bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 12
Mark 12
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
1
ଏହାପରେ ଯୀଶୁ ଦୃଷ୍ଟାନ୍ତ ଦେଇ କହିଲେ, “ଏକଦା ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ ଆରମ୍ଭ କରି ତା’ ଚାରିପଟେ ବାଡ଼ ଦେଲେ। ଦ୍ରାକ୍ଷାଘଣା ପାଇଁ ଗୋଟିଏ ଗାତ ଖୋଳିଲେ ଏବଂ ଜଗୁଆଳି ପାଇଁ ମଞ୍ଚ ବାନ୍ଧିଲେ। ତା’ପରେ ସେ କ୍ଷେତଟିକୁ ଭାଗଚାଷୀମାନଙ୍କ ହାତରେ ଛାଡ଼ିଦେଇ ଦୂର ସ୍ଥାନକୁ ଯାତ୍ରା କଲେ।
2
ଯେତେବେଳେ ଦ୍ରାକ୍ଷା ଆଦାୟ କରିବାର ସମୟ ଆସିଲା, ନିଜର ଭାଗ ଆଦାୟ କରିବା ପାଇଁ ଜଣେ ଦାସୀକୁ ସେମାନଙ୍କ ନିକଟକୁ ପଠାଇଲେ।
3
ଚାଷୀମାନେ ସେହି ଦାସୀକୁ ମାଡ଼ମାରି ଖାଲି ହାତରେ ଫେରାଇ ଦେଲେ।
4
କ୍ଷେତର ମାଲିକ ଆଉ ଜଣେ ଦାସକୁ ପଠାଇଲେ। ଚାଷୀମାନେ ତା’ ପ୍ରତି ମଧ୍ୟ ଦୁର୍ବ୍ୟବହାର କଲେ ଏବଂ ମାଡ଼ ଦେଇ ତା’ ମୁଣ୍ଡ ଫଟାଇ ଦେଲେ।
5
ଏହାପରେ ମାଲିକ ଯେଉଁ ଦାସକୁ ପଠାଇଲେ, ତାକୁ ଚାଷୀମାନେ ଜୀବନରେ ମାରି ପକାଇଲେ। ମାଲିକ ପକ୍ଷରୁ ଅନ୍ୟ ଯେଉଁମାନେ ଆସିଲେ, ଚାଷୀମାନେ ସେମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ କଲେ। କେତେକଙ୍କୁ ପ୍ରହାର କଲେ ଓ ଅନ୍ୟମାନଙ୍କୁ ହତ୍ୟା କଲେ।
6
ଏବେ ମାଲିକଙ୍କ ପାଖରେ କେବଳ ଜଣେ ମାତ୍ର ବାକୀ ରହିଲେ - ତାଙ୍କର ପ୍ରିୟ ପୁତ୍ର। ମାଲିକ ଭାବିଲେ, “ସେମାନେ ମୋ’ ପୁଅକୁ ନିଶ୍ଚୟ ଖାତିର କରିବେ।” ଏହା ଭାବି ଶେଷରେ ଚାଷୀମାନଙ୍କ ପାଖକୁ ନିଜ ପୁତ୍ରକୁ ପଠାଇଲେ।
7
କିନ୍ତୁ ସେହି ଚାଷୀମାନେ ପରସ୍ପରକୁ କହିଲେ, “ଏ ମାଲିକର ଉତ୍ତରାଧିକାରୀ। ଆସ ତାକୁ ମାରିଦେବା ତା’ହେଲେ ମାଲିକର ସମ୍ପତ୍ତି ଆମ ହାତକୁ ଆସିବ।”
8
ଏହା କହି ସେମାନେ ମାଲିକର ପୁଅକୁ ଧରି ହତ୍ୟା କଲେ ଏବଂ ଶବକୁ କ୍ଷେତ ବାହାରେ ଫୋପାଡ଼ି ଦେଲେ।”
9
ଯୀଶୁ ପଚାରିଲେ, “କହିଲ ଦେଖି, ଏହା ପରେ ସେହି ଦ୍ରାକ୍ଷାକ୍ଷେତର ମାଲିକ କ’ଣ କରିଥିବେ? ସେ ଆସି ନିଶ୍ଚୟ ସେହି ଚାଷୀମାନଙ୍କୁ ଜୀବନରେ ମାରି ପକାଇ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ଦେଇଥିବେ।
10
ଶାସ୍ତ୍ରରେ ଏହି କଥା ତୁମେ ନିଶ୍ଚୟ ପଢ଼ିଛ। ‘ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଦରକାରୀ ଭାବି ଛାଡ଼ି ଦେଇଥିଲେ, ତାହା ଗୃହର ପ୍ରଧାନ କୋଣପଥର ହେଲା।
11
ସ୍ୱୟଂ ପ୍ରଭୁ ଏହା କହିଛନ୍ତି କେଡ଼େ ଚମକ୍ରାର ଏ କାର୍ଯ୍ୟ’!”
12
ଇହୁଦୀମାନେ ଯୀଶୁଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କଲେ, କାରଣ ସେମାନେ ଜାଣି ପାରିଲେ, ସେମାନଙ୍କୁ ଲକ୍ଷ୍ୟ କରି ଯୀଶୁ ଏହି ଦୃଷ୍ଟାନ୍ତଟି କହୁଛନ୍ତି। କିନ୍ତୁ ଜନତାର ଭୟରେ ସେମାନେ ଯୀଶୁଙ୍କୁ ଛାଡ଼ି ଚାଲିଗଲେ।
13
କେତେକ ଫାରୁଶୀ ଓ ହେରୋଦ ଦଳର କେତେ ଜଣ ଯୀଶୁଙ୍କୁ ପ୍ରଶ୍ନ ପଚାରି ଫାନ୍ଦରେ ପକାଇବା ପାଇଁ ଆସିଥିଲେ।
14
ସେମାନେ ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ ଲୋକମତକୁ ଭୟ ନ କରି ଆପଣ ସତ କଥା କହନ୍ତି। କାହାର ପଦମର୍ଯ୍ୟାଦା ପ୍ରତି ଦୃଷ୍ଟି ନ ଦେଇ ଆପଣ ଈଶ୍ୱରଙ୍କ ଇଚ୍ଛା ବିଷୟରେ ଶିକ୍ଷା ଦିଅନ୍ତି। କହନ୍ତୁ, ରୋମ ସମ୍ରାଟଙ୍କୁ କର ଦେବା ଆମ ଧର୍ମବ୍ୟବସ୍ଥାର ବିରୁଦ୍ଧ କି ନା? ଆମେ କର ଦେବା କି ନାହିଁ?
15
ଯୀଶୁ ସେମାନଙ୍କ ଛଳନା ବୁଝିପାରି କହିଲେ, “ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? ଗୋଟଏ ରୌପ୍ୟମୁଦ୍ରା ଆଣ, ମୁଁ ଦେଖେ।”
16
ସେମାନେ ମୁଦ୍ରାଟିଏ ଆଣିବାରୁ ଯୀଶୁ ପଚାରିଲେ, “ଏହା ଉପରେ କାହାର ପ୍ରତିକୃତି ଓ ନାମ ରହିଛି?” “ସମ୍ରାଟଙ୍କ”ର ବୋଲି ସେମାନେ ଉତ୍ତର ଦେଲେ।
17
ଯୀଶୁ କହିଲେ, “ତା’ହେଲେ, ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ; ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ।” ଯୀଶୁଙ୍କର ଏ କଥାରେ ସେମାନେ ହତବାକ୍ ହେଲେ।
18
ମୃତବ୍ୟକ୍ତିମାନଙ୍କ ପୁନରୁତ୍ଥାନରେ ବିଶ୍ୱାସ କରୁ ନ ଥିବା ସାଦ୍ଦୁକୀଦଳର କେତେଜଣ ଆସି ଯୀଶୁଙ୍କୁ ପଚାରିଲେ,
19
“ଗୁରୁ, ମୋଶା ଆମ ପାଇଁ ଏହି ବ୍ୟବସ୍ଥା ଲେଖିଛନ୍ତି - ଜଣେ ନିଃସନ୍ତାନ ହୋଇ ମରିଗଲେ, ସେହି ଲୋକର ବିଧବାକୁ ତା’ର ଭାଇ ବିବାହ କରିବାକୁ ହେବ ଏବଂ ସେମାନଙ୍କର ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ମୃତବ୍ୟକ୍ତିର ସନ୍ତାନ ବୋଲି ବିବେଚିତ ହେବେ।
20
ଏକଦା ସାତଜଣ ଭାଇ ଥିଲେ। ଜ୍ୟେଷ୍ଠ ଭାଇ ବିବାହ କରି ନିଃସନ୍ତାନ ହୋଇ ମରିଗଲା।
21
ମୃତବ୍ୟକ୍ତିର ବିଧବାକୁ ଦ୍ୱିତୀୟ ଭାଇ ବିବାହ କରି ସେ ମଧ୍ୟ ନିଃସନ୍ତାନ ହୋଇ ମରିଗଲା।
22
ତୃତୀୟ ଭାଇ ଓ ଅନ୍ୟାନ୍ୟ ଭାଇମାନେ ସେହି ଜଣେ ସ୍ତ୍ରୀ ଲୋକକୁ ବିବାହ କରି ସମସ୍ତେ ନିଃସନ୍ତାନ ହୋଇ ମରିଗଲେ।
23
ଶେଷରେ ସ୍ତ୍ରୀ ଲୋକଟି ମଧ୍ୟ ମରିଗଲା। ଏବେ କହନ୍ତୁ, ପୁନରୁତ୍ଥାନ ଦିବସରେ, ଯେତେବେଳେ ମୃତମାନେ ପୁନର୍ଜୀବିତ ହୋଇ ଉଠିବେ, ସେହି ସ୍ତ୍ରୀ ଲୋକଟି କାହାର ପତ୍ନୀ ହେବ? ସାତଜଣଯାକ ତ ତାକୁ ବିବାହ କରିଥିଲେ।”
24
ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କର କେଡ଼େ ଭ୍ରାନ୍ତ ଧାରଣା ଅଛି। ଧର୍ମଶାସ୍ତ୍ର ଓ ଈଶ୍ୱରଙ୍କ ଶକ୍ତି ବିଷୟରେ ତୁମେ କିଛି ଜାଣ ନାହିଁ।
25
କାରଣ ମୃତବ୍ୟକ୍ତିମାନେ ପୁନରୁତ୍ôଥତ ହେଲେ, ସେମାନେ ସ୍ୱର୍ଗଦୂତ ପରି ହେବେ - ସେମାନେ ବିବାହ କରିବେ ନାହିଁ।
26
ମୃତବ୍ୟକ୍ତିମାନଙ୍କର ପୁନରୁତ୍ଥାନ କଥା ପଚାରୁଛ? ମୋଶାଙ୍କ ପୁସ୍ତକରେ ଜ୍ୱଳନ୍ତ ବୁଦା ବିଷୟରେ ପଢ଼ି ନାହଁ କି? ସେଥିରେ ଲେଖା ଅଛି, ଈଶ୍ୱର ମୋଶାଙ୍କୁ କହିଲେ, ‘ଆମେ ଅବ୍ରାହାମଙ୍କ ଈଶ୍ୱର, ଯିସାହକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର!’
27
ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ସେ ଜୀବିତମାନଙ୍କ ଈଶ୍ୱର। ତୁମ୍ଭେମାନେ ଏକାବେଳକେ ଭ୍ରାନ୍ତ।”
28
ଜଣେ ଧର୍ମଗୁରୁ ସେଠାରେ ଉପସ୍ଥିତ ଥାଇ ଏସବୁ ଯୁକ୍ତିତର୍କ ଶୁଣୁଥିଲେ। ସାଦ୍ଦୁକୀମାନଙ୍କୁ ଯୀଶୁ ସଠିକ୍ ଜବାବ୍ ଦେଇଛନ୍ତି ବୋଲି ବୁଝିପାରି ସେ ଯୀଶୁଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରିଲେ, “ଆମ ଧର୍ମଶାସ୍ତ୍ରରେ କେଉଁ ଆଜ୍ଞାଟି ସବୁଠାରୁ ଶ୍ରେଷ୍ଠ?”
29
ଯୀଶୁ ଉତ୍ତର ଦେଲେ, “ଇଶ୍ରାୟେଲୀୟ ଲୋକମାନେ ଶୁଣ - ସବୁଠାରୁ ଶ୍ରେଷ୍ଠ ଆଜ୍ଞାଟି ହେଉଛି, ‘ଆମ୍ଭମାନଙ୍କ ପ୍ରଭୁ ଈଶ୍ୱର ଏକମାତ୍ର ପ୍ରଭୁ।
30
ପ୍ରଭୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା, ସମ୍ପୂର୍ଣ୍ଣ ମନ, ଶକ୍ତି ସାମର୍ଥ୍ୟ ଦେଇ ପ୍ରେମ, ଭକ୍ତି କର।’
31
ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ‘ତୁମେ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଦୁଇଟି ଅପେକ୍ଷା ଶ୍ରେଷ୍ଠତର ଆଜ୍ଞା ଆଉ ନାହଁ।”
32
ଧର୍ମଗୁରୁ କହିଲେ, “ଗୁରୁ, ଆପଣ ଠିକ୍ କହିଛନ୍ତି! ବାସ୍ତବିକ୍ ଆପଣ କହିବା ଅନୁଯାୟୀ, କେବଳ ଆମ୍ଭମାନଙ୍କର ପ୍ରଭୁ ହେଉଛନ୍ତି ଏକ ଈଶ୍ୱର - ତାଙ୍କ ବିନା ଅନ୍ୟ ଈଶ୍ୱର ନାହାନ୍ତି।
33
ମନୁଷ୍ୟ ତା’ର ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ମନ, ସମ୍ପୂର୍ଣ୍ଣ ଶକ୍ତି ସାମର୍ଥ୍ୟ ଦେଇ ତାଙ୍କୁ ପ୍ରେମ ଓ ଭକ୍ତି କରିବା ସଙ୍ଗେ ସଙ୍ଗେ ତା’ର ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କରିବା ଆବଶ୍ୟକ। ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପଶୁ ଓ ଅନ୍ୟାନ୍ୟ ବଳି ଉତ୍ସର୍ଗ କରିବା ଅପେକ୍ଷା, ଏହି ଦୁଇଟି ଆଜ୍ଞା ପାଳନ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।”
34
ତାଙ୍କର ଜ୍ଞାନବାନ୍ ଉତ୍ତର ଶୁଣି ଯୀଶୁ କହିଲେ, “ତୁମେ ଈଶ୍ୱରଙ୍କ ରାଜ୍ୟଠାରୁ ବହୁଦୂରରେ ନାହଁ।” ଏହାପରେ ଯୀଶୁଙ୍କୁ ଆଉ ପ୍ରଶ୍ନ ପଚାରିବାକୁ କେହି ସାହସ କଲେ ନାହିଁ।
35
ମନ୍ଦିରରେ ଦିନେ ଶିକ୍ଷା ଦେଲାବେଳେ ଯୀଶୁ ଗୋଟିଏ ପ୍ରଶ୍ନ ପଚାରିଲେ,
36
“ଧର୍ମଗୁରୁମାନେ କାହିଁକି କହନ୍ତି, ମସୀହ ଦାଉଦଙ୍କ ବଂଶଧର ବୋଲି? ପବିତ୍ର ଆତ୍ମାଙ୍କଠାରୁ ପ୍ରେରଣା ପାଇ ଦାଉଦ କହିଛନ୍ତି: ‘ଈଶ୍ୱର ମୋ’ ପ୍ରଭୁଙ୍କୁ କହିଲେ, ଆମେ ତୁମର ସମସ୍ତ ଶତ୍ରୁଙ୍କୁ ତୁମ ପଦାନତ କରିବା ପର୍ଯ୍ୟନ୍ତ, ତୁମେ ଆମର ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’
37
“ଏଥିରୁ ଜଣାଯାଉଛି ଯେ, ମସୀହଙ୍କୁ ଦାଉଦ ‘ପ୍ରଭୁ’ ବୋଲି ଉଲ୍ଲେଖ କରିଛନ୍ତି। ତା’ହେଲେ ମସୀହ ଦାଉଦଙ୍କ ବଂଶଧର ହେବେ କିପରି?”
38
ଥରେ ଗୋଟିଏ ବିରାଟ ଜନତା ଆଗ୍ରହରେ ଯୀଶୁଙ୍କ କଥା ଶୁଣୁଥିଲେ।
39
ସେମାନଙ୍କୁ ଶିକ୍ଷା ଦେଲାବେଳେ ଯୀଶୁ କହିଲେ, “ଦୀର୍ଘ ପୋଷାକ ପିନ୍ଧି ହାଟ ବଜାରମାନଙ୍କରେ ଲୋକମାନଙ୍କଠାରୁ ସମ୍ମାନ ପାଉଥିବା ଏବଂ ସମାଜ ଗୃହ ଓ ଭୋଜୀମାନଙ୍କରେ ବିଶିଷ୍ଟ ସ୍ଥାନ ଅଧିକାର କରୁଥିବା ଧର୍ମଗୁରୁମାନଙ୍କ ପ୍ରତି ସତର୍କ ରୁହ।
40
ସେମାନେ ବିଧବାମାନଙ୍କ ନିଃସହାୟତାର ସୁଯୋଗ ନେଇ ସେମାନଙ୍କ ସମ୍ପତ୍ତି ଆତ୍ମସାତ୍ କରନ୍ତି। କିନ୍ତୁ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି ଏଥିପାଇଁ ସେମାନେ ଅଧିକ କଠୋର ଦଣ୍ଡ ପାଇବେ।”
41
ଦିନେ ଯୀଶୁ ମନ୍ଦିରର ଦାନ ଦେବା ସ୍ଥାନ ନିକଟରେ ବସିଥିଲେ। ଲୋକମାନେ ଆସି ସେଠାରେ ରଖାଯାଇଥିବା ବାକ୍ସରେ ଦାନ ପକାଉଥିବା ସେ ନିରୀକ୍ଷଣ କରୁଥିଲେ। ଧନୀ ଲୋକମାନେ ସେଥିରେ ଅନେକ ଟଙ୍କା ପକାଉଥିଲେ।
42
ସେତେବେଳେ ଜଣେ ଗରିବ ବିଧବା ସେଠାକୁ ଆସି କେବଳ ଦୁଇଟି ଛୋଟ ତମ୍ବା ମୁଦ୍ରା ସେହି ବାକ୍ସରେ ପକାଇଲା।
43
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଏହି ଗରିବ ବିଧବାର ଦାନ ଅନ୍ୟ ସମସ୍ତେ ଦେଇଥିବା ଧନଠାରୁ ଅଧିକ।
44
ଧନୀ ଲୋକମାନେ ସେମାନଙ୍କର ବଳକା ଧନରୁ ଦେଇଛନ୍ତି, କିନ୍ତୁ ଏହି ସ୍ତ୍ରୀ ଲୋକଟି ତା’ର ଦାରିଦ୍ର୍ୟ ସତ୍ତେ୍ୱ ତା’ ପାଖରେ ଯାହା କିଛି ସମ୍ବଳ ଥିଲା, ସବୁ ଦେଇ ଦେଇଛି।”
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16