bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 2
Mark 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
1
କିଛି ଦିନ ପରେ ଯୀଶୁ କପର୍ନାହୂମକୁ ଫେରି ଗଲେ। ସେ ଘରେ ଅଛନ୍ତି ବୋଲି ଖବର ବ୍ୟାପିଗଲା।
2
ସେଠାରେ ଏତେ ଲୋକ ଆସି ଜମା ହେଲେ ଯେ ଦ୍ୱାର ନିକଟରେ ସୁଦ୍ଧା ଟିକିଏ ହେଲେ ସ୍ଥାନ ରହିଲା ନାହିଁ।
3
ଯୀଶୁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରୁଥିବା ବେଳେ, ଚାରିଜଣ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ବୋହି ଆଣିଲେ।
4
କିନ୍ତୁ ଲୋକ ଭିଡ଼ ହେତୁ ସେମାନେ ତାକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ଯୀଶୁ ଯେଉଁଠାରେ ଥିଲେ, ଠିକ୍ ତା’ ଉପର ଛାତକୁ ଖୋଲିଦେଲେ ଏବଂ ସେହି ବାଟେ ରୋଗୀଟିକୁ ବିଛଣାରେ ଶୁଆଇ ତଳକୁ ଓହ୍ଲାଇ ଦେଲେ।
5
ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ପୁଅରେ! ତୋର ପାପ ସବୁ କ୍ଷମା ହେଲା।”
6
ସେଠାରେ ବସିଥିବା କେତେଜଣ ଧର୍ମ ଗୁରୁ ଏହା ଶୁଣି ମନେ ମନେ ଭାବିଲେ,
7
“ସେ ଏହି କଥା କହିବାକୁ ସାହସ କରୁଛନ୍ତି କିପରି? ଏହା ଈଶ୍ୱର ନିନ୍ଦା। ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ପାପ କ୍ଷମା କରିପାରେ?”
8
ସେମାନଙ୍କ ମନର ଭାବନା ଜାଣିପାରି ଯୀଶୁ ପଚାରିଲେ, “କାହିଁକି ଏପରି କଥା ସବୁ ଭାବୁଛ?
9
ଏହି ପକ୍ଷାଘାତ ରୋଗୀକି ‘ତୁମର ପାପ କ୍ଷମା ହେଲା’, ବୋଲି କହିବା ସହଜ, ନା ‘ଉଠ, ବିଛଣା ନେଇ ଚାଲିଯାଅ’ ବୋଲି କହିବା ସହଜ?
10
“ପୃଥିବୀରେ ପାପ କ୍ଷମା କରିବା ପାଇଁ ମନୁଷ୍ୟପୁତ୍ରଙ୍କର ଅଧିକାର ଅଛି, ଏହା ତୁମ୍ଭେମାନେ ବର୍ତ୍ତମାନ ଜାଣି ପାରିବ।”
11
ଏହାପରେ ଯୀଶୁ ସେହି ରୋଗୀକୁ କହିଲେ, “ମୁଁ ତୁମକୁ କହୁଛି, ଉଠ; ତୁମର ବିଛଣା ନେଇ ଘରକୁ ଯାଅ।”
12
ସମସ୍ତେ ଚାହିଁ ରହିଥିବାବେଳେ, ରୋଗୀ ଉଠି ପଡ଼ି ବିଛଣା ଧରି ଚାଲିଗଲା। ଏଥିରେ ସମସ୍ତେ ବିସ୍ମିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ, “ଆମେ ଏପରି କଥା କେବେ ଦେଖି ନ ଥିଲୁ।”
13
ଯୀଶୁ ପୁଣି ଥରେ ହ୍ରଦ କୂଳକୁ ଗଲେ। ସେଠାରେ ଜନସମାଗମ ହେବାରୁ ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ।
14
ସେ ସେଠାରୁ ଚାଲିଯିବା ବାଟରେ ଆଲଫିଙ୍କ ପୁତ୍ର କରଆଦାୟକାରୀ ଲେବୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ବସିଥିବା ଦେଖିଲେ। ଯୀଶୁ ତାଙ୍କୁ କହିଲେ, “ମୋ’ ପଛେ ପଛେ ଆସ।” ଲେବୀ ଉଠି ତାଙ୍କର ଅନୁଗମନ କଲେ।
15
ଏହାପରେ ଯୀଶୁ ଲେବୀଙ୍କ ଘରେ ଭୋଜନରେ ବସିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ବହୁସଂଖ୍ୟକ କରଆଦାୟକାରୀ ଓ ସମାଜଚ୍ୟୁତ ଲୋକମାନେ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ସହ ଏକତ୍ର ଭୋଜନରେ ବସିଲେ।
16
ଏହା ଦେଖି ଫାରୁଶୀ ଦଳର କେତେକ ଶାସ୍ତ୍ରୀ ଯୀଶୁଙ୍କ ଶିଷ୍ୟମାନଙ୍କୁ ପଚାରିଲେ, “ଏପରି ଲୋକମାନଙ୍କ ସହିତ ସେ କାହିଁକି ଭୋଜନ କରୁଛନ୍ତି?”
17
ଏହି କଥା ଶୁଣି ଯୀଶୁ ଉତ୍ତର ଦେଲେ, “ସୁସ୍ଥ ଲୋକ ପାଇଁ ଚିକିତ୍ସର ପ୍ରୟୋଜନ ନାହିଁ। - ପ୍ରୟୋଜନ ଅଛି କେବଳ ଅସୁସ୍ଥମାନଙ୍କ ପାଇଁ। ମୁଁ ଧାର୍ମିକମାନଙ୍କ ପାଇଁ ଆସି ନାହିଁ, ଆସିଛି ପାପୀମାନଙ୍କ ପାଇଁ।”
18
ଥରେ ଜଳଦୀକ୍ଷାଦାତା ଯୋହନଙ୍କ ଶିଷ୍ୟମାନେ ଓ ଫାରୁଶୀମାନେ ଉପବାସ କରୁଥିଲାବେଳେ, କେତେ ଜଣ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଯୋହନ ଓ ଫାରୁଶୀମାନଙ୍କ ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି ଉପବାସ କରନ୍ତି ନାହିଁ?”
19
ଯୀଶୁ ଉତ୍ତର ଦେଲେ, “ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ବରଯାତ୍ରୀମାନେ କ’ଣ ଉପବାସ ରହିପାରନ୍ତି? କେବେ ନୁହେଁ। ସେମାନଙ୍କ ସହିତ ବର ଥିବା ପର୍ଯ୍ୟନ୍ତ ସେମାନେ ତାହା କରିବେ ନାହିଁ।
20
କିନ୍ତୁ ଦିନ ଆସିବ, ଯେତେବେଳେ ବର ସେମାନଙ୍କ ନିକଟରୁ ଦୂରେଇ ନିଆଯିବେ।
21
“କେହି ପୁରୁଣା ପୋଷାକରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନାର ତାଳି ସଙ୍କୁଚିତ ହୋଇ ପୋଷାକଟିକୁ ଅଧିକ ଚିରି ପକାଇବ।
22
ସେହି ପୁରୁଣା ଚମଡ଼ା ଥଳୀରେ ନୂଆ ଦ୍ରାକ୍ଷାରସ ସେହି ଥଳୀକୁ ଫଟାଇ ଦେବ ଏବଂ ଦ୍ରାକ୍ଷାରସ ଓ ଥଳୀ ଉଭୟ ନଷ୍ଟ ହେବ। ତେଣୁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳୀରେ ରଖିବାକୁ ହେବ।”
23
ଥରେ ‘ବିଶ୍ରାମବାର’ରେ ଯୀଶୁ ଗୋଟିଏ ଶସ୍ୟକ୍ଷେତ୍ରକୁ ମଧ୍ୟ ଦେଇ ଯାଉଥିଲେ। ତାଙ୍କ ସହିତ ଶିଷ୍ୟମାନେ ସେବାଟେ ଗଲାବେଳେ ଶସ୍ୟ କେଣ୍ଡା ଛିଣ୍ଡାଇବାକୁ ଲାଗିଲେ।
24
ଫାରୁଶୀମାନେ ଯୀଶୁଙ୍କୁ କହିଲେ, “ଦେଖନ୍ତୁ, ବିଶ୍ରାମବାରରେ ଆପଣଙ୍କର ଶିଷ୍ୟମାନେ ଆମ ଶାସ୍ତ୍ରବିରୁଦ୍ଧ କାର୍ଯ୍ୟ କରୁଛନ୍ତି।”
25
ଯୀଶୁ ଉତ୍ତର ଦେଲେ, “ଯେତେବେଳେ ଦାଉଦଙ୍କର ଖାଦ୍ୟ ଆବଶ୍ୟକ ହେଲା, ସେ କଅଣ କରିଥିଲେ, ସେ କଥା ତୁମ୍ଭେମାନେ କେବେ ପାଠ କରି ନାହଁ?
26
“ସେ ଓ ତାଙ୍କ ସାଥୀମାନେ କ୍ଷୁଧିତ ହେବାରୁ, ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ରୋଟୀ ଖାଇ ଦେଇଥିଲେ। ଆବିଆଥାର ପ୍ରଧାନ ପୁରୋହିତ ଥିବାବେଳେ ଏହି ଘଟଣା ଘଟିଥିଲା। ଆମ ଶାସ୍ତ୍ର ଅନୁଯାୟୀ କେବଳ ପୁରୋହିତମାନେ ଏହି ରୋଟୀ ଖାଇବା ବିଧିସଙ୍ଗତ। କିନ୍ତୁ ଦାଉଦ ନିଜେ ଏହା ଖାଇ ତାଙ୍କ ସାଥୀମାନଙ୍କୁ ମଧ୍ୟ ଦେଇଥିଲେ।”
27
ପରିଶେଷରେ ଯୀଶୁ କହିଲେ, “ମନୁଷ୍ୟ ପାଇଁ ବିଶ୍ରାମବାର ଉଦ୍ଦିଷ୍ଟ, ମନୁଷ୍ୟ ବିଶ୍ରାମବାର ପାଇଁ ନୁହେଁ।
28
ଏପରିକି ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ।”
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16