bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 11
Mark 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 12 →
1
ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବେଥ୍ଫାଗୀ ଓ ବେଥାନୀ ଗ୍ରାମର ଉପକଣ୍ଠରେ ଥିବା ଜୀତପର୍ବତ ପାଖରେ ପହଞ୍ôଚଲେ। ଯୀଶୁ ତାଙ୍କର
2
ଦୁଇଜଣ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ଆଗରୁ ପଠାଇ କହିଥିଲେ, “ସମ୍ମୁଖରେ ଥିବା ଗ୍ରାମକୁ ଯାଅ, ସେଠାରେ ପହଞ୍ôଚବାକ୍ଷଣି କେବେ କେହି ଚଢ଼ି ନ ଥିବା ଗୋଟିଏ ଗଧ ଛୁଆ ବନ୍ଧା ହୋଇ ଥିବାର ଦେଖିବ, ତାକୁ ଫିଟାଇ ମୋ’ ପାଖକୁ ନେଇଆସ।
3
‘କାହିଁକି ଏହା କରୁଛ’ ବୋଲି ଯଦି କିଏ ପଚାରେ; ତାକୁ କହିବ, ‘ଗୁରୁଙ୍କର ଦରକାର ଅଛି ଏବଂ ଶୀଘ୍ର ତାକୁ ଫେରାଇ ଦେବେ’।”
4
ସେମାନେ ଉକ୍ତ ଗ୍ରାମକୁ ଯାଇ ଦେଖିଲେ ଗୋଟିଏ ଗଧ ଛୁଆ ଗାଁ ଦାଣ୍ଡରେ ଗୋଟିଏ ଦ୍ୱାରରେ ବନ୍ଧା ହୋଇଛି।
5
ତାକୁ ଫିଟାଇବାବେଳେ ପାଖରେ ଠିଆ ହୋଇଥିବା କେତେଜଣ ପଚାରିଲେ, “କଅଣ କରୁଛ, ଗଧ ଛୁଆକୁ ଫିଟାଉଛ କାହିଁକି?”
6
ଯୀଶୁ କହିଥିବା ଅନୁଯାୟୀ ଶିଷ୍ୟମାନେ ଉତ୍ତର ଦେଲେ ଏବଂ ଗ୍ରାମବାସୀମାନେ ସେମାନଙ୍କୁ ଛାଡ଼ି ଦେଲେ।
7
ଶିଷ୍ୟମାନେ ଗଧ ଛୁଆକୁ ଆଣି ତା’ ପିଠିରେ ନିଜର ଲୁଗା ବିଛାଇ ଦେଲେ ଏବଂ ଯୀଶୁ ତା’ ଉପରେ ବସିଲେ।
8
ଅନେକେ ରାସ୍ତା ଉପରେ ମଧ୍ୟ ନିଜର ଲୁଗା ବିଛାଇ ଦେଲେ। ଅନ୍ୟମାନେ ଗଛ ଡ଼ାଳ ସବୁ କାଟି ରାସ୍ତା ଉପରେ ପକାଇଲେ।
9
ଯୀଶୁଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ:
10
“ହୋଶାନ୍ନା, ପ୍ରଭୁଙ୍କ ନାମରେ ଯିଏ ଆସୁଛନ୍ତି, ତାଙ୍କର ଜୟ ହେଉ। ପୁନଃ ପ୍ରତିଷ୍ଠିତ ହେବାକୁ ଯାଉଥିବା ଆମ ପିତା ଦାଉଦ ରାଜାଙ୍କ ରାଜ୍ୟକୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଈଶ୍ୱରଙ୍କ ଗୌରବ ହେଉ।”
11
ଯୀଶୁ ଯିରୂଶାଲମରେ ପ୍ରବେଶ କଲେ ଏବଂ ମନ୍ଦିରକୁ ଯାଇ ସବୁଆଡ଼େ ଦୃଷ୍ଟିପାତ କଲେ। କିନ୍ତୁ ସେତେବେଳେ ସନ୍ଧ୍ୟା ହୋଇ ଆସୁଥିବାରୁ ବାର ଜଣ ଶିଷ୍ୟଙ୍କ ସହିତ ଯୀଶୁ ବେଥାନୀ ଗ୍ରାମକୁ ଚାଲିଗଲେ।
12
ତା’ ପରଦିନ ସେମାନେ ବେଥାନୀରୁ ଫେରିବାବେଳେ ଯୀଶୁ କ୍ଷୁଧାର୍ତ୍ତ ହେଲେ।
13
ଗୋଟିଏ ଡ଼ିମିରି ବୃକ୍ଷରେ ବହୁତ ପତ୍ର ହୋଇଥିବାର ସେ ଦୂରରୁ ଦେଖିଲେ। ସେଥିରେ ଫଳ ଅଛି କି ନାହିଁ, ଦେଖିବା ପାଇଁ ଯୀଶୁ ତା’ ନିକଟକୁ ଗଲେ। ସେଥିରେ ପତ୍ର ଛଡ଼ା ଆଉ କିଛି ଦେଖିଲେ ନାହିଁ, କାରଣ ସେତେବେଳେ ଡ଼ିମିରି ଫଳିବାର ଉପଯୁକ୍ତ ସମୟ ହୋଇ ନ ଥିଲା।
14
ଯୀଶୁ ସେହି ଗଛକୁ ଚାହିଁ କହିଲେ, “ତୋ’ଠାରୁ ଆଉ କେହି କେବେ ଫଳ ଖାଇବାକୁ ପାଇବେ ନାହିଁ।” ଶିଷ୍ୟମାନେ ଏହା ଶୁଣିଲେ।
15
ସେମାନେ ଯିରୂଶାଲମରେ ପହଞ୍ôଚ ମନ୍ଦିର ଭିତରକୁ ଗଲେ ଏବଂ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାର କରିଦେଲେ। ମୁଦ୍ରା ବ୍ୟବସାୟୀମାନଙ୍କ ମେଜ ଓ ପାରାବିକ୍ରେତାମାନଙ୍କ ଭାଡ଼ି ସବୁ ଓଲଟାଇ ପକାଇଲେ।
16
ମନ୍ଦିର ପ୍ରାଙ୍ଗଣ ଦେଇ ଜିନିଷପତ୍ର ନେବା ଆଣିବା କରିବାକୁ କାହାରିକୁ ଛାଡ଼ିଦେଲେ ନାହିଁ।
17
ତା’ପରେ ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, “ଧର୍ମଶାସ୍ତ୍ରରେ ଲେଖା ହୋଇଛି, ‘ମୋ’ ମନ୍ଦିର ସମସ୍ତ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଗୃହ ବୋଲି ବିଖ୍ୟାତ ହେବ’, କିନ୍ତୁ ତୁମ୍ଭେମାନେ ତାକୁ ଦସ୍ୟୁ ଆଡ଼୍ଡ଼ାରେ ପରିଣତ କରିଛ।”
18
ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନେ ଏ ଘଟଣା ବିଷୟରେ ଶୁଣି ଯୀଶୁଙ୍କୁ ହତ୍ୟା କରିବା ପାଇଁ ଉପାୟ ଖୋଜିବାକୁ ଲାଗିଲେ। ସେମାନେ ଯୀଶୁଙ୍କୁ ଭୟ କରୁଥିଲେ। କାରଣ ଲୋକମାନେ ତାଙ୍କ ଶିକ୍ଷାରେ ମୁଗ୍ଧ ହୋଇଯାଇଥିଲେ।
19
ସେଦିନ ସନ୍ଧ୍ୟା ହେବା ପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ସହର ଛାଡ଼ି ଚାଲିଗଲେ।
20
ପରଦିନ ସେମାନେ ବାଟରେ ଯାଉଥିବାବେଳେ ଦେଖିଲେ ସେହି ଡ଼ିମିରି ଗଛଟି ମୂଳରୁ ଶୁଖି ଯାଇଛି।
21
ପୂର୍ବଦିନ କଥା ସ୍ମରଣ କରି ପିତର ଯୀଶୁଙ୍କୁ କହିଲେ, “ଗୁରୁ ଦେଖନ୍ତୁ ଆପଣଙ୍କ ଦ୍ୱାରା ଅଭିଶପ୍ତ ଡ଼ିମିରି ଗଛଟି ମରିଯାଇଛି।”
22
ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କଠାରେ ବିଶ୍ୱାସ କର।
23
ମୁଁ ନିଶ୍ଚିତଭାବେ ତୁମ୍ଭମାନଙ୍କୁ କହୁଛି, ଯଦି କେହି ଏହି ପାହାଡ଼କୁ ଉଠିଯାଇ ସମୁଦ୍ରରେ ପଡ଼ିବା ପାଇଁ କହେ ଏବଂ ମନରେ ସନ୍ଦେହ ନ ରଖି, ସେ ଯାହା କହିଛି, ତାହା ହେବ ବୋଲି ବିଶ୍ୱାସ କରେ, ତେବେ ତାହା ନିଶ୍ଚୟ ଘଟିବ।
24
ସେଥିପାଇଁ ମୁଁ କହୁଛି ପ୍ରାର୍ଥନା କରିବାବେଳେ ଯାହା ମାଗୁଛ, ତାହା ପାଇଯାଇଛ ବୋଲି ବିଶ୍ୱାସ କର, ତେବେ ତାହା ତୁମେ ନିଶ୍ଚୟ ପାଇବ।
25
ପ୍ରାର୍ଥନା କରିବା ପାଇଁ ଠିଆ ହେଲାବେଳେ, କାହା ବିରୁଦ୍ଧରେ ତୁମର ଯଦି କିଛି ଥାଏ, ତାକୁ କ୍ଷମା କରିଦିଅ। ତାହାହେଲେ ତୁମର ସ୍ୱର୍ଗସ୍ଥ ପିତା ଈଶ୍ୱର ତୁମର ସବୁ ଦୋଷ କ୍ଷମା କରିଦେବେ।
26
(“କିନ୍ତୁ ତୁମେ ଯଦି ଅନ୍ୟମାନଙ୍କୁ କ୍ଷମା ନ କର, ତୁମ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମର ଅପରାଧ ସବୁ କ୍ଷମା କରିବେ ନାହିଁ।”)
27
ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିବା ସମୟରେ ମୁଖ୍ୟ ପୁରୋହିତ, ଧର୍ମଗୁରୁ ଓ ଇହୁଦୀ ଧର୍ମନେତାମାନେ ତାଙ୍କ ନିକଟକୁ ଆସି ପଚାରିଲେ,
28
“ଏସବୁ କାର୍ଯ୍ୟ କରିବା ପାଇଁ ତୁମର କି ଅଧିକାର ଅଛି? ଏ ଅଧିକାର ତୁମକୁ କିଏ ଦେଲା?”
29
ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କୁ ଗୋଟିଏ ମାତ୍ର ପ୍ରଶ୍ନ ପଚାରିବି। ଯଦି ତା’ର ଉତ୍ତର ଦେଇ ପାରିବ, ଏସବୁ କରିବା ପାଇଁ ମୋର କି ଅଧିକାର ଅଛି, ତାହା ତୁମ୍ଭମାନଙ୍କୁ କହିବି।
30
“ଜଳଦୀକ୍ଷା ଦେବା ଅଧିକାର ଯୋହନ କାହାଠାରୁ ପାଇଥିଲେ, ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ?”
31
ସେମାନେ ପରସ୍ପର ଭିତରେ ତର୍କ କରିବାକୁ ଲାଗିଲେ, “ଏ କଥାର କି ଉତ୍ତର ଦେବା? ଯଦି କହିବା ‘ଈଶ୍ୱରଙ୍କଠାରୁ’, ଯୋହନଙ୍କୁ ଆମେ କାହିଁକି ବିଶ୍ୱାସ କଲୁ ନାହିଁ ବୋଳି ସେ ପଚାରିବେ।
32
ଯଦି କହୁ ‘ମନୁଷ୍ୟଠାରୁ’” ..... (ସେମାନେ ଜନତାକୁ ଭୟ କରୁଥିଲେ, କାରଣ ସମସ୍ତଙ୍କର ଦୃଢ଼ ଧାରଣା ହୋଇଥିଲା ଯେ, ଯୋହନ ଈଶ୍ୱରଙ୍କର ଜଣେ ଭାବବାଦୀ ଥିଲେ।)
33
ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମେ ଜାଣି ନାହୁଁ।” ଯୀଶୁ ସେମାନଙ୍କୁ କହିଲେ, “କି ଅଧିକାରରେ ଏସବୁ କାର୍ଯ୍ୟ କରୁଛି, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16