bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 18
John 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 19 →
1
ଯୀଶୁ ବନ୍ଦୀ ହେଲେ ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ୟମାନଙ୍କ ସହିତ ଗ୍ଭଲିଗଲେ। ସେମାନେ କିଦ୍ରୋଣ ଉପତ୍ୟକା ପାରି ହୋଇଗଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଗ୍ଭ ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାକୁ ଗଲେ।
2
ଯିହୂଦା ଏହି ସ୍ଥାନ ଜାଣିଥିଲା। କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ସ୍ଥାନକୁ ଯାଉଥିଲେ। ସେହି ଯିହୂଦା ହିଁ ଯୀଶୁଙ୍କର ବିରୁଦ୍ଧରେ ଗଲା।
3
ତେଣୁ ସେ ଦଳେ ସୈନ୍ୟଙ୍କୁ ନେଇ ବଗିଗ୍ଭକୁ ଗଲା। ସେ ମୁଖ୍ୟ ଯାଜକ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ପ୍ରହରୀମାନଙ୍କୁ ମଧ୍ୟ ଆଣିଥିଲା। ସେମାନେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସେଠାରେ ପହଞ୍ଚିଲେ।
4
ତାହାଙ୍କ ପ୍ରତି କ’ଣ ଘଟିବ, ସେ କଥା ଯୀଶୁ ଆଗରୁ ଜାଣିଥିଲେ। ସେ ସେମାନଙ୍କ ନିକଟକୁ ଯାଇ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?”
5
ସେହି ଲୋକମାନେ ଉତ୍ତର ଦେଲେ, “ନାଜରିତୀୟ ଯୀଶୁଙ୍କୁ।” ଯୀଶୁ କହିଲେ, “ମୁଁ ନିଜେ ସେହି ଯୀଶୁ।” ଯୀଶୁଙ୍କ ବିରୁଦ୍ଧରେ ଯାଇଥିବା ଯିହୂଦା ମଧ୍ୟ ସେମାନଙ୍କ ସହିତ ଠିଆ ହୋଇଥିଲା।
6
ଯେତେବେଳେ ଯୀଶୁ କହିଲେ, “ମୁଁ ଯୀଶୁ,” ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡ଼ିଗଲେ।
7
ଯୀଶୁ ସେମାନଙ୍କୁ ପୁଣି ଥରେ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?” ସେମାନେ କହିଲେ, “ନାଜରିତୀୟ ଯୀଶୁଙ୍କୁ।”
8
ଯୀଶୁ କହିଲେ, “ମୁଁ ତ କହିଲି ଯେ ମୁଁ ସେହି ଯୀଶୁ। ଯଦି ତୁମ୍ଭେ ମୋତେ ଖୋଜୁଛ, ତେବେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ଯିବାକୁ ଛାଡ଼ିଦିଅ।”
9
ଏପରି ଘଟିଲା ଯେହେତୁ ପୂର୍ବରୁ ତାହାଙ୍କ ଦ୍ୱାରା କଥିତ ବାଣୀ ସତ୍ୟ ହେବ: “ମୁଁ ତୁମ୍ଭେ ଦେଇଥିବା ଜଣେ ଲୋକକୁ ମଧ୍ୟ ହରେଇ ନାହିଁ।”
10
ଶିମୋନ ପିତରଙ୍କ ପାଖରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ୟ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସେହି ଦାସର ନାମ ମାଲ୍ଖ ଥିଲା।
11
ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେ ଖଣ୍ଡା ଖାପରେ ରଖିଦିଅ। ପରମପିତା ମୋତେ ଏହି ପିଆଲା ପିଇବାକୁ ଦେଇଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ୍।
12
ଯୀଶୁ ହାନାନଙ୍କ ଆଗକୁ ଅଣାଗଲେ ତା’ପରେ ସୈନ୍ୟମାନେ ଓ ସେମାନଙ୍କ ସେନାପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ।
13
ସେମାନେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘେନିଗଲେ। ହାନାନ କୟାଫାଙ୍କର ଶ୍ୱଶୁର ଥିଲେ। ସେହି ବର୍ଷ କୟାଫା ମହାଯାଜକ ଥିଲେ।
14
କୟାଫା ଯିହୂଦୀମାନଙ୍କୁ ପରାମର୍ଶ ଦେଇଥିଲେ, “ସବୁ ଲୋକମାନଙ୍କ ମଙ୍ଗଳ ପାଇଁ ଜଣେ ପ୍ରାଣ ଦେବା ବରଂ ଭଲ।”
15
ଯୀଶୁଙ୍କୁ ଜାଣି ନାହାନ୍ତି ବୋଲି ପିତର ମିଥ୍ୟା କହିଲେ ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କ ସହିତ ଗଲେ। ସେହି ଶିଷ୍ୟଜଣ ମହାଯାଜକଙ୍କୁ ଜାଣିଥିଲେ। ତେଣୁ ସେ ଯୀଶୁଙ୍କ ସହିତ ମହାଯାଜକଙ୍କ ଘର ଅଗଣା ପର୍ଯ୍ୟନ୍ତ ଗଲେ।
16
କିନ୍ତୁ ପିତର ଫାଟକ ବାହାରେ ଅପେକ୍ଷା କଲେ। ମହାଯାଜକଙ୍କୁ ଜାଣିଥିବା ସେହି ଶିଷ୍ୟ ଜଣକ ବାହାରକୁ ଫେରି ଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ।
17
ସେହି ଦାସୀ ପିତରଙ୍କୁ ପଗ୍ଭରିଲା, “ତୁମ୍ଭେ ବି କ’ଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ?” ପିତର ଉତ୍ତର ଦେଲେ, “ନା, ମୁଁ ନୁହେଁ।”
18
ଶୀତ ହେଉଥିଲା। ଦାସ ଓ ପ୍ରହରୀମାନେ ନିଆଁ ଜାଳିଥିଲେ। ସେମାନେ ନିଆଁ ଗ୍ଭରିପଟେ ଠିଆ ହୋଇ ଦେହକୁ ସେକୁଥିଲେ। ପିତର ମଧ୍ୟ ସେଠାରେ ସେମାନଙ୍କ ସହିତ ଠିଆ ହୋଇଥିଲେ।
19
ଯୀଶୁଙ୍କୁ ମହାଯାଜକଙ୍କ ପ୍ରଶ୍ନ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ପ୍ରଶ୍ନ ପଗ୍ଭରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟରେ ପ୍ରଶ୍ନ କଲେ।
20
ଯୀଶୁ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ।
21
ତୁମ୍ଭେ ମୋତେ କାହିଁକି ପ୍ରଶ୍ନ ପଗ୍ଭରୁଛ? ମୋର ଶିକ୍ଷା ଶୁଣିଥିବା ଲୋକଙ୍କୁ ପଗ୍ଭର, ମୁଁ କ’ଣ କହିଥିଲି, ସେମାନେ ଜାଣନ୍ତି।”
22
ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, “ତୁମ୍ଭେ ମହାଯାଜକଙ୍କୁ ସେହିପରି ଉତ୍ତର ଦେବା ଉଚିତ୍ ନୁହେଁ।”
23
ଯୀଶୁ ଉତ୍ତର ଦେଲେ, “ଯଦି ମୁଁ କିଛି ଭୂଲ କହିଲି ତେବେ ଏଠାରେ ଥିବା ପ୍ରତ୍ୟେକଙ୍କୁ ମୋର ଭୂଲ ଜଣାଇଦିଅ। ଯଦି ମୋର କହିବା ଠିକ୍, ତେବେ ମୋତେ ତୁମ୍ଭେ କାହିଁକି ମାରିଲ?”
24
ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।
25
ପିତର ପୁନର୍ବାର ମିଥ୍ୟା କହିଲେ ଶିମୋନ ପିତର ନିଆଁ ପାଖେ ଠିଆ ହୋଇ ସେକି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଏହି ଲୋକର ଶିଷ୍ୟମାନଙ୍କ ଭିତରୁ ଜଣେ? କିନ୍ତୁ ପିତର ମନା କଲେ। ସେ କହିଲେ, “ନା, ମୁଁ ନୁହେଁ।”
26
ମହାଯାଜକଙ୍କର ଜଣେ ଦାସ ସେଠାରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦେଇଥିଲେ, ସେ ସେହି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, “ମୁଁ ଭାବୁଛି, ମୁଁ ବଗିଗ୍ଭରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।”
27
କିନ୍ତୁ ପିତର ପୁଣି ଥରେ କହିଲେ, “ନା, ମୁଁ ତାହାଙ୍କ ସହିତ ନ ଥିଲି।” ଠିକ୍ ସେତିକିବେଳେ ଗୋଟିଏ କୁକୁଡ଼ା ଡାକିଲା।
28
ଯୀଶୁଙ୍କୁ ପୀଲାତଙ୍କ ସମ୍ମୁଖକୁ ଅଣାଗଲା ତା’ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ।
29
ତେଣୁ ପୀଲାତ ପ୍ରାସାଦ ବାହାରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଗ୍ଭରିଲେ, “ଏହି ଲୋକ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ’ଣ?”
30
ସେମାନେ ଉତ୍ତର ଦେଲେ, “ସେ ଜଣେ ମନ୍ଦ ଲୋକ। ସେଥିପାଇଁ ଆମ୍ଭେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।”
31
ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଗ୍ଭର କର।” ଯିହୂଦୀମାନେ କହିଲେ, “କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇ ପାରିବୁ ନାହିଁ।”
32
ଏହା ଦ୍ୱାରା ସେ କିପରି ମରିବେ, ସେ ବିଷୟରେ ଯୀଶୁଙ୍କର ବାଣୀ ସତ୍ୟ ହେଲା।
33
ତା’ପରେ ପୀଲାତ ପ୍ରାସାଦ ଭିତରକୁ ଗ୍ଭଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
34
ଯୀଶୁ କହିଲେ, “ଏହା ତୁମ୍ଭ ନିଜର ପ୍ରଶ୍ନ, ନା ଅନ୍ୟମାନେ ତୁମ୍ଭକୁ ମୋ’ ବିଷୟରେ କହିଛନ୍ତି?”
35
ପୀଲାତ କହିଲେ, “ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସେମାନଙ୍କର ପ୍ରଧାନଯାଜକମାନେ ତୁମ୍ଭକୁ ମୋ’ ପାଖକୁ ଆଣିଛନ୍ତି। ତୁମ୍ଭେ କ’ଣ ଦୋଷ କରିଛ?”
36
ଯୀଶୁ କହିଲେ, “ମୋର ରାଜ୍ୟ ଏ ଜଗତର ନୁହେଁ। ଯଦି ଏହା ଜଗତର ହୋଇଥା’ନ୍ତା, ତେବେ ମୋର ଦାସମାନେ ଯୁଦ୍ଧ କରିଥାଆନ୍ତେ ଓ ମୋତେ ଯିହୂଦୀମାନେ ଧରିପାରି ନ ଥା’ନ୍ତେ। କିନ୍ତୁ ମୋ’ ରାଜ୍ୟ ଅନ୍ୟ ଏକ ସ୍ଥାନରେ।”
37
ପୀଲାତ କହିଲେ, “ତେବେ ତୁମ୍ଭେ ଜଣେ ରାଜା।” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ରାଜା ବୋଲି କହୁଛ। ଏହା ସତ୍ୟ। ମୁଁ ଏଥିପାଇଁ ଜନ୍ମ ନେଇଛି। ଲୋକମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ, ସେଥିପାଇଁ ମୁଁ ଜଗତକୁ ଆସିଛି। ସତ୍ୟକୁ ଭଲପାଉଥିବା ପ୍ରତ୍ୟେକ ଲୋକ ମୋ’ କଥା ଶୁଣନ୍ତି।”
38
ପୀଲାତ କହିଲେ, “ସତ୍ୟ କ’ଣ?” ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, “ଏହି ଲୋକ ବିରୁଦ୍ଧରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ।
39
ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ବେଳେ ମୋ’ଠାରୁ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଗ୍ଭହଁ, ମୁଁ ଏହି ‘ଯିହୂଦୀମାନଙ୍କ ରାଜାଙ୍କୁ’ ମୁକ୍ତି ଦେବି।”
40
ମାତ୍ର ଯିହୂଦୀମାନେ ଚିତ୍କାର କଲେ, “ନା, ଏ ଲୋକକୁ ନୁହେଁ। ବାରବ୍ବାକୁ ମୁକ୍ତି ଦିଅ।” ଏହି ବାରବ୍ବା ଜଣେ ଡକାୟତ ଥିଲା।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21