bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 20
John 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 21 →
1
ଯୀଶୁଙ୍କର କେତେକ ଶିଷ୍ୟ ସମାଧିକୁ ଖାଲିପଡ଼ିଥିବା ଦେଖିଲେ ରବିବାର ଦିନ ପାହାନ୍ତିଆରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ଼ ପଥରଟି କବର ଦ୍ୱାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।
2
ତେଣୁ ମରିୟମ, ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯାହାଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେମାନଙ୍କ ନିକଟକୁ ଦୌଡ଼ିଗଲେ ଓ ସେ ସେମାନଙ୍କୁ କହିଲେ, “ସେମାନେ ପ୍ରଭୁଙ୍କର ମୃତଦେହକୁ କବର ଭିତରୁ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠାରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।”
3
ତେଣୁ ପିତର ଓ ଅନ୍ୟ ଶିଷ୍ୟ କବର ନିକଟକୁ ଯିବାକୁ ବାହାରିଲେ।
4
ସେମାନେ ଦୁହେଁ ଦୌଡ଼ୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ୟଜଣକ ଜୋର୍ରେ ଦୌଡ଼ୁଥିଲେ। ତେଣୁ ସେ ପ୍ରଥମେ କବର ପାଖରେ ପହଞ୍ଚିଲେ।
5
ସେ ନଇଁପଡ଼ି ଭିତରକୁ ଗ୍ଭହିଁ ପତଳା ଆଚ୍ଛାଦନ ବସ୍ତ୍ର ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।
6
ତା’ପରେ ତାହାଙ୍କ ପଛରେ ଶିମୋନ ପିତର ଆସି ପହଞ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ୟ ସେଠାରେ ପତଳା ଆଚ୍ଛାଦନ ବସ୍ତ୍ର ପଡ଼ିଥିବାର ଦେଖିଲେ।
7
ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡରେ ଗୁଡ଼ା ହୋଇଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖରେ ନ ଥାଇ ଅଲଗା ଜାଗାରେ ଗୁଡ଼େଇ ହୋଇ ପଡ଼ିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡ଼ି ନ ଥିଲା।
8
ଏହା ପରେ ଅନ୍ୟଶିଷ୍ୟ ଜଣକ ମଧ୍ୟ ଭିତରକୁ ଗଲେ, ସେହି ଶିଷ୍ୟ ଜଣକ କବର ପାଖରେ ଆଗ ପହଞ୍ଚିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ୱାସ କଲେ।
9
ଧର୍ମଶାସ୍ତ୍ର ଅନୁସାରେ ‘ଯୀଶୁ ମୃତ୍ୟୁରୁ ଅବଶ୍ୟ ପୁନର୍ଜୀବିତ ହେବେ’, ଏହାର ଅର୍ଥ ସେହି ଶିଷ୍ୟମାନେ ଏପର୍ଯ୍ୟନ୍ତ ବୁଝି ପାରି ନ ଥିଲେ।
10
ମଗ୍ଦଲୀନୀ ମରିୟମଙ୍କୁ ଯୀଶୁ ଦେଖା ଦେଲେ ତା’ପରେ ଶିଷ୍ୟମାନେ ଘରକୁ ଫେରିଗଲେ।
11
କିନ୍ତୁ ମରିୟମ କବର ବାହାରେ ଠିଆ ହୋଇ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁପଡ଼ି କବର ଭିତରକୁ ଗ୍ଭହିଁଲେ।
12
ସେ ଦୁଇଜଣ ସ୍ୱର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠାରେ ଥିଲା, ତାହା ପାଖରେ ବସିବାର ଦେଖିଲେ। ଜଣେ ସ୍ୱର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗାରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗାରେ ବସିଥିଲେ।
13
ସେମାନେ ମରିୟମଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?” ମରିୟମ ଉତ୍ତର ଦେଲେ, “ମୋର ପ୍ରଭୁଙ୍କ ଶରୀର କେତେକ ଲୋକ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠି ରଖିଛନ୍ତି, ତାହା ମୁଁ ଜାଣି ନାହିଁ।”
14
ସେ ଏହା କହି ବୁଲି ପଡ଼ିଲେ। ସେ ଯୀଶୁଙ୍କୁ ସେଠାରେ ଠିଆ ହୋଇଥିବା ଦେଖିଲେ। କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ।
15
ଯୀଶୁ ତାହାଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖୋଜୁଛ?” ମରିୟମ ଭାବିଲେ, ଏହି ଲୋକ ହିଁ ବଗିଗ୍ଭର ଯତ୍ନ ନିଅନ୍ତି। ତେଣୁ ସେ ତାହାଙ୍କୁ କହିଲେ, “ମହାଶୟ ଆପଣ କ’ଣ ଯୀଶୁଙ୍କୁ ନେଇଯାଇଛନ୍ତି? ତାହାଙ୍କୁ ଆପଣ କେଉଁଠି ରଖିଛନ୍ତି? ମୋତେ କୁହନ୍ତୁ, ମୁଁ ଯାଇ ତାହାଙ୍କୁ ଘେନି ଆସିବି।”
16
ଯୀଶୁ ତାହାଙ୍କୁ କହିଲେ, “ମରିୟମ,”। ମରିୟମ ତାହାଙ୍କ ଆଡ଼େ ବୁଲିପଡ଼ି ଯିହୂଦୀୟ ଭାଷାରେ କହିଲେ, “ରାବ୍ବୂନୀ” ଅର୍ଥାତ୍ ‘ଗୁରୁ’।
17
ଯୀଶୁ ତାହାଙ୍କୁ କହିଲେ, “ମୋତେ ଧର ନାହିଁ। ମୁଁ ଏ ପର୍ଯ୍ୟନ୍ତ ପରମପିତାଙ୍କ ପାଖକୁ ଯାଇ ନାହିଁ। କିନ୍ତୁ ତୁମ୍ଭେ ଯାଇ ମୋର ଭାଇମାନଙ୍କୁ କୁହ ଯେ, ମୁଁ ମୋର ଓ ତୁମ୍ଭର ପରମପିତାଙ୍କ ପାଖକୁ ଫେରିଯାଉଛି। ମୁଁ ମୋର ଓ ତୁମ୍ଭର ପରମେଶ୍ୱରଙ୍କ ପାଖକୁ ଯାଉଅଛି।”
18
ମଗ୍ଦଲୀନୀ ମରିୟମ ଶିଷ୍ୟମାନଙ୍କ ପାଖକୁ ଗଲେ ଓ ସେମାନଙ୍କୁ କହିଲେ, “ମୁଁ ପ୍ରଭୁଙ୍କୁ ଦେଖିଲି।” ସେ ସେମାନଙ୍କୁ ଯୀଶୁ କରିଥିବା କଥା ଶୁଣାଇଲେ।
19
ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
20
ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।
21
ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।”
22
ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର।
23
ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”
24
ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନ ଥିଲା। ସେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା।
25
ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।”
26
ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
27
ତା’ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।”
28
ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”
29
ଯୀଶୁ ଥୋମାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ। ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।”
30
ଯୋହନ ଏହି ବହି ଲେଖିବାର କାରଣ ଯୀଶୁ ଅନେକଗୁଡ଼ିଏ ଅନ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟଗୁଡ଼ିକ କଲେ। ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ,
31
କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21