bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Mark 4
Mark 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
1
ହ୍ରଦ କୂଳରେ ଯୀଶୁ ପୁଣି ଥରେ ଶିକ୍ଷା ଦେବାକୁ ଆରମ୍ଭ କଲେ। ଯୀଶୁଙ୍କ ଚାରିପଟେ ଏତେ ଲୋକ ଘେରିଗଲେ ଯେ ସେ ଗୋଟିଏ ନୌକାରେ ଯାଇ ବସିଲେ। ନୌକାଟି ପାଣି ଭିତରେ ଅଳ୍ପ ଦୂରରେ ଥିଲା ଓ ଲୋକମାନେ କୂଳରେ ଠିଆ ହୋଇ ରହିଲେ।
2
ଯୀଶୁ ଗଳ୍ପ ଛଳରେ ସେମାନଙ୍କୁ ଶିକ୍ଷା ଦେଲେ। ସେ କହିଲେ,
3
“ଶୁଣ! ଥରେ ଜଣେ ଲୋକ କ୍ଷେତରେ ବିହନ ବୁଣିବାକୁ ବାହାରିଲା।
4
ସେ ବିହନ ବୁଣିଲାବେଳେ ରାସ୍ତା ଉପରେ କେତେ ପଡ଼ିଲା ଏବଂ ପକ୍ଷୀମାନେ ସେଗୁଡ଼ିକୁ ଖାଇଗଲେ।
5
“ଆଉ କେତେ ବିହନ ପଥୁରିଆ ଜମିରେ ପଡ଼ିଲା, ସେଠାରେ ଅତି ଅଳ୍ପ ମାଟି ଥିଲା। ସେଠାରେ ମାଟିର ଗଭୀରତା ନ ଥିବାରୁ ଶୀଘ୍ର ବୀଜ ଅଙ୍କୁରିତ ହୋଇଗଲା, କିନ୍ତୁ ଚେର ଭିତରକୁ ଯାଇ ପାରିଲା ନାହିଁ।
6
ପରେ ସୂର୍ଯ୍ୟର ପ୍ରଚଣ୍ଡ ତାପରେ ସେହି ଚାରା ଗଛ ସବୁ ଶୁଖିଗଲା।
7
ଆଉ କେତେ ବିହନ କଣ୍ଟା ବୁଦାରେ ପଡ଼ିଲା। ଏହି କଣ୍ଟାଗଛ ବଢ଼ି ଛୋଟ ଚୋଟ ଚାରା ଗଛଗୁଡ଼ିକ ଉପରେ ମାଡ଼ି ଯିବାରୁ, ସେଥିରେ ଆଉ ଫଳ ଧରିଲା ନାହିଁ।
8
କିନ୍ତୁ ଆଉ କେେ ବୀଜ ଭଲ ଜମିରେ ପଡ଼ିଲା। ସେସବୁ ଅଙ୍କୁରିତ ହୋଇ ବଢ଼ିଲା ଓ ଫଳ ଧରିଲା; କେତେ ତିରିଶ ଗୁଣ, କେତେ ଷାଠିଏ ଗୁଣ ଓ କେତେ ଶହେ ଗୁଣ ଫଳିଲା।”
9
ଯୀଶୁ ଏହି ଦୃଷ୍ଟାନ୍ତ ଶେଷ କରି କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ମନଦେଇ ଶୁଣୁ।”
10
ଯୀଶୁ ଏକାକୀ ଥିଲାବେଳେ ଶ୍ରୋତାମାନଙ୍କ ମଧ୍ୟରୁ କେତେ ଜଣ ବାରଶିଷ୍ୟଙ୍କ ସହିତ ତାଙ୍କ ନିକଟକୁ ଆସିଲେ ଏବଂ ସେ କହିଥିବା ଦୃଷ୍ଟାନ୍ତର ତାତ୍ପର୍ଯ୍ୟ ବୁଝାଇବାକୁ ଅନୁରୋଧ କଲେ।
11
ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରାଯାଇଛି। କିନ୍ତୁ ଅନ୍ୟମାନଙ୍କୁ ଏ ସମସ୍ତ ଗଳ୍ପ ଛଳରେ କୁହାଯାଇଛି। ସେଥିପାଇଁ -
12
‘ସେମାନେ ଚାହିଁ ରହନ୍ତି କିନ୍ତୁ କିଛି ଦେଖି ପାରନ୍ତି ନାହିଁ। ସବୁ କଥା ଶୁଣୁ ଥାଆନ୍ତି କିନ୍ତୁ କିଛି ବୁଝି ପାରନ୍ତି ନାହିଁ। ସେମାନେ ଯଦି ପ୍ରକୃତରେ ଦେଖନ୍ତେ ଓ ବୁଝନ୍ତେ, ସେମାନେ ଈଶ୍ୱରଙ୍କ ନିକଟକୁ ଫେରି ଆସନ୍ତେ ଏବଂ ଈଶ୍ୱର ସେମାନଙ୍କୁ କ୍ଷମା ଦିଅନ୍ତେ’।”
13
ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ଦୃଷ୍ଟାନ୍ତର ଅର୍ଥ କ’ଣ ବୁଝି ପାରୁ ନାହଁ? ତେବେ ଅନ୍ୟ ଦୃଷ୍ଟାନ୍ତ ସବୁକୁ ବୁଝିବ କିପରି?
14
ଈଶ୍ୱରଙ୍କ ବାର୍ତ୍ତା ପ୍ରଚାରକ, ବିହନ ବୁଣାଳୀ ସଦୃଶ।
15
ବାଟରେ ପଡ଼ିଥିବା ବୀଜ ପରି ସେହି ବାର୍ତ୍ତାକୁ କେତେ ଲୋକ ଗ୍ରହଣ କରନ୍ତି। କିନ୍ତୁ ସେମାନେ ଶୁଣିବା ମାତ୍ରେ ଶୟତାନ ତାହା ହରଣ କରିନିଏ।
16
ପଥୁରିଆ ଜମିରେ ପଡ଼ିଥିବା ବିହନ ପରି ସେହି ବାର୍ତ୍ତାକୁ କେତେ ଲୋକ ଶୁଣିବାକ୍ଷଣି ଆନନ୍ଦରେ ଗ୍ରହଣ କରନ୍ତି,
17
କିନ୍ତୁ ଗଭୀର ଭାବରେ ତାହା ହୃଦୟଙ୍ଗମ ନ କରିବାରୁ ସେମାନେ ସେଥିରେ ସ୍ଥିର ହୋଇ ରହିପାରନ୍ତି ନାହିଁ ଏବଂ ସେହି ବାର୍ତ୍ତା ଯୋଗୁଁ ଯେତେବେଳେ ଦୁଃଖ କଷ୍ଟ ଓ ଉତ୍ପୀଡ଼ନ ଆସି ପହଞ୍ଚେ, ସେମାନଙ୍କର ପତନ ହୁଏ।
18
କଣ୍ଟାବୁଦାରେ ପଡ଼ିଥିବା ବିହନ ପରି ସେହି ବାର୍ତ୍ତାକୁ ଆଉ କେତେକ ଲୋକ ଶୁଣନ୍ତି,
19
କିନ୍ତୁ ସାଂସାରିକ ଚିନ୍ତା, ଅର୍ଥଲୋଭ ଓ ନାନା ପ୍ରକାର ଲାଳସା ସେମାନଙ୍କ ମନକୁ ଘାରି ପକାଇବାରୁ ସେହି ବାର୍ତ୍ତା ଫଳପ୍ରଦ ହୁଏ ନାହିଁ।
20
କିନ୍ତୁ ଭଲ ଜମିରେ ପଡ଼ିଥିବା ବିହନ ପରି, ସେହି ବାର୍ତ୍ତାକୁ ଆଉ କେତେକ ଶୁଣି ଗ୍ରହଣ କରନ୍ତି ଏବଂ ଜୀବନରେ କେହି ତିରିଶ ଗୁଣ, କେହି ଷାଠିଏ ଗୁଣ ଓ କେହି ଶହେ ଗୁଣ ଫଳ ଫଳନ୍ତି।”
21
ଯୀଶୁ ପୁଣି କହିଲେ, “କେହି କ’ଣ ଦୀପଟିଏ ଜାଳି ମାଣ ତଳେ ଢ଼ାଙ୍କି ରଖେ ବା ଖଟ ତଳେ ଥୋଇଦିଏ? ତାହା କ’ଣ ଦୀପରୁଖା ଉପରେ ରଖାଯାଏ ନାହିଁ?
22
ଯାହା ଲୁକ୍କାୟିତ ଅଛି, ତାହା ପ୍ରକାଶ ପାଇବ; ଯାହା ଆବୃତ ହୋଇ ରହିଛି, ତାହା ଅନାବୃତ ହେବ।
23
ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
24
ଯୀଶୁ ସେମାନଙ୍କୁ କହିଲେ, “ଯାହା ଶୁଣୁଛ, ସେଥିପ୍ରତି ମନୋଯୋଗୀ ହୁଅ। ଯେଉଁ ମାନଦଣ୍ଡରେ ତୁମେ ଅନ୍ୟର ବିଚାର କର, ସେହି ମାନଦଣ୍ଡରେ, କିନ୍ତୁ ଅଧିକ କଠୋର ଭାବରେ ଈଶ୍ୱର ତୁମର ବିଚାର କରିବେ।
25
“ଯାହାର ଅଛି, ତାକୁ ଅଧିକ ଦିଆଯିବ। ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।”
26
ଯୀଶୁ କହିବାକୁ ଲାଗିଲେ; “ଈଶ୍ୱରଙ୍କ ରାଜ୍ୟର ପ୍ରସାର ଏହିପରି। ଜଣେ ଲୋକ କ୍ଷେତରେ ବିହନ ବୁଣେ।
27
ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ରହେ, କିନ୍ତୁ ବିହନ ଅଙ୍କୁରିତ ହୋଇ କିପରି ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।
28
ଗଛ ବଢ଼ି ଫଳ ଧରିବା ପାଇଁ ମାଟି ହିଁ ସବୁ କିଛି କରେ - ପ୍ରଥମେ ଗଛର ବୀଜପତ୍ର, ତା’ପରେ ଶିଷା ଏବଂ ଶେଷରେ କେଣ୍ଡାରେ ଶସ୍ୟ ଭରିଯାଏ।
29
ଶସ୍ୟ ପାଚି ଅମଳ ସମୟ ଉପସ୍ଥିତ ହେଲେ, ସେ ଦାଆ ଧରି କାଟେ।”
30
ଯୀଶୁ ପଚାରିଲେ; “ଈଶ୍ୱରଙ୍କ ରାଜ୍ୟ ସହିତ କାହାର ତୁଳନା କରାଯାଇପାରେ? ତାକୁ ବୁଝାଇବା ପାଇଁ କି ଦୃଷ୍ଟାନ୍ତ ଦେବି?
31
ତାହା ଗୋଟିଏ ସୋରିଷ ପରି। ସୋରିଷ ମଞ୍ଜିଟିଏ ଅତି କ୍ଷୁଦ୍ର ହେଲେ ସୁଦ୍ଧା,
32
ମାଟିରେ ପଡ଼ିଲେ ତାହା ବଢ଼ି ଶାଖାପ୍ରଶାଖା ମେଲାଇ ଗୋଟିଏ ବଡ଼ ଗଛରେ ପରିଣତ ହୁଏ ଏବଂ ପକ୍ଷୀମାନେ ତା’ ଛାୟାରେ ଆଶ୍ରୟ ନିଅନ୍ତି।”
33
ଏହିପରି ଅନେକ ଦୃଷ୍ଟାନ୍ତ କଥା କହି ଯୀଶୁ ତାଙ୍କ ବାର୍ତ୍ତା ପ୍ରଚାର କଲେ; ସେମାନେ ଯେତିକି ବୁଝି ପାରିବେ, ସେ ସେତିକି କହୁଥିଲେ।
34
ଦୃଷ୍ଟାନ୍ତ ବ୍ୟତୀତ ସେ ସେମାନଙ୍କୁ ଉପଦେଶ ଦେଉ ନ ଥିଲେ। କିନ୍ତୁ କେବଳ ଶିଷ୍ୟମାନଙ୍କ ସହିତ ଥିବାବେଳେ ସେ ସେମାନଙ୍କୁ ସବୁ କଥା ବ୍ୟାଖ୍ୟା କରୁଥିଲେ।
35
ସେହି ଦିନ ସନ୍ଧ୍ୟାରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଆମେ ହ୍ରଦର ଆର ପାରିକୁ ଯିବା।”
36
ତେଣୁ ସେମାନେ ଲୋକମାନଙ୍କୁ ଛାଡ଼ି ନୌକାରେ ଯାଇ ବସିଲେ। ସେଥିରେ ଯୀଶୁ ଆଗରୁ ବସିଥିଲେ। ସେମାନେ ନୌକା ବାହିବାକୁ ଲାଗିଲେ। ହ୍ରଦରେ ଆହୁରି ଅନେକ ନୌକା ଥିଲା।
37
ହଠାତ୍ ଜୋରରେ ପବନ ବହିଲା ଏବଂ ନୌକା ଭିତରକୁ ଢ଼େଉ ପଶି ଆସିବାରୁ ନୌକାଟି ଜଳପୂର୍ଣ୍ଣ ହେବାକୁ ଲାଗିଲା।
38
ଯୀଶୁ ନୌକାର ପଛଭାଗରେ ତକିଆ ଉପରେ ମୁଣ୍ଡ ରଖି ଶୋଇ ପଡ଼ିଥିଲେ। ଶିଷ୍ୟମାନେ ତାଙ୍କୁ ଉଠାଇ କହିଲେ, “ଗୁରୁ, ଆମେ ବୁଡ଼ି ମରିଯିବୁ, ଆପଣଙ୍କର କଅଣ ଚିନ୍ତା ନାହିଁ?”
39
ଯୀଶୁ ଠିଆ ହୋଇ ପବନକୁ ଧମକ ଦେଇ କହିଲେ, “ଶାନ୍ତ ହୁଅ,” ଏବଂ ଢ଼େଉକୁ କହିଲେ, “ସୁସ୍ଥିର ହୁଅ”। ହଠାତ୍ ପବନ ଥମିଗଲା ଏବଂ ସବୁ ସୁସ୍ଥିର ହେଲା।
40
ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “କାହିଁକି ଏତେ ଡ଼ରୁଛ? ଏପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ଆସି ନାହିଁ?”
41
କିନ୍ତୁ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ ପଚାରିଲେ, “ଏହି ବ୍ୟକ୍ତି କିଏ? ପାଣି ଓ ପବନ ମଧ୍ୟ ତାଙ୍କ କଥା ମାନନ୍ତି!”
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16