bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 9
John 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 10 →
1
ଯୀଶୁ ଜଣେ ଜନ୍ମାନ୍ଧକୁ ଦୃଷ୍ଟିଶକ୍ତି ଦେଲେ ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା।
2
ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା’ ନିଜର ପାପ ନା ତା’ ପିତାମାତାଙ୍କର?”
3
ଯୀଶୁ ଉତ୍ତର ଦେଲେ, “ଏହା ତା’ର ପାପ କି ତା’ ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ।
4
ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ୍। କାରଣ ରାତି ଆସୁଅଛି। ରାତିରେ କେହି କାର୍ଯ୍ୟ କରି ପାରିବେ ନାହିଁ।
5
ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।”
6
ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି, ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ।
7
ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା’ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।
8
କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, “ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?”
9
କେତେକ କହିଲେ, “ହଁ, ଏ ସେହି ଲୋକ।” କିନ୍ତୁ ଅନ୍ୟ ଲୋକମାନେ କହିଲେ, “ନାଁ, ଏ ସେହି ଲୋକ ନୁହେଁ। ଏ ଲୋକଟି ତା’ରି ଭଳି ଦେଖାଯାଉଛି।” ତେଣୁ ସେ ଲୋକ ନିଜେ କହିଲା, “ମୁଁ ସେହି ଲୋକ, ଯିଏ ପ୍ରଥମେ ଅନ୍ଧ ଥିଲା।”
10
ଲୋକମାନେ ତାକୁ ପଗ୍ଭରିଲେ, “କ’ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?”
11
ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା’ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା’ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।”
12
ଲୋକମାନେ ତାହାକୁ ପଗ୍ଭରିଲେ, “ସେ ଲୋକ କେଉଁଠି ଅଛନ୍ତି?” ଲୋକଟି କହିଲା, “ମୁଁ ଜାଣେ ନାହିଁ।”
13
ଯୀଶୁ ସୁସ୍ଥ କରିଥିବା ଲୋକକୁ ଯିହୂଦୀମାନଙ୍କର ପ୍ରଶ୍ନ ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନେଇଗଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା,
14
ଯୀଶୁ କାଦୁଅ କରିଥିଲେ ଓ ତା’ ଆଖି ସୁସ୍ଥ କରିଥିଲେ। ସେ ଏ କାର୍ଯ୍ୟ ବିଶ୍ରାମବାର ଦିନ କରିଥିଲେ।
15
ତେଣୁ ଫାରୂଶୀମାନେ ମଧ୍ୟ ସେ ଲୋକକୁ ପଗ୍ଭରିଲେ. “ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?” ସେ କହିଲା, “ସେ ମୋ’ ଆଖିରେ କାଦୁଅ ଲଗେଇ ଦେଲେ। ଧୋଇବା ପରେ ମୁଁ ଏବେ ଦେଖି ପାରୁଛି।”
16
କେତେକ ଫାରୂଶୀମାନେ କହିଲେ, “ଏ ଲୋକ ବିଶ୍ରାମବାରର ନିୟମ ମାନୁନାହିଁ। ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।” ଅନ୍ୟମାନେ କହିଲେ, “ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ।” ଏହା ଯିହୂଦୀମାନଙ୍କ ମଧ୍ୟରେ ମତଭେଦ ହେଲା।
17
ଯିହୂଦୀମାନେ ସେହି ଲୋକକୁ ଆଉଥରେ ପଗ୍ଭରିଲେ, “ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା’ ବିଷୟରେ କ’ଣ କହୁଛ?” ସେହି ଲୋକଟି ଉତ୍ତର ଦେଲା, “ସେ ଜଣେ ଭବିଷ୍ୟଦ୍ବକ୍ତା।”
18
ଯିହୂଦୀମାନେ ତଥାପି ତାହାର ସୁସ୍ଥ ହେବା ବିଷୟ ବିଶ୍ୱାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ଯ୍ୟନ୍ତ ସେମାନେ ମୋଟେ ବିଶ୍ୱାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି।
19
ଯିହୂଦୀମାନେ ତା’ର ପିତାମାତାଙ୍କୁ ପଗ୍ଭରିଲେ, “ଇଏ କ’ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ, ସେ ଜନ୍ମଠାରୁ ଅନ୍ଧ, ତେବେ ସେ ବର୍ତ୍ତମାନ କିପରି ଦେଖି ପାରୁଛି?”
20
ପିତାମାତା ଉତ୍ତର ଦେଲେ, “ଆମ୍ଭେ ଜାଣୁ ଯେ ଇଏ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା।
21
କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତା’ର ଦୃଷ୍ଟିଶକ୍ତି ଦେଲା। ତାହା ଆମ୍ଭେ ଜାଣି ନାହୁଁ। ତାକୁ ପଗ୍ଭର। ନିଜ କଥା ନିଜେ କହିବା ପାଇଁ ତା’ର ବୟସ ହେଲାଣି।”
22
ଯିହୂଦୀ ନେତାମାନଙ୍କୁ ଭୟ କରି ତା’ର ପିତାମାତା ଏପରି କହିଲେ। ସେମାନେ ସେତେବେଳକୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ୟକ୍ତି ଯୀଶୁଙ୍କୁ ମଶୀହ ବୋଲି ସ୍ୱୀକାର କରିବେ, ସେମାନେ ତାକୁ ଦଣ୍ଡଦେବେ ଓ ସେହି ଲୋକମାନଙ୍କୁ ସମାଜଗୃହରୁ ବାହାର କରିଦେବେ।
23
ତେଣୁ ତା’ର ପିତାମାତା କହିଲେ, “ତା’ର ଯଥେଷ୍ଟ ବୟସ ହୋଇଛି। ତାକୁ ପଗ୍ଭର।”
24
ତେଣୁ ଯିହୂଦୀ ନେତାମାନେ ସେହି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସେମାନେ କହିଲେ, “ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ୍। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।”
25
ଲୋକଟି ଉତ୍ତର ଦେଲା, “ସେ ପାପୀ କି ନୁହେଁ, ମୁଁ ଜାଣି ନାହିଁ। କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖି ପାରୁଛି।”
26
ଯିହୂଦୀ ନେତାମାନେ ପଗ୍ଭରିଲେ, “ସେ ତୁମକୁ କ’ଣ କଲା? ସେ ତୁମ ଆଖିକୁ କିପରି ଭଲ କରିଦେଲା?”
27
ସେ ଲୋକ କହିଲା, “ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମୋ’ କଥା ଶୁଣୁ ନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଗ୍ଭହୁଁଛ? ତୁମ୍ଭେ ମଧ୍ୟ କ’ଣ ତାହାଙ୍କର ଶିଷ୍ୟ ହେବା ପାଇଁ ଗ୍ଭହୁଁଛ?”
28
ଯିହୂଦୀନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତା’ପରେ ସେମାନେ କହିଲେ, “ତୁମ୍ଭେ ସେହି ଲୋକର ଶିଷ୍ୟ। କିନ୍ତୁ ଆମ୍ଭେ ମୋଶାଙ୍କର ଶିଷ୍ୟ।
29
ଆମ୍ଭେ ଜାଣୁ, ପରମେଶ୍ୱର ମୋଶାଙ୍କୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି, ଆମ୍ଭେ ତାହା ସୁଦ୍ଧା ଜାଣି ନାହୁଁ।”
30
ଲୋକଟି ଉତ୍ତର ଦେଲା, “ଏହା ବଡ଼ ଆଶ୍ଚର୍ଯ୍ୟ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣି ନାହଁ। କିନ୍ତୁ ସେ ମୋ’ ଆଖି ଭଲ କରିଦେଇଛନ୍ତି।
31
ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ୱର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ୱର ତା’ର କଥା ଶୁଣନ୍ତି।
32
ଆଜି ପର୍ଯ୍ୟନ୍ତ କେହି କେବେ ଜଣେ ଜନ୍ମ ଅନ୍ଧର ଆଖି ଖୋଲି ପାରି ନ ଥିଲେ।
33
ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ୱରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ଯ୍ୟ କରି ପାରି ନ ଥା’ନ୍ତା।”
34
ଯିହୂଦୀମାନେ ଉତ୍ତର ଦେଲେ, “ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହୋଇଛ। ତୁମ୍ଭେ କ’ଣ ଆମ୍ଭକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛ?” ଏହା କହି ସେମାନେ ତାକୁ ଜବରଦସ୍ତ ତଡ଼ି ଦେଲେ।
35
ଆତ୍ମିକ ଅନ୍ଧତା ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡ଼ି ଦେଇଛନ୍ତି। ଯୀଶୁ ସେ ଲୋକକୁ ଖୋଜି ପାଇଲେ। ଏବଂ ସେ ତାହାକୁ ପଗ୍ଭରିଲେ, “ତୁମ୍ଭେ କ’ଣ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସ କର?”
36
ସେ ଲୋକଟି ପଗ୍ଭରିଲା, “ଗୁରୁ, ମନୁଷ୍ୟପୁତ୍ର କିଏ? ମୋତେ କୁହନ୍ତୁ ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିପାରେ।”
37
ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖି ସାରିଛ। ତୁମ୍ଭ ସହିତ ବର୍ତ୍ତମାନ ଯିଏ କଥା ହେଉଛନ୍ତି, ସେ ସେହି ମନୁଷ୍ୟପୁତ୍ର।”
38
ସେ ଲୋକଟି ଉତ୍ତର ଦେଲା, “ହଁ, ପ୍ରଭୁ ମୁଁ ବିଶ୍ୱାସ କରେ।” ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।
39
ଯୀଶୁ କହିଲେ, “ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଗ୍ଭରିତ ହେବ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସେମାନେ ଅନ୍ଧ ହେବେ।”
40
ଯୀଶୁଙ୍କ ପାଖରେ କେତେକ ଫାରୂଶୀ ଥିଲେ। ସେମାନେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସେମାନେ ପଗ୍ଭରିଲେ, “କ’ଣ? ତା’ ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ୟ ଅନ୍ଧ?”
41
ଯୀଶୁ କହିଲେ, “ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥା’ନ୍ତ, ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।”
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21