bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 16
Mark 16
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
1
ବିଶ୍ରାମବାର ସମାପ୍ତ ହେଲା ପରେ ମଗଦଲିନୀ ମରିୟମ; ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ଯୀଶୁଙ୍କ ଶରୀରରେ ମଖାଇବା ପାଇଁ କେତେ ପ୍ରକାର ସୁଗନ୍ଧି ଦ୍ରବ୍ୟ କିଣି ଆଣିଲେ।
2
ରବିବାର ଦିନ ପାହାନ୍ତା ସମୟରେ ଠିକ୍ ସୂର୍ଯ୍ୟୋଦୟ ସମୟରେ ସେମାନେ କବରକୁ ଗଲେ।
3
ବାଟରେ ସେମାନେ ପରସ୍ପରକୁ କହିଲେ, “କବର ମୁହଁରୁ ଆମ ପାଇଁ ସେ ପଥରଟିକୁ କିଏ ଗଡ଼ାଇ ଦେବ?” (ତାହା ଗୋଟିଏ ପ୍ରକାଣ୍ଡ ପଥର ଥିଲା)
4
କିନ୍ତୁ ସେମାନେ ଚାହିଁ ଦେଖିଲେ, ପଥରଟି ଗଡ଼ାଇ ଦିଆଯାଇଛି।
5
ପୁଣି କବର ଭିତରକୁ ଯାଇ ଦେଖିଲେ ଯେ ସେଠାରେ ଶୁକ୍ଲବସ୍ତ୍ର ପରିହିତ ଜଣେ ଯୁବକ କବରର ଦକ୍ଷିଣ ପାଶ୍ୱର୍ରେ ବସିଛନ୍ତି। ଏସବୁ ଦେଖି ସେମାନେ ଭୟଭୀତ ହେଲେ।
6
ଯୁବକ କହିଲେ, “ଭୟ କର ନାହିଁ। ମୁଁ ଜାଣେ, ତୁମେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କୁ ଖୋଜୁଛ। ସେ ଏଠାରେ ନାହାନ୍ତି। ସେ ପୁନର୍ଜୀବିତ ହୋଇଛନ୍ତି। ଦେଖ, ସେମାନେ ଏ ସ୍ଥାନରେ ତାଙ୍କୁ ରଖିଥିଲେ।
7
ବର୍ତ୍ତମାନ ଯାଇ ପିତର ଓ ଯୀଶୁଙ୍କ ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ଏହି ସମ୍ବାଦ ଦିଅ। ସେମାନଙ୍କୁ କୁହ, ‘ଯୀଶୁ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯାଉଛନ୍ତି। ସେ କହିବା ଅନୁସାରେ ତୁମେ ତାଙ୍କୁ ସେଠାରେ ଦେଖି ପାରିବ’।”
8
ସ୍ତ୍ରୀ ଲୋକମାନେ କବରରୁ ବାହାରି ଭୟବିହ୍ୱଳ ହୋଇ ଦୌଡ଼ି ପଳାଇଲେ। ସେମାନେ ଏତେ ଡ଼ରି ଯାଇଥିଲେ ଯେ ସେତେବେଳେ କାହାକୁ କିଛି କହିପାରିଲେ ନାହିଁ। (
9
ଯୀଶୁ ରବିବାର ଦିନ ପ୍ରତ୍ୟୁଷରେ ପୁନରୁତ୍ôଥତ ହେବା ପରେ ପ୍ରଥମେ ମଗଦଲିନୀ ମରିୟମଙ୍କୁ ଦର୍ଶନ ଦେଇଥିଲେ। ଏହି ମରିୟମଙ୍କଠାରୁ ସେ ସାତୋଟି ଭୂତ ଛଡ଼ାଇଥିଲେ।
10
ମରିୟମ ଯାଇ ଯୀଶୁଙ୍କ ସଙ୍ଗୀମାନଙ୍କୁ ଏ ବିଷୟ ଜଣାଇଲେ। ସେମାନେ ଶୋକାର୍ତ୍ତ ହୋଇ କ୍ରନ୍ଦନ କରୁଥିଲେ।
11
ଯୀଶୁ ଜୀବିତ ହୋଇଛନ୍ତି ଓ ସେ ତାଙ୍କୁ ଦେଖିଛନ୍ତି, ଏକଥା ମରିୟମ କହିବାରୁ ସେମାନେ ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ।
12
ଏହାପରେ ଯୀଶୁଙ୍କ ଆଉ ଦୁଇଜଣ ଶିଷ୍ୟ ଗୋଟିଏ ଗ୍ରାମକୁ ଗଲାବେଳେ ବାଟରେ ଯୀଶୁ ସେମାନଙ୍କୁ ଭିନ୍ନ ପ୍ରକାରେ ଦେଖାଦେଲେ।
13
ସେମାନେ ଫେରିଆସି ଅନ୍ୟମାନଙ୍କୁ ଏକଥା କହିଲେ, କିନ୍ତୁ ସେମାନଙ୍କ କଥାକୁ କେହି ବିଶ୍ୱାସ କଲେ ନାହିଁ।
14
ଶେଷରେ ତାଙ୍କର ଏଗାର ଜଣ ଶିଷ୍ୟ ଖାଇ ବସିଥିବାବେଳେ ଯୀଶୁ ସେମାନଙ୍କୁ ଦର୍ଶନ ଦେଲେ। ସେମାନଙ୍କର ଅବିଶ୍ୱାସ ପାଇଁ ଓ ତାଙ୍କୁ ଜୀବିତ ଦେଖିଥିବା ଲୋକମାନଙ୍କ କଥାରେ ପ୍ରତ୍ୟୟ କରି ନ ଥିବାରୁ ଯୀଶୁ ସେମାନଙ୍କୁ ଅନୁଯୋଗ କଲେ।
15
ପୁଣି ସେ କହିଲେ, “ସମଗ୍ର ଜଗତକୁ ଯାଇ ମୋର ଏହି ଶୁଭବାର୍ତ୍ତା ସମସ୍ତଙ୍କ ନିକଟରେ ପ୍ରଚାର କର।
16
ଯେ କେହି ଏଥିରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କରିବ, ସେ ପରିତ୍ରାଣ ପାଇବ। ଯେ ବିଶ୍ୱାସ କରିବ ନାହିଁ, ସେ ଦୋଷୀ ସାବ୍ୟସ୍ତ ହେବ।
17
ବିଶ୍ୱାସୀମାନେ ଅଲୌକିକ କାର୍ଯ୍ୟ କରିବାକୁ ଶକ୍ତି ପାଇବେ। ମୋ’ ନାମରେ ସେମାନେ ଭୂତ ଛଡ଼ାଇବେ, ଅଜଣା ଭାଷାରେ କଥା କହିବେ,
18
ସାପକୁ ଧରିଲେ କିମ୍ବା ବିଷପାନ କଲେ, ସେମାନଙ୍କର କିଛି କ୍ଷତି ହେବ ନାହିଁ। ସେମାନେ ପୀଡ଼ିତ ଲୋକମାନଙ୍କ ଉପରେ ହସ୍ତାର୍ପଣ କଲେ, ସେମାନେ ସୁସ୍ଥ ହେବେ।”
19
ସେମାନଙ୍କୁ ଏହି ସବୁ କଥା କହିବା ପରେ ପ୍ରଭୁ ଯୀଶୁ ସ୍ୱର୍ଗକୁ ଉନ୍ନୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେଲେ।
20
ଶିଷ୍ୟମାନେ ଯାଇ ସର୍ବତ୍ର ପ୍ରଚାର କଲେ। ସେମାନଙ୍କ ବାର୍ତ୍ତା ସତ୍ୟ ବୋଲି ପ୍ରମାଣିତ କରିବାକୁ ପ୍ରଭୁ ସେମାନଙ୍କ ସହିତ ବିଦ୍ୟମାନ ରହି ଅଲୌକିକ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଶକ୍ତି ଦେଲେ।) (ସେହି ସ୍ତ୍ରୀ ଲୋକମାନେ ପିତର ଓ ତାହାଙ୍କ ସଙ୍ଗୀମାନଙ୍କ ନିକଟକୁ ଯାଇ ଯାହା ଶୁଣିଥିଲେ, ତାହା ସବୁ ସେମାନଙ୍କୁ ଜଣାଇଲେ। ଏହା ପରେ ସ୍ୱୟଂ ଯୀଶୁ ଅନନ୍ତ ପରିତ୍ରାଣର ଏହି ପବିତ୍ର ଚିର ଜୀବନ୍ତ ବାର୍ତ୍ତାକୁ ପୂର୍ବରୁ ପଶ୍ଚିମ ଯାଏ ପ୍ରଚାର କରିବା ପାଇଁ ଶିଷ୍ୟମାନଙ୍କୁ ପ୍ରେରଣ କଲେ।)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
All chapters:
1
2
3
4
5
6
7
8
9
10
11
12
13
14
15
16