bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 7
Mark 7
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 8 →
1
ଯିରୂଶାଲମରୁ ଆସିଥିବା କେତେଜଣ ଫାରୂଶୀ ଓ ଶାସ୍ତ୍ରୀ ଯୀଶୁଙ୍କ ନିକଟରେ ଏକତ୍ରିତ ହେଲେ।
2
ସେମାନେ ଲକ୍ଷ୍ୟ କଲେ ଯେ, ଯୀଶୁଙ୍କ କେତେକ ଶିଷ୍ୟ ବିଧି ଅନୁଯାୟୀ ହାତ ଧୋଇ ଖାଉ ନାହାନ୍ତି। ଫାରୁଶୀମାନେ ଖାଇବା ପୂର୍ବରୁ ହାତ ଧୋଇବା ପାଇଁ ଯେଉଁ ନିୟମସବୁ କରିଥିଲେ, ଶିଷ୍ୟମାନେ ତାହା ପାଳନ କରୁ ନ ଥିଲେ।
3
(ଫାରୁଶୀ ଓ ଅନ୍ୟାନ୍ୟ ଇହୁଦୀମାନେ ସେମାନଙ୍କ ପୂର୍ବ ପୁରୁଷଙ୍କ ରୀତିନୀତି ପାଳନ କରନ୍ତି, ବିଧିବଦ୍ଧଭାବେ ହାତ ନ ଧୋଇ ସେମାନେ ଭୋଜନ କରନ୍ତି ନାହିଁ।
4
ହାଟ ବଜାରରୁ ଫେରିବା ପରେ ପ୍ରଥମେ ବିଧିମତେ ଧୂଆଧୋଇ ନ ହୋଇ କିଛି ଖାଆନ୍ତି ନାହିଁ । ଗରା, ତାଟିଆ, ତମ୍ବାବାସନ ଓ ବିଛଣା ପତ୍ର ଧୋଇବା ପାଇଁ ନାନା ପ୍ରକାର ନିରୂପିତ ନିୟମ ସେମାନେ ପାଳନ କରନ୍ତି।)
5
ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, “ଆମ ପୂର୍ବ ପୁରୁଷମାନେ ଯେଉଁସବୁ ରୀତିନୀତି ସ୍ଥାପନ କରି ଯାଇଛନ୍ତି, ଆପଣଙ୍କ ଶିଷ୍ୟମାନେ ତାହା ପାଳନ କରୁ ନାହାନ୍ତି କାହିଁକି? ନିୟମାନୁସାରେ ଖାଇବା ପୂର୍ବରୁ ହାତ ଧୋଉ ନାହାନ୍ତି କାହିଁକି?”
6
ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବିଷୟରେ ଭାବବାଦୀ ଯିଶାଇୟ ଯାହା କହିଥିଲେ, ତାହା ଯଥାର୍ଥ। ତାଙ୍କ ଲେଖା ଅନୁସାରେ ତୁମେ ସବୁ ଛଳ ଧାର୍ମିକ। ‘ଈଶ୍ୱର କହନ୍ତି, ଏହି ଲୋକମାନେ କେବଳ ମୁହଁରେ ମୋତେ ସମ୍ମାନ ଦିଅନ୍ତି କିନ୍ତୁ ହୃଦୟ ମୋ’ଠାରୁ ବହୁ ଦୂରରେ।
7
ମୋତେ ଆରାଧନା କରିବା ସେମାନଙ୍କର ବୃଥା। କାରଣ ସେମାନେ ମଣିଷ ଗଢ଼ା ନିୟମକୁ
8
ଈଶ୍ୱରଙ୍କ ବିଧାନ ବୋଲି ଶିକ୍ଷା ଦେଉଛନ୍ତି, ଈଶ୍ୱରଙ୍କ ଆଜ୍ଞା ସବୁ ପ୍ରତ୍ୟାଖ୍ୟାନ କରି ମଣିଷର ଶିକ୍ଷାକୁ ପାଳନ କରନ୍ତି’।”
9
ଯୀଶୁ ପୁନର୍ବାର କହିଲେ, “ଈଶ୍ୱରଙ୍କ ବିଧାନକୁ ଉପେକ୍ଷା କରି ନିଜ ଶିକ୍ଷାକୁ ଧରି ରଖିବା ପାଇଁ ତୁମ୍ଭେମାନେ ଚତୁର ଉପାୟ ଅବଲମ୍ବନ କରିଛ।
10
ମୋଶା ଆଜ୍ଞା ଦେଇଥିଲେ, ‘ପିତାମାତାଙ୍କୁ ସମାଦର କର’, ପୁଣି ‘ଯେ ନିଜ ପିତାମାତାଙ୍କୁ ସମାଦର କର’, ପୁଣି ‘ଯେ ନିଜ ପିତାମାତାଙ୍କୁ ଲାଞ୍ଛନା କରେ, ସେ ପ୍ରାଣଦଣ୍ଡର ଯୋଗ୍ୟ।’
11
କିନ୍ତୁ ତୁମେ ଶିକ୍ଷା ଦେଉଛ ଯେ, ପିତାମାତାଙ୍କର ଯାହା ପ୍ରାପ୍ୟ, ତାହା ‘କୋରବାନ୍’ ଅର୍ଥାତ୍ ଈଶ୍ୱରଙ୍କ ପାଇଁ ବୋଲି କହିଦେଲେ,
12
ପିତାମାତାଙ୍କୁ ସାହାଯ୍ୟ କରିବା ଦାୟିତ୍ୱରୁ ମୁକ୍ତ ହେବ।
13
ଏହିପରି ଭାବରେ ଅନ୍ୟକୁ ଦେଉଥିବା ତୁମର ଶିକ୍ଷା ଈଶ୍ୱରଙ୍କ ଆଜ୍ଞାକୁ ଲଙ୍ଘନ କରୁଛି। ଏହିଭଳି ଆହୁରି ଅନେକ କାର୍ଯ୍ୟ ତୁମେ କରୁଛ।”
14
ଯୀଶୁ ଆଉ ଥରେ ଲୋକମାନଙ୍କୁ ଡ଼ାକି କହିଲେ, “ମୋ’ କଥା ମନ ଦେଇ ଶୁଣ ଓ ବୁଝିବାକୁ ଚେଷ୍ଟା କର।
15
ବାହାରର କୌଣସି ବିଷୟ ମନୁଷ୍ୟ ଭିତରେ ପ୍ରବେଶ କରି ତାକୁ ଅପବିତ୍ର କରିପାରେ ନାହିଁ। ବରଂ ଯେଉଁ ବିଷୟ ମନୁଷ୍ୟ ଭିତରୁ ବାହାରକୁ ଆସେ, ତାହା ହିଁ ତାକୁ ଅଶୁଚି କରିଥାଏ।”
17
ଯୀଶୁ ଗହଳି ଭିତରୁ ଆସି ଘରେ ପ୍ରବେଶ କରିବା ପରେ, ତାଙ୍କର ଏହି ଶିକ୍ଷାକୁ ବୁଝାଇ ଦେବା ପାଇଁ ଶିଷ୍ୟମାନେ ଯୀଶୁଙ୍କୁ ଅନୁରୋଧ କଲେ।
18
ଯୀଶୁ ସେମାନଙ୍କୁ କହିଲେ, “ଅନ୍ୟମାନଙ୍କ ପରି ତୁମର ମଧ୍ୟ ବୁଝିବା ଶକ୍ତି କ’ଣ ଏତେ ଅଳ୍ପ? ଏତିକି ବଝି ପାରୁ ନାହଁ? ଯାହା ସବୁ ମନୁଷ୍ୟ ଶରୀରରେ ବାହାରୁ ପ୍ରବେଶ କରେ, ତାହା ତାକୁ ଅଶୁଚି କରିପାରେ ନାହିଁ -
19
କାରଣ ତାହା ହୃଦୟରେ ପ୍ରବେଶ ନ କରି ଉଦରକୁ ଯାଏ ଏବଂ ପରିଶେଷରେ ଶରୀରରୁ ନିଷ୍କ୍ରାନ୍ତ ହୁଏ।” (ଏହା କହିବା ଦ୍ୱାରା ସମସ୍ତ ଖାଦ୍ୟ ପଦାର୍ଥ ଶୁଚି ବୋଲି ଯୀଶୁ ସୂଚାଇ ଦେଇଥିଲେ)
20
ସେ ଆହୁରି କହିଲେ, “ଯାହା ସବୁ ମନୁଷ୍ୟର ଅନ୍ତରରୁ ବାହାରେ, ତାହା ହିଁ ତାକୁ ଅପବିତ୍ର କରିଥାଏ,
21
କାରଣ ତାହାର ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ,
22
ଯଥା - ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ ଓ ନାନା ପ୍ରକାର ଦୁଷ୍କର୍ମ - ପ୍ରତାରଣା, ଅଶୋଭନୀୟ ଆଚରଣ, ଈର୍ଷା, କୁତ୍ସାରଟନା, ଅହଙ୍କାର ଓ ମୂଢ଼ତା।
23
ଏ ସମସ୍ତ ଅସତ୍ ବିଷୟ ମନୁଷ୍ୟର ହୃଦୟରୁ ଜାତ ହୋଇ ତାକୁ ଅଶୁଚି କରେ।
24
ତତ୍ପରେ ଯୀଶୁ ସେହି ସ୍ଥାନ ଛାଡ଼ି ସୋର ନିକଟବର୍ତ୍ତୀ ଅଞ୍ଚଳକୁ ଗଲେ। ସେଠାରେ ସେ ଗୋଟିଏ ଗୃହରେ ପ୍ରବେଶ କରି ଅଜ୍ଞାତ ଭାବରେ ରହିବା ପାଇଁ ଇଚ୍ଛା କଲେ, କିନ୍ତୁ ସେ ଗୋପନରେ ରହି ପାରିଲେ ନାହିଁ
25
ଜଣେ ସ୍ତ୍ରୀ ଲୋକର ଝିଅ ଭୂତଗ୍ରସ୍ତ ହୋଇଥିଲା। ଯୀଶୁଙ୍କ ଆଗମନ କଥା ଶୁଣିବା ମାତ୍ରେ ସେ ତାଙ୍କ ନିକଟକୁ ଆସି ତାଙ୍କ ଗୋଡ଼ତଳେ ପଡ଼ିଲା।
26
ସେ ଥିଲା ସୁରଫୈନିକୀୟା ଅଞ୍ଚଳର ଜଣେ ଅଣଇହୁଦୀ। ତା’ ଝିଅଠାରୁ ଭୂତ ଛଡ଼ାଇବା ପାଇଁ ସେ ଯୀଶୁଙ୍କୁ ନିବେଦନ କଲା।
27
କିନ୍ତୁ ଯୀଶୁ ଉତ୍ତର ଦେଲେ, “ନିଜ ପିଲାମାନଙ୍କୁ ପ୍ରଥମେ ଖୁଆଇବାକୁ ହେବ। ପିଲାମାନଙ୍କ ଖାଦ୍ୟ ନେଇ କୁକୁରମାନଙ୍କ ଆଗରେ ପକାଇବା ଉଚିତ୍ ହେବ ନାହିଁ।”
28
ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, କୁକୁରମାନେ ଟେବୁଲ୍ ତଳେ ଥାଇ ପିଲାଙ୍କର ଅଇଁଠା ଖାଇଥାଆନ୍ତି।”
29
ଯୀଶୁ ତାକୁ କହିଲେ, “ଠିକ୍ କଥା, ବର୍ତ୍ତମାନ ଘରକୁ ଫେରିଯାଇ ଦେଖ, ତୁମ ଝିଅଠାରୁ ଭୂତ ଛାଡ଼ି ଯାଇଛି।”
30
ସ୍ତ୍ରୀ ଲୋକଟି ଘରକୁ ଫେରିଯାଇ ଦେଖିଲା ଯେ ତା’ ଝିଅଟି ବିଛଣାରେ ଶୋଇଛି ଏବଂ ପ୍ରକୃତରେ ଭୂତ ତାକୁ ଛାଡ଼ି ଚାଲି ଯାଇଛି।
31
ତା’ପରେ ଯୀଶୁ ସୋର ଅଞ୍ଚଳରୁ ସୀଦୋନକୁ ପ୍ରସ୍ଥାନ କରି ସେଠାରୁ ଦେକାପଲ୍ଲୀ ପ୍ରଦେଶ ଭିତର ଦେଇ ଗାଲିଲୀ କୂଳରେ ଆସି ପହଞ୍ôଚଲେ।
32
ସେଠାରେ କେତେକ ଲୋକ ଜଣେ ବଧିରକୁ ଯୀଶୁଙ୍କ ନିକଟକୁ ଆଣିଲେ। ସେ ସ୍ପଷ୍ଟ କଥା କହିପାରୁ ନ ଥିଲା। ତା’ ଉପରେ ହାତ ଥୋଇବା ପାଇଁ ସେମାନେ ଯୀଶୁଙ୍କୁ ଅନୁରୋଧ କଲେ।
33
ଯୀଶୁ ତାକୁ ଏକାକୀ ଲୋକ ଗହଳିରୁ କିଛି ଦୂରକୁ ନେଇଗଲେ। ତା’ କାନରେ ଆଙ୍ଗୁଠି ଦେଇ, ଛେପ ପକାଇ ତା’ ଜିଭକୁ ଛୁଇଁଲେ।
34
ତତ୍ପରେ ସ୍ୱର୍ଗଆଡ଼କୁ ଉଦ୍ଧ୍ୱର୍ଦୃଷ୍ଟି କରି, ଦୀର୍ଘନିଶ୍ୱାସ ପକାଇ କହିଲେ, “ଇପ୍ପଥାଃ” ଅର୍ଥାତ୍ “ଫିଟିଯା”।
35
ତତ୍କ୍ଷଣାତ୍ ଲୋକଟି ଶୁଣିବା ଶକ୍ତି ପାଇଲା, ତା’ର ମୂକ ଅବସ୍ଥା ଦୂର ହୋଇଗଲା ଏବଂ ସେ ସ୍ପଷ୍ଟଭାବେ କଥା କହିପାରିଲା।
36
ଏ ଘଟଣା ବିଷୟରେ ଅନ୍ୟମାନଙ୍କୁ କିଛି ନ ଜଣାଇବାକୁ ଯୀଶୁ ଲୋକମାନଙ୍କୁ ଆଦେଶ ଦେଲେ। କିନ୍ତୁ ଯୀଶୁ ଯେତିକି ବାରଣ କଲେ, ଲୋକେ ସେତିକି କହି ବୁଲିଲେ।
37
ଯେଉଁମାନେ ଏସବୁ କଥା ଶୁଣିଲେ, ସେମାନେ ଅବାକ୍ ହୋଇ କହିଲେ, “ସେ କେତେ ଚମକ୍ରାରଭାବେ କାର୍ଯ୍ୟ କରୁଛନ୍ତି - ବଧିରକୁ ଶ୍ରବଣ ଶକ୍ତି, ମୂକକୁ ବାକ୍ ଶକ୍ତି ଦେଉଛନ୍ତି।”
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16