bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 1
John 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 2 →
1
ଯୀଶୁଙ୍କର ଜଗତରେ ଆବିର୍ଭାବ ଜଗତ ଆରମ୍ଭର ପୂର୍ବରୁ ବାକ୍ୟ ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ।
2
ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ।
3
ତାହାଙ୍କ ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ।
4
ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା।
5
ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରି ନାହିଁ।
6
ଯୋହନ ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ।
7
ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରି ପାରିଲେ।
8
ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ।
9
ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।
10
ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ।
11
ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ,
12
ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେ ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ,
13
ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନ କରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ।
14
ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ।
15
ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ। ସେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ଠାରୁ ବହୁତ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ।‘”
16
‘ବାକ୍ୟ’ ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ।
17
ମୋଶାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା।
18
ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି।
19
ଯୀଶୁଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି ଯିରୁଶାଲମରୁ ଯିହୂଦୀମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। “ତୁମ୍ଭେ କିଏ?” ଏହା ତାହାଙ୍କୁ ପଗ୍ଭରିବା ପାଇଁ ଯିହୂଦୀମାନେ ସେମାନଙ୍କୁ ପଠାଇଥିଲେ।
20
ଯୋହନ ମୁକ୍ତ ଭାବରେ କହିଲେ। ସେ ଉତ୍ତର ଦେବା ପାଇଁ ଅସ୍ୱୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”
21
ଯିହୂଦୀମାନେ ଯୋହନଙ୍କୁ ପଗ୍ଭରିଲେ, ତାହାହେଲେ “ତୁମ୍ଭେ କିଏ? ତୁମ୍ଭେ କ’ଣ ଏଲିୟ?” ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।” ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି ଭବିଷ୍ୟଦ୍ବକ୍ତା?” ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟଦ୍ବକ୍ତା ନୁହେଁ।”
22
ତା’ପରେ ଯିହୂଦୀମାନେ ପଗ୍ଭରିଲେ, “ତେବେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟରେ କୁହ, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟରେ କ’ଣ କହୁଛ?”
23
ଯୋହନ ସେମାନଙ୍କୁ ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାଣୀ କହିଲେ: “ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର: ‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”
24
ଫାରୂଶୀମାନେ ଏହି ଯିହୂଦୀମାନଙ୍କୁ ପଠାଇଥିଲେ।
25
ଏହି ଲୋକମାନେ ଯୋହନଙ୍କୁ କହିଲେ, “ତୁମ୍ଭେ କହୁଛ ଯେ ତୁମ୍ଭେ ଖ୍ରୀଷ୍ଟ ନୁହଁ। ତୁମ୍ଭେ କହୁଛ ଯେ ତୁମ୍ଭେ ଏଲିୟ ନୁହଁ କିମ୍ବା ସେହି ଭବିଷ୍ୟଦ୍ବକ୍ତା ନୁହଁ, ତେବେ ତୁମ୍ଭେ କାହିଁକି ଲୋକମାନଙ୍କୁ ବାପ୍ତିଜିତ ଦେଉଛ?”
26
ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେଉଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ।
27
ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟେଇବା ପାଇଁ ଯୋଗ୍ୟ ନୁହେଁ।”
28
ଏହିସବୁ ଘଟଣା ଯର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ।
29
ଯୀଶୁ, ପରମେଶ୍ୱରଙ୍କ ମେଷଶାବକ ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।
30
ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି। ମୁଁ କହିଥିଲି, ‘ମୋ’ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ’ଠାରୁ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ, ସେ ସର୍ବଦା ରହିଛନ୍ତି।’
31
ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣି ନ ଥିଲି। କିନ୍ତୁ ଇସ୍ରାଏଲ ଯେପରି ଜାଣି ପାରିବ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।”
32
ତା’ପରେ ଯୋହନ କହିଲେ, “ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣି ନ ଥିଲି। କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେବା ପାଇଁ ପଠେଇଥିଲେ। ଏବଂ ପରମେଶ୍ୱର ମୋତେ କହିଥିଲେ, ‘ତୁମ୍ଭେ ପବିତ୍ରଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେହି ବ୍ୟକ୍ତି ଯେକି ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଦେବେ।’” ଯୋହନ କହିଲେ, “ଏସବୁ ଘଟିବାର ମୁଁ ଦେଖିଛି। ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖା ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି।
34
ତେଣୁ ମୁଁ ଲୋକମାନଙ୍କୁ ଏହା କହେ: ‘ସେ (ଯୀଶୁ) ପରମେଶ୍ୱରଙ୍କର ପୁତ୍ର।’”
35
ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ ତହିଁ ଆରଦିନ ଯୋହନ ପୁଣି ସେଠାରେ ଥିଲେ, ତାହାଙ୍କ ସହିତ ତାହାଙ୍କର ଦୁଇଜଣ ଶିଷ୍ୟ ଥିଲେ।
36
ସେତେବେଳେ ଯୋହନ ଯୀଶୁଙ୍କୁ ଯିବାର ଦେଖିଲେ। ସେ କହିଲେ, “ଦେଖ, ପରମେଶ୍ୱରଙ୍କର ମେଷଶାବକ।”
37
ସେହି ଦୁଇଜଣ ଶିଷ୍ୟ ଯୋହନଙ୍କ କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ଅନୁସରଣ କଲେ।
38
ଯୀଶୁ ବୁଲି ପଡ଼ି ଦେଖିଲେ ଯେ, ସେହି ଦୁଇଜଣ ବ୍ୟକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହଁ?” ସେମାନେ ଉତ୍ତର ଦେଲେ, “ରାବ୍ବୀ, ଆପଣ କେଉଁଠାରେ ରହୁଛନ୍ତି?” (“ରାବ୍ବୀ” ଅର୍ଥାତ୍ “ଗୁରୁ”)
39
ଯୀଶୁ ସେମାନଙ୍କୁ କହିଲେ, “ମୋ’ ସହିତ ଆସ, ତୁମ୍ଭେମାନେ ଦେଖିବ।” ତେଣୁ ସେହି ଦୁଇଜଣ ଯୀଶୁଙ୍କ ସହିତ ଗଲେ। ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସେମାନେ ଯୀଶୁଙ୍କ ସିହତ ରହିଲେ। ସେତେବେଳେ ସମୟ ପ୍ରାୟ ଗ୍ଭରିଘଣ୍ଟା ହୋଇଥିଲା
40
ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମୋନ ପିତରଙ୍କର ଭାଇ ଥିଲେ।
41
ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମୋନଙ୍କ ପାଖକୁ ଗଲେ। ସେ ଶିମୋନଙ୍କୁ କହିଲେ, “ଆମ୍ଭେ ମଶୀହଙ୍କୁ ଭେଟିଛୁ।” (“ମଶୀହ” ଅର୍ଥାତ୍ “ଖ୍ରୀଷ୍ଟ।”)
42
ତା’ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭକୁ କେଫା ନାମରେ ଡକା ହେବ।” (“କେଫା” ଅର୍ଥାତ୍ “ପିତର।”)
43
ତା’ ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, “ମୋର ଅନୁସରଣ କର।”
44
ଫିଲିପ୍ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେଥ୍ସାଇଦା ସହରର ଲୋକ ଥିଲେ।
45
ଫିଲିପ୍ପ ନିଥନିୟେଲଙ୍କର ଦେଖା ପାଇ କହିଲେ, “ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମୋଶା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ। ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ। ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”
46
ନିଥନିୟେଲ ଫିଲିପ୍ପଙ୍କୁ କହିଲେ, “ନାଜରିତ, ନାଜରିତରୁ କ’ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?” ଫିଲିପ୍ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”
47
ଯୀଶୁ ନିଥନିୟେଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ, “ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି। ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”
48
ନିଥନିୟେଲ ତାହାଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି, ଫିଲିପ୍ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।”
49
ତା’ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”
50
ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା’ଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।”
51
ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21