bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 15
Mark 15
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
1
ମୁଖ୍ୟ ପୁରୋହିତମାନେ ରାତି ପାହିଲାକ୍ଷଣି ଧର୍ମନେତା, ଧର୍ମଗୁରୁ ଓ ମହାସଭାର ସଦସ୍ୟମାନଙ୍କ ସହିତ ତରବରରେ ପରାମର୍ଶ କରି ସେମାନଙ୍କର କର୍ମପନ୍ଥା ସ୍ଥିର କଲେ। ଯୀଶୁଙ୍କୁ ଜଞ୍ଜିରରେ ବାନ୍ଧି ନେଇ ଯାଇ ପିଲାତଙ୍କ ହସ୍ତରେ ସମର୍ପଣ କଲେ।
2
ପିଲାତ ଯୀଶୁଙ୍କୁ ପଚାରିଲେ, “ତୁମେ କଅଣ ଇହୁଦୀମାନଙ୍କର ରାଜା?”
3
ଯୀଶୁ ଉତ୍ତର ଦେଲେ, “ଆପଣ ତ ତାହା କହୁଛନ୍ତି।” ମୁଖ୍ୟ ପୁରୋହିତମାନେ ଯୀଶୁଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ କରୁଥିଲେ।
4
ତେଣୁ ପିଲାତ ପୁନର୍ବାର ଯୀଶୁଙ୍କୁ ପଚାରିଲେ, “ତୁମେ କଅଣ ଉତ୍ତର ଦେବ ନାହିଁ? ତୁମ ବିରୁଦ୍ଧରେ ହେଉଥିବା ଏସବୁ ଅଭିଯୋଗ ଶୁଣୁଛ ତ!”
5
ଯୀଶୁ ଗୋଟିଏ ସୁଦ୍ଧା ନ କହିବାରୁ ପିଲାତ ବିସ୍ମିତ ହେଲେ।
6
ପ୍ରତି ବର୍ଷ ନିସ୍ତାର ପର୍ବ ସମୟରେ ଲୋକମାନଙ୍କ ଦାବୀ ଅନୁଯାୟୀ ପିଲାତ ଗୋଟିଏ ବନ୍ଦୀକୁ ମୁକ୍ତ କରି ଦେଉଥିଲେ।
7
ସେତେବେଳେ ହିଂସାକାଣ୍ଡ ଓ ନରହତ୍ୟା ଅପରାଧରେ ଅଭିଯୁକ୍ତ କେତେକ ବିଦ୍ରୋହୀଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ କାରାଦଣ୍ଡ ଭୋଗ କରୁଥିଲା।
8
ଯେତେବେଳେ ସମବେତ ହୋଇଥିବା ଲୋକମାନେ ପୂର୍ବ ରୀତି ଅନୁସାରେ ଜଣକୁ ଛାଡ଼ି ଦେବା ପାଇଁ ଦାବୀ କଲେ;
9
ପିଲାତ ସେମାନଙ୍କୁ ପଚାରିଲେ, “ଇହୁଦୀମାନଙ୍କ ରାଜାଙ୍କୁ ମୁଁ ମୁକ୍ତ କରିଦିଏ ବୋଲି କଅଣ ତୁମ୍ଭେମାନେ ଚାହୁଁଛ?”
10
ପିଲାତ ଜାଣିଥିଲେ ଯେ ମୁଖ୍ୟ ପୁରୋହିତମାନେ କେବଳ ହିଂସାପ୍ରଣୋଦିତ ହୋଇ ଯୀଶୁଙ୍କୁ ତାଙ୍କ ହାତରେ ସମର୍ପଣ କରିଛନ୍ତି।
11
କିନ୍ତୁ ବାରବ୍ବାକୁ ମୁକ୍ତ କରିବା ଲାଗି ପିଲାତଙ୍କଠାରୁ ଦାବୀ ଜଣାଇବାକୁ ମୁଖ୍ୟ ପୁରୋହିତମାନେ ଜନତାକୁ ମତାଇଲେ।
12
ପିଲାତ ପୁନର୍ବାର ଲୋକମାନଙ୍କୁ ପଚାରିଲେ, “ତା’ହେଲେ ତୁମେ ଯାହାଙ୍କୁ ଇହୁଦୀମାନଙ୍କର ରାଜା ବୋଲି କହୁଛ, ତାଙ୍କୁ ମୁଁ କଅଣ କରିବି?”
13
ଲୋକମାନେ ଚିକ୍ରାର କରି କହିଲେ, “ତାକୁ କ୍ରୁଶରେ ଚଢ଼ାନ୍ତୁ।”
14
ପିଲାତ ପଚାରିଲେ, “କିନ୍ତୁ ସେ କି ଦୋଷ କରିଛି?” ସେମାନେ ଆହୁରି ଜୋର୍ରେ ପାଟି କରି କହିଲେ, “ତାକୁ କ୍ରୁଶରେ ଚଢ଼ାନ୍ତୁ।”
15
ପିଲାତ ଜନତାକୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ, ତେଣୁ ସେ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ମାରି କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ି ଦେଲେ।
16
ସୈନିକମାନେ ଯୀଶୁଙ୍କୁ ପିଲାତଙ୍କ ପ୍ରାସାଦର ପ୍ରାଙ୍ଗଣକୁ ନେଇଗଲେ। ସେଠାରେ ସୈନିକମାନେ ସମସ୍ତେ ଏକତ୍ର ହେଲେ।
17
ସେମାନେ ଯୀଶୁଙ୍କୁ ଗୋଟିଏ ବାଇଗଣି ରଙ୍ଗର ବସ୍ତ୍ର ପିନ୍ଧାଇଲେ ଏବଂ କଣ୍ଟାଗଛ ଡ଼ାଳର ଗୋଟିଏ ମୁକୁଟ ତିଆରି କରି ତାଙ୍କ ମୁଣ୍ଡରେ ପିନ୍ଧାଇଲେ।
18
ତା’ପରେ ସେମାନେ ଯୀଶୁଙ୍କୁ ନମସ୍କାର କରି କହିଲେ, “ଇହୁଦୀମାନଙ୍କର ରାଜା ଚିରଞ୍ଜୀବୀ ହୁଅନ୍ତୁ।”
19
ସେମାନେ ତାଙ୍କ ମୁଣ୍ଡକୁ ବାଡ଼ିରେ ବାଡ଼େଇଲେ, ତାଙ୍କ ଉପରେ ଛେପ ପକାଇଲେ ଏବଂ ଆଣ୍ଠୋଇ ପଡ଼ି ତାଙ୍କୁ ପ୍ରଣାମ କଲେ।
20
ଏପରି ଭାବରେ ତାଙ୍କୁ ପରିହାସ କରି ସାରିବା ପରେ ବାଇଗଣିଆ ପୋଷାକ କାଢ଼ି ନେଇ ତାଙ୍କ ନିଜ ପୋଷାକ ପିନ୍ଧାଇ ଦେଲେ। ଏହାପରେ ତାଙ୍କୁ କ୍ରୁଶବିଦ୍ଧ କରିବା ପାଇଁ ନେଇଗଲେ।
21
ବାଟରେ ସେମାନେ ଶିମୋନ ନାମକ ଜଣେ ଲୋକଙ୍କୁ ଭେଟିଲେ। ସେ ଗ୍ରାମରୁ ସହରକୁ ଆସୁଥିଲା। ଯୀଶୁଙ୍କୁ କ୍ରୁଶ ବହନ କରିବା ପାଇଁ ସୈନ୍ୟମାନେ ତାକୁ ବାଧ୍ୟ କଲେ (ଏହି ଶିମୋନ କୁରିଣିର ଲୋକ ଥିଲା। ତାହାର ଦୁଇ ପୁତ୍ର ଥିଲେ - ଆଲେକ୍ଜାଣ୍ଡାର ଓ ରୁଫସ)
22
ଯୀଶୁଙ୍କୁ ଗଲଗାଥା ନାମକ ଗୋଟିଏ ସ୍ଥାନକୁ ନେଇଗଲେ।
23
(ଗଲଗଥାର ଅର୍ଥ କପାଳସ୍ଥଳୀ) ସେଠାରେ ସେମାନେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ନିଶାଦ୍ରବ୍ୟ ପିଇବା ପାଇଁ ଦେଲେ। କିନ୍ତୁ ଯୀଶୁ ତାହା ପିଇଲେ ନାହିଁ।
24
ତା’ପରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ ଏବଂ ଗୁଲିବାଣ୍ଟ ଦ୍ୱାରା ତାଙ୍କ ବସ୍ତ୍ର ସବୁ ନିଜ ନିଜ ଭିତରେ ଭାଗ କରି ନେଲେ।
25
ଦିନ ନଅଟାବେଳେ ଯୀଶୁ କ୍ରୁଶବିଦ୍ଧ ହେଲେ।
26
ତାଙ୍କ ସମ୍ପର୍କରେ ଅଭିଯୋଗ ବିଜ୍ଞପ୍ତି-ପତ୍ରରେ ଏହିପରି ଲେଖା ହୋଇଥିଲା: “ଇହୁଦୀମାନଙ୍କର ରାଜା”।
27
ସେମାନେ ସେ ଦିନ ଦୁଇଜଣ ଦସ୍ୟୁଙ୍କୁ ମଧ୍ୟ କ୍ରୁଶରେ ଚଢ଼ାଇଲେ - ଜଣଙ୍କୁ ଯୀଶୁଙ୍କ ବାମ ପାଶ୍ୱର୍ରେ ଓ ଆଉ ଜଣକୁ ତାଙ୍କ ଦକ୍ଷିଣ ପାଶ୍ୱର୍ରେ କ୍ରୁଶବିଦ୍ଧ କଲେ।
28
“ସେ ଅପରାଧୀମାନଙ୍କ ସହିତ ସମଦଶାପନ୍ନ ହେଲେ।” ଶାସ୍ତ୍ରର ଏହି ଭବିଷ୍ୟଦ୍ବାଣୀ ଏହିପରି ସଫଳ ହେଲା।
29
ସେବାଟେ ଯାଉଥିବା ଲୋକମାନେ ମୁଣ୍ଡ ହଲାଇ ଯୀଶୁଙ୍କୁ ଅପମାନ ଦେଇ କହିଲେ, “ଓହୋ! ତୁମେ ପରା ମନ୍ଦିରକୁ ଭାଙ୍ଗି ତିନିଦିନରେ ପୁଣି ତୋଳି ଦେଉଥିଲ।
30
ଏବେ କ୍ରୁଶରୁ ଓହ୍ଲାଇ ଆସି ନିଜକୁ ରକ୍ଷା କର।”
31
ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନେ ମଧ୍ୟ ସେହିପରି ତାଙ୍କୁ ବିଦ୍ରୂପ କରି ପରସ୍ପର ଭିତରେ କୁହାକୁହି ହେଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲା, କିନ୍ତୁ ନିଜକୁ ରକ୍ଷା କରିପାରୁ ନାହିଁ।
32
ଇଶ୍ରାୟେଲର ରାଜା ମସୀହ ଏବେ କ୍ରୁଶରୁ ଓହ୍ଲାଇ ପଡ଼ନ୍ତୁ, ତା’ହେଲେ ଆମେ ତାଙ୍କୁ ବିଶ୍ୱାସ କରିବା।” ତାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିବା ଦୁଇଜଣ ଦସ୍ୟୁ ମଧ୍ୟ ତାଙ୍କୁ ତାତ୍ସଲ୍ୟ କରି କହିଲେ।
33
ସେଦିନ ମଧ୍ୟାହ୍ନବେଳୁ ତିନି ଘଣ୍ଟା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା।
34
ଅପରାହ୍ନ ତିନିଟାବେଳେ ଯୀଶୁ ଉଚ୍ଚସ୍ୱରରେ କହଲେ, “ଏଲୋହୀ, ଏଲୋହୀ, ଲାମା ଶବକ୍ଥାନୀ।” ଅର୍ଥାତ୍, “ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ମୋତେ କାହିଁକି ପରିତ୍ୟାଗ କରିଛ?”
35
ତାଙ୍କର ଏକଥା ଶୁଣି କେତେକ କହିଲେ, “ଶୁଣ, ସେ ଏଲିୟଙ୍କୁ ଡ଼ାକୁଛନ୍ତି।”
36
ସେମାନଙ୍କୁ ମଧ୍ୟରୁ ଜଣେ ଦୌଡ଼ିଯାଇ ଖଣ୍ଡିଏ ସ୍ପଞ୍ଜକୁ ଅମ୍ଲ ରସରେ ବୁଡ଼ାଇ ଗୋଟିଏ ବେତ ଆଗରେ ବାନ୍ଧିଲା ଓ ତାହା ଯୀଶୁଙ୍କ ଓଠ ପାଖକୁ ଉଠାଇ ଧରି କହିଲା, “ରହ ଦେଖିବା, ତାଙ୍କୁ କ୍ରୁଶରୁ ଓହ୍ଲାଇ ଆଣିବା ପାଇଁ ଏଲିୟ ଆସୁଛନ୍ତି କି ନାହିଁ?”
37
ଯୀଶୁ ସେହିକ୍ଷଣି ଉଚ୍ଚସ୍ୱରରେ ଚିକ୍ରାର କରି ପ୍ରାଣତ୍ୟାଗ କଲେ।
38
ମନ୍ଦିରରେ ଝୁଲୁଥିବା ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା।
39
ଜଣେ ସେନାପତି ଯୀଶୁଙ୍କ କ୍ରୁଶ ସମ୍ମୁଖରେ ଠିଆହୋଇ ସେ କିପରି ଭାବରେ ପ୍ରାଣତ୍ୟାଗ କଲେ, ଲକ୍ଷ୍ୟ କରୁଥିଲା। ସେ କହିଲା, “ଏହି ବ୍ୟକ୍ତି ବାସ୍ତବିକ୍ ଈଶ୍ୱରଙ୍କ ପୁତ୍ର।”
40
କେତେକ ସ୍ତ୍ରୀ ଲୋକ ଦୂରରେ ଥାଇ ଏସବୁ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମଗ୍ଦଲିନୀ ମରିୟମ, ଛୋଟ ଯାକୁବ ଓ ଯୋଶୀଙ୍କ ମାତା ମରିୟମ ଓ ଶଲୋମୀ।
41
ଯୀଶୁ ଗାଲିଲୀରେ ଥିବାବେଳେ ସେମାନେ ତାଙ୍କୁ ଅନୁସରଣ କରି ସାହାଯ୍ୟ କରୁଥିଲେ। ତାଙ୍କ ସହିତ ଯିରୂଶାଲମକୁ ଆସୁଥିବା ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ସେଠାରେ ଉପସ୍ଥିତ ହେଲେ।
42
ସେଦିନ ସନ୍ଧ୍ୟାବେଳେ ଆରମାଥିଆର ଯୋସେଫ ଆସି ପହଞ୍ôଚଲେ। ସେ ମହାସଭାର ଜଣେ ସମ୍ମାନାସ୍ପଦ ସଦସ୍ୟ ଥିଲେ ଏବଂ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଅପେକ୍ଷା କରୁଥିଲେ।
43
ସେଦିନ ଥିଲା ପ୍ରସ୍ତୁତି ଦିବସ ଅର୍ଥାତ୍ ବିଶ୍ରାମବାରର ପୂର୍ବ ଦିନ। ଯୋସେଫ ନିର୍ଭୀକ ଭାବରେ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ମୃତ ଦେହ ନେଇଯିବା ପାଇଁ ଅନୁମତି ମାଗିଲେ।
44
ଯୀଶୁ ସେତେବେଳେ ମରିଯାଇଛନ୍ତି ଶୁଣି ପିଲାତ ବିସ୍ମିତ ହେଲେ। ସଂପୃକ୍ତ ସେନପତିଙ୍କୁ ଡ଼ାକି ଯୀଶୁ ବହୁ ସମୟ ହେଲା ମରିଯାଇଛନ୍ତି କି ବୋଲି ପଚାରିଲେ।
45
ତାଙ୍କଠାରୁ ଏ ବିଷୟରେ ନିଶ୍ଚିତ ବିବରଣୀ ଶୁଣି ପିଲାତ ଯୀଶୁଙ୍କ ଶରୀର ନେଇ ଯିବା ପାଇଁ ଯୋସେଫଙ୍କୁ ଅନୁମତି ଦେଲେ।
46
ଯୋସେଫ ଯୀଶୁଙ୍କ ଶରୀରକୁ କ୍ରୁଶରୁ ଓହ୍ଲାଇ ଆଣିଲେ ଓ ଖଣ୍ଡିଏ ଚାଦର ଆଣି ଯୀଶୁଙ୍କ ଶରୀରକୁ ସେଥିରେ ଗୁଡ଼ାଇ ଦେଲେ ଏବଂ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ କବରରେ ନେଇ ତାହା ରଖିଲେ। ପୁଣି ଗୋଟିଏ ବଡ଼ ପଥର ଗଡ଼ାଇ କବରର ମୁହଁ ବନ୍ଦ କଲେ।
47
ମଗଦଲିନୀ ମରିୟମ ଓ ଯୋଶୀଙ୍କ ମାତା ମରିୟମ ସେଠାରେ ଉପସ୍ଥିତ ରହି ଯୀଶୁଙ୍କ ଶରୀର କେଉଁଠି ରଖାଗଲା, ଦେଖିଥିଲେ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16