bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 8
Mark 8
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
1
ଏହାର କିଛିଦିନ ପରେ ଥରେ ଅନେକ ଲୋକ ଯୀଶୁଙ୍କ ନିକଟରେ ଜମା ହୋଇଥିଲେ। ଯେତେବେଳେ ସେମାନଙ୍କର ଖାଦ୍ୟ ସରିଗଲା, ଯୀଶୁ ଶିଷ୍ୟମାନଙ୍କୁ କହିଲେ,
2
“ଏହି ଲୋକମାନେ ତିନି ଦିନ ହେଲା ମୋ’ ନିକଟରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବା ପାଇଁ କିଛି ନ ଥିବାରୁ ମୋତେ ଦୁଃଖ ଲାଗୁଛି।
3
ସେମାନଙ୍କୁ ନ ଖୁଆଇ ଛାଡ଼ିଦେଲେ, ଫେରିଯିବାବେଳେ ସେମାନେ ଥକି ପଡ଼ିବେ। ସେମାନଙ୍କ ମଧ୍ୟରୁ କେତେକ ବହୁଦୂରରୁ ଆସିଛନ୍ତି।”
4
ଶିଷ୍ୟମାନେ ପଚାରିଲେ, “ଏହି ନିର୍ଜନ ସ୍ଥାନରେ ଏତେ ଲୋକଙ୍କୁ ଖୁଆଇବା ପାଇଁ ଆମେ କେଉଁଠୁ ଖାଦ୍ୟ ଯୋଗାଡ଼ କରିପାରିବୁ?”
5
ଯୀଶୁ ଯୀଶୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି?”
6
“କେବଳ ସାତୋଟି” ବୋଲି ସେମାନେ ଉତ୍ତର ଦେଲେ। ଯୀଶୁ ଲୋକମାନଙ୍କୁ ତଳେ ବସିବା ପାଇଁ ନିର୍ଦ୍ଦେଶ ଦେଲେ। ତା’ପରେ ସେହି ସାତୋଟି ରୋଟୀ ନେଇ ଯୀଶୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ସେଗୁଡ଼ିକୁ ଭାଙ୍ଗି ଲୋକମାନଙ୍କ ମଧ୍ୟରେ ପରିବେଷଣ କରିବା ପାଇଁ ଶିଷ୍ୟମାନଙ୍କ ହାତକୁ ବଢ଼ାଇ ଦେଲେ। ଶିଷ୍ୟମାନେ ତାହା ପରିବେଷଣ କଲେ।
7
ସେମାନଙ୍କ ପାଖରେ କେତୋଟି ଛୋଟ ମାଛ ମଧ୍ୟ ଥିଲା। ସେଥିନିମନ୍ତେ ଈଶ୍ୱରଙ୍କୁ ସେ ଆଉ ଥରେ ଧନ୍ୟବାଦ ଦେଇ ତାହା ବିତରଣ କରିବା ପାଇଁ ଶିଷ୍ୟମାନଙ୍କୁ କହିଲେ।
8
ସମସ୍ତେ ଯଥେଷ୍ଟ ଖାଇ ପରିତୃପ୍ତ ହେଲେ।
9
ଚାରିହଜାର ଲୋକ ଏହି ଖାଦ୍ୟ ଖାଇଥିଲେ ଏବଂ ବଳି ପଡ଼ିଥିବା ରୋଟୀ ଖଣ୍ଡଗୁଡ଼ିକୁ ଶିଷ୍ୟମାନେ ଗୋଟାଇ ସାତୋଟି ଝୁଡ଼ି ପୂର୍ଣ୍ଣ କଲେ।
10
ତା’ପରେ ଯୀଶୁ ଲୋକମାନଙ୍କୁ ବିଦାୟ ଦେଇ ଶିଷ୍ୟମାନଙ୍କ ସହ ନୌକାରେ ଚଢ଼ି ବଲ୍ମନୁା ପ୍ରଦେଶକୁ ପ୍ରସ୍ଥାନ କଲେ।
11
ଦିନେ କେତେଜଣ ଫାରୁଶୀ ଯୀଶୁଙ୍କ ନିକଟକୁ ଆସି ତାଙ୍କ ସହିତ ତର୍କ କରିବାକୁ ଲାଗିଲେ। ଯୀଶୁଙ୍କ ଦୋଷ ତ୍ରୁଟି ଧରିବା ପାଇଁ ଫାନ୍ଦ ପାତି ସେମାନେ ତାଙ୍କୁ ଅନୁରୋଧ କଲେ ଗୋଟିଏ ଅଲୌକିକ କାର୍ଯ୍ୟ କରି ସେ ପ୍ରମାଣ କରନ୍ତୁ ଯେ, ତାଙ୍କ ପ୍ରତି ଈଶ୍ୱରଙ୍କ ସମର୍ଥନ ରହିଛି।
12
ଯୀଶୁ ଦୀର୍ଘନିଶ୍ୱାସ ତ୍ୟାଗ କରି କହିଲେ, “ଏ ଯୁଗର ଲୋକେ, ଅଲୌକିକ କାର୍ଯ୍ୟ ଦେଖିବା ପାଇଁ କାହିଁକି ଏତେ ବ୍ୟାକୁଳ? ତୁମ୍ଭମାନଙ୍କୁ ମୁଁ କହି ରଖୁଛି, ଏଭଳି ପ୍ରମାଣ ଏହି ଲୋକମାନଙ୍କୁ ଦିଆଯିବ ନାହିଁ।”
13
ଏହା କହି ଯୀଶୁ ସେମାନଙ୍କୁ ଛାଡ଼ି ନୌକାକୁ ଫେରି ଆସିଲେ ଏବଂ ହ୍ରଦର ଆରପାରିକୁ ଯାତ୍ରା କଲେ।
14
ଦିନେ ଶିଷ୍ୟମାନେ ସଙ୍ଗରେ ରୋଟୀ ନେବାକୁ ଭୁଲି ଯାଇଥିଲେ। ସେମାନଙ୍କ ପାଖରେ କେବଳ ଗୋଟିଏ ରୋଟୀ ଥିଲା।
15
ଯୀଶୁ ସେମାନଙ୍କୁ ସତର୍କ କରିଦେଇ କହିଲେ, “ସାବଧାନ, ଫାରୁଶୀମାନଙ୍କର ଓ ହେରୋଦଙ୍କର ଖମୀରଠାରୁ ସତର୍କ ରୁହ।”
16
ଶିଷ୍ୟମାନେ ଏ ବିଷୟରେ ପରସ୍ପର ସହିତ ଆଲୋନା କରି କହିଲେ, “ଆମେ ସଙ୍ଗରେ ରୋଟୀ ନ ଆଣିବାରୁ ସେ ଏକଥା କହୁଛନ୍ତି।”
17
ସେମାନେ କଅଣ ଆଲୋଚନା କରୁଛନ୍ତି, ଜାଣିପାରି ଯୀଶୁ କହିଲେ, “ପାଖରେ ରୋଟୀ ନାହିଁ ବୋଲି ଏତେ ଆଲୋଚନା କରୁଛ କାହିଁକି? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣି ପାରୁ ନାହଁ କି ବୁଝି ପାରୁ ନାହଁ? ଏତେ ନିର୍ବୋଧ ତୁମ୍ଭେମାନେ!
18
ଆଖି ଥାଇ କଅଣ ଦେଖି ପାରୁ ନାହଁ, କାନ ଥାଇ ଶୁଣିପାରୁ ନାହଁ?
19
ପାଞ୍ଚୋଟି ରୋଟୀ ଭାଙ୍ଗି କିପରି ପାଞ୍ଚହଜାର ଲୋକଙ୍କୁ ଖୁଆଇ ଥିଲି, ତୁମ୍ଭମାନଙ୍କର କ’ଣ ମନେ ନାହିଁ? ସେଦିନ ବଳି ପଡ଼ିଥିବା ରୋଟୀ ଖଣ୍ଡ ସବୁ ଗୋଟାଇ କେତୋଟି ଝୁଡ଼ି ପୂର୍ଣ୍ଣ କରିଥିଲ, ମନେ ଅଛି?” “ବାରଟି” ବୋଲି ଶିଷ୍ୟମାନେ ଉତ୍ତର ଦେଲେ।
20
ଯୀଶୁ ପୁଣି ପଚାରିଲେ, “ଆଉ ଯେତେବେଳେ ଚାରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଭାଙ୍ଗି ଥିଲି, ବଳି ଯାଇଥିବା ରୋଟୀ ଖଣ୍ଡ ଗୋଟାଇ କେତୋଟି ଟୋକେଇ ପୂର୍ଣ୍ଣ କରିଥିଲ?” ସେମାନେ ଉତ୍ତର ଦେଲେ “ସାତୋଟି।”
21
ଯୀଶୁ ପ୍ରଶ୍ନ କଲେ, “ତଥାପି କଅଣ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?”
22
ସେମାନେ ଯେତେବେଳେ ବେଥସାଇଦା ଗ୍ରାମରେ ପହଞ୍ଚିଲେ, ଲୋକମାନେ ଗୋଟିଏ ଅନ୍ଧକୁ ଯୀଶୁଙ୍କ ନିକଟକୁ ଆଣି ତାକୁ ସ୍ପର୍ଶ କରିବା ପାଇଁ ଅନୁରୋଧ କଲେ।
23
ଯୀଶୁ ଅନ୍ଧର ହାତ ଧରି ତାକୁ ଗ୍ରାମର ବାହାରକୁ ନେଇଗଲେ। ସେଠାରେ ତା’ର ଆଖିରେ ଛେପ ଲଗାଇ ତା’ ଦେହରେ ହାତ ରଖି ତାକୁ ପଚାରିଲେ, “କିଛି ଦେଖି ପାରୁଛ?”
24
ଲୋକଟି ଉପରକୁ ଚାହିଁ କହିଲା, “ହଁ, ଲୋକମାନଙ୍କୁ ଦେଖିପାରୁଛି। ସେମାନେ ଚଳନ୍ତା ଗଛ ପରି ଦେଖା ଯାଉଛନ୍ତି।”
25
ଯୀଶୁ ଏଥିରେ ଲୋକଟିର ଆଖି ଉପରେ ନିଜ ହାତ ରଖିଲେ ଓ ଲୋକଟି ଭଲ କରି ନିରୀକ୍ଷଣ କଲା। ହଠାତ୍ ତା’ର ଦୃଷ୍ଟିଶକ୍ତି ଫେରି ଆସିଲା ଓ ସେ ସ୍ପଷ୍ଟଭାବେ ଦେଖି ପାରିଲା।
26
ଯୀଶୁ ତାକୁ ସେହି ଗ୍ରାମକୁ ଫେରି ନ ଯିବାକୁ ଆଦେଶ ଦେଇ ତା’ ଘରକୁ ପଠାଇ ଦେଲେ।
27
ଏହାପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ କାଇସରିଆ ଫିଲିପ୍ପୀ ଅଞ୍ଚଳ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବାବେଳେ ବାଟରେ ଯୀଶୁ ପଚାରିଲେ, “ମୁଁ କିଏ, ଏ ବିଷୟରେ ଲୋକମାନେ କଅଣ କହୁଛନ୍ତି?”
28
ସେମାନେ ଉତ୍ତର ଦେଲେ, “କେତେକ କହୁଛନ୍ତି, ଆପଣ ଏଲିୟ। ପୁଣି ଅନ୍ୟମାନେ ମନେ କରୁଛନ୍ତି, ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”
29
ଯୀଶୁ ସେମାନଙ୍କୁ ପଚାରିଲେ, “ଆଉ ତୁମ୍ଭେମାନେ କ’ଣ ଭାବୁଛ? ମୁଁ କିଏ, ଏ ବିଷୟରେ ତୁମେ କଅଣ କହୁଛ?”
30
ପିତର ଉତ୍ତର ଦେଲେ, “ଆପଣ ଈଶ୍ୱରଙ୍କ ବିଷୟରେ ଏକଥା କାହାକୁ ଜଣାଅ ନାହିଁ।”
31
ଯୀଶୁ ଶିଷ୍ୟମାନଙ୍କୁ ବୁଝାଇ କହିଲେ, “ମନୁଷ୍ୟ ପୁତ୍ରଙ୍କୁ ବହୁ କଷ୍ଟ ଭୋଗିବାକୁ ପଡ଼ିବ। ଧର୍ମନେତା, ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନଙ୍କ ଦ୍ୱାରା ଉପେକ୍ଷିତ ହୋଇ ସେ ନିହତ ହେବେ। କିନ୍ତୁ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ।”
32
ଏହିସବୁ କଥା ଯୀଶୁ ଅତି ପ୍ରାଞ୍ଜଳ ଭାବରେ ଶିଷ୍ୟମାନଙ୍କୁ ବୁଝାଇ ଦେଲେ। ତେଣୁ ପିତର ତାଙ୍କୁ ଅନ୍ତରାଳକୁ ଡ଼ାକି ନେଇ ଅନୁଯୋଗ କଲେ।
33
କିନ୍ତୁ ଯୀଶୁ ବୁଲିପଡ଼ି ଶିଷ୍ୟମାନଙ୍କୁ ଚାହିଁଲେ ଏବଂ ପିତରଙ୍କୁ ତିରସ୍କାର କରି କହିଲେ, “ମୋ’ଠାରୁ ଦୂର ହୁଅ ଶୟତାନ, ତୁମର ଚିନ୍ତା କେବଳ ମାନବୀୟ, ଐଶ୍ୱରିକ ନୁହେଁ।”
34
ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଓ ସମବେତ ଜନତାକୁ ଆହ୍ୱାନ କରି କହିଲେ, “ଯେ କେହି ମୋ’ ସଙ୍ଗରେ ଆସିବାକୁ ଚାହେଁ, ସେ ସ୍ୱାର୍ଥତ୍ୟାଗୀ ହେଉ ଓ ନିଜର କ୍ରୁଶ ବହନ କରି ମୋ’ ପଛେ ପଛେ ଆସୁ।
35
ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ’ ପାଇଁ ଓ ଏହି ଶୁଭବାର୍ତ୍ତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରେ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।
36
ଜଣେ ବ୍ୟକ୍ତି ସମଗ୍ର ଜଗତକୁ ଲାଭ କରି ନିଜ ଜୀବନକୁ ହରାଇଲେ, ତାହାର କଅଣ କିଛି ଲାଭ ହେବ? ନିଶ୍ଚିତ ଭାବରେ ନୁହେଁ।
37
କୌଣସି ବିଷୟର ବିନିମୟରେ ସେ ତା’ର ଜୀବନ ଫେରି ପାଇବ ନାହିଁ।
38
ଏହି ଈଶ୍ୱରବିମୁଖ ଯୁଗରେ ଯଦି କେହି ମୋ’ ପାଇଁ ଓ ମୋର ଶିକ୍ଷା ପାଇଁ ଲଜ୍ଜା ବୋଧ କରେ, ତେବେ ଈଶ୍ୱରଙ୍କ ଗୌରବରେ ପରିପୂର୍ଣ୍ଣ ହୋଇ ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ପୁଣି ଥରେ ଆସିବେ, ସେ ମଧ୍ୟ ସେମାନଙ୍କ ଲାଗି ଲଜ୍ଜିତ ହେବେ।”
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16