତଗ୍ରସ୍ତ ଲୋକଟି କିପରି ସୁସ୍ଥ ହେଲା ଓ ଘୁଷୁରିମାନେ କିପରି ବିନଷ୍ଟ ହୋଇ ଥିଲେ, ଏସବୁ ଘଟଣା ଦେଖିଥିବା ଲୋକମାନେ ସେମାନଙ୍କୁ କହିଲେ।
17
ଏହା ଶୁଣି ସେମାନେ ଯୀଶୁଙ୍କୁ ସେହି ଅଞ୍ଚଳ ଛାଡ଼ି ଚାଲିଯିବାକୁ ଅନୁରୋଧ କଲେ।
18
ଯୀଶୁ ନୌକାରେ ଚଢ଼ିବାକୁ ଗଲାବେଳେ ଭୂତମାନଙ୍କ କବଳରୁ ରକ୍ଷା ପାଇଥିବା ଲୋକଟି ତାଙ୍କ ସହିତ ଯିବା ପାଇଁ ଅନୁମତି ମାଗିଲା।
19
ଯୀଶୁ ତାକୁ ଅନୁମତି ନ ଦେଇ କହିଲେ, “ବରଂ ତୁମ ଘରକୁ ତୁମ ଆତ୍ମୀୟମାନଙ୍କ ନିକଟକୁ ଫେରିଯାଅ। ପ୍ରଭୁ ତୁମ ପାଇଁ ଯାହା କରିଛନ୍ତି ଏବଂ ତୁମ ପ୍ରତି ଯେଉଁ ଦୟା ଦେଖାଇଛନ୍ତି, ଏକଥା ସେମାନଙ୍କୁ କୁହ।”
20
ଲୋକଟି ଦେକାପଲି ଅଞ୍ଚଳକୁ ଯାଇ ଯୀଶୁ ତା’ ପାଇଁ ଯାହା କରିଥିଲେ, ସବୁଆଡ଼େ ଜଣାଇଲା। ଯେଉଁମାନେ ତା’ କଥା ଶୁଣିଲେ, ସମସ୍ତେ ଆଚମ୍ବିତ ହେଲେ।
21
ଯୀଶୁ ହ୍ରଦର ଅପର ପାଶ୍ୱର୍କୁ ଫେରିଗଲେ। ସେହି ହ୍ରଦ କୂଳରେ ଅନେକ ଲୋକ ତାଙ୍କୁ ଘେରି ଜମା ହେଲେ।
22
ସ୍ଥାନୀୟ ସମାଜ ଗୃହର ଯାଇରସ ନାମକ ଜଣେ ଅଧ୍ୟକ୍ଷ ସେଠାରେ ପହଞ୍ôଚଲେ
23
ଏବଂ ଯୀଶୁଙ୍କୁ ଦେଖି ତାଙ୍କ ଗୋଡ଼ ତଳେ ପଡ଼ି ଆକୁଳ ନିବେଦନ କଲେ, “ମୋ’ ଝିଅଟି ସାଂଘାତିକଭାବେ ଅସୁସ୍ଥ ହୋଇ ପଡ଼ିଛି। ଆପଣ ଆସି ତା’ ଉପରେ ହାତ ଥୋଇଲେ, ସେ ସୁସ୍ଥ ହୋଇ ବଞ୍ଚିବ।”
24
ଯୀଶୁ ତାଙ୍କ ସହିତ ଯାଉଥିଲେ ଯେ ତାଙ୍କ ଉପରେ ସେମାନେ ଚାରିଆଡ଼ୁ ମାଡ଼ି ପଡ଼ୁଥିଲେ।
25
ଜଣେ ସ୍ତ୍ରୀଲୋକ ପ୍ରାୟ ବାରବର୍ଷ ଧରି ରକ୍ତସ୍ରାବ ରୋଗରେ ଭୀଷଣ କଷ୍ଟ ଭୋଗୁଥିଲା।
26
ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିତ ହୋଇ ତା’ର ସମସ୍ତ ଅର୍ଥ ବ୍ୟୟ କରିଥିଲେ ସୁଦ୍ଧା, ରୋଗ ଭଲ ନ ହୋଇ ବରଂ ବଢ଼ୁଥିଲା।
27
ସେ ଯୀଶୁଙ୍କ ବିଷୟରେ ଶୁଣିଥିଲା ଏବଂ ଲୋକଗହଳି ଭିତରୁ ଯୀଶୁଙ୍କ
28
ପଛକୁ ଆସି ଭାବୁଥିଲା, “ମୁଁ ଯଦି ତାଙ୍କ ବସ୍ତ୍ରକୁ ଟିକିଏ ଛୁଇଁ ଦେବି, ତେବେ ମୁଁ ସୁସ୍ଥ ହୋଇଯିବି।”
29
ସେ ଯୀଶୁଙ୍କ ବସ୍ତ୍ରକୁ ଛୁଇଁଦେବା ମାତ୍ରେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା ଏବଂ ସେ ରୋଗ ମୁକ୍ତ ହୋଇ ଯାଇଛି ବୋଲି ଅନୁଭବ କଲା।
30
ସେହିକ୍ଷଣି ଯୀଶୁ ତାଙ୍କଠାରୁ ଶକ୍ତି ନିର୍ଗତ ହୋଇଥିବା ଜାଣିପାରି ଲୋକମାନଙ୍କ ଆଡ଼କୁ ବୁଲିପଡ଼ି ପଚାରିଲେ, “କିଏ ମୋ’ ବସ୍ତ୍ର ଛୁଁଇଲା?”
31
ତାଙ୍କ ଶିଷ୍ୟମାନେ ଉତ୍ତର ଦେଲେ, “ଆପଣ ତ ଦେଖୁଛନ୍ତି, କେମିତି ଆପଣଙ୍କ ଚାରିପାଖେ ଲୋକ ଭିଡ଼ ହୋଇଛି। ଆପଣଙ୍କୁ କିଏ ଛୁଇଁଲା ବୋଲି ପଚାରୁଛନ୍ତି କାହିଁକି?”
32
କିନ୍ତୁ କିଏ ତାଙ୍କୁ ଛୁଇଁଲା, ଜାଣିବା ପାଇଁ ଯୀଶୁ ଚାରି ଆଡ଼କୁ ଚାହିଁଲେ।
33
ସବୁ କଥା ବୁଝିପାରି ସ୍ତ୍ରୀ ଲୋକଟି ଭୟରେ କମ୍ପି କମ୍ପି ଯୀଶୁଙ୍କ ପାଦ ନିକଟରେ ଆଣ୍ଠୋଇ ପଡ଼ି ସବୁ କଥା ଜଣାଇଲା।
34
ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶାନ୍ତିରେ ଫେରି ଯା’।”
35
ଯୀଶୁ ଏହି କଥା କହିଲାବେଳେ, ଯାଇରସଙ୍କ ଘରୁ ଖବର ନେଇ ଆସିଥିବା ଲୋକମାନେ ତାଙ୍କୁ କହିଲେ, “ଆପଣଙ୍କ ଝିଅ ମରିଗଲାଣି, ଆଉ କାହିଁକି ଗୁରୁଙ୍କୁ ହଇରାଣ କରୁଛନ୍ତି।”
36
ଯୀଶୁ ସେମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ଯାଇରସଙ୍କୁ କହିଲେ, “ଭୟ କର ନାହିଁ; କେବଳ ବିଶ୍ୱାସ କର।”
37
ତା’ପରେ ଯାକୁବ, ତାଙ୍କ ଭାଇ ଯୋହନ ଓ ପିତରଙ୍କ ଛଡ଼ା ସାଙ୍ଗରେ ଆଉ କାହାକୁ ନ ନେଇ ଯୀଶୁ ଯାଇରସଙ୍କ ଘରକୁ ଗଲେ।
38
ସେଠାରେ ପହଞ୍ଚି ସେ ଦେଖିଲେ, ଲୋକମାନେ ଉଚ୍ଚସ୍ୱରରେ କ୍ରନ୍ଦନ ଓ ବିଳାପ କରି କୋଳାହଳ କରୁଛନ୍ତି।
39
ସେ ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି କୋଳାହଳ କରୁଛ? କାହିଁକି କାନ୍ଦୁଛ? ପିଲାଟି ମରି ନାହିଁ, ଶୋଇଛି।”
40
ସେମାନେ ତାଙ୍କୁ ବିଦ୍ରୁପ କରି ହସିଲେ। ଯୀଶୁ ସମସ୍ତଙ୍କୁ ବାହାର କରିଦେଲେ ଏବଂ କେବଳ ନିଜର ତିନି ଶିଷ୍ୟ ଓ ପିଲାଟିର ବାପାମାଆଙ୍କୁ ନେଇ ତା’ର ଶୋଇଥିବା କୋଠରୀକୁ ଗଲେ।
41
ପିଲାଟିର ହାତ ଧରି ଯୀଶୁ କହିଲେ, “ତାଲିଥା କୁମ୍”, ଅର୍ଥାତ୍ “ଝିଅ, ମୁଁ କହୁଛି ଉଠ୍।”
42
ପିଲାଟି ତତ୍କ୍ଷଣାତ୍ ଉଠିପଡ଼ି ଚଲାବୁଲା କରିବାକୁ ଲାଗିଲା। (ସେତେବେଳେ ତା’ର ବୟସ ପ୍ରାୟ ବାର ବର୍ଷ)। ଏ ଘଟଣାରେ ସମସ୍ତେ ଆଚମ୍ବିତ ହୋଇଗଲେ।
43
କିନ୍ତୁ ଏ ବିଷୟରେ କାହାକୁ କିଛି ନ କହିବାକୁ ସେ ସେମାନଙ୍କୁ ଦୃଢ଼ ଆଦେଶ ଦେଲେ। ଏହାପରେ ବାଳିକାଟିକୁ କିଛି ଖାଇବାକୁ ଦେବା ପାଇଁ ଯୀଶୁ ସେମାନଙ୍କୁ କହିଲେ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16