bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 6
Mark 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 7 →
1
ଯୀଶୁ ସେହି ଅଞ୍ଚଳ ଛାଡ଼ି ଶିଷ୍ୟମାନଙ୍କ ସହିତ ନିଜ ଗ୍ରାମ (ନାଜରିତ)କୁ ଫେରିଗଲେ।
2
ସେଠାରେ ବିଶ୍ରାମବାର ଦିନ ଉପାସନା ଗୃହରେ ସେ ଉପଦେଶ ଦେଲାବେଳେ ଅନେକ ଲୋକ ଉପସ୍ଥିତ ଥିଲେ। ଯୀଶୁଙ୍କ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲେ, “ଏତେ କଥା ସେ କେଉଁଠୁ ଜାଣିଲେ? ଏତେ ଜ୍ଞାନ ସେ କେଉଁଠୁ ପାଇଲେ? ଏସବୁ ଅଲୌକିକ କାର୍ଯ୍ୟ ସେ କିପରି କରୁଛନ୍ତି?
3
ଏ କ’ଣ ମରିୟମଙ୍କ ପୁତ୍ର ସେହି ବଢ଼େଇ ନୁହିଁନ୍ତି? - ଏ କ’ଣ ଯାକୁବ, ଯୋସେଫ, ଯିହୂଦା ଓ ଶିମୋନଙ୍କର ଭାଇ ନୁହଁନ୍ତି? ତାଙ୍କ ଭଉଣୀମାନେ କ’ଣ ଆମ ସହିତ ଏଠାରେ ରହୁ ନାହାନ୍ତି?” ଏହା କହି ସେମାନେ ଯୀଶୁଙ୍କୁ ଉପେକ୍ଷା କଲେ।
4
ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ଗ୍ରାମ, ପରିବାର ଓ ଆତ୍ମୀୟସ୍ୱଜନମାନଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଦ୍ୱାରା ସମ୍ମାନିତ ହୁଅନ୍ତି।”
5
ତେଣୁ କେତେକ ପୀଡ଼ିତ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବ୍ୟତୀତ ଯୀଶୁ ସେଠାରେ ଅନ୍ୟ କୌଣସି ଅଲୌକିକ କର୍ମ କରି ପାରିଲେ ନାହିଁ।
6
ସେମାନଙ୍କ ଅବିଶ୍ୱାସ ଦେଖି ଯୀଶୁ ବିସ୍ମିତ ହେଲେ। ତା’ପରେ ଯୀଶୁ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯାଇ ଲୋକଙ୍କୁ ଶିକ୍ଷା ଦେଲେ।
7
ସେ ବାରଜଣ ଶିଷ୍ୟଙ୍କୁ ଡ଼ାକି ଦୁଇ ଦୁଇ ଜଣ କରି ପଠାଇଲେ। ଅଶୁଚି ଆତ୍ମାଙ୍କୁ ଆୟତ୍ତ କରିବାକୁ ସେମାନଙ୍କୁ ଅଧିକାର ଦେଇ କହିଲେ,
8
“ତୁମର ଯାତ୍ରା ପାଇଁ ଖଣ୍ଡିଏ ବାଡ଼ି ଓ
9
ପାଦୁକା ଛଡ଼ା ଆଉ କିଛି ନିଅ ନାହିଁ। ରୋଟୀ ବା ପଇସା ବା ଝୁଲାମୁଣି କିମ୍ବା ଖଣ୍ଡେ ହେଲେ ଅଧିକା ବସ୍ତ୍ର ନିଅ ନାହିଁ।”
10
ପୁଣି ସେ କହିଲେ, “ଯେଉଁ ଗୃହରେ ତୁମକୁ ସ୍ୱାଗତ କରାଯାଏ, ଅନ୍ୟତ୍ର ଯିବା ପର୍ଯ୍ୟନ୍ତ ସେହି ଗୃହରେ ରୁହ।
11
ଯଦି କୌଣସି ସ୍ଥାନରେ ଲୋକେ ତୁମକୁ ସ୍ୱାଗତ କରନ୍ତି ନାହିଁ ବା ତୁମ କଥା ଶୁଣନ୍ତି ନାହିଁ, ତୁମ ପାଦ ଧୂଳି ଝାଡ଼ିଦେଇ ସେହି ସ୍ଥାନ ଛାଡ଼ି ଚାଲିଯାଅ। ଏହା ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ସ୍ୱରୂପ ହେବ।”
12
ତା’ପରେ ଶିଷ୍ୟମାନେ ଯାଇ ପାପ ପଥରୁ ଫେରିବା ପାଇଁ ଲୋକମାନଙ୍କୁ ଉପଦେଶ ଦେଲେ।
13
ସେମାନେ ଅନେକ ଭୂତ ଛଡ଼ାଇଲେ ଏବଂ ପୀଡ଼ିତ ଲୋକମାନଙ୍କୁ ତୈଳ ଲଗାଇ ସୁସ୍ଥ କଲେ।
14
ଏ ସମସ୍ତ ବିଷୟ ରାଜା ହେରୋଦ ଶୁଣିଲେ, କାରଣ ଯୀଶୁଙ୍କ ସୁଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପି ଯାଇଥିଲା। କେତେକ କହୁଥିଲେ, “ଦୀକ୍ଷାଦାତା ଯୋହନ ପୁନର୍ଜୀବିତ ହୋଇଛନ୍ତି। ସେଥିପାଇଁ ଏସବୁ ଅଲୌକିକ କାର୍ଯ୍ୟ କରିବାକୁ ସେ ଶକ୍ତି ଲାଭ କରିଛନ୍ତି।”
15
ଅନ୍ୟମାନେ କହୁଥିଲେ, “ସେ ଏଲିୟ”, ପୁଣି ଆଉ କେତେକ କହିଲେ, “ପୁରାକାଳର ଭାବବାଦୀମାନଙ୍କ ପରି ସେ ମଧ୍ୟ ଜଣେ ଭାବବାଦୀ।”
16
ହେରୋଦ ଯୀଶୁଙ୍କ ବିଷୟ ଶୁଣି କହିଲେ, “ସେ ନିଶ୍ଚୟ ଜଳଦୀକ୍ଷାଦାତା ଯୋହନ। ମୁଁ ତାଙ୍କର ଶିରଛେଦନ କରାଇଥିଲି, କିନ୍ତୁ ସେ ପୁଣି ଥରେ ବଞ୍ôଚ ଉଠିଛନ୍ତି।”
17
ହେରୋଦ ନିଜେ ଯୋହନଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ ଏବଂ ଯୋହନ ବନ୍ଧା ହୋଇ କାରାଗାରରେ ନିକ୍ଷିପ୍ତ ହୋଇଥିଲେ। ହେରୋଦ ନିଜ ଭ୍ରାତୃପତ୍ନୀ ହେରୋଦିଆକୁ ବିବାହ କରିଥିବାରୁ ଯୋହନ
18
ତାଙ୍କୁ ବାରମ୍ବାର ଭର୍ତ୍ସନା କରି କହିଥିଲେ, “ଭ୍ରାତୃପତ୍ନୀକୁ ବିବାହ କରି ଆପଣ ଅନୁଚିତ କାର୍ଯ୍ୟ କରିଛନ୍ତି।”
19
ଏଥିପାଇଁ ହେରୋଦିଆ ଯୋହନଙ୍କ ପ୍ରତି ଆକ୍ରୋଶ ରଖି ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲା, କିନ୍ତୁ ହେରୋଦଙ୍କ ଯୋଗୁଁ ଏହା ସେ କରିପାରୁ ନ ଥିଲା।
20
କାରଣ ଯୋହନ ଜଣେ ସାଧୁ ଓ ଧାର୍ମିକ ପୁରୁଷ ବୋଲି ଜାଣି ହେରୋଦ ତାଙ୍କୁ ଭୟ କରୁଥିଲେ ଏବଂ ତାଙ୍କୁ ନିରାପଦରେ ରଖିଥିଲେ। ଯୋହନଙ୍କ ଶିକ୍ଷା ଶୁଣି ପ୍ରତିଥର ସେ ବିବ୍ରତ ହୋଇ ପଡ଼ୁଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ ସେ ଚାହୁଁଥିଲେ।
21
ଥରେ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ହେରୋଦଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ଭୋଜିକୁ ମୁଖ୍ୟ ରାଜକର୍ମଚାରୀ, ସେନାଧ୍ୟକ୍ଷ ଓ ଗାଲିଲୀର ନେତୃସ୍ଥାନୀୟ ବ୍ୟକ୍ତିମାନେ ନିମନ୍ତ୍ରିତ ହୋଇ ଆସିଥିଲେ।
22
ହେରୋଦିଆର ଝିଅ ଏହି ଉତ୍ସବରେ ନୃତ୍ୟ କରି ହେରୋଦ ଓ ଅତିଥିମାନଙ୍କୁ ମୁଗ୍ଧ କରିଥିଲା। ତେଣୁ ହେରୋଦ ଝିଅକୁ ପଚାରିଲେ, “ତୁ କ’ଣ ଚାହୁଁ, ଯାହା ମାଗିବୁ ତା’ ଦେବି।”
23
ରାଜା ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରି କହୁଛି, ତୁ ଯାହା ମାଗିବୁ, ଦେବି - ଏପରିକି ରାଜ୍ୟରୁ ଅଧେ ମାଗିଲେ ମଧ୍ୟ ଦେବି।”
24
ଝିଅ ମା’ ପାଖକୁ ଯାଇ ପଚାରିଲା, “କଅଣ ମାଗିବି?” ସଙ୍ଗେ ସଙ୍ଗେ ହେରୋଦିଆ କହିଲା, “ଦୀକ୍ଷାଦାତା ଯୋହନର ମୁଣ୍ଡ।”
25
ଝିଅ ଦୌଡ଼ି ଆସି ରାଜାଙ୍କୁ କହିଲା, “ଏହି ମୁହୂର୍ତ୍ତରେ ଦୀକ୍ଷାଦାତା ଯୋହନଙ୍କ ମୁଣ୍ଡ ଥାଳୀରେ ଆଣି ମୋତେ ଦିଅନ୍ତୁ।”
26
ଏହା ଶୁଣି ରାଜା ଅତିଶୟ ମର୍ମାହତ ହୋଇଥିଲେ, କିନ୍ତୁ ଅତିଥିମାନଙ୍କ ସମ୍ମୁଖରେ ଶପଥ କରିଥିବାରୁ ନାହିଁ କରି ପାରିଲେ ନାହିଁ।
27
ତେଣୁ ଯୋହନଙ୍କ ମୁଣ୍ଡ କାଟି ଆଣିବା ପାଇଁ ସେ ସଙ୍ଗେ ସଙ୍ଗେ ପ୍ରହରୀକୁ ପଠାଇଥିଲେ।
28
ପ୍ରହରୀ କାରାଗାରକୁ ଯାଇ ଯୋହନଙ୍କ ଶିରଛେଦନ କଲା ଏବଂ ମୁଣ୍ଡଟିକୁ ଥାଳୀରେ ରଖି ସେହି ଝିଅଟିକୁ ଦେଲା। ସେ ତାହା ନେଇ ମା’କୁ ଦେଲା।
29
ଯୋହନଙ୍କ ଶିଷ୍ୟମାନେ ଖବର ପାଇ ତାଙ୍କ ମୃତ ଶରୀରକୁ ନେଇ କବର ଦେଇଥିଲେ।
30
ପ୍ରେରିତ ଶିଷ୍ୟମାନେ ଫେରି ଆସି ଯାହା ଯାହା ସେମାନେ କରିଥିଲେ ଓ ଶିକ୍ଷା ଦେଇଥିଲେ, ଯୀଶୁଙ୍କୁ ଜଣାଇଲେ।
31
ଏତେ ଜନସମାଗମ ଭିତରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଖାଇବାକୁ ବେଳ ପାଉ ନ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଚାଲ, ଆମେ ଗୋଟିଏ ନିରୋଳା ସ୍ଥାନକୁ ଯିବା। ସେଠାରେ ତୁମେ କିଛି ସମୟ ବିଶ୍ରାମ ନେଇ ପାରିବ।”
32
ତା’ପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ନୌକାଚଢ଼ି ଗୋଟିଏ ନିର୍ଜନ ସ୍ଥାନକୁ ଯିବା ପାଇଁ ବାହାରିଲେ।
33
ସେମାନେ ଯିବା ସମୟରେ ଅନେକ ଲୋକ ସେମାନଙ୍କୁ ଦେଖି ଚିହ୍ନି ପାରିଲେ। ଏଣୁ ସେମାନେ ବିଭିନ୍ନ ସ୍ଥାନରୁ ବାହାରି ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯେଉଁ ସ୍ଥାନକୁ ଯାଉଥିଲେ, ଦୌଡ଼ି ଦୌଡ଼ି ସେଠାରେ ଆଗରୁ ଯାଇ ପହଞ୍ôଚଗଲେ।
34
ଯୀଶୁ ନୌକାରୁ ଓହ୍ଲାଇ ଏହି ବିରାଟ ଜନତାକୁ ଦେଖି ତାଙ୍କ ହୃଦୟ ଦୟାରେ ବିଗଳିତ ହେଲା। କାରଣ ସେମାନେ ଅରକ୍ଷକ ମେଷପଲ ପରି ଥିଲେ। ସେଠାରେ ଯୀଶୁ ସେମାନଙ୍କୁ ଅନେକ ବିଷୟରେ ଶିକ୍ଷା ଦେବାକୁ ଲାଗିଲେ।
35
ବେଳ ଗଡ଼ି ଯାଉଥିବାର ଦେଖି, ଶିଷ୍ୟମାନେ ଯୀଶୁଙ୍କୁ ଆସି କହିଲେ, “ବହୁତ ବିଳମ୍ବ ହେଲାଣି ଏବଂ ଏ ଜାଗା ବଡ଼ ନିଛାଟିଆ।
36
ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ନିକଟବର୍ତ୍ତୀ ଚାଷ ଘର ଓ ଗ୍ରାମମାନଙ୍କୁ ଯାଇ ଖାଦ୍ୟ କିଣି ଖାଆନ୍ତୁ।”
37
ଯୀଶୁ ସେମାନଙ୍କୁ କହିଲେ, “ତୁମେ ନିଜେ ସେମାନଙ୍କୁ କିଛି ଖାଇବାକୁ ଦିଅ।” ସେମାନେ ପଚାରିଲେ, “ଆପଣ କ’ଣ କହୁଛନ୍ତି, ଆମେ ଦୁଇ ଶହ ଦୀନାର୍ ଦେଇ ରୋଟୀ କିଣି ଆଣି ଏମାନଙ୍କୁ ଖୁଆଇବା?”
38
ଯୀଶୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି, ଦେଖି ଆସ।” ସେମାନେ ଦେଖି ଆସି ମାତ୍ର ପାଞ୍ଚ ରୋଟୀ ଓ ଦୁଇ ମାଛ ଅଛି ବୋଲି କହିଲେ।
39
ଲୋକମାନଙ୍କୁ ଦଳ ଦଳ କରି ସବୁଜ ଘାସ ଉପରେ ବସାଇବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ।
40
ତାଙ୍କ ନିର୍ଦ୍ଦେଶ ଅନୁସାରେ ଲୋକମାନେ ପ୍ରତି ଧାଡ଼ିରେ ଶହେ କିମ୍ବା ପଚାଶ ଲେଖାଏଁ ବସିଲେ।
41
ତା’ପରେ ଯୀଶୁ ସେହି ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼କୁ ଉଦ୍ଧ୍ୱର୍ଦୃଷ୍ଟି କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେହି ରୋଟୀଗୁଡ଼ିକୁ ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବିତରଣ କରିବାକୁ ଶିଷ୍ୟମାନଙ୍କୁ ଦେଲେ। ସେହିପରି ମାଛ ଦୁଇଟିକୁ ସେମାନଙ୍କ ମଧ୍ୟରେ ବିତରଣ କରିବାକୁ ଦେଲେ।
42
ସମସ୍ତେ ଖାଇ ପରିତୃପ୍ତ ହେଲେ।
43
ଏହାପରେ ଶିଷ୍ୟମାନେ ବଳି ଯାଇଥିବା ରୋଟୀ ଓ ମାଛ ଖଣ୍ଡଗୁଡ଼ିକୁ ସାଉଁଟି ବାର ଝୁଡ଼ି ପୂର୍ଣ୍ଣ କଲେ।
44
ଯେଉଁମାନେ ଏହି ଖାଦ୍ୟ ଖାଇଥିଲେ, ସେମାନଙ୍କ ମଧ୍ୟରେ କେବଳ ପୁରୁଷଙ୍କ ସଂଖ୍ୟା ଥିଲା ପାଞ୍ଚ ହଜାର।
45
ଏହାପରେ ଯୀଶୁ ଶିଷ୍ୟମାନଙ୍କୁ ହ୍ରଦ ଆରପାରି ବେଥ୍ସାଇଦାକୁ ଯିବା ପାଇଁ ଆଗରୁ ନୌକାରେ ପଠାଇ ଦେଲେ।
46
ଲୋକମାନଙ୍କୁ ବିଦାୟ କରିଦେଇ ସେ ନିଜେ ପ୍ରାର୍ଥନା କରିବା ପାଇଁ ଗୋଟିଏ ପାହାଡ଼ ଉପରକୁ ଗଲେ।
47
ସନ୍ଧ୍ୟା ହୋଇ ଆସିବା ସମୟରେ ଯୀଶୁ ଏକାକୀ କୂଳରେ ଥିଲେ ଓ ନୌକାଟି ହ୍ରଦ ମଝିରେ ଥିଲା।
48
ପ୍ରତିକୂଳ ପବନ ହେତୁ ଶିଷ୍ୟମାନେ ଅତି କଷ୍ଟରେ ଆହୁଲା ମାରୁଥିବାର ସେ ଦେଖିଲେ। ରାତ୍ରିର ଶେଷ ପ୍ରହରରେ (ରାତି ୩ଟାରୁ ୬ଟା ମଧ୍ୟରେ)
49
ଯୀଶୁ ପାଣି ଉପରେ ଚାଲି ଚାଲି ସେମାନଙ୍କ ନିକଟବର୍ତ୍ତୀ ହେଲେ। ସେମାନଙ୍କୁ ଅତିକ୍ରମ କରି ସେ ଚାଲି ଯାଇଥା’ନ୍ତେ। କିନ୍ତୁ ତାଙ୍କୁ ପାଣି ଉପରେ ଚାଲୁଥିବା ଦେଖି ଶିଷ୍ୟମାନେ ଭୂତ ଭାବି ଚିକ୍ରାର କଲେ।
50
ତାଙ୍କୁ ଦେଖି ସେମାନେ ଭୀତତ୍ରସ୍ତ ହେଲେ। ପର ମୁହୂର୍ତ୍ତରେ ଯୀଶୁ ସେମାନଙ୍କୁ କହିଲେ, “ସାହସ ଧର - ଏଇ ମୁଁ, ଭୟ କର ନାହିଁ।”
51
ଏହା କହି ସେ ନୌକାରେ ଚଢ଼ିଲେ ଏବଂ ସେହିକ୍ଷଣି ବତାସ ବନ୍ଦ ହେଲା। ଶିଷ୍ୟମାନେ ଆଚମ୍ବିତ ହେଲେ,
52
ଯେହେତୁ ପାଞ୍ଚ ରୋଟୀ ଘଟଣାର ତାତ୍ପର୍ଯ୍ୟ ସେମାନେ ବୁଝିପାରି ନ ଥିଲେ, କାରଣ ସେମାନଙ୍କର ବୋଧଶକ୍ତି ଜଡ଼ ହୋଇ ଯାଇଥିଲା।
53
ହ୍ରଦ ଅତିକ୍ରମ କରି ସେମାନେ ଗିନେସରତ୍ରେ ପହଞ୍ôଚ କୂଳରେ ନୌକା ବାନ୍ଧି ଦେଲେ।
54
ସେମାନେ ନୌକାରୁ ଓହ୍ଲାଇବା ମାତ୍ରେ ଲୋକମାନେ ଯୀଶୁଙ୍କୁ ଚିହ୍ନି ପାରିଲେ,
55
ତେଣୁ ଦୌଡ଼ି ଯାଇ ସେ ଅଞ୍ଚଳରେ ଥିବା ଶଯ୍ୟାଶାୟୀ ରୋଗୀମାନଙ୍କୁ ତାଙ୍କ ନିକଟକୁ ବୋହି ଆଣିଲେ।
56
ଯୀଶୁ ଯେଉଁ ଗ୍ରାମ, ସହର ଓ ପଲ୍ଲୀ ଅଞ୍ଚଳରେ ପହଞ୍ôଚଲେ, ସେଠାରେ ହାଟ ବଜାରମାନଙ୍କରେ ଲୋକେ ପୀଡ଼ିତମାନଙ୍କୁ ରଖି ଅନ୍ତତଃ ତାଙ୍କ ବସ୍ତ୍ର ସ୍ପର୍ଶ କରିବାକୁ ତାଙ୍କର ଅନୁମତି ମାଗିଲେ ଏବଂ ତାଙ୍କ ପୋଷାକର ଧଡ଼ି ସ୍ପର୍ଶ କରିବା ମାତ୍ରେ ରୋଗୀମାନେ ସୁସ୍ଥ ହେଲେ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16