bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 3
Mark 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
1
ଯୀଶୁ ସମାଜ ଗୃହକୁ ଫେରିଗଲେ। ସେଠାରେ ଜଣେ ଲୋକ ଥିଲା। ତା’ର ହାତ ଶୁଖି ଅଚଳ ହୋଇ ଯାଇଥିଲା।
2
ଯୀଶୁ ବିଶ୍ରାମବାରରେ ସେହି ଲୋକକୁ ସୁସ୍ଥ କରିବେ କି ନାହିଁ, ଏ ବିଷୟରେ ତାଙ୍କ ଦୋଷ ଧରି ଅଭିଯୋଗ ଆଣିବା ପାଇଁ କେତେକ ଲୋକ ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ।
3
ଯୀଶୁ ସେହି ଲୋକକୁ କହିଲେ, “ଆଗକୁ ଉଠି ଆସ।”
4
ସେ ଲୋକମାନଙ୍କୁ ପଚାରିଲେ, “ବିଶ୍ରାମବାରରେ କ’ଣ କରିବା ବିଧିସଙ୍ଗତ - ଜଣକର ଉପକାର କରିବା ନା ଅପକାର କରିବା? ଜଣକର ଜୀବନ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ରହିଲେ।
5
ଯୀଶୁ ସେମାନଙ୍କ ଆଡ଼କୁ ରାଗି ଚାହିଁଲେ ଏବଂ ସେମାନଙ୍କ ଠିନ ହୃଦୟ ଦେଖି ଦୁଃଖିତ ହେଲେ। ତା’ପରେ ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ହାତ ବଢ଼ାଇବା ମାତ୍ରେ ସୁସ୍ଥ ହୋଇଗଲା।
6
ସେହିକ୍ଷଣି ଫାରୁଶୀମାନେ ସମାଜ ଗୃହରୁ ବାହାରି ଯାଇ ଯୀଶୁଙ୍କୁ ହତ୍ୟା କରିବା ପାଇଁ ‘ହେରୋଦୀୟ’ ଦଳର ଲୋକମାନଙ୍କ ସହିତ ମନ୍ତ୍ରଣା କଲେ।
7
ଯୀଶୁ ଓ ତାଙ୍କ ଶିଷ୍ୟମାନେ ଗାଲିଲୀ ହ୍ରଦ କୂଳକୁ ଗଲେ ଏବଂ ଲୋକମାନେ ବହୁସଂଖ୍ୟାରେ ତାଙ୍କର ଅନୁଗମନ କଲେ।
8
ସେମାନ ଗାଲିଲୀ, ଯିହୁଦା, ଯିରୂଶାଲମ, ଏଦୋମ, ଯର୍ଦ୍ଦନ ନଦୀର ପୂର୍ବବର୍ତ୍ତୀ ଅଞ୍ଚଳ ଏବଂ ସୋର ଓ ସିଦୋନ ସହର ନିକଟବର୍ତ୍ତୀ ଅଞ୍ଚଳରୁ ଆସିଥିଲେ।
9
ସେଠାରେ ଏତେ ଲୋକ ଗହଳି ହେଲା ଯେ, ଭିଡ଼ରୁ ରକ୍ଷା ପାଇବା ଲାଗି ତାଙ୍କ ପାଇଁ ଗୋଟିଏ ନୌକା ଯୋଗାଡ଼ କରିବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ।
10
ସେ ଅନେକ ଲୋକଙ୍କୁ ସୁସ୍ଥ କଲେ। ପୀଡ଼ିତ ଲୋକମାନେ ତାଙ୍କୁ ସ୍ପର୍ଶ କରିବା ପାଇଁ ଆଗକୁ ମାଡ଼ି ଯାଇଥିଲେ।
11
ପୁଣି ଭୂତଗ୍ରସ୍ତ ଲୋକମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ସମ୍ମୁଖରେ ତଳେ ପଡ଼ିଯାଇ ଚିକ୍ରାର କରି କହୁଥିଲେ, “ଆପଣ ହିଁ ଈଶ୍ୱରଙ୍କ ପୁତ୍ର।”
12
ସେ କିଏ, ଏକଥା କାହାକୁ ନ ଜଣାଇବା ପାଇଁ ଯୀଶୁ ଭୂତମାନଙ୍କୁ ଧମକ ଦେଇ ଆଦେଶ ଦେଲେ।
13
ତା’ପରେ ଯୀଶୁ ପାହାଡ଼ ଉପରକୁ ଯାଇ ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡ଼ାକିଲେ।
14
ସେ ବାର ଜଣଙ୍କୁ ମନୋନୀତ କରି ପ୍ରେରିତ ଶିଷ୍ୟ ଆଖ୍ୟା ଦେଲେ। ସେମାନଙ୍କୁ ସେ କହିଲେ, “ମୋ’ ସଙ୍ଗରେ ରହିବାକୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଛି ଏବଂ ପ୍ରଚାର କରିବା ପାଇଁ ତୁମ୍ଭମାନଙ୍କୁ ପ୍ରେରଣ କରିବି।
15
ତୁମେ ଭୂତ ଛଡ଼ାଇବାକୁ ମଧ୍ୟ ଅଧିକାର ପାଇବ।”
16
ଏହି ବାରଜଣଙ୍କୁ ସେ ବାଛିଲେ:- ଶିମୋନ (ଯୀଶୁ ତାଙ୍କୁ ପିତର ନାମ ଦେଲେ);
17
ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ (ଯୀଶୁ ସେମାନଙ୍କୁ ବିନେରିଗୋଷ ଅର୍ଥାତ୍ ‘ମେଘନାଦ ପୁତ୍ର’ ଆଖ୍ୟା ଦେଲେ),
18
ଆନ୍ଦ୍ରିୟ, ଫିଲିପ, ବାର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ଦୁଇ ପୁତ୍ର ଯାକୁବ ଓ ଥଦ୍ଦିୟ, ଦେଶପ୍ରେମୀ ଶିମୋନ ଓ
19
ଇଷ୍କାରିୟତ ଯିହୂଦା (ପରେ ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କଲା।)
20
ଏହା ପରେ ଯୀଶୁ ଯେତେବେଳେ ଘରକୁ ଫେରିଲେ, ସେଠାରେ ମଧ୍ୟ ଏତେ ଲୋକ ଜମା ହେଲେ ଯେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ।
21
ଯୀଶୁଙ୍କର ମତିଭ୍ରମ ହୋଇଛି ବୋଲି ଲୋକମାନେ କହୁଥିବା ଶୁଣି, ଯୀଶୁଙ୍କ ଆତ୍ମୀୟମାନେ ତାଙ୍କୁ ଧରିନେଇ ଯିବାକୁ ଆସିଲେ।
22
ଯିରୂଶାଲମରୁ ଆସିଥିବା କେତେକ ଧର୍ମଗୁରୁ କହିଲେ, “ବାଆଲଜିବୂଲ ତାଙ୍କୁ ଅଧିକାର କରିଛି। ସେହି ଭୂତମାନଙ୍କର ଅଧିପତି ଭୂତ ଛଡ଼ାଇବା ପାଇଁ ତାଙ୍କୁ ଶକ୍ତି ଦେଇଛି।”
23
ଯୀଶୁ ସେମାନଙ୍କୁ ଡ଼ାକି ରୂପକ ଛଳରେ ବୁଝାଇ କହିଲେ, “ଶୟତାନ କିପରି ଶୟତାନକୁ ବିତାଡ଼ିତ କରିପାରିବ?
24
ରାଜ୍ୟର ଲୋକେ ଯଦି ଦଳ ଦଳ ହୋଇ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରନ୍ତି, ସେହି ରାଜ୍ୟ ଖଣ୍ଡ ବିଖଣ୍ଡ ହୋଇଯିବ।
25
ଗୋଟିଏ ପରିବାରର ଲୋକେ ଯଦି ବିଭିନ୍ନ ଦଳରେ ବିଭକ୍ତ ହୋଇ ପରସ୍ପରର ବିରୁଦ୍ଧାଚରଣ କରନ୍ତି, ସେହି ପରିବାର ଭାଙ୍ଗିଯିବ।
26
ସେହିପରି ଯଦି ଶୟତାନର ରାଜ୍ୟ ବିଭକ୍ତ ହୁଏ, ତେବେ ସେହି ରାଜ୍ୟ ତିଷ୍ଠି ପାରିବ ନାହିଁ, ଖଣ୍ଡ ବିଖଣ୍ଡ ହୋଇ ଧ୍ୱଂସ ପାଇଯିବ।
27
“ବଳବାନ୍ ଲୋକର ଘରେ କେହି ପ୍ରବେଶ କରି ପ୍ରଥମେ ତାକୁ ନ ବାନ୍ଧିଲେ, ତା’ର ଜିନିଷପତ୍ର ଲୁଟି ନେଇ ପାରିବ ନାହିଁ।
28
“ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ, ସମସ୍ତ ପାପ ଓ ଈଶ୍ୱରନିନ୍ଦା ପାଇଁ ମନୁଷ୍ୟମାନଙ୍କୁ କ୍ଷମା ଦିଆଯାଇପାରେ।
29
କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ନିନ୍ଦା କରେ, ତା’ର କଦାପି କ୍ଷମା ନାହିଁ। କାରଣ ତା’ର ପାପ ଅନନ୍ତ କାଳ ଯାଏ ରହିଥିବ।”
30
(ଯୀଶୁଙ୍କୁ ଭୂତ ଧରିଛି ବୋଲି କେତେକ କହିବାରୁ ଯୀଶୁ ଏକଥା କହିଲେ।)
31
ସେତେବେଳେ ଯୀଶୁଙ୍କ ମା ଓ ଭାଇମାନେ ଆସି ପହଞ୍ଚିଲେ। ସେମାନେ ବାହାରେ ଠିଆ ହୋଇ ଯୀଶୁଙ୍କୁ ଡ଼ାକି ଆଣିବା ପାଇଁ ଖବର ପଠାଇଲେ।
32
ଯୀଶୁଙ୍କୁ ଅନେକ ଲୋକ ଘେରି ବସିଥିଲେ। ସେମାନେ ତାଙ୍କୁ କହଲେ, “ଆପଣଙ୍କ ମାଆ ଓ ଭାଇମାନେ ଆପଣଙ୍କ ପାଇଁ ବାହାରେ ଅପେକ୍ଷା କରିଛନ୍ତି।”
33
ଯୀଶୁ ଉତ୍ତର ଦେଲେ, “କିଏ ମୋର ମାଆ, କିଏ ମୋର ଭାଇ?”
34
ତାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକମାନଙ୍କୁ ଚାହିଁ ସେ କହିଲେ, “ଦେଖ, ଏଇମାନେ ମୋର ମାଆ, ଏଇମାନେ ମୋର ଭାଇ!
35
ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ସେ ମୋର ଭାଇ, ଭଉଣୀ ଓ ମା।”
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16