bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 16
John 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 17 →
1
“ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରି ନ ପାରନ୍ତି।
2
ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି।
3
କାରଣ ସେମାନେ ପରମପିତାଙ୍କୁ ଜାଣି ନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣି ନାହାନ୍ତି।
4
ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି। ପବିତ୍ରଆତ୍ମାଙ୍କର କାର୍ଯ୍ୟ “ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି।
5
ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଗ୍ଭରୁ ନାହଁ, “ତୁମ୍ଭେ କେଉଁଆଡ଼େ ଯାଉଛ?”
6
ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି।
7
କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଗ୍ଭଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଗ୍ଭଲିଗଲା ପରେ, ମୁଁ ତୁମ୍ଭପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତେବେ ସାହାଯ୍ୟକାରୀ ଆସିବେ ନାହିଁ।
8
“ସେ ଯେତେବେଳେ ଆସିବେ, ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା ବିଗ୍ଭର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ।
9
ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ’ଠାରେ ବିଶ୍ୱାସ କରନ୍ତି ନାହିଁ।
10
ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା’ପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ।
11
ସେହି ସାହାଯ୍ୟକାରୀ ବିଗ୍ଭରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଗ୍ଭର ହୋଇ ସାରିଲାଣି।
12
“ମୋର ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ସେତେ ମାତ୍ରାରେ ସେଗୁଡ଼ିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରି ପାରିବ ନାହିଁ।
13
କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଡ଼ାଇନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କେବଳ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ।
14
ପବିତ୍ରଆତ୍ମା ମୋ’ ପାଇଁ ଗୌରବ ଆଣିବେ। ସେ ମୋ’ଠାରୁ ସମସ୍ତ ସତ୍ୟ ବିଷୟ ଗ୍ରହଣ କରି ତୁମକୁ କହିବେ।
15
ଯାହା ପରମପିତାଙ୍କର ତାହା ସବୁକିଛି ମୋର। ସେଥିପାଇଁ ମୁଁ କହିଲି, ପବିତ୍ରଆତ୍ମା ମୋ’ଠାରୁ ସବୁ ନେଇ ତୁମ୍ଭକୁ କହିବେ।
16
ଦୁଃଖ ସୁଖରେ ପରିଣତ ହେବ “ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା’ପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।”
17
କେତେଜଣ ଶିଷ୍ୟ ପରସ୍ପରକୁ କହିଲେ, “ଯୀଶୁଙ୍କର ଏପରି କହିବା ଅର୍ଥ କ’ଣ, ‘ଅଳ୍ପ ସମୟ ପରେ ତୁମ୍ଭେ ମୋତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତାରେ ତୁମ୍ଭେ ମୋତେ ଦେଖି ପାରିବ।” ପିତାଙ୍କ ନିକଟକୁ ଯିବାର ଅର୍ଥ କ’ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁ ନାହୁଁ।
18
ଶିଷ୍ୟମାନେ ପଗ୍ଭରିଲେ, ତାହାଙ୍କ କହିବା ଅନୁସାରେ “ସେହି ‘ଅଳ୍ପ ସମୟର ଅର୍ଥ କ’ଣ?’ ସେ ଏପରି କ’ଣ କହୁଛନ୍ତି ଆମ୍ଭେ ବୁଝିପାରୁ ନାହୁଁ।”
19
ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଗ୍ଭରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ମୋ’ କଥାର ଅର୍ଥ କ’ଣ, ତାହା ତୁମ୍ଭେ ପରସ୍ପରକୁ ପଗ୍ଭରୁଛ।” ମୁଁ କହିଲି, “ଅଳ୍ପକ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖି ପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖି ପାରିବ।
20
ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ,
21
“ଯେତେବେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତା’ର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହେଇଥିବା କାରଣରୁ ସେ ଏବେ ଖୁସୀ ଅନୁଭବ କରେ।
22
ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସୀ ହେବ। କେହି ତୁମ୍ଭର ଆନନ୍ଦ ନେଇ ଯିବ ନାହିଁ।
23
ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ।
24
ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ।
25
ପୃଥିବୀ ଉପରେ ବିଜୟ “ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି।
26
ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ।
27
ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ।
28
ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।”
29
ଯୀଶୁଙ୍କର ଶିଷ୍ୟମାନେ କହିଲେ, “ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁ ନାହଁ।
30
ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା’ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।”
31
ଯୀଶୁ କହିଲେ, “ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ?
32
ଶୁଣ! ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନଭିନ୍ନ ହେଇଯିବ। ତୁମ୍ଭମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହୋଇ ଗ୍ଭଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ି ଦେବ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମୋ’ ସହିତ ଅଛନ୍ତି।
33
“ମୋ’ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହସୀ ହୁଅ ମୁଁ ଜଗତକୁ ଜୟ କରିଛି।”
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21